Dr Jharana Satapathy

Abstract

5.0  

Dr Jharana Satapathy

Abstract

ସ୍ବଛ ଭାରତ

ସ୍ବଛ ଭାରତ

2 mins
562


ଶୀତଛୁଟି କଟାଇବା ପାଇଁ ପ୍ରିୟାଶୁଂ ତା ମାମା ସହ ଅଜା ଘରକୁ ଆସିଥାଏ। ତାକୁ ତିନି ବର୍ଷ ଯେତେବେଳେ ହୋଇଥିଲା ସେ ଅଜା ଘରକୁ ଆସିଥିଲା ତା ପରଠୁ ସେ ଅଜା ଘରକୁ ଆଦୌ ଆସିନାହିଁ। ତାକୁ ବର୍ତ୍ତମାନ ପନ୍ଦର ବର୍ଷ ହେଲାଣି ସେ ଆସିଛି ତା ଅଜା ଘରକୁ।


ପ୍ରିୟାଶୁଂ ତା ମାମା ବାବା ସହ ଦିଲ୍ଲୀରେ ରହେ କିନ୍ତୁ ତା ଅଜା ଘର ଗାଁ ନିହାତି ମଫସଲିଆ। ପ୍ରିୟାଶୁଂ କୁ ଗୋଟିଏ ବଡ ଅସୁବିଧା ଥାଏ ତା ଅଜା ଘରେ ବାହାରକୁ ଯାଇ ଝାଡା ଫେରିବାଟା । ତା ଅଜା ଘରେ ପାଇଖିନାଟି ଅଛି,କିନ୍ତୁ ତାର ବ୍ୟବହାର କେହି ଜାଣିନାହାନ୍ତି। ବାହାରେ ଝାଡା ଫେରିଲେ ହିଁ ସମସ୍ତଙ୍କୁ ଝାଡା ହୁଏ। ସେହି ପାଇଖିନା ଘରେ ଜାଳେନି କାଠ ଘସି ସବୁ ଗଦା କରି କବାଟ ବନ୍ଦ କରିରଖିଥାନ୍ତି ସବୁବେଳେ। ପ୍ରିୟାଶୁଂ ସର୍ତ୍ତ କରିଥିଲା ତା ମାମାକୁ ଅଜା ଘରକୁ ଗଲେ ବାହାରକୁ ଯଦି ଯିବାକୁ ପଡେ ଝାଡା ଫେରିବାକୁ ତାହାହେଲେ ଯିବିନାହିଁ। ତାର ସେହି ସର୍ଭରେ ତା ମାମା ରାଜି ହେଇଥିଲେ ।


କିନ୍ତୁ ଅଜା ଘରକୁ ଆସି ପୁଣି ସେହି କଥା, ପାହାନ୍ତି ସକାଳ ହେବା କ୍ଷଣି ଅଜାର ବଡ ପାଟି ଉଠୁ ନାତିଆ ଦୁହେଁ ମିଶି ପଡିଆକୁ ଯିବା। ବେଳ ଗଡିଯିବ। ଲୋକେ ଉଠିଯିବେ।


ଏପରି ଭାବେ ଦିନେ ଦୁଇ ଦିନ ହୋଇଛି କି ନାହିଁ ପ୍ରିୟାଶୁଂକୁ ଯେତେବେଳେ ଝାଡା ଫେରିବାପାଇଁ ବାହାରକୁ ଯିବାକୁ ପଡିଲା ତା ଅଜାକୁ ଶୁଣାଇଦେଲା ଅଜା ମତେ ଯେତେବେଳେ ତିନି ବର୍ଷ ହୋଇଥିଲା ଏ ଗାଁକୁ ଆସିଥିଲି ମତେ ହେଲାଣି ପନ୍ଦର ଶୁଣ ଆଉ ପନ୍ଦର ବର୍ଷପରେ ମୁଁ ଆସିଲା ବେଳେ ତୁମେ ବଞ୍ଚି ଥିବ ନା ନାହିଁ ଜାଣିନି । ନାତି ବୋଲି ତୁମର ଲୋଭ ଅଛି ମୁଁ ଯଦି ଏ ଗାଁକୁ ଆଉଥରେ ଆସିବାର ଅଛି ବୋଲି ଚାହୁଁଛ ଏ ପାଇଖିନା ଘରୁ ଏ କାଠଘସି ସବୁ ବାହାର କର ପରିସ୍କାର ପରିଛ୍ଛନତା ପ୍ରତି ଧ୍ୟାନ ଦିଅ। ଏ ଅସ୍ବସ୍ତିକର ଏବଂ ଅପରିସ୍କାର ପରିବେଶରେ ରହି ଆଇ ତ ଚାଲିଗଲେ। ଅଜା ସେଥିପାଇଁ ତୁମକୁ ରୋଗ ମାଡି ବସୁଛି।


ଆମ ଭାରତରେ ଏଣିକି ସ୍ବଛ ଭାରତ ଅଭିଯାନ ଆରମ୍ଭ ହୋଇଛି। ଆମେ ମିଳିମିଶି ସ୍ବଛତା ଉପରେ ଧ୍ୟାନ ଦେବା। ଇଆଡୁ ସିଆଡୁ ତୁମେ ପ୍ଲାଷ୍ଟିକ ବୋତଲ ଆଣି ଘରେ ଗଦା କରିଛ। ଏଥିରେ ପୁଣି ତୁମେ ପାଣି ରଖି ପିଉଛ। ଘରେ ବାହାରେ କୁଢ କୁଢ ପ୍ଲାଷ୍ଟିକ ଜରି। ଏ କୁଢ କୁଢ ଅଳିଆ ଆବର୍ଜନା ଲାଗି ମସାମାଛି ହେଉଛି । ଏ ମସାମାଛି ତୁମକୁ କାମୁଡୁଛି ସେଥିପାଇଁ ରୋଗ ତୁମର ପିଛା ଛାଡୁନି। 


ଅଜା ତୁମେ ସୁସ୍ଥରେ ବଞ୍ଚିବାକୁ ଚାହୁଁଛ ଆମ ଗାଁ ପରିବେଶ ହସି ଉଠିବାକୁ ଚାହୁଁଛି ତାହାହେଲେ ତୁମେ ସ୍ବଛତା ଉପରେ ଧ୍ୟାନ ଦିଅ।ଏ ଗାଁରେ ଥିବା ସବୁ ପରିବାରର ସଦସ୍ୟମାନେ ଏକାଠି ହୋଇ ସପଥ କର ପାଇଖିନା ବ୍ୟବହାର କରିବ ,ପ୍ଲାଷ୍ଟିକ ଇତ୍ୟାଦି ବଜ୍ୟବସ୍ତୁକୁ ପରିହାର କରିବ ,ଆମ ଗାଁ ପରିବେଶ ନିର୍ମଳ ରଖିବ।


ହଁ ଭଲ କଥା କହିଲୁ ନାତିଆ ଏ ଅସ୍ବସ୍ତିକର ପରିବେଶରେ ରହି ରହି ସବୁବେଳେ ମୋର ଦେହ ଖରାପ ହେଉଛି। ମୁଁ ଯେତେଦିନ ବଞ୍ଚିବି ସ୍ବଚ୍ଛତା ଉପରେ ନିଶ୍ଚୟ ଧ୍ୟାନ ଦେବି।


ଏ ଗାଁରେ ଆଜିଠୁ ଆରମ୍ଭ କରିଦେବା ସ୍ବଛ ଭାରତ କାର୍ଯ୍ୟକ୍ରମ। ଏ ଗାଁ ଯାକ ବୁଲି ବୁଲି ସମସ୍ତଙ୍କୁ କହିବି ଆଜିଠୁ ସମସ୍ତେ ସ୍ବଛ ଭାରତ କାର୍ଯ୍ୟକ୍ରମରେ ଭାଗ ନେବେ। ମୁଁ ବି ଅଜା ତୁମ ସହ ଏ କାର୍ଯ୍ୟକ୍ରମରେ ସାମିଲ ହେବି। 


ଅଜା ଏଥର ପ୍ରତିବର୍ଷ ତୁମ ଗାଁକୁ ମୁଁ ନିଶ୍ଚୟ ଆସିବି। ତୁମ ମୁଣ୍ଡ ଛୁଇଁ କଥା ଦେଉଛି।


Rate this content
Log in

Similar oriya story from Abstract