Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Trushna Das

Tragedy


4.7  

Trushna Das

Tragedy


ଶେଷ ଚିଠି

ଶେଷ ଚିଠି

8 mins 80 8 mins 80

ସତ୍ୟବ୍ରତ ଜଣେ ନିରୀହ ବ୍ୟକ୍ତି । ସ୍ତ୍ରୀ ପ୍ରତାରିତ ସ୍ୱାମୀ । ସେ ପଲ୍ଲୀଶ୍ରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । 

ସେ ଦିନ ସୋମବାର । ସକାଳୁ ଖବରକାଗଜ ପଢି ସାରି ବୋଉକୁ ଖାଇବା ମାଗି ତରତର ହୋଇ ବିଦ୍ୟାଳୟ ଯିବା ପାଇଁ ବାହାରୁଥାନ୍ତି ।  


ହଠାତ୍ ଘର କବାଟ ପାଖରେ ଚିଠି ଆସିଛି ବୋଲି ଡାକ ପିଅନ ଆସି କହିଲା ।  


ସତ୍ୟବ୍ରତ ତରତର ହୋଇ ଚିଠି ନେଇ ଆଶ୍ଚର୍ଯ୍ୟ ଆଉ ଚକିତ । ଚିଠି ଉପରେ ଲେଖା ହୋଇଛି ଶେଷ ଚିଠି, ଆଉ ପଠାଇଛନ୍ତି କାବ୍ୟା । କାବ୍ୟା ଆଉ କେହି ନୁହନ୍ତି । ସେ ତାଙ୍କର ପ୍ରତାରଣା କରିଥିବା ସ୍ତ୍ରୀ ।  


ଚିଠି ପଢିବେ କି ନାହିଁ ଭାବୁଥାନ୍ତି । ବୋଉ ମଧ୍ୟ ତାଙ୍କୁ ଚିଠି ପଢିବାକୁ ମନା କରୁଥାନ୍ତି.... କହୁଥାନ୍ତି ସେ ଅଲକ୍ଷଣୀ କାହିଁକି ଆଉ ଥରେ ତୋତେ ଚିଠି ଦେଇଛି ? କଣ ତୋତେ ଏତେ ଦୁଃଖ ଦେଲା ପରେ ତୋ ଜୀବନ ନେଲା ପରେ ସେ ଶାନ୍ତି ପାଇବ?  


ହେଲେ ଶେଷ ଚିଠି ଲେଖା ହୋଇଥିବା ଦେଖି ସତ୍ୟବ୍ରତ ଆଉ ରହି ପାରିନାହାନ୍ତି । ବୋଉଙ୍କ ବାରଣ ପରେ ମଧ୍ୟ ଚିଠି ଖୋଲି ପଢିଛନ୍ତି ।  


ଚିଠିରେ କଣ ଲେଖା ହୋଇଥିଲା କେ ଜାଣ ପଢିଲା ବେଳକୁ ଆଖିରୁ ଲୁହ ଝରଝର ହୋଇ ବହି ଯାଉଛି । ପଢି ସାରି ସାଙ୍ଗକୁ ଗୋଟିଏ ଗାଡି ଭୁବନେଶ୍ୱର ଯିବା ପାଇଁ ଭଡା ଠିକ କରିବାକୁ କହିଛନ୍ତି । ବୋଉ କଣ ହୋଇଛି ପଚାରିବାରୁ କିଛି ନ କହି ଆଲମାରୀରେ ଥିବା ଟଙ୍କା ସବୁ ଧରି ବାହାରିଯାଇଛନ୍ତି । ବୋଉ ରାଗରେ ତମ୍ ତମ୍ ହୋଇ ପାଟି କରୁଥାନ୍ତି ସେ ଅଲକ୍ଷଣୀ ତୋତେ ବର୍ବାଦ କରିଦେବ... । 


ଏତିକିବେଳେ ଗାଡି ଆସି ଘରେ ପହଞ୍ଚି ଯାଇଛି... ସତ୍ୟବ୍ରତ ଗାଡିରେ ବସି ଭୁବନେଶ୍ୱର ଯିବା ପାଇଁ ବାହାରିଛନ୍ତି । ଗାଡିରେ ପୁଣି କାନ୍ଦି କାନ୍ଦି ସେ ଚିଠି ପଢୁଛନ୍ତି । ଚିଠିରେ ଲେଖା ହୋଇଛି :


ମୋର ପ୍ରିୟ ସତ୍ୟବ୍ରତ (ଗେହ୍ଲୁ)

  

   ମୋର ପ୍ରଣାମ ନେବ । ବାପା ମାଆଙ୍କୁ ମୋ ପ୍ରଣାମ ଜଣାଇବ । ମୁଁ ଜାଣିଛି ତୁମକୁ ଗେହ୍ଲୁ କହିବାର କି ଚିଠି ଲେଖିବାର ଆଉ ସେ ଅଧିକାର ନାହିଁ । ମୁଁ ଯେ ଥିଲି ଦିନେ ତୁମର ଗେହ୍ଲି, ହେଲେ ଆଜି ତୁମ ପାଇଁ ସାଜିଛି କଳଙ୍କିନୀ ପତ୍ନୀ । ଗେହ୍ଲୁ ଏ ଯେ ମୋର ଶେଷ ଚିଠି ଦୟା କରି ପଢିବ....ତୁମକୁ ବହୁତ କିଛି କହିବାର ଅଛି ତୁମ ଗେହ୍ଲିର ।  


ଆମ ଭଲ ପାଇବାର ସବୁ ସ୍ମୃତି ମୁଁ ରଖିଛି ସାଇତିକି । ପାଞ୍ଚ ମାସ ତଳେ ମୁଁ ଘର ଛାଡିଲା ବେଳକୁ ତୁମେ ମୋତେ କହିଥିଲ ତୁମେ ମୋତେ ଆଉ ଜୀବନରେ ଦେଖିବାକୁ ଚାହଁ ନାହିଁ । କାରଣ ମୋର ଆଉ ଡାକ୍ତର ଆକାଶଙ୍କ ଭିତରେ ଅନୈତିକ ସମ୍ପର୍କ ଥିବାର ପ୍ରମାଣ ତୁମେ ପାଇଥିଲ । ସେତେବେଳେ ତୁମେ ପ୍ରମାଣ ପାଇ ମଧ୍ୟ ତୁମେ ତାହାକୁ ବିଶ୍ୱାସ କରିନଥିଲ । ମୋତେ ବାରମ୍ବାର ପ୍ରଶ୍ନ କରୁ ଥାଅ ଗେହ୍ଲି ସତ କୁହ.... ଏ ସବୁ ସତ ନୁହେଁ ନା । କିନ୍ତୁ ମୁଁ ପାପୀ ତୁମକୁ ଆମ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ପ୍ରଶ୍ନ ଦାଗ ଲଗାଇ ଆକାଶଙ୍କ ହାତ ଧରି କହିଥିଲି ମୁଁ ଆକାଶଙ୍କୁ ଭଲ ପାଉଛି । ତାଙ୍କ ସହ ରହିବାକୁ ଚାହୁଁଛି । ତୁମ ମୋର ସମ୍ପର୍କରେ ମୁଁ କଳଙ୍କର ଛିଟା ଲଗାଇଛି । ତୁମ ପାଇଁ ମୁଁ ସାଜିଛି ଆଜି କଳଙ୍କିନୀ । ମୁଁ ନିଜେ ମାରି ଦେଇଛି ଆମର ସମ୍ପର୍କକୁ ଆଉ ଭଲ ପାଇବାକୁ... ସାଜିଛି କଳଙ୍କିନୀ.... ପ୍ରତାରଣା ....ଛଳନାମୟୀ ସ୍ତ୍ରୀ ।  


ସେଦିନ ମୋତେ ତୁମେ ବାରମ୍ବାର ପଚାରୁଥାଅ କାହିଁକି ମୁଁ ତୁମ ସହ ପ୍ରତରଣା ଛଳନା କଲି.... କଣ ତୁମର ଭୁଲ ଥିଲା....କହୁଥାଅ ଏ କାବ୍ୟା, ମୋ ଗେହ୍ଲି ତୁମେ ମୋତେ ମିଛ କହୁଛ ନା...ମୋ ସହିତ ମଜା କରୁଛ ନା... । ଥରୁଟିଏ ମୋତେ ସତ କହି ଦିଅ.... । 


ହେଲେ ମୁଁ ତମକୁ ସମସ୍ତଙ୍କ ସାମନାରେ ଅପମାନ କରି ଆକାଶଙ୍କ ହାତ ଧରି ସେଠାରୁ ପଳାଇ ଆସିଥିଲି । ଆଜି ମୁଁ ଏ ଚିଠିରେ ତୁମର ସେଦିନର ସବୁ ପ୍ରଶ୍ନୋତ୍ତର ଦେବି ।  


ଏତିକି ପଢୁ ପଢୁ ସତ୍ୟବ୍ରତ ଅତୀତର ଭାବନରେ ବୁଡି ଯାଇଛନ୍ତି । କାବ୍ୟା ସହ ତାଙ୍କର କଲେଜରେ ଦେଖା ହୋଇଥିଲା କାବ୍ୟା ଗୋଟିଏ ଧନୀ ଘରର ଝିଅ । ପାଠ ବେଶୀ ଭଲ ହେଉ ନ ଥାଏ । ସତ୍ୟବ୍ରତ ଗୋଟିଏ ମଧ୍ୟବିତ୍ତ ପରିବାରର ପୁଅ । ସେ ଜଣେ ମେଧାବୀ ଛାତ୍ର । ନିଜେ ପାଇ ଥିବା ମେଧାବୃତ୍ତିରେ ସେ ପାଠ ପଢୁଥିଲେ ।  


ସତ୍ୟବ୍ରତ ଟଙ୍କା ଅଭାବ ଯୋଗୁଁ ବହି କଣି ପାରୁ ନ ଥିଲେ । କଲେଜ ଲାଇବେରୀରେ ବସି ସେ ପଢୁଥିଲେ । ଦିନେ କଲେଜରେ ସାର କାବ୍ୟାଙ୍କୁ ପଢା ନେଇ ଗାଳି ଦେଇ ଥିବାରୁ କାବ୍ୟା ଲାଇବେରୀରେ ମନ ଦୁଃଖରେ ବସିଥାନ୍ତି । ସେତିକି ବେଳେ ସତ୍ୟବ୍ରତ ତାଙ୍କୁ ସାହାଯ୍ୟର ହାତ ବଢାଇ ଥିଲେ । କାବ୍ୟାଙ୍କୁ ପାଠ ବୁଝାଉ ଥିଲେ ।  


ଦୁହେଁ ଆସ୍ତେ ଆସ୍ତେ ଦୁହିଁଙ୍କୁ ଭଲ ପାଇବାକୁ ଲାଗିଲେ । କଲେଜ ଡିଗ୍ରୀ କରିବା ପରେ କାବ୍ୟା ଓ ସତ୍ୟବ୍ରତ ଦୁହେଁ ଏକା ସାଙ୍ଗରେ କମ୍ପ୍ୟୁଟରରେ ପି.ଜି.ଡି.ସି.ଏ. କଲେ । ସତ୍ୟବ୍ରତ ତା ସହିତ ସି. ଟି କଲେ ।  

ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆହୁରି ନିବିଡ଼ ହୋଇ ଚାଲିଲା ।  


ସିଟି ପରେ ସତ୍ୟବ୍ରତ ଶିକ୍ଷକ ଚାକିରୀ ପାଇଗଲେ । ଏବେ କାବ୍ୟା ଆଉ ସତ୍ୟବ୍ରତ ଦୁହେଁ ଦୁହିଁଙ୍କୁ ଦେଖିବା ପାଇଁ ବାହାନା ଖୋଜୁଥାନ୍ତି । କେତେବେଳେ ମନ୍ଦିରରେ, ତ କେତେବେଳେ ପାର୍କରେ, ତ କେତେବେଳେ ସାଙ୍ଗର ବାହାଘର ପାର୍ଟିରେ ତ, ଜନ୍ମଦିନ ପାର୍ଟିରେ ଦେଖା କରୁଥାନ୍ତି । ରାତିରେ ବି ଭିଡିଓ କଲରେ ମଧ୍ୟ ଗାଥା ଆରମ୍ଭ କରି ଦେଇଥାନ୍ତି । ସତ୍ୟବ୍ରତ କାବ୍ୟାଙ୍କୁ ନେଇ ନିଜ ମାଆ ବାପାଙ୍କ ସହ ଦେଖା କରି ସବୁ କହିଛନ୍ତି । ତାଙ୍କ ମାଆ ବାପା ମଧ୍ୟ କାବ୍ୟାଙ୍କୁ ନିଜ ଭାବି ବୋହୂ ରୂପେ ଗ୍ରହଣ କଲେ ।  


ହଠାତ୍ ଦିନେ କାବ୍ୟାଙ୍କ ଘରକୁ ତାଙ୍କ ବାପାଙ୍କ ସାଙ୍ଗ ଆସି ତାଙ୍କ ପୁଅ ଆକାଶ ସହିତ କାବ୍ୟାଙ୍କ ବିବାହ ପ୍ରସ୍ତାବ ଦେଲେ । ଏହା ଶୁଣି କାବ୍ୟାଙ୍କ ବାପା ପୁରା ଖୁସି ହୋଇ ଗଲେ ଏବଂ ପ୍ରସ୍ତାବରେ ରାଜି 

ହୋଇଗଲେ ।  


କିନ୍ତୁ କାବ୍ୟା ମାଆଙ୍କୁ ବିବାହ ପାଇଁ ମନା କରିଦେଇ ସତ୍ୟବ୍ରତଙ୍କ ବିଷୟରେ କହିଥିଲେ । ସତ୍ୟବ୍ରତ କଥା ବାପା ଜାଣି କାବ୍ୟାଙ୍କୁ କହିଲେ ସତ୍ୟବ୍ରତ ଜଣେ ସାଧାରଣ ଶିକ୍ଷକ । ସେ କଣ ତୋତେ ଖୁସିରେ ରଖି ପାରିବ । ଆକାଶ ଗୋଟିଏ ଡାକ୍ତର । ତାର ପରିବାର ବହୁତ ଭଲ ।  


ହେଲେ କାବ୍ୟା ସତ୍ୟବ୍ରତଙ୍କୁ ବିବାହ କରିବାକୁ ଜିଦି କଲେ । ବାଧ୍ୟ ହୋଇ କାବ୍ୟାର ବିବାହ ମନ୍ଦିରରେ କରାଇ ଝିଅ ସହ କୌଣସି ସମ୍ପର୍କ ରଖିଲେ ନାହିଁ । କହିଲେ ତୁ ଆଜିଠାରୁ ଆମ ପାଇଁ ମରିଗଲୁ ।  


ବିବାହ ପରେ କାବ୍ୟା ଶାଶୁଘରେ ବହୁତ ଖୁସିରେଥାନ୍ତି । ଶାଶୁ ଶଶୁର ବାପା ମାଆ ଭଳି ସ୍ନେହ କରୁଥାନ୍ତି । ସତ୍ୟବ୍ରତ ତ ଏତେ ସ୍ନେହୀ ଲୋକ ଯେ କହିବା ନାହିଁ । ବେଳେବେଳେ ବାପା ମାଆ କଥା ଭାବି ମନ ଶୁଖାଇଲେ ସତ୍ୟବ୍ରତ କୁହନ୍ତି ଗେହ୍ଲି କଣ ହୋଇଛି । ତୁମେ କାନ୍ଦିଲେ ମୁଁ ସହି ପାରିବିନି । ତୁମେ ମୁହଁ ଶୁଖେଇଲେ ମୁଁ ମରିଯିବି । ମୁଁ ତୁମ ବିନା ବଞ୍ଚି ପାରିବିନି । ତୁମେ ତୁମ ଗେହ୍ଲୁକୁ ଛାଡି କେବେ କୁଆଡ଼େ ଯିବ ନି ତ... । ବାପା ମାଆଙ୍କ ପାଇଁ ବ୍ୟସ୍ତ ହୁଅନାହିଁ । ଆମର ଗୋଟିଏ ପିଲା ହୋଇଗଲେ ସେମାନେ ଦେଖିବ ରାଗ ଛାଡ଼ି ଆମକୁ ଗ୍ରହଣ କରିନେବେ ।  


ପୁଣି ସତ୍ୟବ୍ରତ ବେଳେ ବେଳେ ଟଙ୍କା ନାହିଁ ବୋଲି ମନ ଦୁଃଖ କରି କୁହନ୍ତି ଗେହ୍ଲି ତୁମେ ବହୁତ କଷ୍ଟ ପାଉଛ ନା... ଏଠି ମୁଁ ତୁମକୁ ତୁମ ବାପଘର ପରି ଜିନିଷ ଆଣି ଦେଇ ପାରୁ ନାହିଁ । ସେତେବେଳେ କାବ୍ୟା ବୁଝାଇ କହିଥାନ୍ତି... ମୋର ଜିନିଷପତ୍ର, ଟଙ୍କା ପଇସା ଦରକାର ନାହିଁ... ତୁମ ପରି ଭଲ ପାଉଥିବା ସ୍ୱାମୀ ଆଉ ଏତେ ସ୍ନେହୀ ଶାଶୁ ଶଶୁର ମୁଁ ପାଇ ବହୁତ ଖୁସି । ଏମିତ ଭଲ ବୁଝାମଣା ଆଉ ହସ ଖୁସିରେ ଦିନ କଟୁ ଥାଏ ଦୁହିଁଙ୍କର ।  


ବାହାଘର ସାତ ମାସ ପରେ କାବ୍ୟା ଆଉ ସତ୍ୟବ୍ରତଙ୍କ ଜଣେ ସାଙ୍ଗର ବାହାଘର ଭୁବନେଶ୍ୱରରେ ହେଲା । ବିଦ୍ୟାଳୟରୁ ଛୁଟି ନ ପାଇବାରୁ ସତ୍ୟବ୍ରତ ସେଠାକୁ ଯାଇ ପାରି ନ ଥିଲେ । କେବଳ କାବ୍ୟା ବାହାଘରକୁ ଯାଇଥିଲେ ।  


ସେଠାରେ ଏମିତି କଣ ହେଲା ସତ୍ୟବ୍ରତ କିଛି ବୁଝି ପାରିଲେ ନାହଁ । ଦୁଇ ଦିନ ପାଇଁ କହି କାବ୍ୟା ସେଠାରୁ ଦଶ ଦିନ ପରେ ଆସିଲେ । ତା ପରେ ସବୁବେଳେ ଫୋନରେ ବ୍ୟସ୍ତ ରହିଲେ । ସତ୍ୟବ୍ରତଙ୍କ ସହ ସବୁବେଳେ କଳି ଝଗଡ଼ା ଲାଗିଲେ । ଶାଶୁ ଶଶୁରଙ୍କୁ ଖରାପ ବ୍ୟବହାର କଲେ । ଯେମିତିକି ଭୁବନେଶ୍ୱରରୁ କାବ୍ୟା ନୁହେଁ ଆଉ କେହି ଆସିଛନ୍ତି ।  


ଏମିତି ପୁରୁଣା କଥାରେ ବୁଡି ଯାଇଛନ୍ତି ସତ୍ୟବ୍ରତ । ହଠାତ୍ ଗାଡି ଡ୍ରାଇଭର ତାଙ୍କୁ କହିଲା ସାର ଟୋଲ ଗେଟ ଆସିଲାଣି । ଟଙ୍କା ଦିଅନ୍ତୁ ।  


ସତ୍ୟବ୍ରତ ଉଠି ଆଖିରୁ ଲୁହ ପୋଛି ଟଙ୍କା ଦେଇ ଛନ୍ତି । ଭପୁଣି କାବ୍ୟା ଦେଇ ଥିବା ଶେଷ ଚିଠିକୁ ପଢୁଛନ୍ତି । ସେଥିରେ ଲେଖା ହୋଇଛି:


ଗେହ୍ଲୁ,

 ମୁଁ ଭୁବନେଶ୍ୱର ସାଙ୍ଗ ବାହାଘର ପାଇଁ ଯାଇଥିଲି । ସେଠାକୁ ଆକାଶ ମଧ୍ୟ ଆସିଥିଲେ । ହଠାତ୍ ମୁଁ ବାହାଘର ଦିନ ସକାଳୁ ସେନସଲେସ ହୋଇ ଗଲି । ମୋର ସେନସ୍ ନ ଆସିବାରୁ ମୋତେ ଆକାଶ ସେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା କରାଇଲେ । ମୋର ବିଭିନ୍ନ ପ୍ରକାର ପରୀକ୍ଷା କରାଇଲେ, ଆଉ ସେଠି ମୋତେ ବ୍ରେନ ଟ୍ୟୁମର ହୋଇଛି ବୋଲି ମୁଁ ଜାଣିଲି । ଆଉ ସେ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅତି ବେଶୀରେ ମୋ ପାଖରେ ଆଉ ଆଠ ନଅ ମାସ ଅଛି ବୋଲି ଡାକ୍ତର କହିଲେ ।  


ଏ କଥା ଶୁଣି ମୁଁ ଆକାଶଙ୍କ ପାଖରେ ଭୋ ଭୋ ହୋଇ କାନ୍ଦିଲି । ଆକାଶ ତୁମକୁ ଆଉ ମୋ ବାପା ମାଆଙ୍କୁ ସବୁ କଥା କହିବାକୁ ଚାହୁଁଥିଲେ । ହେଲେ ମୁଁ ଜାଣିଥିଲି ତୁମେ ମୋତ ଏତେ ଭଲ ପାଅ ଯେ ମୋ ମୃତ୍ୟୁକୁ କେବେ ବି ସହି ପାରିବ ନାହିଁ । ସେଥିପାଇଁ ମୁଁ ଆକାଶଙ୍କୁ ରାଣ ନିୟମ ଦେଇ କାହାରିକୁ କିଛି କହିବାକୁ ମନା କଲି ଆଉ ମୋର ମିଛ ପ୍ରେମିକ ହେବାକୁ ବାଧ୍ୟ କଲି ।  


ସେଥିପାଇଁ ମୋର ଆଉ ଆକାଶଙ୍କ ଫୋଟକୁ ଏଡିଟ୍ କରି ମୋ ମବାଇଲରେ ରଖିଲି... ଯେମିତି ଆମେ ଦୁହେଁ ପ୍ରେମୀ ଯୁଗଳ । ତାପରେ ତୁମ ମନରେ ସନ୍ଦେହ ଆଣିବା ପାଇଁ ଆକାଶ ଫୋନରେ କଥା ହେଉଥିଲି । ଆଉ ମିଛଟାରେ ସେକ୍ସ ଉପରେ ଆମେ ଦୁହେଁ ମେସେଜ କରୁଥିଲୁ । ମୋ ବ୍ୟବହାର ପରିବର୍ତ୍ତନ ଦେଖି ତୁମେ ମୋତେ ସନ୍ଦେହ କଲ ଆଉ ମୋ ମୋବାଇଲ ଦେଖି ମୋତେ କଳଙ୍କିନୀ ଭାବି ମୋତେ ଘୃଣା କରି ଘରୁ ବାହାର କରି ଦେଲ ।  


ମୁଁ ଯାହା ଚାହୁଁ ଥିଲି ତାହା ହେଲା । ତୁମେ ଘୃଣାରେ ମୋତେ ଝୁରିବ ନହିଁ । କିନ୍ତୁ ପରେ ପୁଣି ଭାଗ୍ୟ ନିଜ ରୂପ ବଦଳାଇଲା । ଅଲଗା ହବା ପରେ ମୁଁ ଜାଣିଲି ଯେ ଆମେ ଦେଖିଥିବା ସପନ ସତ ହେବାକୁ ଯାଉଛି । ମୁଁ ସେତେବେଳକୁ ଦୁଇ ମାସର ଗର୍ଭବତୀ । କଣ କରିବି ବୁଝି ପାରିଲି ନାହିଁ । ଏ ପଟେ ମୋତେ ମୃତ୍ୟୁ ହାତ ଠାରି ଡାକୁଛି ସେପଟେ ଆମ ସନ୍ତାନ ମୋ ଗର୍ଭରେ । କେମିତି ମୁଁ ଆମ ପ୍ରେମର ଅଂଶକୁ ମୁଁ ମାରି ପାରିଥାନ୍ତି । ଶେଷରେ ମୁଁ ତାକୁ ଏ ଦୁନିଆକୁ ଆଣିବାକୁ ସ୍ଥିର କଲି ।  


ଗେହ୍ଲୁ.... ଆମ ସନ୍ତାନ ମୋ ଗର୍ଭରେ । ଏ ଖବର ମୁଁ ପାଇବା ପରେ ତୁମକୁ ସବୁ ଖୋଲି କି କହିବାକୁ ଚାହିଁ ଥିଲି... ହେଲେ ବୁଝି ପାରିଲିନି କେମିତି କହିବି... ତେଣୁ ମୁଁ ତୁମକୁ ଲେଖୁଛି ମୋ ଶେଷ ଚିଠି ।  


ଡାକ୍ତର କହୁଛନ୍ତି ମୋ ପାଖରେ ଆଉ ବେଶୀ ସମୟ ନାହିଁ । ସମୟ ଆଗରୁ ତାଙ୍କୁ ମୋର ପ୍ରସବ କରାଇବାକୁ ପଡିବ । ମୋ ଶେଷ ଚିଠି ତୁମେ ପାଇଲା ବେଳକୁ ମୁଁ ଥିବି କି ନାହିଁ ଜାଣିନି... ଆସିକି ଆକାଶଙ୍କ ଠାରୁ ଆମ ସନ୍ତାନକୁ ନେଇ ଯିବ.... ଆଉ ତୁମକୁ ଦୁଃଖ ଦେଇ ଥିବାରୁ ମୋତେ କ୍ଷମା କରି ଦେବ ଆଉ ଜୀବନରେ ଆଉ କାହା ହାତ ଧରି ଆଗକୁ ବଢିବ....ଗେହ୍ଲୁ... ବାପା ମାଆଙ୍କୁ କହିବ ତାଙ୍କ ଅଭାଗିନୀ ବୋହୂକୁ କ୍ଷମା କରି ଦେବେ... ଆଉ ଆମ ଛୁଆକୁ ମାଆର କମି ହେବାକୁ ଦେବେନି । ମୋ ବାପା ମାଆଙ୍କ ପାଇଁ ତ ମୁଁ ମରି ଯାଇଛି...ତାଙ୍କୁ ମୋ ବିଷୟରେ କିଛି କହିବନି । କହିବା ପାଇଁ ତ ବହୁତ କିଛି ଅଛି... କଥା କେବେ ସରିବନି... ହେଲେ ମୋ ପାଖରେ ଶକ୍ତି ଆଉ ସମୟ ନାହିଁ... ଏତିକି କହି ମୁଁ ମୋ ଶେଷ ଚିଠିର ଲେଖା ଶେଷ କରୁଛି ।  


           ଇତି

        ତୁମର ଅଭାଗିନୀ ସ୍ତ୍ରୀ 

          କାବ୍ୟା



ଚିଠି ପଢୁ ପଢୁ କେତେବେଳେ ଭୁବନେଶ୍ୱର ପହଞ୍ଚି ଗଲେ ସତ୍ୟବ୍ରତ ଆଉ ଜାଣିପାରି ନାହାଁନ୍ତି । ଭୁବନେଶ୍ୱରରେ ଆକାଶଙ୍କୁ ଦେଖା କରିଛନ୍ତି...ଆକାଶ ତାଙ୍କୁ କାବ୍ୟାଙ୍କ ପାଖକୁ ନେଇ ଯାଇଛନ୍ତି । 


 କାବ୍ୟାଙ୍କ ଅବସ୍ଥା ପୁରା ଖରାପ । ଡାକ୍ତର ପ୍ରସବ ପାଇଁ ପ୍ରସ୍ତୁତ ହେଉଛନ୍ତି । ସତ୍ୟବ୍ରତ କାବ୍ୟାଙ୍କ ପାଖକୁ ଯାଇ ଭୋ ଭୋ ହୋଇ କାନ୍ଦୁଛନ୍ତି । କାବ୍ୟା ତାଙ୍କ ମୁଣ୍ଡରେ ହାତ ମାରି କହୁଛନ୍ତି ଗେହ୍ଲୁ ଥରେ ଗେହ୍ଲି ଡାକ..... ସତ୍ୟବ୍ରତ ଗେହ୍ଲି... ଗେହ୍ଲି କହୁ କହୁ କାବ୍ୟା ଅଚେତ ହୋଇଗଲେ... ଆଖିରୁ ଲୁହ ବହି ଯାଇଛି ତାଙ୍କର... ଯେମିତିକି ସେ ସତ୍ୟବ୍ରତଙ୍କ ଠାରୁ ଗେହ୍ଲି ଡାକ ଶୁଣିବାକୁ ଚାହିଁ ରହିଥିଲେ । 


ଡାକ୍ତର ତାଙ୍କୁ ପ୍ରସବ ପାଇଁ ନେଇଗଲେ....ସତ୍ୟବ୍ରତ ଭୋ ଭୋ ହୋଇ କାନ୍ଦୁଥାନ୍ତି । କିଛି ସମୟ ପରେ ଆକାଶ ସତ୍ୟବ୍ରତଙ୍କ ହାତରେ ତାଙ୍କ କୁନି ଝିଅକୁ ଦେଇ କହିଲେ କାବ୍ୟା ଆଉ ନାହାଁନ୍ତି... ମୁଁ ଗାଁ କୁ ନେବାର ବ୍ୟବସ୍ଥା କରୁଛି । ସତ୍ୟବ୍ରତ ବୋଉଙ୍କୁ ଫୋନ କରି କହିଛନ୍ତି ମୁଁ ତୁମର ବୋହୂକୁ ସାଙ୍ଗରେ ନେଇ ଯାଉଛି ।  


ବୋଉ ଘଟି ଯାଇଥିବା ଘଟଣା ନ ଜାଣି ରାଗି ଯାଇଛନ୍ତି । ଏ ପିଲାକୁ ମୁଁ ପାରିବିନି । ଆଜି କିଛି ଫଇସଲା କରିବାକୁ ହେବ... ଆଜି ସେ ଅଲକ୍ଷଣୀ ଏ ଘରେ ରହିବ....ନ ହେଲେ ମୁଁ ରହିବି କହି ସବୁ ବନ୍ଧୁବାସଙ୍କୁ ଆଉ କାବ୍ୟଙ୍କର ମାଆ ବାପାଙ୍କୁ ଡାକିଛନ୍ତି ।  


ସତ୍ୟବ୍ରତଙ୍କ ଘରେ ସମସ୍ତେ ସତ୍ୟବ୍ରତ ଆଉ କାବ୍ୟାଙ୍କୁ ଜଗି ବସିଛନ୍ତି । ସଂଧ୍ୟା ସାତ ତା ପାଖାପାଖି ଗୋଟିଏ ଆମ୍ବୁଲାନ୍ସ ଆସି ପହଞ୍ଚିଲା...ସବୁ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି... ୱାର୍ଡ଼ ବୟ୍ ମାନେ ଏକ ମଲା ଶରୀରକୁ ଘର ଭିତରକୁ ନେଇଗଲେ । ପାଖକୁ ଯାଇ ଦେଖନ୍ତି ସେ ଆଉ କେହି ନୁହେଁ... ସେ ଯେ କାବ୍ୟା... । ଏହା ଦେଖି ସମସ୍ତଙ୍କ ରାଗ ପାଣି ଫୋଟକା ଭଳି ଫାଟି ଯାଇଛି... ସବୁ ଭୋ ଭୋ ହୋଇ କାନ୍ଦୁଛନ୍ତି । ସମସ୍ତଙ୍କ ନଜର ପଡ଼ିଲା ଆମ୍ବୁଲାନ୍ସ ଭିତରୁ ଆକାଶ ସତ୍ୟବ୍ରତଙ୍କୁ ଧରି ଆଣୁଛନ୍ତି ଏବଂ ସତ୍ୟବ୍ରତଙ୍କ ହାତରେ ତାଙ୍କ କଅଁଳ ଛୁଆ ।  


ଆକାଶ କାବ୍ୟାଙ୍କ ଶେଷ ଚିଠିକୁ ତାଙ୍କ ଶାଶୁ ଆଉ ମାଆଙ୍କୁ ପଢିବାକୁ ଦେଇଛନ୍ତି । ତାହା ପଢି ସବୁ ଭୋ ଭୋ ହୋଇ କାନ୍ଦୁଛନ୍ତି । ଦୁଇ ମାଆ କହୁଛନ୍ତି ଫେରି ଆରେ ମାଆ ଆମ ପାଖକୁ.... ଆମକୁ କ୍ଷମା କରି ଦେ.... ।  


ସତ୍ୟବ୍ରତ ନିଜ ହାତରେ କାବ୍ୟାଙ୍କୁ ନବବଧୂ ସଜାଇ ତାଙ୍କୁ ଧରି କାନ୍ଦି କାନ୍ଦି କହୁଛନ୍ତି... ଏ ଗେହ୍ଲି... ଗେହ୍ଲିରେ...ଛାଡ ଯିବ ନାହିଁ ପ୍ରତିଶ୍ରୁତି ଦେଇ.... ଶେଷ ଚିଠି ଦେଇ ଚାଲିଗଲ... ଶେଷ ଥର ପାଇଁ ଉଠି ଆମ ଝିଅକୁ ତ ଦେଖ ଗେହ୍ଲି...କହି ଭୋ ଭୋ କାନ୍ଦୁଛନ୍ତି । 



Rate this content
Log in

More oriya story from Trushna Das

Similar oriya story from Tragedy