ସେଇ ରାତି
ସେଇ ରାତି
ସେଇ ରାତି ହଁ ସେଇ ରାତି ତୁମେ ବୁଝିପାରୁନ ।ମୁଁ କୋଉ ରାତି କଥା କହୁଛି ନିଳିମା। ନା ବୁଝିବାକୁ କି ମନେ ପକାଇବାକୁ ମୋର ଆଦୌ ଇଛା ନାହିଁ । ଜୀବନର ଗୋଟିଏ ଭୁଲ ମୋର ସେହି ରାତି ଯେଉଁ ରାତି ପାଇଁ ମୁଁ ଆଜି କଳଙ୍କିତ କିଛି ଦୋଷ ମୋର ନଥାଇ ମୁଁ ଆଜି ଦୋଷୀ ଏ ଦୁନିଆଁ ଆଗରେ ଶ୍ରୀକାନ୍ତ ତୁମ ପାଇଁ ।ଦୁନିଆଁ ଦାଣ୍ଡରେ ଝିଅ ମାଟି ହାଣ୍ଡି ଆଉ ପୁଅ କଂସା ପିତଳ ।କିଏ ରୀତି ଗଢିଲା ??ଯିଏ ଏସବୁ ରୀତି ଗଢ଼ିଛି ସେ ନିଶ୍ଚିତ ଭାବେ ପୁଅଟିଏ ହୋଇ ଥିବ କାରଣ ନାରୀ କେବେ ନାରୀର ଶତ୍ରୁ ହୋଇ ନ ପାରେ ।ହଁ ଅଧିକାର ଆଉ ଆତ୍ମ ଗର୍ବ ଶତ୍ରୁ କରିଦେଇ ପାରେ ନାରୀକୁ ନାରୀର ।ନାରୀ ହେଉ କି ପୁରୁଷ ପ୍ରଥମେ ଭାବିବା ଉଚିତ ଏ ସୃଷ୍ଟିରେ ତାର ଜନ୍ମ ମଣିଷର ଯାହା ଶ୍ରେଷ୍ଠ ତମ ସୃଷ୍ଟି ସ୍ରଷ୍ଟାଙ୍କର।ନିଜେ ଶାନ୍ତିରେ ବଞ୍ଚୁ ଆଉ ଅନ୍ୟକୁ ସମାଜରେ ଶାନ୍ତିରେ ବଂଚିବାକୁ ଦେଉ କାରଣ ଭଗବାନ ସମସ୍ତଙ୍କୁ ସମାନ ଅଧିକାର ସହିତ ସ୍ୱାଧୀନତା ଦେଇଛନ୍ତି ।ମଣିଷ ମାନେ ଯାହା ତାକୁ କଦର୍ଯ୍ୟ କରିଛନ୍ତି ସମାଜ କରି ଏକ ସୁସ୍ଥ ମଣିଷ ହିଁ ସମାଜ ପାଇଁ ହିତକର ମାତ୍ର ଏଠି ସମସ୍ତେ ନିଜ ମାନସିକ ଅସୁସ୍ଥ ଆତ୍ମଗର୍ବ ଓ ଅନ୍ୟର ଦୋଷ ଦେଖିବାରେ ବ୍ୟସ୍ତ ।ଯେଉଁ ସମୟରେ ଅନ୍ୟର ଦୋଷ ଦୁର୍ବଳତାକୁ ଚିନ୍ତା କରୁଚ ସେହି ସମୟ ଯଦି ନିଜ ଉନ୍ନତି କଥା ଚିନ୍ତା କରନ୍ତା ମଣିଷ । ନିଜ ସହିତ ସମାଜ ଓ ଦେଶ ବି ଆଗେଇ ଯାଆନ୍ତା ଏବଂ ମୁଁ ଆଜି ନିର୍ଦୋଷି ହୋଇ ଦୋଷୀ ରୂପେ ଗଣନା ହୋଇ ନ ଥାନ୍ତି ସେଇ ରାତି ପାଇଁ।ଆଉ ଆତ୍ମହତ୍ୟା ପାଇଁ ବାଧ୍ୟ ହେଇ ନ ଥାନ୍ତି ।ଚିଠି ଟିକୁ ପଢି ଶ୍ରୀକାନ୍ତ ବାବୁ ମୁଣ୍ଡରେ ହାତ ଦେଇ ବସିଗଲେ ଚେୟାର ଉପରେ ।ସମାଜ ଏ ସମାଜ ଯିଏ ନିର୍ଦୋଶୀକୁ ଦଣ୍ଡ ଦିଏ ଆଉ ଦୋଷୀକୁ ଫୁଲ ମାଳ ପିନ୍ଧାଇଦିଏ ।
କଣ ଦୋଷ ଥିଲା ନିଳିମାର ଖାଲି ଏତି କି ସେ ଝିଅପିଲାଟେ । ବର୍ଷା ଯୋଗୁଁ ମୋ ରୁମରେ ଆଶ୍ରୟ ନେଇ ଥିଲା ଗୋଟେ ରାତି ସେଥିପାଇଁ ସେ କଳଙ୍କିତ ହୋଇଗଲା ସମାଜ ଆଗରେ ।ବାଃ ରେ ସମାଜ ଆଉ ସମାଜରେ ରହୁଥିବା ଲୋକର ରୁଗ୍ଣ ମାନସିକତା ।
ହଁ ସେହି ପଥହରା ରାତି କଥା ଯେଉଁଠି ମୋର ଦେଖା ହୁଏ ନିଳିମା ଦାସ ସହ ମୋ ପିଲାଦିନର ସାଙ୍ଗ ସାନ୍ଧ୍ୟ ସମୟ ପ୍ରବଳ ବର୍ଷା ସହ ଘଡଘଡି ଚଡଚଡି ଆକାଶ ସତେ ଫାଟି କି ଆଁ କରିଥିଲା ଆଉ ତା ଭିତରୁ ଗଳୁଥିଲା ମୂଷଳ ଧାରାରେ ପାଣି ।କେତେ ଚାତକ ପକ୍ଷୀର ତୃଷ୍ଣା ନିବାରଣ କରିବା ପାଇଁ ବୋଧେ ।ବୋଉର ପିଲାଦିନର ଗପ ବର୍ଷା ହେଲେ ମନେ ପଡ଼ିଯାଏ । ଚାତକ ପକ୍ଷୀ କଥା ।
ରାତି ଘନଉ ଥିଲା ଅନ୍ଧାରର ଗଭୀରତାରେ ତା ସହିତ ବର୍ଷା ତୁହାକୁ ତୁହା । ବାଲକୋନିରେ ଅସମୟରେ କଫି ସହିତ କିଛି ପକୋଡ଼ିର ଉପଭୋଗ କରୁଥିଲି ମୁଁ ଆଡଭୋକେଟ ଶ୍ରୀକାନ୍ତ ମହାନ୍ତି ବୟସର କୃଷ୍ଣଚୁଡାକୁ ଡେ଼ଇଁ ସାରି ଆଗକୁ ପାଦ ଧିରେ ଧୀରେ ଥାପୁଥିଲି । ବିବାହ ପାଇଁ ଘରେ ସମସ୍ତେ ପ୍ରାୟ ବ୍ୟସ୍ତ ମାତ୍ର ମନରେ ମୋର ସେ ଝିଅଟି ଥିଲା ଯାହାର ପ୍ରଥମ ସ୍ପର୍ଶ ମତେ ଅଧିର କରିଥିଲା ।ମୋ ଭିତରେ ଥିବା ପୁରୁଷତ୍ବକୁ ଜାଗ୍ରତ କରିଥିଲା ନବମ ଶ୍ରେଣୀରେ ସେ କେହି ନୁହେଁ ନିଳିମା ମୋ ହୃଦୟର ରାଣୀ।ଭଲପାଇବାର ଯୋଗ୍ୟତା ଥିଲେ ବି ସେ ମତେ ଭଲପାଇନଥିଲା ।ନୁତନ ଯୌବନ ପ୍ରାପ୍ତି ପରେ ପ୍ରଥମ ପ୍ରେମ ପ୍ରଥମ ସ୍ପର୍ଶ ହୃଦୟରେ ବର୍ଷ ବର୍ଷ ଧରି ଘର କରିରୁହେ ।ସେ ଘରେ ତା ଛଡା ଆଉ କାହାକୁ ପୁରେଇବାକୁ ଇଚ୍ଛା ହୁଏ ନାହିଁ ।
ମୁଁ ସେଇଆ ଅନୁଭବ କରିଥିଲି ଆଉ ତା ଆଖି ପଢି ଯାହା ଜାଣୁଥିଲି ତାର ବି ସେ ଅନୁଭୁତି ମୋ ପ୍ରତି ଥିଲା ।ମାତ୍ର ଆମେ ସ୍ଵାଧୀନ ହୋଇ ମଧ୍ୟ ସମାଜର ରୀତି ନୀତିରେ ପରାଧୀନ ଥିଲୁ। ସେ ଝିଅ ପିଲା ତାର ମୁହଁ ସହିତ ପାଦ ମଧ୍ୟ ବଂଶ ଅଭିଜାତ୍ୟର ସିକୁଳିରେ ବନ୍ଧା ଥିଲା ।ଖାଲି ଆଖିରେ ଦେଖିବା ସହିତ ଉପଭୋଗ କରିବା ଛଡା ଆମର ଆଉ କିଛି ନଥିଲା ହାତରେ ଯୁବାବସ୍ତାରେ ସେ ସମୟ ଅଲଗା ଥିଲା ।ଆଖିର ପରଦା ତଳେ ପ୍ରେମର କାହାଣୀ ଗଢା ହୋଇ କେବେ ଭାଙ୍ଗି ଯାଇଥିଲା ଜଣାନଥିଲା କାହାକୁ ।
ମୁଁ ସେ ଉନବିଂଶ ଶତାବ୍ଦୀର କଥା କହୁଛି ଯେଉଁଠି ପ୍ରେମର ଦିଆ ନିଆ ହେଉଥିଲା ଆଖିର ସ୍ପଶରେ କିଛି କଥା ଓଠ ନିରୋଳାରେ କହୁଥିଲା ଆଉ କିଛି ରହିଯାଉଥିଲେ ହୃଦୟର କୋଣରେ ।ଆଜି ବି ମୋ ହୃଦୟରେ ବହୁତ କଥା ଅଛି ନିଳିମାକୁ କହିବାକୁ ।ମୁଁ ଏବେ ମୋ ନିଜ ଗୋଡ଼ରେ ଠିଆ ହୋଇ ସାରିଛି ସହରରେ ଜନଗହଳିରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ଏକ ବିରାଟ ପ୍ରସାଦ ରୂପି ଘର ତୋଳିଛି ଏନ ଏଚ ଅଠରରେ ।ଯାହା ଖାଲି ଗାଡି ମଟର ଯିବା ବ୍ୟତୀତ ଆଉ କିଛି ନାହିଁ ପ୍ରକୃତିର କୋଳରେ ମତେ ରହିବାକୁ ଭଲ ଲାଗେ ସେଥିପାଇଁ ମୁଁ ଏଠାକୁ ଚାଲିଆସିଛି।ମୋ ଘର ବ୍ୟତୀତ ବେଶୀ ଘର ଏଠି ନାହିଁ କୋଷେ କେ ଦୂର କେ ଗୋଟେ ଗୋଟେ ଅଛି ଯାହା ଆଉ ସବୁ ପାଖଜଗା କନଷ୍ଟ୍ରସନଚାଲିଛି !ଏକ ଡିଭୋସି ଆଡଭୋକେଟ ହିସାବରେ ଖୁବ ଜଣା ଶୁଣା ମୁଁ ।କେତେ ବିବାହ ବିଚ୍ଛେଦ କରିଛି ମୋ ଦଶବର୍ଷ କ୍ୟାରିଅରରେ ।ମୋ ନିଜକୁ ଖରାପ ଲାଗିଲେ ମଧ୍ୟ ମୁଁ ନିଜେ ପ୍ରଫେସନ ସହିତ ମୋ କର୍ମ ଭାବି କରି ନିଏ ।ସେଥିପାଇଁ ମତେ କେତେ କଟୁ କଥା ମଧ୍ୟ ସହିବାକୁ ପଡେ ଅପୋଜିସନଙ୍କ ଠାରୁ।ବୋଉ କହୁଥିଲା ତୁ ଏମିତି କାର୍ଯ୍ୟ କରୁଛୁ ସେଥିପାଇଁ ତୋ ବିବାହ ମଧ୍ୟ ହେଇପାରୁ ନି ।କେତେ ଝିଅ ଦେଖା ହୁଏ ମୋ ପାଇଁ କୌଣସି ନା କୌଣସି କାରଣ ପାଇଁ ଭାଙ୍ଗି ଯାଏ ।ମୋ ମନ କିନ୍ତୁ ଥାଏ ନିଳିମା ପାଖରେ ।
ହଠାତ ଡୋର ବେଲ ବାଜି ଉଠେ ରାତିର ପ୍ରଥମ ପ୍ରହରରେ ବର୍ଷା ବାଡ଼ ବନ୍ଧ ଭାଙ୍ଗୁଥାଏ ।ତା ସହିତ ଆକାଶର ବିଜୁଳି ଯାହା ଲାଇଟ ଦେଖାଉ ଥାଏ ବାକି ତ ଏମିତି ଟିକେ ବର୍ଷାରେ ପାୱାର ଅଫ ହୋଇଯାଏ।ମୋ ଘରେ ମହମବତୀ ଲଗେଇ ମୁଁ ଘରଟିକୁ ଆଲୋକିତ କରିବାକୁ ଚେଷ୍ଟା କରେ କାରଣ ଇନଭଟରର ପାୱାର ସରିସରି ଆସୁଥାଏ ।କିଏ ଡୋର ବେଲ ବଜେଇଲା ଭାବି ମୁଁ କବାଟ ପାଖକୁ ଯାଏ ଖୋଲିବାକୁ କିନ୍ତୁ ଏତେ ରାତିରେ କିଏ ବୋଲି ଆଗ କବାଟ ଫାଙ୍କରେ ଦେଖିବାକୁ ଚେଷ୍ଟା କରି ମାତ୍ର ଅନ୍ଧାର ଯୋଗୁଁ କିଛି ଦେଖାଯାଏ ନାହିଁ ।ହଠାତ ବିଜୁଳି ଚମକି ଉଠେ ଆଉ ସେ ଝିଅଟି ମତେ ଅତି ଡରରେ କୁହେ ପ୍ଲଜ ଦୟା କରି କବାଟ ଖୋଲନ୍ତୁ ।ବିଜୁଳିର ଆଲୋକରେ ଆଲୋକିତ ମୁହଁଟି ତାର ନିଳିମା କଥା ମନେପକାଇ ମତେ ।ସତେ ଯେମିତି ମୋ ମନରେ ଆଶା, ଆକାଂକ୍ଷା ଆଉ ତା ସହିତ ବିଗତ ଦିନରେ ମନ ମଧ୍ୟରେ ଥିବା ଲାଭା ଉଦ୍ଗିରଣ ହୁଏ ।!କିଛି ନ ପଚାରି କବାଟଟିକୁ ଖୋଲିଦିଏ ମୁଁ ଦଲକେ ପବନ ସହିତ ବର୍ଷାର ମାଡ଼ରେ ଝିଅଟି ମୋ ଦେହରେ ଲାଗିଯାଏ । ଅଜାଣତରେ ।ନିଜକୁ ସଜାଡି ବା ବେଳକୁ ଇନଭଟରର ଚାର୍ଜ ସାରି ଯାଇଥାଏ ଆଉ ରୁମଟି ପୁରା ଅନ୍ଧାର ମୁହଁକୁ ମୁହଁ ଦିଶୁନଥାଏ ।ଝିଅଟି କୁହେ ପ୍ଲଜ ଗୋଟେ ରାତି ଏଠି ରହିପାରିବି କି ।ବର୍ଷା ଛାଡିବା କ୍ଷଣି ଚାଲିଯିବି ମୁଁ ।ମୁଁ ନିଜେ ମୋ ବାଇଲର ଧିମା ଲାଇଟରେ ମହମବତୀ ଲଗେଇ ତାକୁ କୁହେ ।ଆପଣଙ୍କର ପରିଚୟ ସେ କୁହେ ନିଳିମା ଦାସ ।ତା ପାଟିରୁ ଏ କଥା ଶୁଣି ସମୟ ସ୍ତର ହେଲା ପରି ଲାଗେ ।ମୋ ହୃଦୟର ରାଣୀ ନିଳିମାକୁ ଆଜି ହାତ ଫହାନ୍ତାରେ ପାଇ ମଧ୍ୟ ବହୁତ ଦୂରରେ ସିଏ ।କାରଣ ମଥାରେ ତାର ନାଲି ସିନ୍ଦୁରର ଗାର ବର୍ଷାରେ ଭିଜି ଧୋଇ ଗଲେ ବି ତାର ଅସ୍ତିତ୍ବ ରହିଯାଇ ମତେ ସୂଚାଉ ଥାଏ ମୁଁ ଆଜି ପଥହରା ଦିଗହରା ମୋ ଜୀବନରେ ଆଶାର ସବୁ ଆଶାର ଫଳ ଆଜି ଖଟା ମୋ ପାଇଁ ।ଭାବନାର ଜୁଆରରେ ଭଟ୍ଟା ପଡ଼ିବାକୁ ବସିଛି !ନିଳିମାକୁ ଦେଖା ହେଲି ।ଶୋଷ ପାଖକୁ ସମୁଦ୍ର ଆସିଛି ହେଲେ ତୃଷ୍ଣା ନିବାରଣ କରିପାରୁ ନି ସେ ।କି ବିଚିତ୍ର ଭାଗ୍ୟ ମୋର ନିଜ ହାତରେ
ମୁଁ ପଥ ହରା ।ଆଖିରେ ଅଶ୍ରୁର ନଦୀ ।ଆଖିର ଲୁହ ଜଣାପଡେ ନାହିଁ କାରଣ କାରଣ ବର୍ଷାରେ ଭିଜି ଥାଏ ମୁହଁ ଦେଖି ନିଳିମା କୁହେ ତୁମକୁ ଚିହ୍ନିଲାପରି ଲାଗୁଛି ।ତୁମେ ଗଜପତି କଲେଜର ଚକେଲେଟ ବଏ ଶ୍ରୀକାନ୍ତ ମହନ୍ତି କି ।ତା ପାଟିରୁ ମୋ ନାଆଁଟା ଭାରି ମିଠା ଶୁଭୁଥିଲା ।ହଁ ମୋ ପାଟିରୁ ବାହାରିଲା ସେ କାଳ କଥା ଆଉ କାହିଁ ନିଳିମା ତୁମର ବିବାହ ସରିଛି ।ନିଳିମା କହିଲା ଆଉ ତୁମେ ।ମୁଁ ହସିହସି କହିଲି ତୁମ ଅପେକ୍ଷାରେ ଥିଲି ସେ କହିଲା ସତେ ନା କଣ। ମୋ ମନ କହୁଥିଲା ଏ ମନ ଖୋଜୁଥାଇ ଯାହା ବିଳମ୍ବରେ ପ୍ରାପ୍ତି ତାହା ଭାବନାରେ ପୂର୍ଣ୍ଣଛେଦ ଦେଇ ନିଳିମାକୁ ପଚାରିଲି ଏପଟେ କୁଆଡେ ସେ କହିଲା ମୋ ଶାଶୁ ଘରକୁ ଯାଉଥିଲି କଲେଜର କାମ ସାରି ଆଉ ବାଟରେ ମୋର ଗାଡିଟି ଖରାପ ହେବା ସହିତ ବର୍ଷା ଆଉ ଘଡଘଡି। ତୁମେ ତ ଜାଣ ମତେ ଘଡଘଡି ଭାରି ଡର ଲାଗେ ।ଆମେ କଲେଜ କ୍ୟାମ୍ପରେ ଥିଲା ବେଳେ ।ତୁମେ ଏଠି କଣ ଏକୁଟିଆ ରହୁଛ ଶ୍ରୀକାନ୍ତ ଆଉ ସମସ୍ତେ ।ଦୁଇ ଦିନ ହେବ ଗାଁରେ !ବାହା ହୋଇ ଖୁସି ଅଛ ତ ନିଳିମା ।ସେ ଧୀର ସ୍ୱରରେ କୁହେ ହଁ ସେମିତିରେ ବାରି ହୋଇ ପଡୁଥାଏ ତା ଚିନ୍ତା ଆଉ ଚେତନାରେ ଥିବା ଦୁଃଖ କି ମୋ ମନର ଭାବନାକୁ ତା କଥାର ଅର୍ଥରେ ମିଶାଇ ମୁଁ ସତ ଭାବିନେଉଥିଲି !ଟାୱାଲଟିକୁ ହାତକୁ ବଢ଼େଇ ଦେଇ କହିଲି ନିଅ ମୁଣ୍ଡ ପୋଛି ଦିଅ ଥଣ୍ଡା ହେଇଯିବ ତୁମକୁ କଫି କରି ନିଇ ଆସୁଛି ଟିକେ ପିଇ ନେବ ।ସେ ନା ନା କରୁଥିଲା ଆଉ ମୁଁ ଜବରଦସ୍ତି ତା ହାତରେ କଫିର ମଗଟିକୁ ଦେଇ କହିଲି ପିଇ ଦିଅ ।
କିଛି ଗପର ଆସର ଜମୁ ଜମୁ ନିଦ ତାକୁ କୋଳଗତ କରିସାରିଥିଲା ।ଆଉ ମତେ ବି ସୂର୍ଯ୍ୟ କିରଣର ରକ୍ତିମ ଆଭା ପଡୁପଡୁ ନିଦ ତାର ଭାଙ୍ଗିଯାଏ ଆଉ ସେ ତରତର ହୋଇ ନିଜ ହାତରେ ପିନ୍ଧିଥିବା ଘଡିକୁ ଦେଖେ !ଶ୍ରୀ ମୁଁ ଯାଉଛି ଡେରି ହେଲାଣି ଘରେ ବ୍ୟସ୍ତ ହେଉଥିବେ ଫୋନ କରିଥିଲେ ଭଲ ହେଇଥାନ୍ତା ମାତ୍ର ନେଟୱର୍କର ପ୍ରୋବ୍ଲେମ ଥିଲା କହି ଶୀଘ୍ର ଶୀଘ୍ର ଚାଲିଯାଏ ।ସେହି ମୁହୂର୍ତ୍ତ ମୋ ଜୀବନ ସେହି ରାତିକୁ ଝୁରୁଥାଏ । ମୋ ହୃଦୟ ପ୍ରେମ ଲଗ୍ନା ଆଜିକୁ ଦଶ ଦିନ ହେବ ମୋ ମନ ପାସୁରି ପାରେ ନାହିଁ ।ହଠାତ ଘରକୁ ଆସିବା ସମୟରେ ହାତରେ ଗୋଟେ ଚିଠି ଦେଇ ବୋଉ କୁହେ ନେ ଏଇ ଚିଠିଟି କିଏ ଦେଇଛି ତତେ।ମୁଁ ନିଜେକୁ ସମ୍ଭାଳି ନ ପାରି କାରଣ ମତେ କେହି ନାହାନ୍ତି ଚିଠି ଦେବାକୁ ଆଉ ଏ ଚିଠିଟି କିଏ ଦେଲା ଭାବି ଚିଠିଟିକୁ ଖୋଲେ ଆଉ ଯାହା ଲେଖା ଥାଏ ତାକୁ ପଢି ମୁଁ ଶବ୍ଦହୀନ ହୋଇଯାଏ ।ସେ ଚିଠିରେ ଲେଖା ଥିଲା ତୁମକୁ ଚିଠି ମିଳିଲା ବେଳକୁ ମୁଁ ନଥିବି ଏ ଦୁନିଆଁରେ କାରଣ ମୁଁ ଜଣେ ସ୍ୱାଧୀନ ଭାରତର ପରାଧୀନ ନାରୀ ଅବଳା ଦୁର୍ବଳା ନୁହେଁ ମୁଁ ମତେ ଜନ୍ମରୁ କରାଇଦିଆ ଯାଏ ଆଉ ଶିଖାଯାଏ ମୋ ଜୀବନରେ ନିଜ ଜୀବନ ଠାରୁ ସମାଜର ଇଜ୍ଜତ ବଡ଼ ।ସେଦିନ ମୁଁ ଗୋଟେ ରାତି ଆଶ୍ରୟ ନେଲି ବୋଲି ଆଜି ମତେ ପରିମାଣ ସ୍ୱରୂପ ମୋ ଜୀବନ ହାରିବାକୁ ପଡୁଛି ।
ଇତି ବର୍ଷା ରାତିର ସାଥି
ତୁମ ସାଙ୍ଗ ନିଳିମା।
