Satyabati Swain

Tragedy

3  

Satyabati Swain

Tragedy

ସ୍ବପ୍ନର ଭାଗ ବଣ୍ଟା

ସ୍ବପ୍ନର ଭାଗ ବଣ୍ଟା

3 mins
440



 ଏହା ଭିତରେ ମୁଁ ଜୀବନ ଜୀଇଁବା ଭୁଲି ଯାଇଛି ଯେପରି । ଅବିଶ୍ରାନ୍ତ ଦୌଡୁଛି ଅଣ ନିଃଶ୍ଵାସୀ ହୋଇ । ପିଲା ଦିନୁ ମୁଁ ଜଣକୁ ପାଗଳ ପରି ଭଲ ପାଉଥିଲି । ତାକୁ ଦେଖିଲେ ମୋ ମୁହଁରେ ଅପୂର୍ବ ହସ ଫୁଟୁଥିଲା । ସେ ମୋ ପାଖରେ ଥିଲେ ଭୋକ,ଶୋଷ ସବୁ କିଛି ଭୁଲି ଯାଉଥିଲି  । ତାକୁ ଦେଖିଲେ ଦଉଡ଼ି ଯାଇ କୁଣ୍ଢାଇ ପକାଉଥିଲି । ମୋ ହାତ ପାପୁଲିରେ ତୋଳି ଧରି ତା ମୁହଁ ଦେଖୁଥିଲି । ବେଳେବେଳେ ତାକୁ ଧରି ହିଁ ଶୋଇ ପଡୁଥିଲି । ମାମା ଓ ପାପା ମୁଁ ଏପରି କରୁଛି ବୋଲି ରାଗୁଥିଲେ । ଯେତେ ଯାହା କଲେବି ମୁଁ ତା ମୋହ ଛାଡି ପାରୁନଥିଲି ।

 

      ମୋତେ ଦେଖି ସେ କଣେଇଁ କଣେଇଁ ଚାହୁଁଥିଲା । ହାତ ବଢ଼ାଇ ଡାକୁଥିଲେ । ଆ ମୋତେ କୋଳେଇ ନେ ଇଶାରା ଦେଉଥିଲା । ମୋତେ ନେ ମନ ଇଚ୍ଛା ଖେଳ ବୋଲି ଉସ୍କୋଉ ଥିଲା । କେବେ କେବେ ମାମା ପାପାଙ୍କ ନଜରରେ ନ ପଡିବା ପାଇଁ ତାକୁ ନେଇ ଲୁଚେଇ ଦେଉଥିଲି କେଉଁ କୋଣରେ,ବା କେଉଁ ଉହାଡରେ । ପଢ଼ା ଟେବୁଲ ଉପରେ ଥାଇ ଟିଉସନ୍ ସାର୍ ଙ୍କୁ ଚକ୍ ମା ଦେଇ ତାକୁ ଚୋରେଇ ଚୋରେଇ ଚାହୁଁଥିଲି । ମୂର୍କି ମୂର୍କି ହସୁଥିଲି । ସାର୍ ଧମକ ଦେଇ ପଚାରୁ ଥିଲେ" କିରେ ଜ୍ୟାକ୍ କାହିଁକି ହସୁଛୁ?କାହାକୁ ଦେଖି ହସୁଛୁ?ପାଠ ଶାଠରେ ମନ ନାହିଁ,ତୁଚ୍ଛା ଟାରେ ମୂର୍ଖ କୋଉଠିକାର ହସୁଛି । ସମାଧାନ କର ଏ ପ୍ରୋବ୍ଲେମ । ଲେଖ ପ୍ଲେସ ଭାଲ୍ୟୁ କେତେ ଏ ନମ୍ବରର" ।

    

           ତୋଠୁ ନଜର ହଟାଇ ଲେଖୁଥିଲି । ନଲେ ପୋଡାମୁହାଁ ଟିଚରଟି ଚୁଗୁଲି କରିବ ପାପା ଓ ମାମା ପାଖେ । ତୁମ ଜ୍ୟାକ୍ ପଢ଼ାରେ ଆଦୌ ମନ ଦେଉନି । ସବୁବେଳେ ଅନ୍ୟମନସ୍କ । ତା ମୁଣ୍ଡ ଫୁଣ୍ଡ ଖରାପ ହୋଇଗଲାଣି କି କଣ,ମନକୁ ମନ ହସୁଛି । ଏତିକି ଶୁଣିଦେଲେ ପାପାମାମା ମୋତେ ଧରି ଦୌଡ଼ିବେ ଡାକ୍ତରଙ୍କ ପାଖକୁ । ଚେକ୍ କରିନ୍ତୁ ତ ଜ୍ୟାକ୍ ର ହୋଇଛି କଣ?ଅଥୟ ନିଜେ ହେବେ ଓ ଡାକ୍ତରଙ୍କୁ ବି କରି

ଦେବେ । ଏତେ ଝାମେଲାରେ ପଡିବ କିଏ?ଏଣୁ ମୁଁ ଟିକେ ମନ ଦେଇ କିଛି ସମୟ ତାକୁ ଭୁଲି ପଢ଼ାରେ ମନ ଦିଏ । ଏମିତି ପିଲା ବେଳୁ ତା ସହ ମୋର ଗାଢ଼ ବନ୍ଧୁତା ।

ସେ ମୋ ଶୈଶବର କଅଁଳ ଖରା ଟିପେ ।

  

   ଜିଜ୍ଞାସୁ କୈଶୋରର ସେ ମୋ ପାଇଁ ପୁଳାଏ ମାଦକତା । ମେଞ୍ଚାଏ ଆହ୍ଲାଦ । ତାକୁ ମୋ ଜୀବନର ବେଷ୍ଟ୍ ଫ୍ରେଣ୍ଡ କରି କେତେବେଳେ ମୁଁ ବଡ଼ ହୋଇଗଲି । ମୋ ଭିତରେ ସାନ ବେଳୁ ଟପିବା,ନିଜକୁ ସର୍ବଶ୍ରେଷ୍ଠ ପ୍ରତିପାଦିତ କରିବା ପାଇଁ ପ୍ରତିଯୋଗୀ ମନୋବୃତ୍ତି ଠୁଙ୍କିଦେଲେ । ମଉଳି ଗଲା ସଜଳ କଅଁଳ ସକାଳର ତାଜା ପଣ । ମୁଁ ଅଗ୍ରସର ହେଉଥିଲି ସ୍ୱପ୍ନକୁ ମୁଠେଇ, ସଫଳତା ପଛେ ଧାଇଁ । ଛାଡି ନଥିଲି କିନ୍ତୁ ମୋ ବାଲ୍ୟ ବନ୍ଧୁକୁ ଦୂର କରି । ସେ ମୋ ଯୌବନର ଛାତି ତଳ ଧକ୍ ଧକ୍ ହୋଇଗଲା ।  କୋମଳ ମହ୍ଲାର ସୁର ତୋଳି ମୋତେ ଆନମନା କଲା । ମୁଁ ପଡି ଗଲି ତା ପ୍ରେମରେ । କ୍ଷଣେ ଦୂର କରି ପାରିଲି ନାହିଁ ତାକୁ ମୋ ଠାରୁ ।

     

    ଭାରି ଇଚ୍ଛା ଥିଲା ସେଇ ବନ୍ଧୁକୁ ମୋ ଜୀବନ, ଜୀଇଁବା କରିଦେବାକୁ । କିନ୍ତୁ ତାକୁ ନେଇ ବଞ୍ଚିବାକୁ ଚାହିଁଲା ବେଳେ,ସୁନ୍ଦର ଭବିଷ୍ୟତ ଟିଏ କଳ୍ପନା କଲାବେଳେ କୁ ମୁଁ ସିଲେକ୍ସନ ବୋର୍ଡ ଦ୍ୱାରା ନାକଚ ହୋଇଗଲି । କାହିଁକି ନା ମୋ ପାପା ଏତେ ପଇସା ବାଲା କି ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ନଥିଲେ । ବଡ଼ ବଡ଼ିଆଙ୍କ ସୁପାରିଶ ମୋ ପାଖେ ବି ନଥିଲା । କେବଳ ଥିଲା ଟ୍ୟାଲେଣ୍ଟ । ସେଇ ଟ୍ୟାଲେଣ୍ଟ କିଛି କାମ କଲାନି,

ଯେତେବେଳେ ବାରବାର ମୋତେ କାଟି ଦିଆଗଲା ଜାତୀୟ ସ୍ତରକୁ ଉନ୍ନୀତ ନ କରି । କେବଳ ରାଜ୍ୟ ସ୍ତରରେ ପଡି ରହିଲି । ରାଗ ହେଲା ପ୍ରବଳ । ମାରିବି କି ମରିବି ପରିସ୍ଥିତି ସୃଷ୍ଟି ହେଲା । ମୁଁ ହୋଇ ପାରିଲି ନାହିଁ ଜାତୀୟ ସ୍ତରର ଫୁଟବଲ୍ ପ୍ଲେୟାର । ପିଲାଦିନୁ ଏତେ ମାତ୍ରାରେ ଭଲ ପାଉଥିବା ଫୁଟବଲ୍ ଟି ମୋର ମୋତେ ଧୋକ୍କା ଦେଲା । ମୁଁ କରି ପାରିଲି ନାହିଁ ତାକୁ ମୋ ଜୀବନ,ଜୀଇଁବା ଓ ଜୀବିକା ।

 

     ପାପା ମୋତେ ବୁଝାଇଲେ । ଅର୍ଥ ପ୍ରତିଷ୍ଠା ଆଜିକାଲି ଯୁଗରେ କାୟା ବିସ୍ତାର କରିଛି । ମନ ଉଣା ନକରି କିଛି ଗୋଟେ କରିବାକୁ ପଡିବ । ନଲେ ବଂଚିବୁ କେମିତି । ଘର ସଂସାର,ନିଜ ପେଟ ପାଟଣା ତ ପୁଣି ଅଛି!ମୁଁ ଅନୁଭବ କଲି ପାପା ଠିକ୍ କହୁଛନ୍ତି । ସେ ବୟସ୍କ ହେଲେଣି । କେତେ ତାଙ୍କ ଉପରେ ବୋଝ ହେବି!ଏଣୁ ଗୋଟିଏ କମ୍ପାନୀରେ ଯୋଗ ଦେଲି ରୋଜଗାର କରିବା ଆଶାରେ । ଆଉ ମୋ ପ୍ରଥମ ପ୍ରେମ ଖେଳ ଓ ପ୍ରଥମ ପ୍ରେମିକା ଫୁଟବଲ୍ କୁ କିନ୍ତୁ ଛାଡି ପାରିଲି ନାହିଁ । ଗୋଟିଏ ହାତରେ ତାକୁ କାଖେଇଲି ଓ ଅନ୍ୟ ହାତରେ ଧରିଲି ଅଫିସ୍ ବ୍ରିଫ କେସ୍ କାଗଜ ପତ୍ର ।


     ଖୋଜି ବାହାରିଲି ଜୀବନର ପ୍ରକୃତ ଖୁସି । କିଏ ଦେବ ଫୁଟବଲ୍ ନା ଅଫିସ୍ କାର୍ଯ୍ୟ!!ଅଧା ଫୁଟବଲ୍ ମନସ୍କ ଅଧା ଜୀବିକା ବୋଝ । ଏମିତି ଗୋଟିଏ ଅଧା ଅଧୁରା ସ୍ୱପ୍ନକୁ ଜାବୁଡି ଜ୍ୟାକ୍ ଚାଲୁଥିଲା ଅନ୍ୟ ମନସ୍କ ଭାବେ ଏକା ଏକା ନିଜ ସ୍ୱପ୍ନକୁ ଭାଗ ବାଣ୍ଟି ନିଜେ ଦୁଇଟି ମଣିଷ ଜୀବନର ବୋଝ ବୋହି ।



Rate this content
Log in

Similar oriya story from Tragedy