ସବୁଜ ରେଶମୀ ରୁମାଲ
ସବୁଜ ରେଶମୀ ରୁମାଲ


ସିପ୍ରା ଆରମ୍ଭ କରିଦେଲା ତାହାର ଗଞ୍ଜଣା । ପୁଣି ସେହି ରୁମାଲଟି ରମେଶର ପକେଟରେ । କେତେ ଖଣ୍ଡ ରୁମାଲ ଆଣି ଦେଇ ସାରିଲାଣି ରମେଶକୁ, କେବେ ସାର୍ଟ ସହ ମ୍ୟାଚିଙ୍ଗ ତ କେବେ ଟାଇ ସହ । ସବୁ ରୁମାଲ ସପ୍ତାହକର ଅତିଥି ରମେଶର ପକେଟରେ । କେଜାଣି କେମିତି ସିଏ ରୁମାଲ ସବୁ ହଜେଇ ଦିଅନ୍ତି ! ସେହି ଗୋଟିଏ ସବୁଜ ରଙ୍ଗର ଛୋଟିଆ ରୁମାଲଟିକୁ ବାଦ ଦେଲେ । ଯେତେ ଅପରିଷ୍କାର ହୋଇଥିଲେ ବି ରମେଶ ସେ ରୁମାଲକୁ ନିଜ ପଛ ପକେଟରେ ରଖିଥାଏ । କେବେ ବ୍ୟବାହାର କରେନି । ଅନ୍ୟ ସବୁ ରୁମାଲ ବ୍ୟବାହାର କରେ । ଅନେକ ଥର ପଚାରିଛି ସେ ରୁମାଲର ରହସ୍ୟ । ରମେଶ ସବୁ ବେଳେ ଏଡେଇ ଦେଇଛି ଉତ୍ତରଟି ।
ଆଜି କିନ୍ତୁ ସିପ୍ରା ନିର୍ଣ୍ଣୟ ନେଇଛି ନିଶ୍ଚୟ ଜାଣି ବୁଝିବ ସେହି ରୁମଲ ପଛରର ରହସ୍ୟ । "ଆଜି ବହୁତ ମଇଳା ଦୁଶୁଛି, ଫୋପାଡ଼ି ଦଉଛି , ଯଦି ତମର ଏହାକୁ ସଫା କରିବାର ଇଛା ନାହିଁ । ଏମିତିରେ ମଧ୍ୟ ତୁମେ ଏହାକୁ ବ୍ୟବହାର କରୁନାହଁ," କହିଲା ସିପ୍ରା ।
କ୍ଷଣକରେ ଶୂନ୍ୟରୁ ଆବିର୍ଭାଵ ହୋଇଗଲା ରମେଶ, ଟାଣି ନେଲା ରୁମାଲଟିକୁ ଏବଂ କହିଲା," କେତେ ତାହାର କହିଛି ସେ ରୁମଲକୁ ଟେବୁଲ ଉପରେ ରଖିଦେବା ଯଦି କପଡ଼ା ଧୋଇବାକୁ ଦଉଛ ? ବାରମ୍ବାର କାହିଁକି ମୋତେ ବିରକ୍ତ କର କେଜାଣି !"
"କଣ ଅଛି ଏଥିରେ ମୁଁ ଜାଣିନି,ମଇଳା ଲାଗୁଥିଲା ବୋଲି କହିଲି," ସିପ୍ରା ଉତ୍ତର ଦେଲା ।
" କଣ ଦରକାର ତୁମର ଜାଣିବା? ମୋ ରୁମାଲ ମୋ ପୋକଟରେ ଅଛି । ତୁମର କଣ ଯାଉଛି?" ରମେଶ କହିଲା । କ୍ଷଣକରେ ଝିମିଟି କଳିରୁ ମହାଭାରତ ଆରମ୍ଭ ହୋଇ ଯାଇଥିଲା ରବିବାର ସକାଳଟିରେ । କିଛି ସମୟ ପରେ ଚଳଚ୍ଚିତ୍ର ଭଳି ଦରସୟୁଷ୍ମାନ ହେଲା ସିପ୍ରା ନିଜର ଶେଯରେ, ଲୁହ ଭିଜା ତକିଆ ସହିତ, ଗୋଟିଏ ପୀଡିତା ନାରୀର ଅଭିନୟରେ, ଗୃହସ୍ଥର ରଙ୍ଗ ମଞ୍ଚରେ ।
ରମେଶ ଜଣାଇଗଲା ଆଜି ଅନ୍ୟ ଉପାୟ ନାହିଁ । ପରମାଣୁ ମଧ୍ୟ ଶକ୍ତିଶାଳୀ ନାରୀର ଲୁହ ।
"ଶୁଣ, ମୁଁ ଯେତେ ବେଳେ କର୍କଟ ରୋଗୀ ମାନଙ୍କ ,ଦାୟିତ୍ଵରେ ଥିଲି ମୋର ହାଉସ ସର୍ଜନ ସିପ ସମୟରେ, ଠାରେ ଗୋଟିଏ ଛୋଟିଆ ଝିଅଟିଏ ମୋଟେ ଦେଖିକି ବହୁତ ନେହୁରା କରିଥିଲା ତାକୁ ବଞ୍ଚେଇ ଲାଗି । ତାକୁ ମୁଁ ସେଦିନ କହି ପାରି ନଥିଲି ସିଏ ମାତ୍ର କେତେ ଦିନର ଅତିଥି ବୋଲି। ଖାଲି ତାହାର ମାର ହାତରେଥିବା ଏହି ରୁମଲ ରେ ପୋଛି ଦେଇଥିଲି ତାହାର ଦୁଇ ଟୋପା ଲୁହ ଆଉ କରି ପାରିଥିଲି ତାକୁ ଆଲିଙ୍ଗନ । ଭୁଲରେ ସେ ରୁମାଲ ଟି ରହି ଯାଇଥିଲା ମୋ ପକେଟରେ ସେଦିନ ।
ଆଜି ମଧ୍ୟ ଏଲିନାର ସେହି ଦୁଇ ଟୋପା ଲୁହ ମୋର ଇଂସ୍ସିରେସନ ମୋ ଡାକ୍ତରି ଜୀବନରେ । ଏହା ପ୍ରେମିକାର ରୁମାଲ ନୁହେଁ ।