Dr Jharana Satapathy

Inspirational

4.0  

Dr Jharana Satapathy

Inspirational

ସେଵିକା

ସେଵିକା

2 mins
163



ଘର ମାଲିକ ଜାଣି ଭାରି ଖୁସି ହୋଇ ଯାଇଥିଲେ ଯାହା ହେଲେ ବି ଗୋଟେ ନର୍ସ ଆସି ଆମ ଘରେ ଭଡାଟିଆ ହୋଇ ରହିବେ । ଘର ମାଲିକ ସେଥି ପାଇଁ ମତେ ଫୋନରେ ଭାରି ପ୍ରଶଂସା କରି କୁହନ୍ତି ଯାହାହେଉ ବହୁଦିନ ପରେ ଆପଣ ମୋ ପାଇଁ ଭଲ ଭଡାଟିଆ ଟି ଖୋଜି ଦେଇଛନ୍ତି । ଠିକ୍ ମାସକୁ ମାସ ଭଡା ଦେଉଛନ୍ତି ଆଉ ମାଗିବାକୁ ପଡୁନି । ଏମିତି ଭଦ୍ର ମହିଳା ଜଣକୁ ମୁଁ କେଉଁଠି ଦେଖିନାହିଁ । ଆମର ଦେହ ଖରାପ ହୋଇଲେ ମଧ୍ୟ ବୁଝା ସୁଝା କରିଦିଅନ୍ତି । ସିଏ ପରା ଆମର ଝିଅ ବୟସର । ପୁଅ ଝିଅ ଆମର ବାହାରେ ରହିଲେ କଣ ହେଲା । ସେ ଝିଅଟି ଆମ ପାଖରେ ଥିବା ଯାଏଁ ଆମର ଆଉ ଭୟ କଣ! 


ପ୍ରକୃତରେ ସେ ସେବିକା ଜଣକର ଭଲ ବ୍ୟବହାର ଥାଏ ସେ ମଉସା,ଏବଂ ମାଉସୀଙ୍କ ପ୍ରତି । କିଛି ଦେହ ଖରାପ ହେଲେ ବୁଢାବୁଢୀଙ୍କର ସେବା ସୁଶୃସା କରନ୍ତି । ଖାଲି ଏ ବୁଢା ବୁଢୀ ନୁହଁନ୍ତି ଡାକ୍ତରଖାନାରେ ତାଙ୍କ ନାମ ସମସ୍ତେ ଜାଣନ୍ତି ।


ସିଷ୍ଟେର ଅନୁ ନାମରେ ସମସ୍ତେ ଡାକନ୍ତି । ସେବାରେ ସେ ନିଜ ଜୀବନକୁ ଉତ୍ସର୍ଗିତ କରି ଦିଅନ୍ତି । ପାଖ ପଡ଼ୋଶୀ ମଧ୍ୟ ତାଙ୍କୁ ଭାରି ଭଲ ପାଆନ୍ତି ।  


କିନ୍ତୁ ଯେତେବେଳେ ଏ କୋରନା ମାଡି ଆସିଲା ସିଷ୍ଟେର ଅନୁକୁ ମଧ୍ୟ କରୋନା ଓ୍ବାଡରେ ଡ୍ୟୁଟି କରିବା ପାଇଁ ପଡିଲା ।


ଡାକ୍ତରଖାନାରେ କରୋନା ରୋଗିଙ୍କ ସେବା କରିବା କଥା ଜାଣି ତାକୁ ଏ ବୁଢା ବୁଢୀ ନିଜ ଘର ଛାଡିବା ପାଇଁ କହିଲେ । ଏଭଳି ପରିସ୍ଥିତିରେ ତାକୁ ଘରୁ ବାହାର କରିବା ଉଚିତ କି? ପୂର୍ବରୁ ଫୋନରେ ସେ ମଉସା ଜଣକ ମୋ ସହ କଥାବାର୍ତ୍ତା ସମୟରେ ଭାରି ପ୍ରଶଂସା କରନ୍ତି ସେ ଝିଅଟିକୁ ।


ତୁମକୁ ବହୁଥର କହି କହି ଭଲ ଝିଅଟିଏ ଆମ ଭଡାଟିଆ ହୋଇ ମିଳିଲା ପୁଣି ଆଜି ଶୁଣିବାକୁ ପାଇଲି ଯେତେ ଶୀର୍ଘ ଏ ଝିଅକୁ ଘରୁ ବାହାର କରିବି । ଯେଭଳି ପରିସ୍ଥିତି ହେଉ ଲକ୍ ଡାଉନ ହେଉ କିମ୍ବା ଯାହାହେଉ ସିଏ ଘରୁ ଉଠିବା କଥା ଉଠିବ ।


ପ୍ରକୃତରେ ଏ ସେବିକାଜଣଙ୍କର କଣ ଭୁଲ ଅଛି ? ତାଙ୍କର ଦାୟିତ୍ବ ହେଲା ସେବା କରିବା । କରୋନା ରୋଗୀ ହେଉ କିମ୍ବା ଅନ୍ୟ କାହାର ।


ମଉସାଙ୍କୁ ବୁଝେଇଲେ ମଧ୍ୟ ବୁଝିଲେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କ ପୁଅ ନିତେଶ ଯେତେବେଳେ ବିଦେଶରୁ ଫେରି କରୋନା ଓ୍ବେବସାଇଟ୍ ରେ ନିଜ ନାମ ରେଜିଷ୍ଟ୍ରେସନ କରି ହୋମ୍ କ୍ବାରାଣ୍ଟାଇନ୍ ରେ ରହିବାକୁ ପଡିଲା ସେତିକି ବେଳେ ଅନୁ ତାର ସେବା ସୁଶୃଷା କରିଥିଲା ।


ବୁଢା ମଉସା ସେତେବେଳେ ବୁଝିପାରିଲେ ଏଭଳି ପରିସ୍ଥିତିରେ ଜଣକୁ ଘରୁ ବାହାର କରିଦେବା ଠିକ୍ ନୁହଁ । ନିଜର ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କଲେ ।



Rate this content
Log in

Similar oriya story from Inspirational