STORYMIRROR

Anita Jena

Abstract Children Stories Fantasy

3  

Anita Jena

Abstract Children Stories Fantasy

ସେଦିନର ସେ ପିଜୁଳି ଚୋରି

ସେଦିନର ସେ ପିଜୁଳି ଚୋରି

2 mins
254

ମୁଁ ସେତେବେଳେ ତୃତୀୟ ଶ୍ରେଣୀରେ ପଢୁଥାଏ । ବାର୍ଷିକ ପରୀକ୍ଷା ସରି ଯାଇ ସ୍କୁଲ୍ ଛୁଟି ଦିଆ ହେଇଗଲା । ସବୁବେଳେ ଘରେ ରହିବାକୁ ପଡିଲା । ଆମେ ସ୍କୁଲ୍ ଯିବା ବାଟରେ ଆମ ଗାଆଁର ଜଣେ ଜେଜେଙ୍କ ଗଛରେ ଭାରି ସୁଆଦିଆ ପିଜୁଳି ଫଳି ଥାଏ । ସ୍କୁଲ୍ ଗଲା ବେଳେ ଆମେ ଲୁଚି ଲୁଚି ପିଜୁଳି ତୋଳି ନେଉ ହେଲେ ସ୍କୁଲ୍ ତ ଛୁଟି ହେଇଗଲା । ଏବେ ଆଉ ପିଜୁଳି ଆମେ ଆଣି ପାରୁନଥାଉ ।

    ଦିନେ ମୁଁ ଆଉ ଆମ ଗାଁ'ର କିଛି ସାଙ୍ଗ ଯୋଜନା କଲୁକୁ ଖରାବେଳେ ସବୁ ଶୋଇ ସାରିଲା ପରେ ସେ ଜେଜେଙ୍କ ବାଡ଼ିକୁ ଯାଇ ପିଜୁଳି ତୋଳି ଆଣିବୁ । ଯୋଜନା ଅନୁସାରେ ସମସ୍ତେ ନିଜ ଘରୁ ବାହାରି ଆସି ନାଳ ବନ୍ଧ ଉପରେ ଏକାଠି ହେଲୁ । ଆଉ ସେଇ ବନ୍ଧେ ଵନ୍ଧେ ଚାଲିଲୁ ପିଜୁଳି ବାଡ଼ିକୁ । ସେଠି ପହଞ୍ଚି ଦେଖିଲୁ କେତେ ଜଣ ମାଙ୍କଡ ବସି ପିଜୁଳି ଖାଉଛନ୍ତି ।

    ଆମେ ସେ ମାଙ୍କଡ ମାନଙ୍କୁ ତଡିବା ପାଇଁ କିଛି ପଥର ଏକାଠି କଲୁ ଆଉ ସେ ପଥରକୁ ମାଙ୍କଡ ଉପରକୁ ପକେଇଲୁ ହେଲେ କଣ ହେଲା ନା ସେ ମାଙ୍କଡ ମାନଙ୍କ ଭିତରେ ଜଣେ ବଡ଼ ରାଗି ମାଙ୍କଡ ଥିଲା । ଅନ୍ୟ ସବୁ ମାଙ୍କଡ ଡରି କି ପଳେଇ ଗଲେ ହେଲେ ସେ ରାଗି ମାଙ୍କଡ ଦାନ୍ତ ଦେଖେଇ ଦେଖେଇ ମାଡ଼ି ଆସିଲା ଆମ ଆଡେ଼ । ଆମେ ସବୁ ଡରି ଯିଏ ଯୁଆଡ଼େ ପାଇଲୁ ଦୌଡ଼ିବାକୁ ଲାଗିଲୁ । ହେଲେ ସେ ମାଙ୍କଡ ଜଣଙ୍କ ଆମ ପିଛା ଛାଡ଼ୁ ନ ଥାଏ । 

     ମୋର ସବୁ ସାଙ୍ଗ କିଏ ନାଳ ଭିତରେ ତା କିଏ ବିଛୁଆତି ବୁଦା ଭିତରେ ପଡିଛନ୍ତି। ଆଉ ମାଙ୍କଡ ମୋ ପଛରେ ଦୌଡ଼ିବାକୁ ଲାଗିଲା ଆଉ ମୋ ଉପରକୁ ଗୋଟେ ଡିଆଁ ମାରିଲା ମୁଁ କଣ କଲି ନା ହଠାତ୍ କିନା ବସି ପଡ଼ିଲା ଆଉ ସେ ମାଙ୍କଡ ମୋ ଉପରେ ଡେଇଁ ପଳେଇ ଗଲା । ଆଗରେ ମୋର ଆଉ ଜଣେ ସାଙ୍ଗ ଠିଆ ହେଇ ଥିଲା ମାଙ୍କଡ ତାକୁ ତା ଗାଲରେ ଗୋଟେ ମସ୍ତ ବଡ଼ ଚାପୁଡ଼ାଟିଏ ପକେଇଲା । ଆଉ ତାକୁ ନୁଆଇଁ ଦେଇ ତା ପିଠିରେ ଗୋଟେ ବିଧା ବି ଦେଲା ଆମେ ସବୁ ଖାଲି ଜୋରରେ ଚିଲ୍ଲେଇ ବାରେ ଲାଗିଲୁ । ପାଖ ବିଲରେ ଥିବା କିଛି ଜଣ ଆସି ସେ ମାଙ୍କଡକୁ ତଡିବାରେ ଲାଗିଲେ ଆଉ ଆମେ ଡରରେ ଥରୁ ଥାଉ । 

     ପିଜୁଳି ଖାଇବାର ନିଶା ଧିରେ ଧୀରେ ଉତୁରିବାରେ ଲାଗିଲା । ତଥାପି ଏତେ ବଡ଼ ଆସିଛୁ ଭାବି ପିଜୁଳି ଗଛ ପାଖକୁ ଯାଇ ଅଳ୍ପ କିଛି ପିଜୁଳି ଆଣି ଫେରି ଆସିଲୁ । ସେଇଦିନ ଠୁ ଶପଥ କଲୁ ଆମେ କେବେ ଏମିତି ଖରାବେଳେ କାହା ବାଡ଼ିକୁ ଯିବୁନି କିଛି ଆଣିବାକୁ ।

    ପିଲା ଦିନର ସ୍ମୃତି ସବୁ ଅଭୁଲା ଗୋଟେ ଅଲଗା ଦୁନିଆର ଅନୁଭବ । ଯାହା ଆଜୀବନ ସ୍ମୃତି ହେଇ ଛାତି ତଳେ ରହି ଥିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract