STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଶହୀଦ

ଶହୀଦ

3 mins
291


ବିକ୍ରମ ଠାକୁରଙ୍କର ତିନିପୁଅ। ସେ ନିଜ ପରିବାରକୁ

ସଂସ୍କାର ନୀତି ନିୟମ ଆଚାର ବିଚାର ଦେଇ ଶୃଙ୍ଖଳାର ସହିତ ପରିଚାଳିତ କରୁଥିଲେ। ତାଙ୍କ ପତ୍ନୀ ସାବିତ୍ରୀ ଦେବୀ ଜଣେ ପତିପ୍ରାଣା ମହିଳା। ସ୍ନେହ ମମତା ସହକାରେ ସନ୍ତାନମାନଙ୍କ ଲାଳନ ପାଳନ କରିଛନ୍ତି।

ବାପାଙ୍କଠୁ ଅନୁଶାସନ ଓ ମାଆଙ୍କଠୁ ଆଚାର ବ୍ୟବହାର ଶିଖି ପିଲାଏ ସବୁ ସୁଯୋଗ୍ୟ ସନ୍ତାନ ହେଇ ଯାଇଛନ୍ତି।ବଡ ପୁଅ ପୋଲିସ ଅଫିସର ଅଛି। ମଝିଆଟି ଆର୍ମିଅଫିସର ଅଛି।ସବାସାନ ପୁଅ ବି ଏସ୍ ସି କରୁଛି।କିଛିମାସ ତଳେ ମଝିଆ ପୁଅର ବାହାଘର ସରିଛି।ସେ ବିବାହ ପରେ ଡିଉଟି ଯାଇଛି ଯେ ଏଭିତରେ ଆଉ ଆସିନି।ପ୍ରତିଦିନ ଫୋନ ପ୍ରଭୃତି କରେ।ଏବେ ସହରରେ ଆତଙ୍କବାଦିମାନେ ଆସି ଗୁପ୍ତ ଭାବରେ ରହି ବମ୍ ପକାଇବାର ଯୋଜନା କରୁଥିବାର ଖବର ପାଇ ସୁରେଶ ବଡ ପୁଅ ନିଜର ପୋଲିସ ଦଳ ନେଇ ତତ୍ପର ହେଇ ରହିଛି। ସମସ୍ତ ଭିଡଯାଗା ଯେମାତି ମଲ୍, ସିନେମାହଲ୍, ବଡ ହୋଟେଲ୍, ରେଲଷ୍ଟେସନ ଆଦିରେ ପୂର୍ଣ୍ଣ ରୂପେ ଚେକିଙ୍ଗ ଚାଲିଛି। ଏକ ହୋଟେଲରେ ଛାପାମାରି ଅନେକ ଗୋଳାବାରୁଦ ଓ ହାତହତିଆର ଜବତ କରିଛି ପୋଲିସ। ଚାରିଜଣ ଆତଙ୍କବାଦୀ ଧରାପଡିଛନ୍ତି।ଯେଉଁମାନ ଏକ ବଡଧରଣର ଧମାକା କରିବାର ଯୋଜନାରେ ଥିଲେ।ସେଥିପାଇଁ ତାଙ୍କୁ ପୋଲିସ ଆଇ ଜି ହିସାବରେ ସମ୍ମାନିତ କରାଗଲା।ପୁଅର ଏତାଦୃଶ୍ୟ ସଫଳତାରେ ବିକ୍ରମ ଠାକୁର ବହୁତ ଖୁସିଥିଲେ। ସେମାନେ ରାଜପୁତ ପରିବାର ସବୁବେଳେ ଦେଶ ହିତରେ ଜୀବନ ଦେଇ ଆସିଛନ୍ତି। ଜମିଜାରୀ କରି ତାଙ୍କ ଜୀବନ ସରିଲା ହେଲେ ସେ ପ୍ରଜାଙ୍କୁ ନିଜ ସନ୍ତାନ ପରି ବ୍ୟବହାର ଦେଇ ଆସିଛନ୍ତି। ଅସୁବିଧାରେ ସାହାଯ୍ୟ କରିଛନ୍ତି। ସମସ୍ତଙ୍କ ବାହା ଭୋଜିରେ ଉପସ୍ଥିତ ହୋଇ ତାଙ୍କୁ ଉତ୍ସାହିତ କରିଛନ୍ତି। ଏବେ ଏବେ ଟିଭିରେ ଖବର ଆସୁଥିଲା ସୀମାରେ ଆତଙ୍କବାଦୀମାନଙ୍କସହ ସେନାର ଲଢେଇ ଆରମ୍ଭ ହେଇଯାଇଛି। ପୁଅ ସୁମିତ ଯୁଦ୍ଧକୁ ଯିବା ଆଗରୁ ବାପାମାଆଠାରୁ ବୀରରଧର୍ମ ନିଭାଇବାକୁ ଆଶିର୍ବାଦ ମାଗି ନେଇଛି। ନବ ବିବାହୀତା ପତ୍ନୀ ସୁମିତା ସହ କେତେ ଭାବପୂର୍ଣ୍ଣ କଥାହେଇ ଉତୁରି ପଡିଛି ଦେଶରକ୍ଷା କାମରେ। ଗୋଟିଏ ଗୋଟିଏ ମୁହୂର୍ତ୍ତ ତାଙ୍କ ପରିବାର ପାଇଁ କାଟିବା ମୁସ୍କିଲ ପଡୁଛି। ଅନେକ ଆଶା ନିରାଶାର ଚକ୍ରବ୍ୟୁହରେ ଫସିଛି ତାଙ୍କ ଜୀବନ। ଆଶଙ୍କିତ ହେଇ ଯାଉଛି ସଭିଙ୍କମନ। ଏବେ ସୁମିତ ଆଉ ଫୋନ ବି କରୁନି। ଯୁଦ୍ଧ ଶେଷରେ ବିଜୟ ବା ପରାଜୟର ସିଧା ଖବର ଆସିବ। ଆଶଙ୍କାର ଅବସାନ ଘଟାଇ ଶେଷରେ ଆତଙ୍କିମାନେ ପରାହତ ହେଲେ। ଟିଭିରେ ସେନାଙ୍କର ବୀରତ୍ବର ଖବର ବିସୃତ ଭାବରେ ପ୍ରଚାର କରା ହେଉଥିଲା।ସେ ଖବର ଶୁଣି ଖୁସିରେ ପୁଲକିତ ହେଇ ଉଠୁଥିଲେ ସାରା ପରିବାରର ସଦସ୍ୟ ।ଏଭିତରେ ଦୁଇଦିନ କଟିଗଲାଣି ସୁମିତ୍ ର ଆଉ ଫୋନ ଆସୁନି।ଯୁଦ୍ଧ ତ ସରିଗଲାଣି ତଥାପି ତାର ଫୋନ ଆସୁନଥିବାରୁ ସମସ୍ତେ ଚିନ୍ତିତ ରହୁଥିଲେ। ଭାବୁଥିଲେ ବୋଧହୁଏ ବ୍ୟସ୍ତ ରହୁଥିବ।

ତୃତୀୟ ଦିନ ପାହାନ୍ତାକୁ ଏକ ସେନା ଗାଡି ପହଞ୍ଚିଲା ତାଙ୍କ ପାହାଡ ପର୍ବତ ଘେରା ଗାଁରେ। ଭାରତ ମାତାର ଜୟର ଜୟ ନାଦରେ ସମସ୍ତଙ୍କର ନିଦ ଭାଙ୍ଗିଗଲା।ସମସ୍ତେ ଘରୁ ବାହାରି ଦେଖିଲା ବେଳକୁ ଘରସାମନାରେ ପୋଲିସଭେନ ଠିଆ ହେଇଛି।କେତେଜଣ ସେନା ଚଳପ୍ରଚଳ ହେଉଥିଲେ ଗାଡି ବାହାରେ।ସୁମିତର ପରିବାର ସହିତ ଗାଁର ଅନ୍ୟଲୋକ ସବୁ ପହଞ୍ଚିଯାଇଥିଲେ ସେଠି।ଛୋଟ ଗାଁରେ ଏମିତି ଖବର ଏମୁଖରୁ ସେମୁଖ ହେଇ ଚଞ୍ଚଳ ଖେଳି ଯାଇଥାଏ।ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ସେନାଧ୍ୟକ୍ଷ ଅମର ସହୀଦ ସୁମିତ ଠାକୁର ର ଜୟ ନାଦ କରିବାକୁ ଲାଗିଲେ।ସେ ଡାକରେ ଅନେକ ହୃଦୟ କ୍ଷଣକେ ଭାଙ୍ଗି ଚୁର୍ମାର ହେଇ ଯାଇଥିଲା।କ୍ଷତାକ୍ତ ମନ ଚିତ୍କାର କରି କାନ୍ଦିବାକୁ ଚାହୁଁଥିଲା।ଆଖିର ଅଶ୍ରୁ ବୋଲ ମାନୁନଥିଲା।ଗଡିଯିବାପାଇଁ ତତ୍ପରଥିଲା।ଅଥଚ କେହି କାନ୍ଦି ବି ପାରୁନ ଥିଲେ କାରଣ ସେମାନେ ଶହୀଦ୍ ରପରିବାର।ପୁଅ ତାଙ୍କର ଦେଶରକ୍ଷାରେ ଶହୀଦ ହେଇ ଗୌରବର ପଥ ବାଛିନେଇଛି।ତାଙ୍କର ତ ଖୁସି ହେବାର କଥା।ଅଶ୍ରୁ ଝରାଇ ପୁଅର ବୀରପଣକୁ ଅବମାନନା କରିବେ କିପରି? ନୂତନ ବିବାହିତା ପତ୍ନୀର ମନ ହାହାକାର କରି ଉଠୁଥାଏ ଦୁଃଖରେ। ପ୍ରିୟଙ୍କୁ ଠିକରେ ଅନୁଭବ କରି ପାରିନଥିବା ଯୁବତୀଟି ବିଧବା ହେଇ ଯିବାର ଦୁଃଖ ଜଣେ ଅନୁଭବି ହିଁ ବୁଝି ପାରିବ। ତଥାପି କାଷ୍ଠ ପାଲଟି ଯାଇଥିଲା ତାର ଶରୀର।ସଭିଏଁ ଆଖି ପାଣି ଆଖିରେ ପିଇଦେଇ ଜୟଘୋଷରେ ସାମିଲ ହେଇଗଲେ। ସମସ୍ତେ କହୁଥିଲେ ଦେଖ ଶହୀଦର ବାପା ଇଏ।ଶହୀଦ ମାଆ ଇଏ।ହେଲେ ମନ ଜାଣୁଥିଲା ଅନ୍ତର ଭିତର ବିଳାପ। କେତେ ଆଲୋଡନ ଚାଲିଥିଲା ଭିତରେଭିତରେ। ସମସ୍ତ ଶହୀଦର ପରିବାର ଏପରି ମୁହୂର୍ତ୍ତକୁ ସମ୍ମୁଖୀନ ହେଇଥାନ୍ତି।ଜଣେ ପୋଲିସର ବାପା ମାଆ ଜଣେ ସୈନ୍ୟର ବାପାମାଆ ହେବାକୁହେଲେ ଇଷ୍ପାତ୍ ର କଲିଜା ଆବଶ୍ୟକ। ଜଣେ ସହଜରେ ଶହୀଦ ହେଇ ପାରେନା ଆଉ ଶହୀଦର ପରିବାର ହେବା ଆହୁରି କଷ୍ଟକର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational