KAMALKUMAR DASH

Drama Tragedy

3  

KAMALKUMAR DASH

Drama Tragedy

ଶେଷ ଇ ମେଲ

ଶେଷ ଇ ମେଲ

1 min
241



    ଅନିଲ ଓ ଅସୀମl ର ବିବାହ ପ୍ରସ୍ତାବ ପଡିଲା | ଝିଅ ଦେଖା ପରେ ଅନିଲ ଫେରିଗଲା ବାଙ୍ଗାଲୋର ଅନିଲ ଆଟି  ଇଣ୍ଡଷ୍ଟ୍ରି ରେ କlମ କରୁଥିଲା ଓ ଅସୀମା ଏମେ ପରେ ଆଇଏସ ପାଇଁ ପଢା ପଢି କରୁଥିଲା| ଅସୀମା ଅନିଲ ମନକୁ  ଆସିଯାଇଥିଲା , ତେଣୁ ସେ ଅସୀମାକୁ କମ୍ପୁଟର ଶିଖିବାକୁ କହିଲା| ଅସୀମl କମ୍ପୁଟର ଶିଖିଲl ପରେ ଅନିଲ ତା ପାଇଁ ଏକ ମେଲ ଆଇଡି କରିଦେଲା ଓ ତାକୁ ବ୍ୟବହାର କରିବା ଶିଖାଇଦେଲା| ସବୁଦିନ ଅନିଲ ଅସୀମl ପାଖକୁ ମେଲ କରୁଥିଲା ଓ ସେ ତାର ଜବାବ ଦେଉଥିଲା | ଏମିତି ବଢ଼ୁଥିଲା ତାଙ୍କ ଭିତରେ ସମ୍ପର୍କ| ଅସୀମl ରହୁଥିଲା କଟକରେ ଓ ଅନିଲ ବାଙ୍ଗାଲୋରରେ | ଥରେ ଅନିଲ ଭୁବନେଶ୍ୱର ଆସିଲା ତା ସାଙ୍ଗପାଖକୁ ଓ ଅସୀମାକୁ ଡାକିଲା ପୁରୀ ବୁଲିଯିବା ପାଇଁ | ବାହାଘର ଠିକ ହୋଇନଥିଲା ତେଣୁ ତାଙ୍କ ଘରେ ରାଜି ହେଲେନି| ଅନିଲ କଟକ ଗଲା ଓ ଅସୀମାକୁ କଟକ ଚଣ୍ଡୀ ମନ୍ଦିର ଆସିବାକୁ ଅନୁରୋଧ କଲା| ଅସୀମl ଘଣ୍ଟେ ପରେ ଆସି ପହଁଚିଲା ତାସାଙ୍ଗ ସିମି ସହିତ | ମନ୍ଦିର ରେ ଦର୍ଶନ ପରେ  ମିଠା ଭୋଗ ଅନିଲ ଖୁଆଇ ଦେଲ ଅସୀମାକୁ ଆଉ ଡରି ଡରି ଅସୀମ ବି ଗୋଟେ ମିଠା ଅନିଲ କୁ ଖୁଆଇ ଦେଲା| ଅନିଲ ଡାକିଲା ଚାଲ ଡିଅର ପାର୍କ ବୁଲିଯିବା, ହେଲେ ଅସୀମl କହିଲା ଘରେ କାହାକୁ କହିନି ଲେଟହେଲେ ବୋଉ ରାଗିବ | ଅନିଲକହିଲା ଚାଲ ହୋଟେଲ୍ ରେ ଖାଇବା, ସେ କହିଲା ମାଙ୍କ ପ୍ରସାଦ ତ ଖାଇଲେ ଆଉକଣ ଖାଇବା| ତାପର ସମସ୍ତେ ବାରବାଟୀ ପାଖକୁ ଆସିଲେ ଓ ଆଳୁଦମ ଦହିବରା ଖାଇଲେ | ଅନିଲ ଅସୀମl କୁ ଦେଖିଲାବେଳେ ସେ ଘଣ୍ଟାକୁ ଦେଖୁଥିଲା ଓ ଅଳ୍ପ ସମୟ ପରେ ସେ ସରି କହି ବାହାରି ଗଲା| ତାଯିବା ବାଟକୁ ଚାହିଁ ରହିଥିଲା ଅନିଲ | 

     ବାଙ୍ଗାଲୋର ଫେରିଗଲା ଅନିଲ | ପହଁଚିଲା ପରେ ଅସୀମା କୁ ରିଂ କଲା ଅନିଲ ହେଲେ ସେ ଉଠାଇଲାନି | ଘଣ୍ଟେ ପରେ ସେ ରିଂ କଲା ଓ କହିଲା ବାଥ ରୁମ ରେ ଥିଲି ଓ ସରି କାମ ଆଛି କହି ଫୋନ କାଟିଦେଲା | ଅନିଲ ଟିକେ ରାଗି ଗଲା ଅସୀମl ଉପରେ |ଅନିଲ ଅସୀମl ର ମେଲ ଆଇଡି ଖୋଲିଲା କାରଣ ସେ ପାସୱାର୍ଡ଼ ଚେଞ୍ଜ  କରିନଥିଲା , ହୁଏତ ତାହା ଜାଣି ନଥିଲା | ଅନିଲ ଦେଖି ଚମକି ଗଲା ସେ ତା ସାଙ୍ଗ ଙ୍କୁ ଅନିଲ ର ପାଠ ପଢା ଓ ଚାକିରୀ ବିଷୟରେ ବୁଝିବାକୁ ଲେଖିଥିଲା ଓ ଆଉ କିଛି ସାଙ୍ଗ ଙ୍କୁ ସେ କେମିତି ପିଲା ଓ ତାଙ୍କ ଝିଅ ସାଙ୍ଗ ନ୍କ ବିଷୟରେ ବୁଝି ବାକୁ ଲେଖିଥିଲା | ଅନିଲ ସହଜରେ ଏ କଥା ବିଶ୍ୱାସ କରିପାରିଲାନି ସେ ଅସୀମl କୁ ଶେଷ ମେଲ କଲl ଗୁଡ଼ ବାୟ ଡ଼ିଅର | ସେ ଅସୀମା ର ନମ୍ବର ବୁ ବ୍ଲକ କରିଦେଲା |ଅସୀମା ଅନେକ ଥର କଥା ହେବl କୁ ଚେଷ୍ଟା କଲା ତା ସାଙ୍ଗ ମାନ ଙ୍କ ସାହାଯ୍ୟରେ ହେଲେ କିଛି ଫଳ ହେଲାନି | 


Rate this content
Log in

Similar oriya story from Drama