STORYMIRROR

Sona TheTirelessSoul

Classics Others

3  

Sona TheTirelessSoul

Classics Others

ଶୀତଳ ଷଷ୍ଠୀ

ଶୀତଳ ଷଷ୍ଠୀ

3 mins
11.9K

ଆମେ ଭୁଲିନାହୁଁ ସେ ଦିନକୁ। ୨୦୧୭ ମସିହାର ସହି ଶୀତଳଷଷ୍ଠୀକୁ। ପୁରୀ ଜିଲ୍ଲାର ସବୁ ଗାଁ ପରି ଆମ ଗାଁରେ ଶୀତଳଷଷ୍ଠୀ ଖୁବ୍ ଜାକଜମକରେ ପାଳନ ହୁଏ। ସେଥର ବି ସେଇ ଆଗ୍ରହ ସେଇ ଉତ୍କଣ୍ଠା। ମୁଁ ସେତେବେଳେ ବେଙ୍ଗାଲୁରୁ ରେ ଥାଏ। "ଶୀତଳଷଷ୍ଠୀରେ ଘରକୁ ଯେମିତି କରି ଆସିବୁ" ବୋଉର ଆଦେଶ। ସେ କ'ଣ ଜାଣଛି ଛୁଟିଟିଏ ପାଇଁ କେତେ ପାମ୍ପଡ ବେଲିବାକୁ ପଡ଼ିବ। ସେ ଯାହାହେଉ ଆସିବାକୁ ତ ପଡ଼ିବ। ବହୁ ଯୋଗାଡ଼ କରି ସପ୍ତାହେ ଛୁଟି ମିଳିଗଲା। ମନ ଭାରି ଖୁସି। ଭାଗ୍ୟଦେବୀ ଟିକେ ବେଶୀ ଖୁସି ଥିଲେ ବୋଧେ ଟ୍ରେନ ଟିକେଟ ବି ପକ୍କା ହେଇଗଲା। ମୁଁ ଘରକୁ ଆସୁଥିଲି ଆଠ ମାସ ପରେ। ଷ୍ଟେସନ ରେ ଦେଖାହେଲା ମିତାଶ୍ ,ବିଷ୍ଣୁ ,ପ୍ରକାଶ୍ ,ସିପୁନ ଆଉ ପାପାଲି ସହ। ଆମେ ସମସ୍ତେ ବାଣୀବିହାର ରେ ସାଙ୍ଗ ହୋଇ ପଢୁଥିଲୁ। ପଢ଼ା ସରିବା ପରେ ସମସ୍ତେ ଏଇ ସହରରେ ଥଲୁ। କିନ୍ତୁ କେବେ ହେଇନି। ୟୁନିଭର୍ସିଟି ଆମେ ପାଞ୍ଚଜଣ ହିଁ ପୁରୀର ଥଲୁ। ଏକଥା ସ୍ୱଭାବିକ ଯେ ସେମାନେ ବି ଯାଉଥିଲେ ଏଇ ଶୀତଳଷଷ୍ଠୀ ବାଣଯାତ୍ରା ପାଇଁ ନିଜ ନିଜ ଗାଁକୁ।

ମିତାଶ୍ କୁ ଛାଡି ବାକି ସମସ୍ତେ ଚାକିରୀ କରିଥିଲୁ। ତା'ର ଆସିଥିଲା ଗୋଟେ ଭଲ କମ୍ପାନୀରୁ ଅଫର୍ ; ଘରୁ ଆସିବା ପରେ ଯୋଗ ଦେବାର ଥିଲା। ଆମ ଭିତରେ କିଛି ବି ବଦଳି ନଥିଲା ଯଦିଓ ବର୍ଷେ ପରେ ପରସ୍ପର କୁ ଭେଟୁଥିଲୁ। ଓଃ !ସେ ଅସରନ୍ତି ଗପ! ଆମ ଆର୍ଡମିଶନ୍ ଦିନରୁ ଆରମ୍ଭ କରି ଫେୟାରୱେଲ୍ ଯାଏଁ ଦୀର୍ଘ ୩ ବର୍ଷ ର ସବୁ ଅଭୁଲାୁ କଥା ମନେ ପକାଇ ପକାଇ ହସୁଥିଲୁ। ସାଙ୍ଗମାନଙ୍କ ସହ ଗପି ଗପି ଦେଢ଼ ଦିନ କେମିତି କଟିଗଲା , ବେଙ୍ଗାଲୁରୁରୁ ଭୁବନେଶ୍ବର କେମିତି ହେଇଗଲା ଜଣାପଡିଲାନି।

ଗାଡ଼ି ସକାଳୁ ଭୁବନେଶ୍ବରରେ ପହଁଚିବା ପରେ ସମସ୍ତେ ପରସ୍ପରକୁ "ଜଲଦି ଦେଖାହେବା ବାଙ୍ଗାଲୋରରେ" ର ଭରସା ଦେଇ ଯିଏ ଯାହା ଗାଁ ବସରେ ଘରକୁ ଯିବାପାଇଁ ବାହାରିଲୁ।

ଗାଁରେ ପହଂଚିବା ପରେ ମୁଁ ଭାବବିହ୍ୱଳ ହେଇଗଲି। ମୋ ଆସିବା ବାଟକୁ ନନା ବୋଉ ଆଉ ଭାଇ ସମସ୍ତେ ଚାହିଁ ରହିଥାନ୍ତି। ସେମାନଙ୍କର ଖୁସି କହିଲେ ନ ସରେ। ଆଜି ଶିବ ବିବାହ। ବାହାଘର ପରେ କାଲି ରାତିରେ ଠାକୁର ଗାଁ କୁ ଆସିବେ।ଭୋଗ ଖାଇବେ। ଦିଅଁଙ୍କୁ ସ୍ବାଗତ କରିବାକୁ ବାଣ ଫୁଟିବା। ଏମିତି କେତକଥା। ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ସମସ୍ତଙ୍କ ଘରେ ବନ୍ଧୁ ବାନ୍ଧବ ଭର୍ତ୍ତି। ଗାଁ ପୁରା ନୂଆ ବୋହୂଟିଏ ପରି ଲାଗୁଥାଏ। ଆମ ଖଳାବାଡି ରେ ବି କାଠଚକ୍ର ବାଣ ତିଆରି ଖୁବ୍ ଜୋର୍ ସୋର୍ ରେ ଚାଲିଥାଏ।

ମୁଁ ଏ ସବୁ ଜିନିଷକୁ ମନଭରି ଦେଖୁଥାଏ। ଚାହୁଁ ଚାହୁଁ ଦିନ ଯାଇ ସଞ ଆସିଗଲା। ଏତେ ଦିନ ପରେ ବୋଉ ହାତରନ୍ଧା ଖାଇବା ବେଳେ ଦୁନିଆର ସବୁ ଖୁସି ଫିକା ଲାଗୁଥାଏ। ଗପ ଶୁଣୁଶୁଣୁ କେତେବେଳେ ନିଦ ଲାଗିଗଲା ଜାଣିନି ।ଓଃ କି ଶାନ୍ତି।

ଆଜି ଶୀତଳଷଷ୍ଠୀ। ସେଇ ଯାତ୍ରା ଯାହା ପାଇଁ ଏତେ ଆୟୋଜନ। କାମ ବହୁତ ଅଛି। ଘରକୁ କୁଣିଆ ଆସିବେ। ସନ୍ଧ୍ୟା ପୂର୍ବରୁ ସବୁ କାମ ସାରିବାକୁ ହବ। ବୋଉକୁ ସାହାଯ୍ୟ କରିବା ପାଇଁ ମୁଁ ବି ଜଲଦି ଉଠି ରେଡ୍ଡୀ।ଦିନ ପ୍ରାୟ ୧ଟା। ମୁଁ ରୋଷେଇ କରୁଥାଏ। ଫୋନ୍ ବାଜିଲା ଏତିକି ବେଳେ। ଯାଇ ଦେଖେ ତ ମୋ ସାଙ୍ଗ ସୌମ୍ୟା ର ୫ଟା ମିସ୍ଡ୍ କଲ୍ସ୍। ଆଉ ପ୍ରିୟା ର ଦୁଇଟା ମେସେଜ୍। "ସୋନା" "ମିତାଶ୍ ମୁଣ୍ଡରେ ବାଣ ପଡ଼ିଯାଇଛି।ସେ ଆଉ ନାହିଁ।"

କ'ଣ ଥିଲା ଏଇଟା! ଛାତିରୁ କ'ଣ ଗୋଟାଏ ବାହାରି ପଡ଼ିଲା। ତାକୁ ଫୋନ କରି ପୁରା ଖବର କଣ ବୋଲି ବୁଝିବାକୁ ସାହାସ ହେଉନଥିଲା। ମୋତେ ଏମିତି ଦେଖି ଭାଇ ମୋ ହାତରୁ ଫୋନ୍ ନେଇ ଘଟଣାଟି କ'ଣ ବୋଲି ବୁଝିବାକୁ ଚେଷ୍ଟା କରୁଥାଏ। କିଛି ସମୟ ପରେ ଏ ଖବର ଟିଭି ରେ ବି ପ୍ରସାରିତ ହେଲା। "ବୀରରାମଚନ୍ଦ୍ରପୁରରେ ବାଣ ବିସ୍ଫୋରଣରେ ଯୁବକ ମୃତ। ମୃତକଙ୍କ ନାମ ମିତାଶ୍ ରଞ୍ଜନ ମିଶ୍ର ।ବୟସ ୨୪। ଗତକାଲି ସେ ବାଙ୍ଗାଲୋରରୁ ଫେରିଥିଲେ।" ଏମିତି ଆଉ କେତେକଥା। ଟିଭି ରେ ସାଙ୍ଗର ଫୋଟୋ ମୋ ହାତଗୋଡ ଶିଥିଳ ପଡିଯାଇଥାଏ। ଆଖି ଆଗରେ ତା ମୁହଁଟା ନାଚି ଯାଉଥାଏ। ମନେ ପଡିଯାଉଥାଏ ତା ସାଙ୍ଗରେ ଟ୍ରେନ୍ ରେ ବିତାଇଥିବା ସେ କେଇ ମୂହୁର୍ତ୍ତ ! ଆମ ଘର ବାହାରୁ ଶୁଭୁଥିଲା ଲୋକଙ୍କ ଗହଳି। ବାଣ ପ୍ରସ୍ତୁତ ହୋଇସାରିଥିଲା। କିଏ ଜଣେ ଫୋନ୍ ରେ କହୁଥିଲା "ଆଜି ଆମ ଗାଁରେ ଶୀତଳଷଷ୍ଠୀ। ସାଙ୍ଗ ମୁଁ ତୋତେ ଅପେକ୍ଷା କରିଥିବି। ସନ୍ଧ୍ୟା ବେଳକୁ ଆସି ପହଁଚିବୁ।"



Rate this content
Log in

More oriya story from Sona TheTirelessSoul

Similar oriya story from Classics