The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy

3  

Satyabati Swain

Tragedy

ଶବ ଆଖିରେ ଲୁହ

ଶବ ଆଖିରେ ଲୁହ

5 mins
7



ଆଜି ଚଉଦ । ବାପାଙ୍କ ସବୁ କ୍ରିୟା କର୍ମ ସରିଗଲା । ବାପାଙ୍କୁ ଗାଁ ମଶାଣିରେ ସବୁଦିନେ ଶୁଆଇ ଦେଇ ଆସିଛି; ଯେଉଁଠି ମା ର ଶବ ସଂସ୍କାର ହୋଇଥିଲା ।

ଚତୁର୍ଥ ପ୍ରହରୀ ସରିଲେ ମୋତେ ଫେରି ଯିବାକୁ ପଡିବ

ମୋ କର୍ମ କ୍ଷେତ୍ରକୁ । ପିଲା ମାନଙ୍କ ବାର୍ଷିକ ପରୀକ୍ଷା ମୁଣ୍ଡ ଉପରେ । ମୋ ସାନ ଭାଇ ଜୀବନ ଜ୍ୟୋତି ସବୁ ବୁଝା ସୁଝା କରୁଛି । ମୁଁ କେବଳ ବଡ଼ ପୁଅ ହିସାବରେ ସମସ୍ତ କ୍ରିୟା କର୍ମ ଓ ଖର୍ଚ୍ଚ କରିଛି ଯାହା । ମୁଁ ଜୀବନ କୃଷ୍ଣ ମୋତେ ଜେକେ ଓ ମୋ ସାନ ଭାଇ ଜୀବନ ଜ୍ୟୋତି କୁ ଜେଜେ ଡାକନ୍ତି ସମସ୍ତେ ଗେଲରେ । ବାପା କିନ୍ତୁ ସବୁବେଳେ ମୋ କୃଷ୍ଣ , ମୋ ଜ୍ୟୋତି ଡାକୁଥିଲେ । ଦୁନିଆଁରେ ଯିଏ ଯେଉଁ ଭଙ୍ଗୀରେ ଡାକୁ ଯେଉଁ ନାଁରେ ଯେମିତି ଡାକୁ, ବାପାଙ୍କ ଡାକ ପରି ମିଠା କି ସରାଗ କାହା ଡାକରେ ନଥାଏ । ବାପାଙ୍କ ଡାକରେ ଖାଲି ମନ,ହୃଦୟ ପୁରେନି; ଜୀବନ ବି ଖୁସିରେ ପୁରିଯାଏ । ଅଫିସ୍ ରୁ ଆସି ଘରେ ପହଂଚୁ ପହଞ୍ଚୁ ଡାକ ଛାଡ଼ନ୍ତି , ମୀରା ! କୃଷ୍ଣ ଆସିଲା ତା କଥା ବୁଝୁ ମା ।


ବେଳେବେଳେ ମୀରା ବାପାଙ୍କୁ ଚିଦେଇବାକୁ ଯାଇ କୁହେ, "ଛୋଟ ଛୁଆ ହୋଇଛନ୍ତି ବୁଢା ପୁଅ! ସ୍କୁଲରୁ ନୂଆ ନୂଆ ଛୁଟି ପରେ ଯେମିତି ଛୁଆଟା ଫେରି ଛନ୍ତି ସେମିତି ଅରତଛିଆ ଡାକ ଛାଡ଼ୁଛନ୍ତି ବାପା । ଅଫିସ୍ ରେ ଖାଇବା ପିଇବା ସବୁ ସୁବିଧା । ପୁଅର କାମ ବୁଝିବା ପାଇଁ ତିନୋଟି ଲୋକ ଖଞ୍ଜା । ବାପା ଅଯଥା ଟେନ୍ସ କାହିଁକି ନିଜେ ହେଉଛନ୍ତି ଓ ମୋତେ ଦେଉଛନ୍ତି । ବାପା ହସି ହସି କୁହନ୍ତି ସବୁ କହିବୁ ମୀରା ମୋ ଜୀବନ କୃଷ୍ଣକୁ ବୁଢା କହିବୁ ନାହିଁ । ମା ମୀରା !ଅଫିସ୍ ରେ ସବୁ ଥାଏ ଯେ ସ୍ୱାଦ କି ବାସ୍ନା ନଥାଏ ଘର ଖାଦ୍ୟ ପରି । ସେଠି ବାପା ଅଛି ନା ମୀରା ପରି ସୁଗୃହୁଣୀ ପତ୍ନୀ !! ଅଫିସ୍ ଯଦି ଘର ହୁଅନ୍ତା ମଣିଷ ତ ସେଇଠି ରହି ଯାଆନ୍ତା । ଛୁଆ ଛାଡିଲା ପରି ଘଣ୍ଟା ଦେଖି ଏକ ମୁହାଁ ଦଉଡେ କାହିଁକି ରେ ମା ଘରକୁ ! ତୁ ଗଲୁ ତା ପାଇଁ ଟିକେ କଣ ଆଣିଲୁ ?ମୀରା ହସିଦେଇ କୁହେ ଧନ୍ୟ ତୁମ ପୁଅ ପ୍ରେମ ବାପା ।


ମୁଁ କୁହେ ଏ.. ଏ ମୀରା ! ସେମିତି କହିବନି । ମୋ ବାପା ମୋଠୁ ବି ତୁମକୁ ଅଧିକ ସ୍ନେହ କରନ୍ତି । କରନ୍ତି ନା ନାଇଁ । ମୋର ବେଳେବେଳେ ଈର୍ଷା ହୁଏ ତୁମେ ଆସି ମୋ ସହ ମୋ ବାପାଙ୍କ ଭଲ ପାଇବାରେ ଭାଗ ବସାଇଲ ।


ହଁ.. ତ ମୁଁ କଣ ମନା କଲି ଗେହ୍ଲେଇ ହୋଇ ମୀରା କୁହେ । କିନ୍ତୁ ତୁମ ବାପା ! ସେ ମୋ ବାପା । ପଚାରତ ସେ କାହା ବାପା । ବୁଝିଲ ଜେ କେ ମୋର ପିଲାଦିନୁ ବାପା ମା ମାରି ଯାଇଛନ୍ତି ବୋଲି ଈଶ୍ୱର ମୋତେ ଏଠି ମୋ ପାଇଁ ସ୍ନେହୀ ବାପାଟିଏ ରଖିଛନ୍ତି । ମା ସୁଖ କିନ୍ତୁ ମୋ କପାଳରେ ନାହିଁ । ଏଠି ବି ଶାଶୁ ନାହାନ୍ତି । କିନ୍ତି ବାପା କେବେ ମୋତେ ଶାଶୁ ଅଭାବ ଅନୁଭବ କରିବାକୁ ଦେଇ ନାହାନ୍ତି । ସେ ରୋଷେଇ କାମ ହେଉ କି ଗୁରୁବାର ମା ଣ ବସା । ସବୁ ତ ମୋତେ ବତେଇବାରୁ ମୁଁ ଆଜି ଏକ୍ସ୍ପଟ ସବୁଥିରେ । ସେଦିନ ପାର୍ଟିରେ କେମିତି ଗୀତ ଗାଇଲି ! "ଏଇ ଜୀବନଟି ଏକ ନାଟକ" । ବାପା ବା ସେଇ ଗୀତ ଟି ସବୁବେଳେ ଗୁଣୁ ଗୁଣୁ ହୁଅନ୍ତି । ତାଙ୍କୁ ଲାଜ ଲାଗେ ଗୀତ ବଡ଼ ପାଟିରେ ଗାଇବାକୁ ବୋହୁ ଆଗରେ । ସନ୍ଧ୍ୟା ସମୟରେ ଛାତରେ ଆକାଶକୁ ଅନେଇଁ ଏ ଗୀତଟି ଏକା ଥିଲା ବେଳେ ଗୁଣୁ ଗୁଣାନ୍ତି । ଚା ଦେବାକୁ ଗଲାବେଳେ କେତେଥର ମୋ କାନରେ ପଡିଛି । ବାପା ଆକାଶରେ ତାରା ଭିତରେ ମା ଙ୍କୁ ବୋଧେ ଖୋଜନ୍ତି । ହଠାତ୍ ଡାକି ଦେଲେ ଚମକି ପଡନ୍ତି । କଣ୍ଠ ତାଙ୍କ ଥରିଲା ଥରିଲା ଲାଗେ ।  


ବାର୍ଦ୍ଧକ୍ୟରେ ବୋଧେ ସବୁ ମଣିଷ, ମନ ମଣିଷଙ୍କୁ ଏମିତି ଆତ୍ମଲଗ୍ନ ହୋଇ ଖୋଜନ୍ତି ଜେ କେ । ସେ ମୋ ଶଶୁର ଆଦୌ ନଥିଲେ । ସେ ତ ମୋ ପାଇଁ ଚଳନ୍ତି ଦେବତା,ମୋ ନିଜ ବାପା ଥିଲେ ।


ହଁ ମୀରା ସେଇ ବାପାଙ୍କୁ ଚଉଦ ଦିନ ହେବ ଏକା ଛାଡ଼ିଦେଇ ଆସିଛି ମଶାଣିରେ । କୃଷ୍ଣ !କୃଷ୍ଣ !ଯେମିତି ବାପା ଡାକିଲା ପରି ଶୁଭି ଯାଉଛି । କେଜାଣି ସମସ୍ତେ ଥାଇ ବି ଭାରି ଏକା ଲାଗୁଛି । ବାପା ଆଉ ନାହାନ୍ତି, ମୋ ପାଇଁ ଆଉ ଚିନ୍ତା କରିବା ମଣିଷଟିକୁ ମୋ ନିଜ ହାତରେ କେଇଁ ମୁଠା ପାଉଁଶ କରି ଦେଇ ଆସିଛି ଚଉଦ ଦିନ ହେବ, ଏକଥା ମୋତେ ବିଶ୍ବାସ ହେଉନି । ପ୍ରାଣଟି ବାପା ବାପା ହେଉଛି । ସେ ଆମ ବାପା ମା ଉଭୟ ଥିଲେ । କେବେ ଭାବିବାକୁ ସୁଯୋଗ ଦେଇ ନାହାନ୍ତି ଆମ ମା ମରିଛନ୍ତି ବୋଲି । କାମ କେମିତି ହେବ ସେଇ ନିଶାରେ ପନ୍ଦର ଦିନ ଚାଲିଗଲା । ଏବେ କାମ କରିବା ନିଶା ଉତ୍ତୁରି ଯାଇଛି । ଆଜି କାହିଁକି ହୃଦୟଟି ବହୁତ ଭାରି ଭାରି ଲାଗୁଛି । ଖୁବ୍ କଷ୍ଟ ହେଉଛି ଭିତରେ । ଜେ ଜେ କହିଲା ଭାଇ କଣ ବାପାଙ୍କ ଫୋଟୋକୁ ଅନେଇଁ ଏମିତି ସ୍ଥିର ହୋଇ ବସିଛ । ନାଇଁ ସେ କିଛି ନୁହଁ । କାଲି ତ ମୁଁ ଭୁବନେଶ୍ୱର ଚାଲିଯିବି,ଆଉ କାହାର କିଛି ବାକି ବୁକର ଅଛି କି ରେ ଜେ ଜେ ଦେବାକୁ? ନାଇଁ ଭାଇ ,ସବୁତ ନଗଦ ଟଙ୍କାରେ ଆସିଲା ,ବାକି କାହିଁକି ରହିବ? କେବଳ ଟେଣ୍ଟ୍ ଵାଲା ଆଉ ସତର ହଜାର ପାଇବ । ସବୁ କାମ ଭଲରେ ହେଲା । ଲୋକେ ବାଃ ବାଃ କରୁଛନ୍ତି । କିନ୍ତୁ...


କିନ୍ତୁ କଣ ଜେ ଜେ? ବାପାଙ୍କୁ ପୁରୀ ସ୍ୱର୍ଗ ଦ୍ୱାରରେ ଦାହ ସଂସ୍କାର କରିଥିଲେ ଭଲ ହୋଇ ନ ଥାନ୍ତା ?


ଦେଖ୍ ଜେ ଜେ ମା ଯେତେବେଳେ ଲିଭର୍ ଇନ୍ଫେକ୍ସନ ରେ ମଲେ ତୋର ମନେ ଅଛି କି ?ମୋତେ ସେତେବେଳେ ପନ୍ଦର ବର୍ଷ ଓ ତୋତେ ଏଗାର । ବାପା ବୋଉକୁ ଭୁବନେଶ୍ୱରରୁ ଏଇଠି ଗାଁ ରେ ଆଣି ପୋଡ଼ିଲା ବେଲେ ମୁଁ ବି ବାପାଙ୍କୁ ଏଇ ପ୍ରଶ୍ନ କରିଥିଲି । ବାପା କଣ ଉତ୍ତର ଦେଇଥିଲେ ଜାଣୁ ?


କଣ ଭାଇ !!


ସେ କହିଥିଲେ ଆମ ଗାଁ ମଶାଣି ଆମ ମା ପରି । ସେଠି ଆମ ପୂର୍ବ ପୁରୁଷ ଅଛନ୍ତି ମାଟି ହୋଇ । ସେ ମଶାଣିରେ ଅଲଗା ନିଜର ପଣ ଅଛି । ସାଇ ଭାଇଙ୍କ କାନ୍ଧରେ କୋକେଇରେ ଯିବା ବଡ଼ ସୁଖ ଓ ସୌଭାଗ୍ୟର କଥା । ତୁ ଦେଖିଲୁ ଟି ସତୁରି ସରିକି ସମାଧି ଚଉରା ଆମ ମଶାଣିରେ ଅଛି ? କିଛି ଭାଙ୍ଗିଗଲାଣି ସେଥିରୁ । ହିସାବ କଲୁ ପଚାଶ କି ଷାଠିଏ ବର୍ଷ ଜୀବନ ହେଲେ କେଇ ପୁରୁଷ ସେଠି ଅଛନ୍ତି ଆମର । ଆମ ମଶାଣିରେ ପୋଡ଼ା ହେବା ଗୋୖରବର କଥା । ମନେ ରଖ କୃଷ୍ଣ ମୁଁ ଯେଉଁଦିନ ମରିଯିବି , ଯେଉଁଠି ଥିଲେ ବି ତୁ ମୋତେ ମୋ ଗାଁ ମଶାଣିରେ ନେଇ ତୋ ମା ଓ ମୋ ପୂର୍ବଜଙ୍କ ସମାଧି ପାଖରେ ପୋଡ଼ିବୁ । ସେଇ ମୋର "ସ୍ୱର୍ଗ ଦ୍ୱାର" । ସେଠି ମୁଁ ମୋ ପୂର୍ବପୁରୁଷଙ୍କ ସହ ମାଟି ହୋଇ ମାଟିରେ ମିଶିବି । ସେମାନଙ୍କ ଗହଣେ ମୋ ଗାଁ ମଶାଣି କୋଳରେ ଶାନ୍ତିରେ ଶୋଇବି । ତୁ କହ ରେ ଜେ ଜେ !ମୁଁ କେମିତି ମୋ ବାପାଙ୍କ କଥା ରଖି ନଥାନ୍ତି! ଭୁବନେଶ୍ୱରରୁ ପୁରୀ ଯିବା ଅତି ସହଜ । ମୁଁ କାହିଁକି ଗାଁ କୁ ଏତେ ବାଟ ଓ କଷ୍ଟ କରି ଆଣିଲି?ବାପା ଅନେକ ଆଗରୁ କହିଥିଲେ ପରା ତାଙ୍କ ଗାଁ ମଶାଣି ତାଙ୍କ ପାଇଁ "ସ୍ୱର୍ଗ ଦ୍ୱାର । " ମୁଁ ବି ମୋ ପିଲାଙ୍କୁ କହିଛି ମୀରା ଓ ମୋତେ ମଲା ପରେ ଆମ ବାପା ମା ଓ ପୂର୍ବ ପୁରୁଷ ରହୁଥିବା ମଶାଣିରେ ଆଣି ପୋଡିବେ ।


ଭାଇ !! 


ଦୁଇ ଭାଇଙ୍କ ଆଖିରୁ ଗଳି ପଡିଲା ଦୁଇ ବୁନ୍ଦା ଲୁହ ବାପାଙ୍କ ଫଟୋ ଉପରେ ।


ଅନେକ ଲୋକଙ୍କ ଲୋଭନୀୟ ଏକାନ୍ତ ଇଚ୍ଛା ଥାଏ ପୁରୀରେ ପୋଡ଼ା ହେବାକୁ କାଳିଆ ପାଖରେ । ସ୍ୱର୍ଗ ଦ୍ୱାର ମୋକ୍ଷ ଦ୍ୱାର,ମୁକ୍ତି ଦ୍ୱାର । ସେଠି ଅନ୍ତିମ ସଂସ୍କାର ହେଲେ ସ୍ୱର୍ଗ ପ୍ରାପ୍ତି ହୁଏ । କିନ୍ତୁ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବେ ବାହାରୁ ଆସୁଥିବା ଶବଙ୍କୁ ସ୍ୱର୍ଗ ଦ୍ୱାରରେ ଦାହ କରିବାକୁ ମନା କରି ଦେଇଛନ୍ତି ପ୍ରଶାସନ । ମଲା ପରେ ସବୁ କୁଆଡେ ଶେଷ ହୁଏ । କିନ୍ତୁ କିଛି ଶବଙ୍କ ଅନ୍ତିମ ଇଚ୍ଛା ଅପୁରଣ ରହି ଯାଉଛି । ମନ ଉଣା ଆତ୍ମୀୟ ସ୍ଵଜନଙ୍କର ଶେଷ ଇଚ୍ଛା ପୂରଣ ନ କରି ପାରିବାରୁ ।


ଶବ ମାନଙ୍କ ଆଖିରେ ଲୁହ । ଟିକିଏ ଜାଗା ମିଳୁନି ପୋଡ଼ା ହେବାକୁ ସେ ନିଜ ଗାଁ ମଶାଣି କିବା ଅନ୍ୟ ଗାଁ ମଶାଣି ହେଉ । କାଳେ ସେମାନେ କରୋନା ଆକ୍ରାନ୍ତ ଶବ ହୋଇଥିବେ । ଏଇ ମୃତ୍ୟୁ ଭୟ ସମୟରେ ଜଣେ ଯେ କୌଣସି ରୋଗୀ ମଲେ କାଳେ କରୋନା ହୋଇ ମରି ଥିବ ଭାବି ଲୋକେ ଛୁଇଁବାକୁ କି କାନ୍ଧ ଦେବାକୁ ଅନିଛୁକ ।


କରୋନା ସଂକ୍ରମିତ ଶବ ଦୁଃଖ କହିଲେ ସରେ । ମୁଖାଗ୍ନି କିମ୍ବା ଯଥା ରୀତି ନୀତି କିଛି ତାଙ୍କ ପାଇଁ ହେଉ ନାହିଁ । ଏମିତି ବି ବିଶ୍ୱରେ ଗୋଟେ ଗୋଟେ ପରିବାର ରେ ଜଣେ କେହି ବଞ୍ଚିନାହାଁନ୍ତି ଅନ୍ୟ ଆତ୍ମୀୟଙ୍କ ଦେହାନ୍ତରେ ଲୁହ ଟୋପେ ନିଗାଡିବାକୁ ।


ଜୀଅଁନ୍ତାରେ ମୌଳିକ ଚାହିଁଦା ମେଣ୍ଟାଇବାକୁ ଯାଇ ଜୀଵ ଦଶାରେ କାନ୍ଦି କାନ୍ଦି ଥକତ ହୋଇଥିବା ମଣିଷ ମାନେ ଶବ ହେଲା ପରେ ବି କାନ୍ଦୁଛନ୍ତି !!



Rate this content
Log in

More oriya story from Satyabati Swain

Similar oriya story from Tragedy