Satyabati Swain

Tragedy

2  

Satyabati Swain

Tragedy

ସେଇ କାଳି ଝିଅଟି

ସେଇ କାଳି ଝିଅଟି

6 mins
281


ମୋ ଝରକା ସେ ପାଖେ ତାଙ୍କ ଘର ରାସ୍ତା। ଝରକା ଖୋଲୁ ଖୋଲୁ ସବୁଦିନ ଗୋଟିଏ ଦୃଶ୍ୟ ମୁଁ ଦେଖେ। କଳା ମିଚି ମିଚି ଝିଅଟିଏ ସାଇକେଲ ନେଇ କୁଆଡେ ଯାଏ। ଝିଅଟି ସବୁ ଦୃଷ୍ଟିରୁ ଠିକ୍ ଠାକ୍ ଲାଗେ। କିନ୍ତୁ ତା ରଙ୍ଗ ଟି ଅତି କଦର୍ଯ୍ୟ। ସେଇଥିପାଇଁ ମୋତେ ତାକୁ ଦେଖିବାକୁ ଆଦୌ ଭଲ ଲାଗେ ନାହିଁ। ଲାଇନ୍ଟା ଯଦି ଚାଲି ଯାଇଥିବ ଏବଂ କେହି ସେ ଝିଅଟିକୁ ଅନ୍ଧାରରେ ଦେଖିବ ତ ଜାଣି ପାରିବ ନାହିଁ ମଣିଷ ନା ଅନ୍ଧାର। ଏଣୁ ମୁଁ ତା ନାଁ ଅନ୍ଧାରୁଆ ରଖିଥିଲି।


ପ୍ରତିଦିନ ସେ କୁଆଡେ ଯାଏ ମୁଁ ଜାଣି ନାହିଁ; କିନ୍ତୁ କି ଝଡ଼ି ବଢି ତା ଯିବା ଥୟ। ସେ ଯେଉଁ ଡ୍ରେସ୍ ପିନ୍ଧି ଯାଏକୌଣସି

 ରଙ୍ଗ ତାକୁ ମାନେ ନାହିଁ। କଲା ଲୋକଙ୍କ ପାଇଁ କେଉଁ ରଙ୍ଗ ଠିକ୍ ଲାଗିବ ସେ ବୋଧେ ବୁଝି ପାରିନାହିଁ। ମୁଁ ଭାବେ କି ଝିଅ ଟା ବା ଏକରେ ତ ଏତିକି କଲା ଯେ ପୋଛି ଆଣିଲା ହାତ କଳା ହୋଇଯିବ; ସେଥିରେବେଶୀ  ପିନ୍ଧିବ ଗାଢ଼ ନାଲି ଗୋଲାପି ଓ ହଳଦିଆ ରଙ୍ଗର ଡ୍ରେସ୍। କଣ ଯେ ଦର୍ପଣରେ ସେ ତା ଦେହ ମୁଁ ଦେଖେନି କି! ମୋର ତା ଡ୍ରେସ୍ ର ରଙ୍ଗ ପ୍ରତି ବି ବିତୃଷ୍ଣା। ମୋଟା କ୍ ଝିଅଟି ଆଖିରେ ପଡିଲା ମାତ୍ରେ ମୋତେ ବିରକ୍ତ ହିଁ ଲାଗେ।


ଝରକା ଖୋଲିବା ମୋର ନିଶ୍ଚିନ୍ତ। ସେ ଭଲ ଲାଗୁ ନ ଥିବା ଝିଅଟିକୁ ଦେଖିବା ବି ଧାର୍ଯ୍ୟ। କାହିଁକି ନା ମୁଁ ଦୁଇ ମହଲା ର ଯେଉଁ ରୁମ ଟି ଭଡା ନେଇଛି,ତା ଭିତରକୁ ବାହାର ଆଲୋକ ପଡିପାରେ ନାହିଁ। ଦିନ ବେଳା ବି ଘର ଭିତରେ ଅନ୍ଧାର ରାଜୁତି କରେ। ଲାଇନ୍ ନ ଥିଲେ ଯେ କୌଣସି ଆଲୁଅ ନ ଲଗାଇଲେ ଘର ଭିତର ଜିନିଷ କିଛି ଦିଶିବନି। ଏମିତି ଘରଟିଏ ଭଡା ନେବାକୁ ମୁଁ ବାଧ୍ୟ ହୋଇଛି। ଆଗରୁ ଗୋଟେ ଭଲ ଘରେ ଥିଲି,ମାସକୁ ଆଠ ହଜାର ଭଡା ବାଵଦକୁ ଉଡ଼ି ଯାଉଥିଲା। ହେଲେ ହଠାତ୍ ବାପାଙ୍କ ଲିଭର୍ ଇନ୍ଫେକ୍ସନ ହୋଇ ମାତ୍ରା ଧିକ ଯନ୍ତ୍ରଣା ହେଲାରୁ ତତ୍କାଳ ଅପେରେସନ୍ କରିବାକୁ ପଡିଲା। ଏଣୁ ପାଞ୍ଚ ଲକ୍ଷ୍ୟ ଟଙ୍କା ଲୋନ କରିଛି। ଶୁଝିବାକୁ ଦୁଇ ତିନି ବର୍ଷ ଲାଗିବ। ସେଥିପାଇଁ ଅଳ୍ପ ଦାମର ଘରଟିଏ ଖୋଜିଲି। କାରଣ ମୋର ମାସିକ ଦରମା ମାତ୍ର କୋଡିଏ ହଜାର। ଦଶ ହଜାର ଲୋନ ଶୁଝିବାରେ ଚାଲି ଯାଉଛି। ଆଠ ହଜାରେ ଘର ଭଡା ଦେଲେ ମୁଁ ଖାଇବି କଣ,ଘରକୁ ପଠାଇବି କେତେ? ଏଣୁ ହେଉ ପଛେ ଅନ୍ଧାର ଏଇ ଘରଟିକୁ ଭଡାରେ ନେଇଛି। କେବଳ ବାହାର ଲାଇଟି ଆସିବା ବ୍ୟତୀତ ଆଉ ସବୁ ଭଲ ଏଠି। ପରିବେଶଟି ଶାନ୍ତ ସରଳ। ଗଛ ବୃଛ ଯଥେଷ୍ଟ ଅଛି। ପାଖାପାଖି ପନ୍ଦରଟି ପରିବାର ଅଛନ୍ତି ଏ କଲୋନି ରେ।


ମୁଁ ଗୋଟେ ଟେବୁଲ ପକାଇଛି ଝରକା ସିଧା। ସେଇ ଟେବୁଲ ଟି ମୋର ପେପର୍ କି ବହିପଢ଼ା,କବିତାଲେଖା ତଥା ଡାଇନିଂ ଟେବୁଲର କାମ ତୁଲାଏ। ଛୁଟି ଦିନ ମାନଙ୍କରେ ମୁଁ ସାରା ଦିନ ସେଇ ଝରକା ପାଖେ ହିଁ ବସେ।" ସେଇ କାଳି ଝିଅଟି "ସକାଳ ସାତ ଟାରେ ଯାଏ ଫେରେ ପ୍ରାୟ ରାତି ଆଠଟା ବେଳକୁ। ଚାକିରୀ ବାକିରି କରେ କି କଣ। ତାଙ୍କ ଘରୁ ବି ଦୁଇ ପୁରୁଷ ଓ ଦୁଇ ସ୍ତ୍ରୀ ଓ ଜଣେ ବୟସ୍କ ମାଉସୀ ବାହାରିବା ଆଖିରେ ପଡେ ମୋର। ଅନୁମାନ ଲଗାଏ ହୋଇଥିବେ ଭାଇ କି ଦାଦା ସେମାନେ ସେଇ କାଳି ଝିଅଟିର। ମାଉସୀ ଜଣଙ୍କ ତା ମା।


ଦିନେ ମାଉସୀ ଝିଅଟିକୁ ଡାକିବାର ଶୁଭିଲା ମନ୍ଦିରା ଔଷଧ ସରିଛି ଆଣିବୁ। ଡେଟଲ ଓ ଡାଲି ବି ନାହିଁ। ହଁ ମା କହି ଝିଅଟି ତା ସାଇକେଲ ନେଇ ଚାଲିଗଲା। ତାହେଲେ ଝିଅଟିର ନାଁ ମନ୍ଦିରା ଓ ମାଉସୀ ଜଣଙ୍କ ତା ମା ବୋଲି ମୁଁ ନିଶ୍ଚିନ୍ତ ହୋଇ ଗଲି।


ଝିଅଟି ଗଲା ପରେ ମା କାନିରେ ଆଖି ପୋଛିଲେ। ମୋତେ ଭାବିବାକୁ ବାଧ୍ୟ କଲା ଯେ ଝିଅଟିର ଘରେ କିଛି ସମସ୍ୟା ଅଛି। କିନ୍ତୁ କଣ ହୋଇପାରେ ସମସ୍ୟାଟି ଜାଣି ହୁଏନି। ସବୁଠାରୁ ଆଶ୍ଚର୍ଯ୍ୟ ମୁଁ ଏତେ କଥା ସେଇ କାଳି ଝିଅ ଓ ତା ଘର କି ସମସ୍ୟା ବିଷୟରେ ଭାବେ କାହିଁ କି? ଝରକାରେ ଗୋଟେ ସ୍କ୍ରିନ ଟାଣିଦେଲି। ନା ଆଉ ଦେଖିବି ନାହିଁ ସେ ଝିଅଟିକୁ।


କିନ୍ତୁ ସାଇକେଲ ଘଣ୍ଟି ବା ସାଇକେଲ ଯିବା ଶବ୍ଦ ଶୁଣିଲେ ଆପେ ମୋ ହାତ ସ୍କ୍ରିନ ଆଡେଇ ଟିକେ ଚାହିଁଦିଏ ବାହାରକୁ। କେଜାଣି ଝିଅଟି ମୋତେ ଭଲ ଲାଗେ ନାହିଁ ଅଥଚ ତା ଯିବା କୁ ମୋ ନିଜ ଅଜାଣତେ ଅପେକ୍ଷା ରଖେ? ଅଦ୍ଭୁତ!


ଥରେ ପାଞ୍ଚ ଦିନ ଧରି ମନ୍ଦିରା ଘରୁ ବାହାରିଲା ନାହିଁ କି ତା ସାଇକେଲ ଶବ୍ଦ ଯିବାର ଶୁଭିଲା ନାହିଁ। ଗୋଟେ ଅସ୍ତ ବ୍ୟସ୍ତ ଭାଵ ମୋତେ ଛଟପଟ କଲା। କଣ ହୋଇ ଛି? ଦେହ ଭଲ ନାହିଁ କି ମନ୍ଦିରାର? ବନ୍ଧୁ ଘର ବୁଲି ଯାଇଛି କି? ମନ୍ଦିରା ବିଷୟରେ ଜାଣିବାକୁ ମୋ ଭିତର ଆଗ୍ରହ ଭାରି ହଇରାଣ କଲେ ମୋତେ। ରବିବାରିଆ ହୋଇଥାଏ। ମୁଁ ଚାରିଟା ବେଳେ ଘରୁ ବାହାରି ରାସ୍ତାରେ ଟହଲ ମାରିଲି। ମାଉସୀ ଜଣଙ୍କ ଘରୁ ବାହାରି ତାଙ୍କ ବାରଣ୍ଡା ଖୁଣ୍ଟକୁ ଆଉଜି ବସିଲେ। ମୋ ବିଚଳିତ ଭାଵ ଓ ଚାଲି ଦେଖି କହିଲେ "ପୁଅ କଣ ହୋଇଛି କି? ବ୍ୟସ୍ତ ଥିଲା ପରି ଲାଗୁଛ?"


ନାଇଁ ମାଉସୀ ଆଜି ରବିବାର ଛୁଟି। ସାଙ୍ଗ ସାଥୀମାନେ ଗାଁ କୁ ହୋଲି ଖେଳିବାକୁ ପଳାଇ ଛନ୍ତି। ଏକୁଟିଆ କେଉଁ ଠିକୁ ଯିବି। ଘରେ ପଶି ପଶି ଭଲ ଲାଗିଲା ନାହିଁ ତ... ସେଥିପାଇଁ ଟିକେ ବାହାରେ ଆସି ବୁଲୁଛି। ମୋର ଇଚ୍ଛା ହେଉଥାଏ ମାଉସୀ ସଂଗେ ଗପିବା ଆଳରେ ମନ୍ଦିରା ବିଷୟରେ ଜାଣିବାକୁ।


ମାଉସୀ କହିଲେ ପୁଅ ତୁମ ଘର କେଉଁଠି, କେଉଁଠି ଚାକିରୀ କର,ଘରେ କିଏ କିଏ ଅଛନ୍ତି,ବାହା ସାହା ହୋଇଛ କି ନାହିଁ,ହାତରେ ରାନ୍ଧି ଖାଅ ନା ହୋଟେଲ ରେ?


ଆରେ ବାବାରେ ଏ ମାଉସି ଓ ମା ମାନେ ଗୋଟିଏ ଭାଡ଼ିର ପାରା ଏକାବେଳେକେ ଅନେକ ପ୍ରଶ୍ନ ପଚା ରିବେ। ସେଥିରେ ଖାଇବା ଓ ବାହା ସାହା ପ୍ରଶ୍ନ ପ୍ରାୟତଃ ସାଧାରଣ। ଏମିତି ଆଳାପ ଆଲୋଚନା ଭିତରେ ମୁଁ ଜାଣିବାକୁ ପାଇଲି ଯେ ମାଉସୀଙ୍କ ଝିଅ ମନ୍ଦିରା। ମାଉସୀ ଦ୍ଵିତୀୟ ପକ୍ଷ ସ୍ତ୍ରୀ ମଉସାଙ୍କର। ମଉସାଙ୍କ ଆଗ ସ୍ତ୍ରୀ ଙ୍କର ଦୁଇ ପୁଅ ମୁଁ ଯାହାଙ୍କୁ ଦେଖେ। ଆଗ ସ୍ତ୍ରୀ ବ୍ରେଷ୍ଟ କ୍ୟାନ୍

ସରରେ ମରିଯିବାରୁ ଦୁଇ ପୁଅଙ୍କୁ ଲାଳନ ପାଳନ କରିବା ପାଇଁ ମାଉସୀ ମା ହୋଇ ଘରକୁ ଆସିଲେ। ମାଉସୀ ସିନା ଜନ୍ମ ନ କରି ପୁଅ ଦୁଇଟିଙ୍କର ମା ହୋଇ ଗଲେ; ପୁଅ ମାନେ କିନ୍ତୁ ପୁଅ ହୋଇ ରହି ପାରିଲେ ନାହିଁ। ମଉସା ରୋଜଗାର ଥିଲା ବେଳେ ସବୁ ପୁଅ ବୋହୁ ବାପା ବାପା ହେଉଥିଲେ। ଅବସର ନେବା ପରେ ପୁଣି ଯେବେଠାରୁ ପକ୍ଷଘାତ ରୋଗୀ ହୋଇଗଲେ ମଉସା ପୁଅ ମାନେ ଭିନ୍ନ ହୋଇଗଲେ। ଜୀବନ କାଳ ରୋଜ ଗାରରେ ଏଇ ଜାଗାଟି କିଣି ମଉସା ଘର ଖଣ୍ଡିକ କରିଛନ୍ତି। ମନ୍ଦିରା ମୋ ଝିଅ। ଭାଇ ମାନେ ଭିନ୍ନ ହୋଇ ଗଲାରୁ ସେ ପାଠଛାଡି କେୟାର ଟେକର୍ ଚାକିରୀଟିଏ କରିଛି। ତାରି ଯୋଗୁଁ ବୁଢା ବାପା ମା ଦି ଟା ବଂଚିଛନ୍ତି ବୋଲି ବି କହିଲେ। ମ୍ୟାଲେରିଆ ଜର ମନ୍ଦିରାକୁ ପାଞ୍ଚ ଛଅ ଦିନ ହେଲା ହୋଇଛି ଯେ ଉଠି ପାରୁନାହିଁ।


ମା ଓ ମାଉସୀ ମାନେ ଟିକେ ଆତ୍ମୀୟତା ଗନ୍ଧ ପାଇଲେ ଏମିତି ବହି ଯାଆନ୍ତି। ମାଉସୀ କହିବା ବେଳେ କୋହରେ ଫୁଟୁଥିଲେ। ମୁଁ କହିଲି ମନ୍ଦିରା ଦେହ ବାଗ ହେଲାଣି?


ସେ କହିଲେ ଭଲ କଣ ପୁଅ। ଟିକେ ଉଠୁ ନ ଉଠୁଣୁ କାମକୁ ଯିବାକୁ ପଡିବ ନା। ନଲେ ଉପାସ ଭୋକରେ ଗଡି ମରିବୁ ଆମେ। ଖାଲି କଣ କେୟାର ଟେକର୍ କାମ କରେ କି ଦୁଇ ଜାଗାରେ ଟିଉସନ ବି କରେ ମୋ ଝିଅ। ଭାରି କାମିକା ମୋ ଝିଅ। ଭାବୁଛି ବାହା ହେବା ବୟସ ହେଲାଣି। ରଙ୍ଗଟି ତ ବାପାର ଆଣିଛି। କିଏ ପସନ୍ଦ କରିବ,କେଉଁଠୁ ପଇସା ଆସିବ ପୁଣି ସେ ଚାଲିଗଲେ ଆମେ କେମିତି ବଞ୍ଚିବୁ ଭାବିଲା ବେଳକୁ ଚାରି ଆଡ଼ ଅନ୍ଧାର ଦିଶୁଛି ରେ ପୁଅ।


ଏସବୁ ଶୁଣି ମନଟି ଭାରି ହୋଇଗଲା। କେତେ ମନ୍ଦିରା ଆମ ସମାଜରେ ଏମିତି ଦୁଃଖ ଦୈନ୍ୟ ଭିତରେ ବଞ୍ଚୁଛନ୍ତି ସତରେ। ମନ୍ଦିରା ପ୍ରତି ମୋର ସମ୍ମାନ ବଢିଗଲା। ଆସ୍ତେ ଆସ୍ତେ ମନ୍ଦିରା ମୋତେ ଭଲ ଲାଗିଲା। ତାକୁ ସବୁଦିନ ପର୍ଦ୍ଦା ଆଡେଇ ଦେଖିବା ଲୋଭଟି ମୋର ରୁଟିନ୍ ଲାଇ ଫରେ ଯୋଡି ହୋଇଗଲା। ମୁଁ ଛଅଟାରେ ସବୁଦିନ ବସାକୁ ଫେରି ଚା କପିଟିଏ ନେଇ ଟେବୁଲ ପାଖରେ ବସେ। ପେପର୍ ପଢେ ଓ ଝିଅଟିକୁ ଆସିଲେ ଦେଖେ। ମୁହଁଟି ଦେଖିଲେ ପଢିହେବ କେତେ କଷ୍ଟ ଚାପି ସେ ବଞ୍ଚୁଛି।


ଦିନେ ଅସ୍ୱାଭାବିକ ଭାବେ ଫେରିବା ଡେରି ହେଲା ତାର। ମୁଁ ଅନାଇଁ ଅନାଇଁ ଖାଇ ପିଇ ଶୋଇବାକୁ ଗଲି। ମନ୍ଦିରା ତ ସବୁଦିନ ନିର୍ଦ୍ଦିଷ୍ଟ ସମୟରେ ଫେରେ। ଆଜି ଏତେ ଡେରି? ହଁ ହୋଇପାରେ ସାଙ୍ଗ ସାଥୀ ବିବାହ ପାର୍ଟି ଫାର୍ଟି କୁ ଯାଇଥିବ। ଏମିତି ଭାବୁ ଭାବୁ କେତେ ବେଳେ ନିଦ ଲାଗି ଯାଇଛି। ବଢି ଭୋରୁ ରାସ୍ତାରେ ସାଇକେଲ୍ ଆସିଲା ପରି ଶବ୍ଦ ହେଲା। ମୁଁ ଉଠିପଡ଼ି ଝରକା ପର୍ଦ୍ଦା ଆଡେଇ ଯାହା ଦେଖିଲି କାବା ହୋଇଗଲି। ମନ୍ଦିରା......


ସେଦିନ ମନ୍ଦିରାର ରେପ ହୋଇଥିଲା। ତା ବେହୋସ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେଇ ଅଟୋ ରିକ୍ସା ବାଲାଟେ ତାକୁ ଗଟର କଡରୁ ଉଠାଇ ଆଣିଥିଲା।


ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁଥିଲି। ମୁଁ ମୋ ଝରକା ପର୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁ ଥିଲି। ଅଟୋ ରିକ୍ସା ତାଠୁ ପଇସା ମାଗି ନ ଥିଲା।


କିନ୍ତୁ ଦିନେ ନ ପଚାରୁଥିବା ଭାଇ ଭାଉଜ ମନ୍ଦିରା କୁ ଘର ଭିତରକୁ ନେବା ପରିବର୍ତ୍ତେ ଅନେକ କୈଫିୟତ ମାଗିଥିଲେ। ବାରଣ୍ଡାରେ ଲମ୍ବ ଜାଲି ଦେଇ ମନ୍ଦିରା ପଡିଥିଲା। କେବଳ ଲୁହ ତାକୁ ପ୍ରବୋଧନା ଦେଉଥିଲେ। ସେ ଘର ଭିତରକୁ ପଶି ପାରିବ ନାହିଁ ବୋଲି ଭାଇ ଭାଉଜ ଅଡ଼ି ବସିଥିଲେ। ମାଉସୀ ମନ୍ଦିରା ଦେହରେ ଲୁଗାଟିଏ ଗୁଡେଇ ଦେଇ କହିଲେ"ତୁମେ କିଏ ମୋ ଝିଅକୁ ଘର ଭିତରକୁ ନ ଯିବା ପାଇଁ ମନା କରୁଛ? ଯଦି ଏତେ ଲାଜ ଘର ଛାଡିଦିଅ। ଏ ଘର ତା ବାପାରମୋର। ତୁମ ପରି ତାର ବି ଅଧିକାର ଅଛି ଏ ଘରେ। ମଲା ବାପ ଟି ପଡିଛି ଦିନେ ଆଡ଼ ଆଖିରେ ଚାହିଁନ। ଏଇ ଝିଅ ପାଇଁ ସେ ବଂଚିଛନ୍ତି। ଏଇଲେ କଣ ନା ଆସିଲେ ଭାଇ ପଣିଆଁ ଜାହିର କରିବାକୁ। ଯଦି ତୁମେମାନେ ଭାଇ ଯାଅ ନ୍ୟାୟ ଦିଅ ମୋ ଝିଅକୁ। ବଳତ୍କାରୀକୁ ଖୋଜ,ଦଣ୍ଡଦିଅଲୋକେ

ଜମା ହୋଇ ପଡି ଛି ଛାକର କରୁଥିଲେ। କୁହା କୁହି ହେଉଥିଲେ ଆଉ ଏ କଲୋନୀରେ ରହି ହେବନି। ଏମିତି ବଳତ୍କାରୀ ଝିଅ ରହିଲେ।


ଝରକା ପର୍ଦ୍ଦା ଉହାଡୁ ମୁଁ ଏ ସବୁ ଶୁଣି ସ୍ତମ୍ଭିଭୂତ ହୋଇ ଗଲି। ଅଜବ ଆମ ଲୋକଙ୍କ ମାନସିକତା। ଝିଅଟିକୁ ଜୋର ଜବରଦସ୍ତ କିଏ ବଳତ୍କାର କଲା ସେଥିରେ ଝିଅଟିର ଦୋଷ କଣ? ତାର ଏ ଦୁର୍ଦ୍ଦିନରେ ତା ପାଖେ ଠିଆ ହୋଇ ସାହାସ ଦେବା ପରିବର୍ତ୍ତେ ଏତେ ଝୀଂଘାସ କାହିଁକି? ମାଉସୀ ଘୋଷାରି ଘୋଷାରି ମନ୍ଦିରାକୁ ବାହୁନି ବାହୁନି ଘର ଭିତରକୁ ନେଲେ।


ଅଣନିଃଶ୍ଵାସୀ ହୋଇଗଲି ମୁଁ। ପଲେଇଲି ଘର ବାହାରକୁ। ସିଆଡେ ସିଆଡେ ଅଫିସ୍ ଗଲି। ଅଫିସ୍ ରେ ବି ମନ ଲାଗିଲା ନାହିଁ। ଏଇ ମାତ୍ର ଜରରୁ ଉଠିଛି ମନ୍ଦିରା। କେମିତି ଚଳିବେ ସେମାନେ? ଥାନାରେଏଫଆରଦେଲେ  ନା ନାହିଁ। ଇଆଡୁ ସିଆଡୁ ଭାଵ ମୋତେ ଜାବୁଡି ଧରି ଲା।"ସେଇ କାଳି ଝିଅ"ମନ୍ଦିରା ପ୍ରତି ମନଟି ସମ୍ବେଦନ ଶୀଳ ହୋଇଗଲା। ତାକୁ ଦେଖିବାକୁ ଯିବା ଉଚିତ କି ଅନୁଚିତ ଭାବୁ ଭାବୁ ମୁଁ କେତେବେଳେ ଠିଆ ହୋଇ ଯାଇଥିଲି ମନ୍ଦିରା ଶୋଇଥିବା ଖଟ ଧାରରେ.


ଅଜୟ ମହଲା ଙ୍କ ଗଳ୍ପ



Rate this content
Log in

Similar oriya story from Tragedy