STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

3 mins
223


ଡ୍ରେସିଂ ଟେବୁଲ ଆଗରେ ଦିବା ନିଜକୁ ଦେଖି ଚାଲି ଗଲା ଦୁଇ ବର୍ଷ ତଳକୁ।


ବାହାଘରର ଦୁଇ ମାସ ପରେ ଥରେ ସକାଳୁ ପ୍ରତ୍ୟୁଷ ରସିକିଆ କରି କହିଲେ,ପ୍ରତିଦିନ ଗାଧୋଇ ଆସି ତୁମେ କାଇଁକି ଆଗ ସିନ୍ଦୁର ଲଗାଅ ଦିବା !


ଲାଜୁଆ ହସ ଫିଙ୍ଗି ଦିବା କହିଲା,ତୁମକୁ ପ୍ରତିକ୍ଷଣେ ମୋ ଭିତରେ ଅନୁଭବ କରିବି ବୋଲି।


ଏମିତି ଏକା କାମ ଡେଲି କରିବାକୁ ତୁମକୁ ଚିଡି ଲାଗେନି ?


ଚିଡି ! କାଇଁକି ! ବରଂ କୁହ ଖୁବ୍ ଗୋଟେ ଖୁସି ଛୁଏଁ।


ତୁମେ ହେବନି ଦିବା।ୟୁ ଆର୍ ଏ ଶୋ ଟିପିକାଲ ଲେଡି।

ସିନ୍ଦୁର ଗୋଟେ ଓଲଡ଼ ଫ୍ୟାସନ୍।


ହେଉ ହେଲା।ଏଇ ସିନ୍ଦୁର ଉପରେ ମୋର ପିଲାଦିନର ଗୋଟେ ମଜାଳିଆ କାହାଣୀ ଅଛି।


ଭାଉଜ ଓ ମା ଙ୍କ ସିନ୍ଦୁର ଲଗା ଦେଖି ମୁଁ ବି ଠୋପାଟିଏ ଲଗାଇବାକୁ ଭାରି ଇଚ୍ଛା କଲି।ମାତ୍ର ବାଡୁଅ ଝିଅକୁ ସିନ୍ଦୁର ନାଇଁବା ମନା ।ବାହା ହେଲେ ସିନ୍ଦୁର ଲଗାନ୍ତି ବୋଲି ସେମାନେ କୁହନ୍ତି ।ମୋର ସିନ୍ଦୁର ଲଗାଇବା ମନ ମଉଳି ଯାଏ।


ମୁଁ କେଉଁ ଦିନ ବାହା ହେବି !


ଭାଉଜ ଆଖି ନଚେଇ କୁହନ୍ତି ,ଆରେ ଆଠ ବର୍ଷରୁ ଏତେ ଅଠର ହେଲେ ହେବ କେତେ ?


ଗୋଡ଼ ବାଡେଇ କାନ୍ଦି କୁହେ ମୁଁ ବାହା ହେବି , ମୋତେ ବାହା କର।


ମା ମୋତେ କୋଳକୁ ନେଇ କୁହନ୍ତି ମୋ ଦିବା ପାଠ ପଢିବ,ବଡ଼ ହେବ, ଆମେ ତାକୁ ଗୋଟିଏ ରାଜ କୁମାର ସଙ୍ଗେ ବାହା ଦେବୁ।


ଏ.. ଏ.. ପାଠ ପଢି ବଡ଼ ହେଲେ ମୁଁ ବାହା ହେବି ସିନ୍ଦୁର ନାଇଁ ବି କହି ନାଚୁଥିଲି।


ଓହୋ ଏମିତି କଥା।ଆମ ଦିବା ଦିବ୍ୟ ସୁନ୍ଦରୀ ଙ୍କ ସିନ୍ଦୁର ଲଗା ଗହନ କଥା ଏମିତି!


ଚିଡାଅନି କହୁଛି, ପିଲା ବେଳେ ଏମିତି କହୁଥିଲି ନା..


ସତ କିନ୍ତୁ ଏଇଆ ପ୍ରତ୍ୟୁଷ ,ଏ ସିନ୍ଦୁର ଠୋପାଟି ଗୋଟେ ଝିଅର ପରିଚୟ,ରଙ୍ଗ ଢଙ୍ଗ ସବୁ ବଦଳେଇ ଦିଏ।ଝିଅରୁ ବୋହୁ,ସ୍ତ୍ରୀ ଓ ମା କରିଦିଏ।


ପରମାନେଟ୍ ଆ ଇ ଡି ଏଇଟି।


ମଥା ଆକାଶରେ ଏଇ ନାଲି ସୂର୍ଯ୍ୟଟି ଉଇଁଲେ ମୋ ଜୀବନ ହସେ। ପ୍ରେମ ବୋହି ପଡେ ମହୁ ଥୋପା ପରି।


ମଥା ତୁମର ଆକାଶ!


ଏଇ ନାଲି ସୂର୍ଯ୍ୟଟି କିଏ?


ଓହୋ କେତେ ଜାଣି ଛୋପରା ହେଉଛ ମ।


ପ୍ଲିଜ଼ ପ୍ଲିଜ କୁହ।


ଏଇ ଠୋପାଟି ହେଉଛ ତୁମେ।ଏ ସିନ୍ଦୁର କହୁଛି ଦିବା ପ୍ରତ୍ୟୁଷର।


ଆଛା କହି ନିଜ ଆଡକୁ ଦିବାକୁ ଟାଣିନେଲେ ପ୍ରତ୍ୟୁଷ।


 ହଁ ତ। ଏଇ ମୋର ଅଭିମାନ, ଗର୍ଵ, ସ୍ୱାଭିମାନ ଓ ପରିଚୟ।


ତୁମେ ସିନ୍ଦୁର ରୂପୀ ସୂର୍ଯ୍ୟ ମୁଁ ତୁମ ପୃଥିବୀ।ତୁମ ଆଲୋକ ରେ ଆଲୋକିତ।


ନାରୀ ଜୀବନ ର ସବୁଠାରୁ ଦାମୀ ଅଳଙ୍କାର ଏଇ ମଙ୍ଗଳ ସୂତ୍ର ଓ  ସିନ୍ଦୁର ଠୋପା।


ପ୍ରତ୍ୟେକ ବିବାହିତ ନାରୀ ତା ପତିର ଶୁଭ ମନାସି ଏ ସିନ୍ଦୁର ଠୋପାଟି ପିନ୍ଧିଥା ଲନ୍ତି।ସିନଥି ଓ ମଥା ସିନ୍ଦୁର ପାଇଁ ଚମକନ୍ତି।


ସବୁ ସିମନ୍ତିନି ଙ୍କର ସୁନ୍ଦର ପ୍ରତି ଅହେତୁକ ଦୁର୍ବଳତା ରହିଛି।


ସୋ ସୁଇଟି ମାଇଁ ଡାର୍ଲିଂଗ।


ଆହୁରି ଜାଣିଛ ଏ ସିନ୍ଦୁର ମୋ ବଡ଼ି ଗାର୍ଡ।ରକ୍ଷା କବଚ।ଏଇ ଠୋପାଟି ଦେଖିଦେଲେ କେତେ ଡାହାଣା ଆଖି ଭୟ ପାଇ ପଛକୁ ପାଦ ପକାନ୍ତି।


ସେଦିନ ସମୁଦ୍ର କୂଳେ ମନେ ନାହିଁ, ବଦମାସ ଜଣେ ଫଲୋ କରୁଥିଲା। ମୁଁ ଯେମିତି ପଛକୁ ଚାହିଁ ଦେଇଛି ସରି ଭାବି ଜୀ କହି କେମିତି ପଳେଇଲା!


ହଁ ହଁ ମନେ ଅଛି।


ଡ୍ରେସିଂ ଟେବୁଲରେ ମୁହଁ ଦେଖି ଦିବା ଅଣ୍ଡାଳୁଥିଲା ଇପ୍ସିତ ସିନ୍ଦୁର ଠୋପାକୁ।ଆଙ୍ଗୁଠି ଅନୁଭବ କରୁଥିଲେ ପ୍ରତ୍ୟୁଷଙ୍କୁ।ଆଖି ଆକାଶରେ ଆଷାଢ଼ ଟଳ ମଳ।


ଓଃ ପ୍ରତ୍ୟୁଷ ! କାଇଁକି ଏମିତି କଲ ? ମୋର କେବଳ ପୁରୁଣା ରଙ୍ଗ ଢଙ୍ଗ ଆଳ ଦେଖାଇ ପର କରିଦେଲ?


ବିବାହ ଲଭ୍ ହେଇ ଆରେଞ୍ଜ୍ ଏହା ଏକ ସାମାଜିକ ବନ୍ଧନ।ଦୁଇ ଆତ୍ମାର ସାମାଜିକ ସ୍ୱୀକୃତି।ମୁଁ ଯଦି ପସନ୍ଦ ନଥିଲି ,ମନା କରି ଦେଇଥାନ୍ତ।କିନ୍ତୁ ବିବାହ କରି ଦୁଇ ବର୍ଷ ପରେ ,ଏଇଟା ମଫୁ।ମୋ ସହ ପାଦ ମିଳେଇ ଚାଲି ପାରୁନି।ୟାକୁ ବିବାହ କରି ମୋ ଜୀବନ ବର୍ବାଦ ହୋଇଗଲା।ଶାଢ଼ୀ ପିନ୍ଧିବ,ସିନ୍ଦୁର ପିନ୍ଧିବ।ବେକାର ଓଲଡ୍ ମଡେଲ୍। 


ସତ କିନ୍ତୁ ତୁମେ ଗୋଟେ ଝିଅକୁ ଭଲ ପାଉଥିଲ।ସେ କିନ୍ତୁ ତୁମକୁ ଅଗ୍ରାହ୍ୟ କରିବାରୁ ମୋତେ ବିବାହ କଲ।ଏବେ ସେ ବିଶ୍ୱ ସୁନ୍ଦରୀ ତୁମକୁ ଚାହୁଁଛି।ଏଣୁ ତୁମେ ମୋ ଠାରୁ ମୁକ୍ତି ପାଇଁବାକୁ ଚାହୁଁଛ।କିଛି ବି ବାହାନା କରି ତୁମେ ମୋଠୁ ଡିଭୋର୍ସ ଚାହୁଁଛ।


ପ୍ରତ୍ୟୁଷ ! ବିବାହ ତୁମ ଆଖିରେ ଗୋଟେ ଖେଳ ଘର।ସ୍ତ୍ରୀ ବର୍ଜ୍ୟ ବସ୍ତୁ !!


ଦୁଇ ବର୍ଷ ର ସମ୍ପର୍କ ଆମର।କେମିତି ଭୁଲିବ ରାତିର ଏ ସାଥୀ କୁ ।କଡ଼ ଲେଉଟାଇଲେ ମୋ ଦେହର ବାସ୍ନା ମନେ ପଡିବ ନାହିଁ? ଦିଶିବ ନାହିଁ ମୋ ମଥା "ସିନ୍ଦୁର ଠୋପା।"ଏଇ ସିନ୍ଦୁର ଭିତରେ ତୁମେ ମୋ ସିଂଥିରେ ଝଟକୁ ଥାଏ।ମନେ ଅଛି ଏକଥା କହିଥିଲି।


ଏତେ ପ୍ରେମ କଣ କେବଳ ଛଳନା ଥିଲା?ମୁଁ କେମିତି ଜାଣି ପାରିଲି ନାହିଁ ମୋ ପ୍ରତି ତୁମର ପ୍ରେମ ନଥିଲା।କେବଳ ଗୋଟେ ଭୋଗ୍ୟ ବସ୍ତୁ ପରି ମୋତେ ଭୋଗ କରୁଥିଲ। କେତେ ପ୍ରତିଶ୍ରୁତି ! ସେ ବି ସବୁ ମିଛ! ମୁଁ ନା ରୀ ସର୍ବସ୍ୱ ଦେଇ ପାରେ; କିନ୍ତୁ ମୋ ପ୍ରେମକୁ ଭାଗ କରି ପାରିବି ନାହିଁ।ତୁମ ପ୍ରତାରଣା ମୋର ଅସହ୍ୟ।କଣ ଲେଖିଛ କୋର୍ଟରେ ମୋ ବିପକ୍ଷରେ ? ମୁଁ ନଷ୍ଟ ଚରିତ୍ରା!ମୋର ବିଜନ ମୋ ପିଲାଦିନ ସାଙ୍ଗ ସହ ଗୁପ୍ତ ସମ୍ପର୍କ ଅଛି?


ଛିଃ ଛିଃ ପ୍ରତ୍ୟୁଷ! ତୁମେ ଅମଣିଷ। ଲମ୍ପଟ। ନିଜ ପ୍ରେମିକାକୁ ମ୍ୟାରେଜ କରିବ ବୋଲି ମୋତେ ନଷ୍ଟ ଚରିତ୍ରା କରି ଦେଲ? ଥରେ ତ କହି ଦେଖିଥାନ୍ତ ମୁଁ ତୁମ ରାସ୍ତାରୁ ଆପେ ହଟି ଯାଇଥାନ୍ତି।ମୁଁ ତୁମକୁ ଭଲ ପାଏ।ତୁମେ ମୋ ସ୍ୱାମୀ।ତୁମ ସୁଖ ପାଇଁ ସତୀ ଅନୁସ୍ୱୟା ପରି ନିଜେ ତୁମ ବିବାହ କରି ଦେଇ ଥାନ୍ତି।କିନ୍ତୁ ଏତେ ତଳକୁ ଖାସି ଗଲ ?


କେତେ ବୋକା ଥିଲି।ଏ ଦୁନିଆଁର ସବୁଠୁ ସୁଖି ଝିଅଟି ନିଜକୁ ମଣୁଥିଲି।ଏତେ ଲଭିଂ ସ୍ୱାମୀ ପାଇ।କିନ୍ତୁ ମୁଁ କଣ ଜାଣିଥିଲି ତୁମେ ଭିତରେ ଓ ବାହାରେ ଦୁଇଟି ମଣିଷ।ମୁଖା ମଣିଷ।


ଡିଭୋର୍ସ ମୁଁ ତୁମକୁ ଦେଇ ପାରିବି ନାହିଁ।ଏହା ହିଁ ମୋର "ଶେଷ ନିଷ୍ପତ୍ତି"।କିନ୍ତୁ ଲେଖି ଦେଇ ଯାଉଛି ,ତୁମେ ଅନ୍ୟତ୍ର ବିବାହ କଲେ ମୋର ଆପତ୍ତି ନାହିଁ।କେବେ ଜୀବନରେ ବଞ୍ଚିଥିବା ଯାଏ ତୁମ ସାମନାକୁ ଆସିବି ନାହିଁ।ଖୁସିରେ ରୁହ।ତୁମ ଠାରୁ ଏ ସହର ଛାଡି ଜୀବନ ସନ୍ଧାନରେ ମୁଁ ଯାଉଛି।ଅବଶ୍ୟ କୁଆଡେ ଯାଉଛି କଣ କରିବି ମୋତେ ଅଜଣା।


ଆତ୍ମା ହତ୍ୟା କରିବିନି ନିଶ୍ଚିନ୍ତ।


କାହିଁକି ଏ ଭାବନା ଗୁଡା ଦୁଇ ବର୍ଷ ହେବ ପ୍ରତ୍ୟୁଷ ଙ୍କୁ ଛାଡି ଆସିଲେ ବି ,ମୋତେ ଛାଡୁ ନାହାନ୍ତି ଯେ !

ସିନ୍ଦୁର ଠୋପା ରେ ହାତ ଦେଉ ଦେଉ ପ୍ରତ୍ୟୁଷଙ୍କ ମୁହଁଟି ଡ୍ରେସିଂ ଟେବୁଲରେ ଦିଶିଗଲା।


ଦିବା ଡ୍ରେସିଂ ଟେବୁଲଟି ଖଣ୍ଡ ଖଣ୍ଡ କରି ଭାଙ୍ଗିଦେଲା ଫୁଲଦାନୀ ପକାଇ।


Rate this content
Log in

Similar oriya story from Tragedy