STORYMIRROR

Bidyut lata Mishra

Tragedy

4  

Bidyut lata Mishra

Tragedy

ସ୍ବପ୍ନ

ସ୍ବପ୍ନ

1 min
530


 ସ୍ବପ୍ନ ଦେଖିବା ଆଉ ପୁରଣ କରିବା ଭିତରେ ବହୁତ ପାର୍ଥକ୍ୟ ଦେଖାଦିଏ । ଝିଅଟିର ନାରାଣୀ । ପାଠ ସାଠ ସବୁଥିରେ ଆଗୁଆ । ଅନ୍ୟ ଝିଅ ପରି ସେ ମଧ୍ୟ ସ୍ବପ୍ନ ଦେଖେ ପରିରାଇଜରରାଜକୁମାର ଆସିବ ତାକୁ ସାଙ୍ଗରେ ନେଇଯିବ । ବୟସ ବଢ଼ିବା ସହରାଣୀର ସ୍ବପ୍ନ ମଧ୍ୟ ବଢିବାରେ ଲାଗିଲା ।ରାଣୀର ବିବାହ ପାଇଁ ବର ଖୋଜା ଚାଲିଲା ।


   ରାଣୀର ଜିଦ୍ କହିଲେ ନସରେ । ମୋତେ ଏମିତି ପୁଅ  ଦରକାର ,ସେମିତି ପୁଅ ଦରକାର । ଗୋଟିଏ ଲମ୍ବା ତାଲିକା କରି ବସିଥାଏ । ଶେଷରେ ତା ପସନ୍ଦର ପୁଅ ସହ ରାଣୀର ବାହାଘର ହେଲା । ବାହା ହୋଇ ତାଙ୍କ ଭରସାରେ ନିଜ ଘର ଛାଡ଼ି ଚାଲି ଆସିଲା ଶାଶୂଘର ।

ଶାଶୂଘର କୁ ଆସିଲା ମାତ୍ରେ ଅନେକ ପ୍ରଶ୍ନ ରାଣୀ ମନରେ

  ଶାଶୂ ଘର ଲୋକ ତାକୁ ପସନ୍ଦ କରିବେ ତ?ତାକୁ ନିଜ ଘର ଲୋକଙ୍କ ପରି ସ୍ନେହ ଆଉ ଭଲ ପାଇବା ଦେବେ ତ?

ବାହାଘର କିଛିଦିନ ସବୁ ଠିକ ଥିଲା କିନ୍ତୁରାଣୀ କଣ ଜାଣିଥିଲା ତାର ଡର ସବୁ ସତ ହେବ ବୋଲି । ଯାହା ହାତ ଧରି ନିଜ ଘରକୁ ପର କରି ଆସିଲା ସେହିଁ ତାକୁ ଗାଳି ଗୁଲଜ କରିବାକୁ ଲାଗିଲା ।ରାଣୀ ସହିବ ତ କେତେ ସେ ବି ରାଗରେ ଦି ଚାରିପଦ କହିଦିଏ ।


ଆଉ ବାପା ମାଆ ଙ୍କୁ ମନେ ପକାଇ ଭୋ ଭୋ କାନ୍ଦି ଉଠେ । ସତରେ ସେ କଣ ଥିଲା ଆଉ କଣ ହୋଇଗଲା?ଦୁଃଖ କହିବ ତ କାହାକୁ?କାହା ଆଗରେ କହିବ ମନ କଥା?

  ଅଧାରେ ରହିଗଲା ରାଜକୁମାର କୁ ନେଇ ଦେଖିଥିବା ସ୍ୱପ୍ନ ?ଯେଉଁ ଆଖିରେ ସେ ସ୍ବପ୍ନ ଦେଖୁଥିଲା ସେହି ସ୍ବପ୍ନ ସବୁ ଲୁହ ହୋଇ ଝରୁଛି ଆଜି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy