Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Pradeep Kumar Panda

Abstract

2  

Pradeep Kumar Panda

Abstract

ଶାଶୁବୋହୁ

ଶାଶୁବୋହୁ

4 mins
317


ସୁଦାମର ବିବାହ ଏଇ ଅଳ୍ପଦିନ ହେବ ହୋଇଛି । ତା’ର ମାମୁଁ ଖୁବ୍ ଅସୁସ୍ଥ ଥିବା ଯୋଗୁଁ ବିବାହରେ ଯୋଗ ଦେଇ ପାରି ନଥିଲେ । ତେଣୁ ସୁଦାମ ତା’ ବିବାହର ଅଳ୍ପ ଦିନ ପରେ ମାମୁଁଙ୍କୁ ଦେଖିବାକୁ ଗଲା ।


ସୁଦାମକୁ ଦେଖି ତା’ ମାମୁଁ ଅତ୍ୟନ୍ତ ଖୁସି ହୋଇ ବିବାହର ସବୁ କୁଶଳ ପ୍ରଶ୍ନ ପଚାରିଲେ ଓ କହିଲେ, “ଭଗବାନ୍ଙ୍କ ଦୟାରୁ ମୁଁ ଏବେ ପ୍ରାୟ ସୁସ୍ଥ ହୋଇଗଲିଣି । ଏବେ କହ ତୋର ନୂଆ ସଂସାର କିପରି ଚଳୁଛି? ଶାଶୁ ବୋହୁ ପରସ୍ପରକୁ ଭଲପାଇ ଅଛନ୍ତି ତ? ବୋହୁ ଶାଶୁକୁ କାମଦାମରେ ସାହାଯ୍ୟ କରୁଛି ତ?”


ସୁଦାମ କହିଲା “ସାହାଯ୍ୟ କ’ଣ, ବୋହୁ ତ ସାରା ଘରସଂସାରର ଦାଇତ୍ତ୍ଵ ନିଜେ ନେଇଛି । ମା’ ତ ଆରାମ୍ରେ ବସିଛି ।”


ମାମୁଁ କହିଲେ “ଯାହାହେଉ, ବୁଢୀଦିନେ ତୋ ମାକୁ ଟିକିଏ ବିଶ୍ରାମ ମିଳିଲା । ବିଚାରୀ ବହୁତ କଷ୍ଟ ସହି ତୁମମାନଙ୍କୁ ସେ ମଣିଷ କରିଛି । ତୋ ବାପର ମୃତ୍ୟୁ ପରେ ସବୁ କଥା ତ ସେହିଁ ବୁଝିଥିଲା । ଏବେ ତ ଖୁସିରେ ସେ ତା’ ସମୟ କାଟିବ ।”


ସୁଦାମ ଉତ୍ତର ଦେଲା “ହଁ ମାମୁଁ, ମା ବର୍ତ୍ତମାନ ଆନନ୍ଦରେ ସମୟ ଅତିବାହିତ କରିବା ଉଚିତ୍ । ମୁଁ ମଧ୍ୟ ସେଇଆ ଭାବୁଥିଲି ଓ ମା ନିଶ୍ଚିନ୍ତ ହୋଇ ରହନ୍ତୁ ବୋଲି ଚାହୁଁଥିଲି । କିନ୍ତୁ…”


ମାମୁଁ ତା’ ଆଡେ ଅନାଇ ରହିଲେ ଓ ପଚାରିଲେ, “କିନ୍ତୁ କ’ଣ? ତୁ ତ ଠିକ୍ କଥା ଭାବୁଥିଲୁ ।”


ସୁଦାମ କିଛି କହିବାକୁ ଯାଇ ହଠାତ୍ ଚୁପ୍ ହୋଇଗଲା । ସେକଥା ତା’ର ମାମୁଁ ଲକ୍ଷ୍ୟ କରି କହିଲେ, “ମନେ ହେଉଛି ତୁ କିଛି କହିବାକୁ ଯାଇ ଅଚାନକ ଚୁପ୍ ହୋଇଗଲୁ । ମୋ ପାଖରେ କିଛି କହିବାରେ କାହିଁକି ସଙ୍କୋଚ କରୁଛୁ? ତୋର ଯାହା କହିବାର ଅଛି ନିଃସଙ୍କୋଚରେ କହ ।”


ସୁଦାମ କହିଲା, “ମୋର ବିବାହ ପରଠାରୁ ମା’ ସର୍ବଦା ଦୂରେଇ ରହିଲା । ସବୁବେଳେ ବସି ସେ କ’ଣ ଗୋଟେ ଭାବୁଥାଏ, ଏମିତି ଲାଗେ ସେ ଯେପରି କୌଣସି ସମସ୍ୟା ନେଇ ଗଭୀର ଚିନ୍ତାମଗ୍ନ ।”


ମାମୁଁ ପ୍ରଶ୍ନ କଲେ “ତୁ ତା’ର କାରଣ କ’ଣ ବୋଲି ପଚାରିଲୁ ନାହିଁ?”


“ମୁଁ ସେକଥା ପଚାରିବା ପୂର୍ବରୁହିଁ, ଦିନେ ବୋହୁ ବାସନ ମାଜି ପାଣି ଆଣି ଆସିବାକୁ ପୋଖରୀକୁ ଯାଇଛି, ଠିକ୍ ସେତିକିବେଳେ ମା’ ମୋତେ ପାଖକୁ ଡାକି କହିଲା, “ପୁଅ, ତୋ ସ୍ତ୍ରୀ ବହୁତ ସୁନ୍ଦର, କିନ୍ତୁ ତୁ ଏକଥା ତା’ ମୁହଁ ଉପରେ କେବେବି କହିବୁ ନାହିଁ ।”

ତା’ପରେ ମୁଁ ପଚାରିଲି, “କାହିଁକି କହିଲେ କ’ଣ ହେଲା କି?”


ତହୁଁ ମା’ କହିଲା, “ସେପରି କଲେ ସେ କାଳେ ଭାରି ଉଦ୍ଧତ ହୋଇଯିବ ଓ ତୋର ଅବହେଳା କରିବ ।”


ତା’ପରେ ମା’ କହିଲା, “ନିଜ ସ୍ତ୍ରୀ ବୋଲି ସବୁକଥା ତାକୁ ଆଦୌ କହିବୁ ନାହିଁ ।”


ମୁଁ ପଚାରିଲି “କାହିଁକି କହିବି ନାହିଁ?”


ଉତ୍ତର ଆସିଲା “ସେ ଯେଉଁଠି ସେଇଠି ଓ ଯାହାକୁ ନାଇଁ ତାହାକୁ ଘରର ଗୋପନୀୟ କଥା ସବୁ କହିଦେବ ।”


ମୁଁ ପଚାରିଲି “ଆଚ୍ଛା, ତାପରେ?”


ମା’ କହିଲା “ତା’ପରେ ସିଏ ଯେତେ ଭଲ କଥା କହିଲେ ମଧ୍ୟ ହଠାତ୍ ତା’ କଥାରେ ପଡି କିଛି କରିବୁ ନାହିଁ ।”


ମୁଁ ପଚାରିଲି “କଲେ କ’ଣ ହେବ?”


ମା’ର ଜବାବ୍ ହେଲା “କ’ଣ ହେବ? ତା’ପରେ ମୋତେ ଏ ଘରୁ ବାହାର କରି ଦେବାକୁ ମଧ୍ୟ ତତେ ସେ ଶିଖେଇବ ।”


ଏସବୁ ଅଜବ କଥା ଶୁଣି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲି । ତା’ପରେ ମା’ କହିଲା, “ଶୁଣ ସିନ୍ଦୁକର ଚାବି ତୁ ତାକୁ କେବେବି ଦେବୁ ନାହିଁ ।”


ମୁଁ ପଚାରିଲି “ଦେଲେ କ’ଣ ହେବ?”


ମା’ କହିଲା “ଆରେ ବୋକା, ତୋର ସବୁ ପଇସା ନେଇ ସେ ତା’ ବାପଘରେ ପୁରାଇବ ।”


ସବୁକଥା ଶୁଣିବା ପରେ ମୁଁ ମୋ ମାକୁ ପଚାରିଲି, “ମା, ଏସବୁ କଥା ତୋ ମୁଣ୍ଡରେ କୁଆଡୁ ପଶିଲା? ଏହା ତ ନିହାତି ଅସଙ୍ଗତ କଥା ।”


ଏକଥା ଶୁଣି ମାମୁଁ କହିଲେ, “ପୁଅ, ତୋତେ ଯାହା ପଚାରୁଥିଲି ତା’ର ଉତ୍ତର ପାଇଲି । ଏବେ କହ ତ ତୋ ମା’ ତୋତେ କି ଉତ୍ତର ଦେଲା ।


ମା’ କହିଲା, “ପୁଅ କେଉଁଠି ମା’କୁ ଏସବୁ ପ୍ରଶ୍ନ ପଚାରେ? ଏବେ ମୁହଁ ବନ୍ଦ କରି ଚୁପ୍ ରହ ।” ସୁଦାମ କହିଲା “ଏତିକି କହି ମା’ ମୋ ପାଖରୁ ଉଠି ରନ୍ଧାଘର ଆଡେ ଚାଲିଗଲା ।”


ଏକଥା ଶୁଣି ମାମୁଁ ହସି ହସି ଗଡିଗଲେ । ତା’ପରେ ସେ ଗମ୍ଭୀର ହୋଇଗଲେ । ଏସବୁ ଦେଖି ସୁଦାମ ପ୍ରଶ୍ନ କଲା, “ମାମୁଁ, ଏ ବିଷୟରେ କିଛି ଜାଣିଥିଲେ ମୋତେ କୁହ, ମୋର ବା ମୋ ସ୍ତ୍ରୀର ଭୁଲ୍ ଥିଲେ ମୁଁ ତାକୁ ସୁଧାରି ନେବି ।”


ମାମୁଁ ପଚାରିଲେ “ମୁଁ ସବୁ ଜାଣେ, ତେବେ ତୁ ଜାଣି କ’ଣ ଲାଭ ହେବ?”


ସୁଦାମ କହିଲା “ମୁଁ ମା’ର ଭୟ ଓ ଆଶଙ୍କାର କାରଣ ଜାଣିଲେ ତାକୁ ଦୂର କରିବାକୁ ନିଶ୍ଚୟ ଚେଷ୍ଟା କରିବି । ତଦ୍ୱାରା ସେ ଅନ୍ତତଃ ଟିକେ ଶାନ୍ତିରେ ରହିବ ।”


“ତେବେ ଶୁଣ । ଯେଉଁ ସବୁ କଥା ସେ ତୋ ସ୍ତ୍ରୀ ବିଷୟରେ ଆଶଙ୍କା କରୁଛି, ସେସବୁ ସେ ନିଜେ ଯେତେବେଳେ ନୂଆ ବାହା ହୋଇଗଲା ସେମିତି କରିଥିଲା । ସେଇଥିପାଇଁ ତା’ର ଭୟ ।”


ଏକଥା କହି ମାମୁଁ ହସିଲେ ଓ ସୁଦାମ ମଧ୍ୟ ହସିଲା ।


ତା’ପରେ ମାମୁଁ କହିଲେ, “ସୁଦାମ! ତୋ ମା ତୋତେ ଏସବୁ କଥା କହୁଛନ୍ତି, ଯେପରି ଏହା ତୋ ସ୍ତ୍ରୀ ନ ଜାଣନ୍ତି ।”


ସୁଦାମ ପଚାରିଲା “କାହିଁକି?”


ମାମୁଁ ବୁଝାଇ ଦେଲେ “ତୋ ମାଙ୍କ ପ୍ରତି ବୋହୁର ଶ୍ରଦ୍ଧା କମି ଯାଇ ପାରେ ।”


Rate this content
Log in

More oriya story from Pradeep Kumar Panda

Similar oriya story from Abstract