STORYMIRROR

shibaram dalai

Tragedy

3  

shibaram dalai

Tragedy

ଶେଷ ସାହାରା

ଶେଷ ସାହାରା

2 mins
520

ଅନସୂୟା ଦେବି ବୃଦ୍ଧାଶ୍ରମରେ ରହିବାର ସାଢ଼େ ଚାରି ବର୍ଷ ବିତିଗଲାଣି ।ସାଢ଼େ ଚାରିବର୍ଷ ମାନେ ରାମବାବୁ (ଅନସୂୟା ଦେବୀଙ୍କ ସ୍ୱାମୀ) ମରିବାର ଦିନ କେଇଟା ରେ ଦୁଇ ପୁତ୍ରବୋହୁ ସବୁ ଧନ ସମ୍ପତ୍ତିକୁ ନିଜ ଭିତରେ ଦୁଇ ଭାଗ କରିଦେଲେ । କିନ୍ତୁ ବୁଢୀ ମାଆକୁ ନିଜ ଆଡ଼କୁ କେହି ନେବାକୁ ଚାହିଁଲେ ନାହିଁ । ବିଚାରି ବୁଢୀଟା ୧୦ -୧୫ ଦିନ ଗାଁ ରୁ ମାଗିଯାଚି ଚଳିଗଲା ।ଆଜି କାଲି ଦୁନିଆରେ ବିନା ସ୍ବାର୍ଥରେ କିଏ ବା କେତେଦିନ ଖାଇବାକୁ ଦେବ ।ରାମବାବୁ ପ୍ରାଥମିକ ବିଦ୍ୟାଳୟରେ ଚାକିରୀ କରୁଥିବା ସମୟରେ ଅନସୂୟା ଦେବୀଙ୍କୁ ଦିନେ ବି ଉପାସ ରଖିନଥିଲା ।ପୁଅ ଦୁଇ ଦୁଇଟାକୁ ଉଚ୍ଚ ଶିକ୍ଷିତ କରାଇବା ସହ ଜଣକୁ ସୁନା ଦୋକାନ ଆଉ ଜଣଙ୍କୁ ଛାପାଖାନାଟେ କରି ବସାଇ ଦେଲେ । ରାମବାବୁ ଚାଲିଯିବା ପରେ ଦୁଇ ଭେଣ୍ଡିଆ ପୁଅ ଥାଇ ମାଗି ଖାଉଛି ଅନସୂୟା ଦେବି । ରାମବାବୁ ଚାକିରୀ କରିଥିବା ସମୟରେ କେତେ କାହାକୁ ସାହାଯ୍ୟ କରିଥିଲେ ତାହାର ହିସାବ ନାହିଁ । ଗାଁ ରଘୁନାଥର ପେଟ ଅପରେସନ ବେଳେ ତାକୁ କେତେ କଣ ସାହାଯ୍ୟ କରିଥିଲେ ଯେ ସେ ଆଜି ଯାଏ ଦେବତା ଭଳି ପୂଜେ । ଖାଲି ସେ କଣ ଗାଁ ଲୋକେ ବି ରାମବାବୁଙ୍କୁ ଚଳନ୍ତି ଦେବତା ବୋଲି କହନ୍ତି । 

    ରଘୁନାଥ, ଅନସୂୟା ଦେବୀଙ୍କ ଏ ଅବସ୍ଥା ଦେଖି କଟକ ସହରର ଗୋଟେ ବୃଦ୍ଧାଶ୍ରମରେ ଛାଡି ଦେଲା ଯେ ସେହିଠାରେ ସେ ବାକିତକ ଜୀଵନ କାଟୁଛି ।ସେହି ଦିନୁ ବୃଦ୍ଧାଶ୍ରମ ଅନସୂୟା ଦେବୀଙ୍କ ଶେଷ ସାହାରା ।ଆଜି ହଠାତ ବୃଦ୍ଧାଶ୍ରମ ରେ ପୁଅ ବୋହୂ ନାତି ନାତୁଣୀକୁ ଦେଖି ଚକିତ ହେଲେ ଅନୁସୟା ଦେବୀ ।କିନ୍ତୁ ବୃଦ୍ଧାଶ୍ରମର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅମୂଲ୍ୟ ବାବୁ ଟିକିଏ ଖୁସି ହୋଇଗଲେ ।ସେ ମନେ ମନେ ଭାବୁଥିଲେ ଯାହା ହେଉ ମାଆ ପ୍ରତି ଟିକିଏ ସ୍ନେହ ଅଛି ଦୁଇ ପୁଅର ।କାଲି "ମାତୃ ଦିବସ" ବୋଲି ଆଜି ଦେଖା କରିବାପାଇଁ ଆସିଛନ୍ତି।କିନ୍ତୁ ତାଙ୍କର ଭାବନା ବ୍ୟର୍ଥ ଥିଲା । ପ୍ରକୃତରେ ଦୁଇ ପୁଅ ବୋହୂ ଆସିନଥିଲେ ମାଆକୁ ଦେଖା କରିବାକୁ , ସେ ତ ଆସିଥିଲେ କିଛି ବ୍ୟାଙ୍କ ପେପର ଉପରେ ଦସ୍ତଖତ କରିବାକୁ ଯାହାକି ରାମବାବୁ ଚାକିରୀ ସମୟରେ ରଖିଥିବା ସ୍ତ୍ରୀ ନାଁ ରେ କିଛି ଟଙ୍କାକୁ ଭାଗ ବାଣ୍ଟ କରିପାରିବେ । କିନ୍ତୁ ଏ କଣ ମାଆ ସବୁତକ ଟଙ୍କା ଲେଖିଦେଲେ ଅମୂଲ୍ୟ ବାବୁଙ୍କ ସେହି  ବୁଦ୍ଧଶ୍ରମ ନାଁ ରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy