Satyabati Swain

Tragedy

3  

Satyabati Swain

Tragedy

ସ୍ବପ୍ନ

ସ୍ବପ୍ନ

2 mins
199



ସାମୁଦ୍ରିକ ଝଡ଼ ଫନିରେ ବିଜୁଳି ନାହିଁ କି ପାଣି ବା ଆଲୁଅ । ଇ ଯୁଗ ମଣିଷ କେମିତି ମୋଡି ମାଡି ଅନ୍ଧାର ଭିତରେ ଖୋଜୁଛି ଜୀଇଁବାର ରାହା । ମୁନା ଷ୍ଟାଣ୍ଡାର୍ଡ ଫାଇଭରେ ପଢେ । ସ୍ମାର୍ଟ ସିଟି ଭୁବନେଶ୍ୱର ସହିଦ ନଗରରେ ତାଙ୍କ ଘର । ଫନି ରାଜଧାନୀ ମଣିଷଙ୍କର ହୋସ୍ ଉଡାଇ ଦେଲାଣି । ପାଣି,ଲାଇଟ,ଫୋନ୍,କମ୍ପ୍ୟୁଟର ଓ ଏସିକୁ ଛାଡି ଛଟ ପଟ ରାଜଧାନୀ ବାସିନ୍ଦା । ଇନଭଟର୍ ବି ସରି ଗଲାଣି । ବିଚରା ମୁନା ଦେହ ସାରା ନାଲିଆ ନାଲିଆ ଫୋଟକା ବାହାରି ଗଲାଣି । ଜେଜେମା ବିଞ୍ଚଣା ହଲାଇ ହଲାଇ ହାତ ଦରଜ । ପାହାନ୍ତି ପହର ସୁଦ୍ଧା ନିଦ ଲାଗି ଯାଇଛି ମୁନାର।


     ମୁନା ସ୍ବପ୍ନ ଦେଖୁଛି ସବୁଜ ପୃଥିବୀ ନାହିଁ । ଗୋଟିଏ ଗଛ କି ଜଙ୍ଗଲ । ଚାରି ଆଡ଼େ ଖାଲି କଂକ୍ରିଟ ଜଙ୍ଗଲ ମୁଣ୍ଡ ଟେକିଛି । ଜୁଆଡେ ଦେଖ୍ ଖାଲି ଗାଡି,କଳକାରଖାନା,ଜରି,ପଲିଥିନ, ପ୍ଲାଷ୍ଟିକ ଆବର୍ଜନା । ବାୟୁମଣ୍ଡଳ ଏତେ ଦୂଷିତ ଯେ ନିଃଶ୍ୱାସ ନେବା ବୁହୁତ କଷ୍ଟ ହେଉଛି । ମଣିଷ ମଣିଷ ଭିତରେ ସ୍ୱାର୍ଥ,ଈର୍ଷା,ଗର୍ବ ଅହମିକା ରାଜୁତି କରୁଛି । ମାନବିକତା କାହାଠାରେ ନାହିଁ।ଦେଶ ଦେଶ ମଧ୍ୟରେ ଯୁଦ୍ଧ,ବୋମା ଫିଙ୍ଗା,ଷ୍ଟାର ୱାର, ନିୟୁକ୍ଲିୟ ୱାର,ଆଣବିକ ବମ୍ଯୁଦ୍ଧ,ଆତଙ୍କବାଦର ରଣ ହୁଙ୍କାର ଚାଟି ଦେଲାଣି ମଣିଷ ପଣିଆ । ହୃଦୟ ହିଁନ ନ୍ୟସ୍ତ ସ୍ୱାର୍ଥ ସର୍ବସ୍ୱ ମଣିଷ ଜାତି । ବାରବାର ପ୍ରାକୃତିକ ବିପର୍ଯ୍ୟୟ ଯେପରି ବାତ୍ୟା,ବଢି,ମରୁଡି,ଭୂମିକମ୍ପ ଆଦି ହୋଇ ନିଶ୍ଚିନ୍ନ ହୋଇ ଯାଉଛି ପୃଥିବୀ ଓ ଆଣ୍ଠେଇ ପଡୁଛି ମଣିଷ ବି।


       ଆରେ ଏ କଣ ? ସୁନ୍ଦର ସବୁଜିମା ପୃଥିବୀ ଧ୍ୱଂସ ହୋଇ ଯାଇଛି ! ତା ମଣିଷ ଜାତି ଯେ ଜୀବ ମାନଙ୍କ ଭିତରେ ଶ୍ରେଷ୍ଠ ସେ କଣ ପୁଣି ପୁରାତନ ପ୍ରସ୍ତର ଯୁଗକୁ ଫେରି ଯାଇଛି ! ପଶୁଙ୍କ ପରି ବାସ କରୁଛି । ପଶୁ ଚମଡା ପିନ୍ଧୁଛି । ହୋଇଯାଇଛି ଜଙ୍ଗଲି,ଶିକ୍ଷା,ସଭ୍ୟତା ବିହୀନ । ନିଜକୁ ଶତ୍ରୁ କବଳରୁ ରକ୍ଷା କରିବାକୁ ନିଆଁ ଜାଳି ଦେଖାଉଛି । ଯେମିତି ବହିରେ ଲେଖା ଯାଇଥିଲା ପ୍ରାଗ ଐତିହାସିକ ଯୁଗର ପୁରାତନ ପ୍ରସ୍ତର ଯୁଗ ମଣିଷ ଠିକ୍ ସେମିତି । କେବଳ ସେ ଅଛି । ବୁଦାଏ ବୁଦାଏ ଘାସ ଉଠିଛି ପୃଥିବୀରେ। ଚାରିଆଡ଼ ଟାଙ୍ଗରା ଭୁଇଁ, ପାହାଡ଼,ପର୍ବତ । ପଶୁ ପକ୍ଷୀ କେହି ନାହାନ୍ତି । ନାହିଁ ଆକାଶ ଛୁଆଁ ଘର,ସହର ବଜାର କଳ କି କାରଖାନା । ଡିଜାଇନ୍ ପୋଷାକ ବି ନାହିଁ । ଚୁଟି ଲମ୍ବା ଲମ୍ବା । ବୋଧେ ସେ କଥା କହି ପାରୁନାହିଁ । ଦୟା,କ୍ଷମା,ସେହ୍ନ,ପ୍ରେମ ବି ନାହିଁ ସେମାନଙ୍କ ପାଖରେ।କାନ୍ଦ କାନ୍ଦ ହୋଇ ଯାଉଛି ତା ମଣିଷ ଜାତିକୁ ଏମିତି ଦେଖି ମୁନା ।


       ଆରେ ଆରେ ଏ କଣ ! ମୁନା ସ୍ପେସ ମ୍ୟାନ ହୋଇ ଯାଇଛି । ସେ ସେଇ ବଣ ମଣିଷଙ୍କ ପାଇଁ 'ବାର୍ତ୍ତା' ନେଇ ଆସିଛି । ଆସିଛି' ତ୍ରାଣ କର୍ତ୍ତା' ସାଜି ।ଜଙ୍ଗଲି ମଣିଷ ମନରେ ସେହ୍ନ,ପ୍ରେମ ଭରିବ । ଶିଖାଇବ ମଣିଷ ପଣିଆଁ।

ମାନବୀୟ ଗୁଣାବଳୀରେ ପୁଣି ନୂତନ ଆଲୋକ ଆଡକୁ ନେଇଯିବ । ଗଛ,ଜଙ୍ଗଲ ପୁଣି ସୃଷ୍ଟି ହେବେ ।


     ଓଃ ସେମାନେ ତାକୁ ଶତ୍ରୁ ଭାବୁଛନ୍ତି । ମାରିବାକୁ ଉଦ୍ୟତ । ହେ ଭଗବାନ ! ମୁନା ପାର୍ଥନା କରୁଛି"ମୋତେ ଶକ୍ତି ଦିଅ ପ୍ରଭୁ ମୋ ମଣିଷ ଜାତିକୁ ପୁଣି ସଭ୍ୟ ମଣିଷ କରିବା ପାଇଁ ମୋ ଭିତରେ ସାହସ,ଧୈର୍ଯ୍ୟ ଦିଅ" । ନିଆଁ ହୁଳା ଦେଖାଉଛି ତାକୁ । ସଦାବଳେ ଆକ୍ରମଣ କରିବାକୁ ପ୍ରସ୍ତୁତ । ନାଇଁ ନାଇଁ ତାକୁ ମାରନା । ସେ ତୁମ ଶତୃ ନୁହେଁ।ନାଇଁ ନାଇଁ ହାଉଲି ଖାଇ ଚିତ୍କାର ଛାଡିଲା ମୁନା ।

   ଜେଜ ହଲେଇ ଦେଇ କହିଲେ"କଣ ହେଲା ? ରଡି ଛାଡିଲୁ କାହିଁକି?


    ମୁନା ତା ସ୍ବପ୍ନ କଥା ସବୁ କହିଲା।ଜେଜ ଟିକେ ମୂର୍କି ହସି କହିଲେ ତୁଚ୍ଛା ଡରୁଆଟା।ସ୍ୱପ୍ନ କଣ ସତ ହୁଏ?ମୁନା ଜେଜେଙ୍କୁ ମାଡି ବସି ପୁଣି ଶୋଇ ପଡ଼ିଲା।

    ହେଲେ ଜେଜ ଆଉ ଶୋଇ ପାରିଲେ ନାହିଁ। ସେ ଭାବିଲେ ମୁନାର ସ୍ବପ୍ନ ସତ ହେବାକୁ ହୁଏତ ଆଉ ବେଶୀ ଡେରି ନାହିଁ।ଜେଜେଙ୍କୁ ଅସ୍ତ ବ୍ୟସ୍ତ ଲାଗିଲା ମଣିଷ ଧ୍ୱଂସ କଥା ଭାବି।



Rate this content
Log in

Similar oriya story from Tragedy