ଶେଷ ଚିଠି
ଶେଷ ଚିଠି
ଦିୱାଲୀ ପାଇଁ ଘର ସଫା କରୁ ଥିବା ବେଳ ସୋମେଶ କୁ ଏକ ଚିଠି ମିଳିଲା ସଙ୍ଗୀ ତାର | ଚିଠି ଟି ଦୁଇମାସ ପୂର୍ଵର ଥିଲା | ସଙ୍ଗୀତl ଲେଖିଥିଲା ତାଙ୍କ ଘରେ ବାହା ହେବାକୁ ବାଧ୍ୟ କରୁଛନ୍ତି | ଶେଷଥର ପାଇଁ ସେ ସୋମେଶ କୁମିଶିବାକୁ ଚାହୁଁଚି | ସୋମେଶ କୁ ସେ ଚିଠି ମିଳି ନଥିଲା କାରଣ ପୋଷ୍ଟ ମ୍ୟାନ ଦେଇଥବା ଚିଠିକୁ କିଏ ଝରକାରେ ପୁରାଇ ଦେଇଥିଲା ଓ ଚିଠିଟି ଖଟ ତଳେ ପଡ଼ି ଯାଇଥିଲା | ସୋମେଶ କିଛି ପରୀକ୍ଷାର ପ୍ରିପାରେସନ କରୁଥିଲା (ସେତେବେଳେ ମୋବାଇଲ ନଥିଲା ) ଓ ସଂଗୀତକୁଚିଠି ଲେଖିନଥିଲା | ସୋମେଶ ସଙ୍ଗୀତାର ଘରକୁ ବାହାରିଲା | ସଙ୍ଗୀତାର ସହର ରେ ପହଁଚି ସେ ଶୁଣିଲା କି ସଂଗୀତା ର ବାହାଘର ଠିକ ହୋଇଥିଲା ହେଲେ ଅଧିକ ଯୌତୁକ ମାଗିବl ଯୋଗୁଁ ସଙ୍ଗୀତାର ବାପା ମନl କରିଦେଲେ ଓ ବାହାଘର ଭାଙ୍ଗି ଗଲା | ସେ ନିଜ ସାଙ୍ଗ ସହ ମିଶି ସଙ୍ଗୀତାର ଘରକୁ ଗଲା ଓ ସବୁ କଥାକହିଲା l ତା କାଥା ଶୁଣି ସଙ୍ଗୀତା କାନ୍ଦି ପକାଇ ଓତାର ମl ବି ସବୁ ଶୁଣି ବହୁତ ଖୁସିହେଲେ ଓକହିଲେ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ | କିଛି ଦିନ ପରେ ସୋମେଶ କୁ ଭଲ ଚାକିରୀ ମିଳିଲା ଓ ସଂଗୀତା ସଂଗରେ ବାହାଘର ହେଲା |

