Dr Jharana Satapathy

Abstract Inspirational Others

4.0  

Dr Jharana Satapathy

Abstract Inspirational Others

ଶାନ୍ତିର ସନ୍ଧାନେ

ଶାନ୍ତିର ସନ୍ଧାନେ

2 mins
238



ଓଃ ମତେ ଆଉ କିଛି ସମୟ ଶୋଇବାକୁ ଦେଇଥାନ୍ତ ହଜିଯାଇଥିଲି କିଛି ସମୟ ସେ ଅଦ୍ଭୁଦ ଦୁନିଆ ଭିତରେ। ଏମିତି ଏକ ଯାଦୁର ଦୁନିଆ। କି ଶାନ୍ତି ଥିଲା। ସେଠି ଥିଲା ନା ଦୁଃଖ ନା କଷ୍ଟ ଖାଲି ପ୍ରେମ ଏବଂ ଭଲପାଇବା।


ଜାଣିଛ ମଣିଷ ଜୀବନରେ ଆଜି ଯେଉଁ ଜିନିଷଟିର ଘୋର ଅଭାବ ପରିଲିକ୍ଷିତ ହେଉଛି ତାହା ହେଉଛି ମାନସିକ ଶାନ୍ତି। ମଣିଷ ସାରାଦିନର ସବୁକାର୍ଯ୍ୟ ଯନ୍ତ୍ରବତ୍ କରିଚାଲିଥାଏ। ମାତ୍ର ମନରେ ନଥାଏ ସରସତା ଏବଂ ଉଲ୍ଲସିତ ଭାବଧାରା।ସେଥିପାଇଁ ଏ ଶାନ୍ତିଟିକେକ ପାଇଁ ମଣିଷ ନିଜକୁ ହଜାଇଦିଏ ମନ୍ଦିର ମସଜିଦ ଏବଂ ବିଭିନ୍ନ ଧର୍ମାନୁଷ୍ଠାନ ସହ। ସମସ୍ତଙ୍କ ଅସଲ ଲକ୍ଷ ସେହି ଦୁଷ୍ପ୍ରାପ୍ୟ "ଶାନ୍ତି। 


କିନ୍ତୁ ଏ ଶାନ୍ତିଟିକେକ ପାଇଁ ସତରେ ମୁଁ ହଜିଯାଇଥିଲି ସେ ଅଦ୍ଭୁତ ଦୁନିଆ ଭିତରେ। ସେଠାରେ ସମସ୍ତେ ସୁଖୀଥିଲେ। କିଏ କାହାରିକୁ କଷ୍ଟ ଦେଉନଥିଲେ। ନ ଥିଲା ହିଂସା, ଅରାଜକତା , ଲୁଣ୍ଠନ, ଦୁଷ୍କର୍ମ। 


ଥିଲା ଖାଲି ଶାନ୍ତି.... ଶାନ୍ତି... ଶାନ୍ତି...। 


ମନୁଷ୍ୟ,ପଶୁପକ୍ଷୀ,ଗଛଲତା,ନଦୀ ଆକାଶ,ପାହାଡ,ଝରଣା ସୂର୍ଯ୍ୟ, ଚନ୍ଦ୍ର, ତାରା ,ମାଟି,ପାଣି ପବନ ଲାଗୁଥାଏ ଗୋଟିଏ ଶାଶ୍ବତ ପ୍ରେମରେ ବନ୍ଧା। ଖୁବ୍ ସୁନ୍ଦର ସେ ଅଦ୍ଭୁଦ ଦୁନିଆ ଆଉ ତା ଭିତରେ ଅତିବ ସୁନ୍ଦର ହେଉଛି ଜୀବ ଜଗତ ଆଉ ଜଡ ଜଗତ ମଧ୍ୟରେ ଥିବା ଜୀବନ ଚକ୍ରର ଗଭୀର ସଂପର୍କ,ମଧୁର ସମନ୍ବୟ ଆଉ ନିବିଡ ପ୍ରେମ।


ଲାଗୁଥାଏ ଠିକ୍ ଆକାଶରେ ନିଳ ତାରାଗୁଡିକ ସମୁଦ୍ରରେ ଖସିପଡିଛନ୍ତି। କି ଚିକମିକ ନିଳ ଜଳରାଶି। ସତେଯେମିତି ଏକ ଦିପପୁଞ ଭଳି। 


ଓଃ ଜାଣିଛ ସେଭଳି ଅଦ୍ଭୁତ ଦୁନିଆ ଭିତରେ ହିତ୍ରିକ ରୋଶନ ଭଳି ସୁପର ହିରୋ ଵି ହଜିଯାଆନ୍ତି । ଏତେ ସୁପର୍ ମେନ୍ ହୋଇ ମଧ୍ୟ। ଖାଲି ହିତ୍ରିକ ନୁହଁ ହେରି ପୋଟର ଭଳି ଯାଦୁଗର ମଧ୍ୟ ସେ ଅଜବ ଦୁନିଆ ଭିତରେ ହଜିଯାଇଛନ୍ତି। ମୁଁ ପରା ତାଙ୍କୁ ସେ ଦୁନିଆରେ ଦେଖିଥିଲି। 


ତୁମ ସପନ ସେତିକି ଥାଉ କଳ୍ପନା । ମତେ ଅଫିସ ଯିବାର ଅଛି ପରା। ସମୟ କେତଟା ହେଲାଣି ଦେଖିଲଣି। ମୋ ପାଇଁ ରୋଷେଇ କରିବ କିଏ। କହୁଛ ପୁଣି ଅଜବ ଦୁନିଆରେ ହଜିଯାଇଥିଲି। ଆଗେ ତୁମେ ତୁମ ପରିବାରକୁ ଦେଖ। କିଛିସମୟ ଏ ଅଜବ ଦୁନିଆରେ ହଜିଗଲ ଵୋଲି ସେଥିପାଇଁ ଆଜି କଣ ଅବସ୍ଥା ହୋଇଛି ଦେଖିଲ !


#Non-Stop November


Rate this content
Log in

Similar oriya story from Abstract