STORYMIRROR

Dr Jharana Satapathy

Inspirational

2  

Dr Jharana Satapathy

Inspirational

ସେହି କଲମର ମୋହ

ସେହି କଲମର ମୋହ

1 min
382

ସେହି କଲମଟିର ମୋହ ଆଜି ପର୍ଯ୍ୟନ୍ତ ଯାଇନି। ସେହି କଲମଟି ମତେ ଏତେ ଭଲଲାଗେ ସୁନା ଟଙ୍କା ସମ୍ପତ୍ତି ମୋହ ଠାରୁ ବି ଅଧିକ। ସେହି କଲମରେ ମୁଁ "ସେହି କଲମ ଖଣ୍ଡିକ ଗଳ୍ପଟି" ଲେଖିଥିଲି। ସେହି କଲମ ଖଣ୍ଡିକ ଗଳ୍ପଟି ମୁଁ ଷ୍ଟୋରିମିରରେ ପଠାଇଥିଲି । ମୁଁ ସେହି ଗଳ୍ପଟିକୁ ବାରମ୍ବାର ପଢେ। ମତେ ଏତେ ଭଲଲାଗେ ସେହି ଗଳ୍ପଟି ମନେ ପଡିଯାଏ ସେହି ବୃଦ୍ଧ ବ୍ୟକ୍ତି ଜଣକକୁ ସେହି କଲମଟି ମତେ ଭାରି ଭଲ ଲାଗେ। ତାର ରିଫିଲ ବି ସରି ଗଲାଣି କେଉଁ ଦିନଠୁ। ଆଉ ତାର ରିଫିଲ ବି ପଡିବନି କାରଣ ସେ ୟୁଜ୍ ଏଣ୍ଡ୍ ଥ୍ରୋ ପେନ୍। କିନ୍ତୁ ମତେ ସେହି କଲମଟିକୁ ଫୋପାଡିବାକୁ ଆଦୌ ଭଲ ଲାଗୁନି ମନରେ ବାରମ୍ବାର ଆସିଯାଉଛି ସେହି ବ୍ୟକ୍ତି ଜଣକର ମୁହଁ। ମୁଁ ଵହୁଥର ସେହି କଲମକୁ ଡଷ୍ଟବିନକୁ ନିଏ ଫୋପାଡି ବାକୁ ପୁଣି କଣ ଭାବେ ତାକୁ ନେଇ ରଖିଦିଏ ମୋ ରିଡିଙ୍ଗ୍ ଟେବୁଲ ଉପରେ।


ଡଜନ ଡଜନ ପେନ ସର୍ତ୍ତ୍ବେ ସେହି କଲମଟି ମୋର ସବୁଠୁ ପ୍ରିୟ। ମୁଁ ବଞ୍ଚିଥିବା ଯାଏଁ ସେ କଲମ ମୋ ପାଖରେ ଥିବ। ମୁଁ ଭାବେ ସେହି କଲମର ମୋହ ସବୁବେଳେ ଏମିତି ଲାଗିଥାଉ। ମତେ ଜୀବନରେ ଆହୁରି ଅଗ୍ରସର ହେବାରେ ସାହାର୍ଯ୍ୟ କରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational