Subrat Patnaik

Drama Others

3  

Subrat Patnaik

Drama Others

ଶେଷ ଚିଠି

ଶେଷ ଚିଠି

2 mins
23.4K



ରାଜୀବ ଆଉ ଶ୍ଵେତାର ଆଜି ଡିଭୋର୍ସ । ତେବେ ରାଜୀବ ପେପରରେ ନିଜ ସାଇନ କରିବା ଆଗରୁ ଶ୍ଵେତାକୁ ନିଜ ର ଶେଷ ଚିଠି ଦେଇଥିଲା । ସେଇ ଚିଠିରୁ କେଇ ପଂକ୍ତି ମୁଁ ଆପଣଙ୍କ ସହ ସେୟାର୍ କରୁଛି । ଆଶା କରେ ଆପଣ ପସନ୍ଦ କରିବେ ।



ଆଜିର ଏହି ସମୟରେ ମୁଁ କ୍ଲାନ୍ତ । ଆଜି ମୁଁ ନିଜ ଜୀବନକୁ କାହା ଆଗରେ ଆଉ ବର୍ଣ୍ଣନା କରିବାକୁ ଚାହୁଁନି, ନା କାହା ଉପରେ ମୋ ରାଗ ଆଉ ନା କାହା ଠୁ କୌଣସି ଆଶା କି ଉପେକ୍ଷା ।


ଜୀବନରେ ଏମିତି ଏକ ସମୟ ଆସିବ ଯୋଉଠି ମୋତେ ନିଜର ସବୁ ଭବିଷ୍ୟ ଅନ୍ଧକାରମୟ ଲାଗିବ କେବେ ବି ଭାବି ନଥିଲି । ଭବିଷ୍ୟରେ ହେଇପାରେ ମୁଁ ଅନେକ ସଫଳତାକୁ ସ୍ପର୍ଶ କରିବି, କିନ୍ତୁ ସେ ଖୁସିକୁ ମୁଁ କାହା ସହ ବାଣ୍ଟି ପାରିବି ନାହିଁ ।


ଆଜି ଆମେ ସମୟର ଅପରାହ୍ନରେ ପହଂଚି ଯାଇଛେ । ବୋଧହୁଏ ଏହା ପରେ ଏହି ଅପରାହ୍ନରେ ପୂର୍ଣ୍ଣଚ୍ଛେଦ ପଡିବ ଆଉ ନା ହିଁ କୌଣସି ସମସ୍ୟାର ସମାଧାନ ରାସ୍ତା ଖୋଲିବ । ତୁମ ଦୃଷ୍ଟିରେ ମୁଁ ଆଜି ସମ୍ପୂର୍ଣ୍ଣ ରୂପେ ଦାୟୀ । ମୋ ଭଲପାଇବା ଆଜି ତମ ପାଇଁ ବୋଧେହୁଏ ଅଲୋଡା । ବିଶ୍ବାସ ବି କରିପାରୁନି ଯେ ଯୋଉ ସମ୍ପର୍କକୁ ଗଢ଼ିବା ପାଇଁ ଆମେ ଦି ଜଣ ସଂଘର୍ଷ କରି ଥିଲେ ତାକୁ ଆଜି ନିଜ ହାତରେ ମାରିବାକୁ ଭି ପଛାଇନାହାନ୍ତି । ମୁଁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲି ତୁମକୁ ନିଜ ପାଖକୁ ନେଇ ଆଣିବାପାଇଁ କିନ୍ତୁ ପ୍ରତି ଥର ତୁମ ପାଖରେ ହାରିଛି । ଭାବିଥିଲି ଯେ ତୁମ ମନରେ ପୁଣି ଥରେ ନିଜକୁ ପ୍ରତିପାଦିତ କରିବି, କିନ୍ତୁ ଏହା ମୋର ଭ୍ରାନ୍ତ ଧାରଣା ଥିଲା । ମୁଁ ପାରିଲିନି,ଆଉ ମୁଁ ପାରୁ ନାହିଁ । ଜୀବନରେ ପ୍ରତି ସମୟ, ପ୍ରତି ଦିନ ଆଉ ପ୍ରତି କ୍ଷଣ ମୁଁ ମରି ମରି ବଞ୍ଚି ପାରୁନି । ଆତ୍ମାକୁ ମୋକ୍ଷର ଦରକାର ଭଲି ଆଜି ମୋତେ ମୋ ସ୍ଵାଧୀନତାର ଆବଶ୍ୟକତା ରହିଛି ।



ମୁଁ ଜାଣେ ଯେ ଏହି ନିଷ୍ପତ୍ତି ଦୁହିଁଙ୍କ ମନରେ ଆହୁରି ଅନେକ କଷ୍ଟ ଆଣିବ । କିନ୍ତୁ ଆମକୁ ସେ ସମୟକୁ ଭି ପାର କରିବାକୁ ହବ । ଏବଂ ମୋର ବିଶ୍ବାସ ଯେ ତୁମେ ପାରିବ । ମୋ ବିନା ଯଦି ତୁମେ ଖୁସିରେ ରହି ପାରିବ ତେବେ ତମ ଖୁସି ପାଇଁ ମୁଁ ତାକୁ ଭି କରିବି । ତୁମେ ଖୁସିରେ ରୁହ ଆଉ ଅନେକ ସଫଳତାକୁ ସ୍ପର୍ଶ କର ଏତିକି ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା । ଅନେକ କିଛି ସ୍ଵପ୍ନ ବାକି ରହିଗଲା ଯାହା ଆମେ କେବେ ପରସ୍ପର ଦେଖି ଥିଲେ ।



ହଉ.. ରହିଲି... ।


Rate this content
Log in

More oriya story from Subrat Patnaik

Similar oriya story from Drama