Kiran Mishra

Inspirational

4.8  

Kiran Mishra

Inspirational

ଶାଶୁ ମା

ଶାଶୁ ମା

3 mins
1.8K


ବ୍ରତତୀକୁ ଯେଉଁ ଦିନ ବୋହୂ କରିବା ପାଇଁ ଚାରୁଲତା ସ୍ଥିର କଲେ ,ସେଦିନ ତାଙ୍କ ମନରେ ପ୍ରଶ୍ନ ଆସିଥିଲା ବ୍ରତତୀ ତାଙ୍କ ଘରେ ଚଳି ପାରିବ ତ? ଚାରୁଲତାଙ୍କ ସ୍ୱ।ମୀ ମଲାବେଳକୁ ପୁଅ ସୁରେଶକୁ ପାଞ୍ଚ ବର୍ଷ ଓ ଝିଅ ଶାନ୍ତାକୁ ମାତ୍ର ବର୍ଷଟିଏ।ବହୁ କଷ୍ଟରେ ସିଲେଇ ଦ୍ୱ।ରା ପଇସା ରୋଜଗାର କରି ଚାରୁଲତା ପିଲା ଦୁଇଟିଙ୍କୁ ମଣିଷ କରିଛନ୍ତି।ନିଜେ ଯେତେ କଷ୍ଟ କଲେ ବି ଚାରୁଲତା ପିଲା ଦୁଆଟିଙ୍କୁ ବାପା ନଥିବାର ଅଭାବ ଅନୁଭବ କରିବାକୁ ଦେଇନଥିଲେ।ଭଗବାନଙ୍କ ଦୟାରୁ ପିଲା ଦୁଇଟି ଭଲ ପାଠ ପଢୁଥିଲେ।ସୁରେଶ ବି.ଏ ପାସ୍ କଲାପରେ ଚାକିରୀ ପାଇଁ ବହୁ ଇଣ୍ଟରର୍ଭିଉ ଦେଲା।ଶେଷର ଗୋଟିଏ ବ୍ୟାଙ୍କର ପି.ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲା।ଯେଉଁ ଦିନ ପୁଅ ବ୍ୟାଙ୍କରେ ଚାକିରୀ ପାଇଲା ସେଦିନ ମାକୁ ଧରି ଅନେକ କାନ୍ଦି କହିଥିଲା

--ମା' ଆମର ଦୁଃଖର ଦିନ ସରିଗଲା।ତତେ ଆଉ ସିଲେଇ କରି କଷ୍ଟରେ ପରିବାର ଚଳାଇବାକୁ ପଡିବନି।ଦେଖିବୁ ମୁଁ ଶାନ୍ତାକୁ ବେଶ ବଡଘରେ ବାହା ଦେବି ଆଉ ତୋ ପାଇଁ ବଡଘର ଟିଏ କରିଦେବି।ବାକି ଜୀବନ ତୋର ସୁଖରେ କଟିବ।

ସେଦିନ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ ଭରିଯାଇଥିଲା। ପୁଅର କଥାର ଚାରୁଲତା ଏକ ସ୍ୱପ୍ନର ଜଗତରେ ଘୂରି ବୁଲୁଥିଲେ।ଭାବୁଥିଲେ ବୋଧହୁଏ ଠାକୁର ଏତେଦିନେ ତାଙ୍କର ଗୁହାରି ଶୁଣିଲେ।ସତରେ ତାଙ୍କ ଦୁଃଖ ଦୂର ହୋଇଗଲା। ପୁଅ ଚାକିରୀ ପରେ ସତରେ ତାଙ୍କର ଦୁଃଖ ଦୂର ହୋଇ ଯାଇଥିଲା।ପରିବାରଟିରେ ହସଖୁସି ଭରିଯାଇଥିଲା। ମା ପାଇଁ ସୁନ୍ଦର ଘରଟିଏ କରି ଦେଇଥିଲା । କିଛି ଦିନ ପରେ ଚାରୁଲତା ଚିନ୍ତା କଲେ ପୁଅର ହାତକୁ ଦିହାତ କରିଦେବା ପାଇଁ।ଶାନ୍ତା ଜିଦି ଧରିଲା ଆଗ ଭାଇ ବାହାଘର ହେବ ପରେ ,ତାର ବାହାଘର ହେବ। ତେଣୁ ପୁଅ ପାଇଁ କନ୍ୟା ଖୋଜାଖୋଜି ଆରମ୍ଭ କଲେ।

ଅନେକ ପ୍ରସ୍ତାବର ଆସିଲେ ମଧ୍ୟ ଗୋଟିଏ ପ୍ରସ୍ତାବରେ ପୁଅ ସନ୍ମତି ପ୍ରକାଶ କଲା।କାରଣ ଝିଅଟି ଶିକ୍ଷିତ,ସୁନ୍ଦର ତଥା ତାର ବାପା ଜଣେ ଉଚ୍ଚ ପଦବୀରେ ଅଧିଷ୍ଟିତ ବ୍ୟକ୍ତି।ଯଦିଓ ଝିଅଟିର ରୂପ ଚାରୁଲତାଙ୍କୁ ଭଲ ଲାଗିଥିଲା,ତଥାପି ବଡ଼ ଘରୁ ଝିଅ ଆଣିବାକୁ ସେ ଅନିଚ୍ଛା ପ୍ରକାଶ କରୁଥିଲେ।କାରଣ

ବଡ଼ଲୋକର ଝିଅ କାଳେ ତାଙ୍କ ପରିବାରରେ ଚଳି ପାରିବନି ସେଥିପାଇଁ ସେ ମନେମନେ ଡରୁଥିଲେ। କିନ୍ତୁ ପୁଅର ମନ କଷ୍ଟ ହେବ ଭାବି ସେ ମୌନ ରହିଲେ।

ବାହାଘର ଖୁଵ୍ ଧୂମଧାମ ସରିଗଲା। ଅଳ୍ପଦିନ ପରେ ତାଙ୍କ ଆଶଙ୍କା ସତ୍ୟ ରେପରିଣତ ହେଲା ।ଅଳ୍ପଦିନରେ ବୋହୂଟି ନିଜ ଗୁଣଗ୍ରାମ ଦେଖାଇବା ଆରମ୍ଭ କରିଦେଲା।ପ୍ରତ୍ୟେକ କଥାରେ ବୋହୂଟି ନିଜ ବାପଘରର ବଡିମା ଦେଖାଇ, ଶାଶୁ ଘରକୁ ନୀଚ୍ଚ ଦେଖାଇଲା।ଶାଶୁ ନଣନ୍ଦଙ୍କୁ ଦୁର୍ଵ୍ୟବହାର

ଦେଖାଇବା ଆରମ୍ଭ କରିଦେଲା।ଚାରୁଲତା ପ୍ରଥମେ ପୁଅ ମୁହଁକୁ ଚାହିଁ ସବୁ ସହ୍ୟ କରି ନେଉଥିଲେ।ଅବସ୍ଥା କ୍ରମଶଃ ଅସମ୍ଭାଳ ହେଲା। ଶେଷରେ ଛାତିରେ ପଥର ରଖି ପୁଅକୁ ଅଲଗା ଘର ନେବାକୁ ବାଧ୍ୟ କରିଲେ।ଯଦିଓ ପ୍ରଥମେ ପୁଅ ରାଜି ହେଉ ନଥିଲା,ତଥାପି ମା'ର ଜିଦ୍ ଓ ପରିବାରରେ ଶାନ୍ତି ପାଇଁ

ଅଲଗା ଘର ନେଲା। ଯେଉଁ ଦିନ ପୁଅବୋହୂ ଘରୁ ଗଲେ ସେଦିନ ଚାରୁଲତା ଠାକୁର ଘରେ ବସି ଅନେକ କାନ୍ଦିଛନ୍ତି ସତ କିନ୍ତୁ ସେମାନଙ୍କର ଅମଙ୍ଗଳ କାମନା କରିନାହାନ୍ତି।

ଏଭିତରେ ତିନି ବର୍ଷ କଟିଯାଇଛି।ପୁଅ ମଝିରେ ମଝିରେ ଘରକୁ ଆସି ସୁବିଧା ଅସୁବିଧା ବୁଝି ଯାଏ। ପୁଅର ଗୋଟିଏ ପୁଅ ମଧ୍ୟ ହୋଇଛି।ପୁଅର ଅନୁରୋଧରେ ନାତିର ଏକୋଇସିଆକୁ ଚାରୁଲତା ଯାଇଥିଲେ ଓ ଆତି ଆଦରରେ ନାତିକୁ ଟିକେ ଧରିଥିଲେ।କେଉଁଠି ବୋହୂ ଥିଲା ଝଡପରି ଆସି

ଇନ୍ଫେକସନ୍ ହୋଇଯିବ କହି ଚାରୁଲତାଙ୍କ ହାତରୁ ନାତିକୁ ଝାମ୍ପି ନେଇଥିଲା।ସେ ଅପମାନକୁ ମଧ୍ୟ ସେ ପୁଅମୁହଁକୁ ଚାହିଁ ସହ୍ୟ କରିଥିଲେ।ଏ ଭିତରେ ଶାନ୍ତା ଗୋଟିଏ ଚାକିରୀ ପାଇଥାଏ।ମା ଓ ଭାଇ ମିଶି ଗୋଟିଏ ଭଲ ପୁଅ ଦେଖି ତାକୁ ବାହା କରିଦେଲେ।ଝିଅର ବାହାଘର ପରେ ଯଦିଓ

ଚାରୁଲତା ଏକୁଟିଆ ହୋଇ ଯାଇଥିଲେ ତଥାପି ଚିନ୍ତାଶୂନ୍ୟ ହୋଇ ଯାଇଥିଲେ।

ଦୁଇ ବର୍ଷ ପରେ ବୋହୂର ପ୍ରଥମେ ଟିକେ ଟିକେ ଜର ହେଲା।ପ୍ରଥମେ ସାମାନ୍ୟ ଜର ବୋଲି ଭାବିଥିଲେ ।ଦୀର୍ଘ ଦିନ ଧରି ଜର ନଛାଡିବାରୁ ଡାକ୍ତର ଙ୍କ ପରାମର୍ଶରେ ବିଭିନ୍ନ ପ୍ରକାର ଟେଷ୍ଟ କଲାରୁ ଜଣାପଡିଲା ବୋହୂର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଯାଇଛି।ପରିବାର ଉପରେ ଚଡ଼କ ପଡିଲା।

ପୁଅ ପାଗଳ ପ୍ରାୟ ହେଲା। ଛୋଟ ଛୁଆଟି କିପରି ବା ବଂଚିବ।

ପରିବାରର ଏ ବିପର୍ଯ୍ୟସ୍ତ ଅବସ୍ଥାକୁ ସମ୍ମୁଖୀନ କରିବା ପାଇଁ ଚାରୁଲତା ହିଁ ଅଣ୍ଟାଭିଡିଲେ।ପୁଅକୁ ସାହାସ ଦେଲେ ଏ ଦୁର୍ଦ୍ଦିନ ନିଶ୍ଚୟ ଚାଲି ଯିବ ବୋଲି।ପୁଅ ଅର୍ଥ ସିନା ଯୋଗାଡ଼ କରିଦେଲା ,କିନ୍ତୁ କିଡ଼ନୀ ଦବ କିଏ?ଯେଉଁ ବାପ,ଭାଇ ଓ ମା'ଙ୍କୁ ନେଇ ସେ ଗର୍ବ କରୁଥିଲା କିଡ଼ନୀ ଦବା ନାଁ ଶୁଣି ସେମାନେ ଧରାଛୁଆଁ ଦେଲେନି।ସ୍ୱ।ମୀଙ୍କ କିଡ଼ନୀ ବି ମ୍ୟାଚିଙ୍ଗ କଲାନି।

ଶେଷରେ ଚାରୁଲତା ନିଜ ଆଡୁ ତାଙ୍କ କିଡ଼ନୀ ଦେବାକୁ ପ୍ରସ୍ତାବ ଦେଲେ। ସୁଯୋଗ କ୍ରମେ କିଡ଼ନୀ ମ୍ୟାଚିଙ୍ଗ ବି କଲା। ଶାଶୁଙ୍କର ଉଦାରତାରେ ବ୍ରତତୀ ଲଜ୍ଜିତ ହେଲା।ବାପଘରର ବଡ଼ଲୋକିକୁ ନେଇ ଗର୍ବ କରୁଥିବା ବ୍ରତତୀର ଅହଂକାର ମାଟିରେ ମିଶିଯାଇଥିଲା ।ଯାହାକୁ ସେ ଅଶିକ୍ଷିତ ଦରିଦ୍ର କହି ହେୟ ମନେ କରୁଥିଲା,ତା'ଙ୍କ ହୃଦୟ ଯେ କେତେ ବିଶାଳ ସେଦିନ ସେ ମର୍ମେ ମର୍ମେ ଅନୁଭବ କରି ପାରିଲା। ଅଥଚ ନିଜ ମା! ଯେଉଁ ଦିନ ସେ ତାଙ୍କୁ କିଡନୀଟିଏ ଦେବାକୁ ଅନୁରୋଧ କରିଥିଲା,ଉତ୍ତରରେ ଶୁଣିଥିଲା ----ତୁ ତ ଯାଣିଛୁ ,ବାପାଙ୍କର ଦେହ ଖରାପ।ମୁଁ କିଡ଼ନୀଟିଏ ଦେଲେ ତାଙ୍କ ସେବା କରିବ କିଏ?ବରଂ ଯୋଇଁଙ୍କୁ କହ ଆଉ କୋଉଠୁ ପଇସା ଦେଇ ଯୋଗାଡ କରିବେ।

ସେଦିନ ମା କଥାରେ ସ୍ତମ୍ଭୀଭୂତ ହୋଇ ଯାଇଥିଲା।ଅଥଚ ଶାଶୁ ନିସଙ୍କୋଚରେ ତାଙ୍କ ଆଡୁ ପ୍ରସ୍ତାବ ଦେଉଛନ୍ତି। ତାଙ୍କ ମହାନତା ଆଗରେ ବ୍ରତତୀର ମୁଣ୍ଡ ଲଇଁ ଯାଉଥିଲା।

ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା।କାନ୍ଦିକାନ୍ଦି ସେ ଚାରୁଲତାଙ୍କ ଗୋଡ଼ ତଳେ ପଡି କ୍ଷମା ଭିକ୍ଷା କରୁଥିଲା। ଚାରୁଲତା ତାକୁ ଦୃଦୟରେ ଭିଡିଧରି ଆଶ୍ୱ।ସନ ଦେଉଥିଲେ।

ଝିଅର ଭୂଲ୍ କ'ଣ ମା ଧରେ। ଯେଉଁ ଦିନ ଅପରେସନ ହୋଇ ବ୍ରତତୀ ଘରକୁ ଫେରିଲେ ସେଦିନ ସ୍ୱ।ମୀଙ୍କୁ ଅନୁରୋଧ କଲେ ତାଙ୍କୁ ଶାଶୂଘରକୁ

ନେଇଯିବା ପାଇଁ।ବ୍ରତତୀର ଅନୁରୋଧରେ ସ୍ୱ।ମୀ ସୁରେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମଧ୍ୟ ମନରେ ଖୁବ ଖୁସୀ ହୋଇଥିଲେ।

Kiran bala Mishra


Rate this content
Log in

Similar oriya story from Inspirational