Satyabati Swain

Tragedy

4  

Satyabati Swain

Tragedy

ସ୍ବାଧୀନତାର ସୂର୍ଯ୍ୟାସ୍ତ

ସ୍ବାଧୀନତାର ସୂର୍ଯ୍ୟାସ୍ତ

4 mins
23.8K


ସ୍ୱାଧୀନତାର ସୂର୍ଯ୍ୟାସ୍ତ


ଓହୋ କେତେଥର କହିଲେଣି ମୋ ସହିତ ପାର୍ଟି କୁ ଗଲେ ସ୍ମାର୍ଟ ହୋଇଯିବ ବୋଲି।ଖିଙ୍କାରି ଉଠି କହିଲେ ସୀମା।


କେତେ ବର୍ଷ ଶିଖେଇଲେ ଟାଇ ବନ୍ଧା ଶିଖିବ?,କଲର୍ କମ୍ବିନେସନ ସେନ୍ସ ବି ନାହିଁ।କେଉଁ ପ୍ୟାଣ୍ଟ୍ କୁ କେଉଁ ସାର୍ଟ ତା ସହ କୋର୍ଟ,ଟାଇ ଓ ବୁଟ ପାଞ୍ଚ ବର୍ଷ ଯାଏ ବି ହେଲାନି।


ଅସଭ୍ୟ,ଜଙ୍ଗଲୀ ମଣିଷ କେଉଁଠି କାର କହି ଟାଇ ଭିଡୁଥିଲେ ସୀମା ମୋ ବେକରେ।ମୋତେ ଲାଗୁଥିଲା ଟାଇ ନୁହେଁ ହାଣ ମୁହଁକୁ ଯାଉଥିବା ଛେଳି ବେକରେ ଫୁଲ ମାଳ ଟାଇଟି କରି ବାନ୍ଧି ଦେଉଛନ୍ତି ଅବା ସୀମା।


କିବା ପୋଷା କୁକୁର ବେକରେ ଟାଇ ନୁହେଁ ଜଞ୍ଜିର ବାନ୍ଧୁ ଛନ୍ତି ଟାଣି ଟାଣି ନେବେ ପାର୍ଟିକୁ।


ରିତମତ ପାଟିତୁଣ୍ଡ ସୀମା ଓ ମୋର ହୁଏ କେଉଁଠିକୁ ଯିବାର ଥିଲେ।ସୀମା ଓ ମୋ ଯୋଡି ପୁରା ବେଖାପ।ଶ୍ୟାମଳି ମୋଟି ସେ।ମୁଁ ବଗକୁ ବତାସ ବାଡ଼ିଆ।


ସେ ପାଞ୍ଚପୁଟ୍ ର କଦଳୀ ଗଛକୁ ମୁଁ ସାଢ଼େ ଛପୁଟିଆ ନଡ଼ିଆ ଗଛ।


ତାର ବ୍ରାଉନ ,ଗୋଲଡ଼ନ୍ ସହ ଯେତେ ଡିପ୍ ରଙ୍ଗ ପସନ୍ଦକୁ ମୋର ବ୍ଲାକ୍ ବ୍ଲୁ ସହ ଯାବତୀୟ ଫିକା ରଙ୍ଗ ପସନ୍ଦ।


ସେ ଛେଳି ହାଡ଼ ଗୋଡ଼ ,ଚିକେନ୍ ମୁଣ୍ଡ ସହ ଚୋବେଇ ଯିବାକୁ ମୋତେ ଖଣ୍ଡେ ମାଛ ପିସ୍ ରେ ଅଇ ଉଠେ।


ତାର ମେଘ ଘଡ଼ ଘଡି ପରି ପାଟିକୁ ମୁଁ ମେଣ୍ଡା ପରି ବେ ବେ ହୁଏ।


ସେ କାର୍ ଡାଇଭିଂ କଲା ବେଳକୁ ମୋତେ ମୋଟର ସାଇକେଲ୍ ଖଣ୍ଡକ ବି ଭଲରେ ଚଳେଇ ଆସେନେ ଯେ ଦିନକୁ ଦୁଇଥର ଅତି କମ୍ ରେ ପିଟୁଥିବି ନିଶ୍ଚୟ।


ସେ ସ୍ପା,ପାର୍ଲର ଦୁଇ ଦିନେ ଥରେ ଯାଏ ତ ମୋର ଦେହରେ ସାବୁନ ଟିକିଏ ଲଗାଇବାକୁ ବି ଇଚ୍ଛା ହୁଏନି।


ଏପରି ଦେଖିବାକୁ ଗଲେ ଯୋଡି ହିସାବରେ ବେଖାପ ଯୋଡି ନମ୍ବର ୱାନ୍ ହେବୁ ଆମେ।


ରଂଗଢଙ୍ଗ,ଚାଲି ଚଲଣ,ବେଶପୋଷାକ,ରୁଚି,ଚିନ୍ତାଧାରା

କୋୖଣସିଟିରେ ଆମ ଦୁହିଁଙ୍କ ଗୋଟିଏ ବି ମେଳ ଖାଏ ନାହିଁ।


ସୀମା ସବୁବେଳେ ମୋ ଉପରେ ହାତେ ଚା ଖଣ୍ଡେ ହୋଇ ଥାଏ।ବସିଲେ,ଉଠିଲେ,ସବୁଥିରେ ବାରିବେ ସୀମା।


ପାର୍ଟି କି ବିବାହ ବ୍ରତ ଯେଉଁଠିକୁ ଗଲେ ମୁଁ ପୋଷା କୁକୁର ପରି ସୀମା ପଛେ ପଛେ ଥିବି।ବାଇଚାନ୍ସ ଯଦି କୌଣସି ସୁନ୍ଦରୀ ଝିଅ ସହ କଥା ହେଲି ଘରକୁ ଫେରିବା ବାଟରୁ ପ୍ରଳୟ ଆରମ୍ବ କରି ଦିଅନ୍ତି ସୀମା।କଥା ବାର୍ତ୍ତା ସବୁଥିରେ ଉଗ୍ର ଆଧୁନିକତାର ଛାପ ସୀମାଙ୍କ ରୂପକୁ ବିକୃତ କରେ ପଛେ ସୁନ୍ଦର କରେନି ନିଶ୍ଚୟ।ବରଂ ପାର୍ଲର କି ସ୍ପା ନ ଯାଇ ସିଂପୁଲ ସଜବାଜ ହେଲେ ସେ ଚମତ୍କାର ଦିଅନ୍ତି।ପ୍ରକୃତରେ ସେ ସେତିକି ଅସୁସନ୍ଦର ନୁହନ୍ତି ଯେତିକି ଆଜେ ବାଜେ ସଜ ହେଲା ପରେ ଲାଗନ୍ତି।କହିବ କିଏ?। ଯିଏ କହିବ ତାର ଚୁଟି ମୁଟି ଉଠେଇ ଦେବ ସୀମା। ବଡ଼ ଲୋକ ପୁଣି ମୁଖୁରା ହେଲେ ତାଙ୍କୁ ତ ମହାଦେବ ଡରିବେ ମୋ ପରି ଛାଗ କଥା ଛାଡ଼।ସବୁ ଅସୁନ୍ଦର କିନ୍ତୁ ଲୁଚିଯାଏ ତାଙ୍କର।କାରଣ ସେ ବିଖ୍ୟାତ ହୋଟେଲ ବ୍ୟବସାୟୀ ମିଷ୍ଟର୍ ବିଶ୍ଵରୂପ ଗୋୟେଙ୍କାଙ୍କ ଏକମାତ୍ର ଅଲିଅଳି ରାଜଜେମା।


କାଉ ସେ ଧଳା କହିଲେ କାଉ ଧଳା ହେବା ନିହାତି ଦରକାର।ସୀମାକୁ ବରଦାସ୍ତ କରେ ମୁଁ।ତାର ସମସ୍ତ ଔଦ୍ଧତ୍ୟକୁ ହଜମ କରିବା ଶିଖି ଗଲେଣି ଆଜକୁ ପାଞ୍ଚ ବର୍ଷ ହେଲା।


ମୁଁ ସୁବାସ ମିତ୍ର।ଗରିବ ବାପାର ଚାରି ପୁଅ ମଧ୍ୟରୁ ମୋ କ୍ରମାଙ୍କ ତିନି।


ସୀମା ସୁବାସ ମିତ୍ରଙ୍କ ସ୍ତ୍ରୀ ହିସାବରେ ମିସେସ୍ ମିତ୍ର ନୁହନ୍ତି;ମୁଁ ମିସେସ୍ ସୀମା ଗୋୟେଙ୍କାଙ୍କ ସ୍ୱାମୀ ହିସାବରେ ମିଷ୍ଟର୍ ଗୋୟେଙ୍କା କିନ୍ତୁ।


କେହି ଯଦି ସୀମାଙ୍କୁ କୁହନ୍ତି ତୁମ ମିଷ୍ଟର୍ ଖୁବ୍ ହ୍ୟାଣ୍ଡସମ୍;ସୀମା ମୋତେ ଚିମୁଡ଼ି ଦେଇ କୁହନ୍ତି ,"

ଦେଖିଲ ମୋ ମିଷ୍ଟର୍ ହେବାରେ ତୁମର କେତେ ଫାଇଦା।ମୋ ସାଙ୍ଗ ଜଳୁଛନ୍ତି।ମୁଁ ତୁମ ପରି ଜଣେ ହିରୋ ସ୍ୱାମୀ ପାଇଛି ବୋଲି।ଏସବୁ ମୋ ଡାଡିଙ୍କ ପାଇଁ।ନଲେ ତୁମର ଏମିତି ହୋଟେଲରେ ପାଦ ପକେଇବା ଯୋଗ୍ୟତା ଅଛି?


ଶର ଗଲିଗଲେ ଏତିକି କାଟନ୍ତା ନାହିଁ ଯେତିକି ସୀମାଙ୍କ କଥାରେ କାଟେ।ମୁଁ କାର୍ଟୁନ ପରି କେବଳ ସ୍ମାଇଲ ଦେଇ ହାତ ମିଳାଏ ସମସ୍ତଙ୍କ ସହ।ଆଳାପ କରିବାକୁ ମୋତେ ଅନୁମତି ନାହିଁ।ମୁଁ ପୋଷା କୁକୁର ଜ୍ୟାକ୍ କି ଶୁଆ ମିଠୁ ଠାରୁ ବି ହିଁନ।


ଏମିତି ଜୀବନ ଜୀଇଁବା ପାଇଁ ମୋ ବାବା ହି ବାଧ୍ୟ କରିଛନ୍ତି।ଯେଉଁଦିନ ବିଶ୍ଵରୂପ ଅଙ୍କଲ୍ ସୀମା ପାଇଁ ଆମ ଘରକୁ ପ୍ରସ୍ତାବ ନେଇ ଆସିଲେ ସେଦିନ ମୋ ବାବା ସୁକୁମାର ମିତ୍ର,ଜଣେ ରାସ୍ତା କଡ଼ କଟା ଫଳ ବିକୁଥିବା ବେପାରୀ ଆଖିରେ ବଡ଼ ଲୋକ ହେବାର ସ୍ୱପ୍ନଟି ଚିକ୍ ଚିକ୍ କଲା।ବିଶ୍ଵରୂପ ଅଙ୍କଲ୍ ଓ ମୋ ବାବା ପିଲାଦିନ ସାଙ୍ଗ।ଧନୀ ବାବାର ଧନୀ ପୁଅ ହୋଇଥିବାରୁ ବିଶ୍ଵରୂପ ଅଙ୍କଲ୍ ଜଣେ ଲବ୍ଧ ପ୍ରତିଷ୍ଠିତ,ମାନ୍ୟ ଗଣ୍ୟ ବ୍ୟବସାୟୀ।ଗରିବ ମିଲ୍ ଶ୍ରମିକ ବାବାର ପୁଅ ମୋ ବାବା ଜଣେ ସାଧାରଣ କଟା ଫଳ ବ୍ୟବସାୟୀ।ଦୁହିଁଙ୍କ ଭିତରେ କିନ୍ତୁ କୃଷ୍ଣ ସୁଦାମାର ମିତ୍ରତା।


ମୁଁ ସେତେବେଳେ ଏମ୍ ବି ଏ କରୁଥାଏ।ବିଶ୍ଵରୂପ ଅଙ୍କଲ୍ ପ୍ରସ୍ତାବ ଦେଲେ ଅନ୍ୟ କେଉଁଠି ଚାକିରୀ ପାଇଁ କାହିଁକି ଧାଁ ଦୌଡ଼ କରିବ "ସୁବାସ" ତାକୁ ମୁଁ ମୋ ଜ୍ବାଇଁ କରି ନେଉଛି।ମାଲିକ ହେବ ସୁକୁମାର ତୋ ପୁଅ।ମୋର ତ ଏକମାତ୍ର ଝିଅ ସୀମା,ତାକୁ ବାହା ହେଲେ ସୁବାସର ଭବିଷ୍ୟତ ଜୀବନ ସୁଖମୟ ହେବ।ମୋ ପାଖେ ପାଖେ ରହି ହୋଟେଲ ବ୍ୟବସାୟ ବୁଝିବ।


ବାବା ଏପରି ଅତି ଉଚ୍ଚମାନର ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତେ କି? ସେ ଚାପା ଗଳାରେ ମାକୁ କହୁଥିବାର ମୁଁ ଶୁଣିଛି"ସୁବୁଟି ମୋର ଲକ୍ଷ୍ମୀ ମନ୍ତ ପିଲାଟା।ଉଜ୍ଜ୍ୱଳ ଭାଗ୍ୟ ନେଇ ଜନ୍ମିଛି।ବିଖ୍ୟାତ ବ୍ୟବସାୟୀ ଗୋୟେଙ୍କାର ଜ୍ବାଇଁ ହେବ।ଏହା ଠାରୁ ବଡ଼ ଭାଗ୍ୟ ଆଉ କଣ ହୋଇ ପାରେ।ସୁବୁ ମୋର ରାଜା ହେବ,ବୁଝିଲ ଜ୍ୟୋତିଷ କହୁଥିଲେ ସୁବୁ କପାଳ ଭାଗ୍ୟ ରେଖା କହୁଛି ଅତି ବଡ଼ଲୋକ ଟିଏ ହେବ।ଦେଖ୍ ଭାଗ୍ୟ ଦେବୀ ମନକୁ ଚାଲି କେମିତି ଆସିଛନ୍ତି।" 


ଦୁଇ ବଖୁରା କୋଠରୀ,ମେଲାଘର ଓ ଛୋଟ ଏକ ଅଗଣା ଥିବା ନାଁକୁ ମାତ୍ର କହୁଥିବା କୋଠା ଘରଟିଏ ଥିଲା।ଦୁଇ ଭାଇ ବିବାହ ପରେ ବାବମା ଓ ସାନଭାଇ ସହ ମୁଁ ମେଲା ଘରେ ଶୋଉ ଥିଲୁ।ବାବାଙ୍କ ଚିନ୍ତା ଥିଲା ଆମେ ଦୁଇ ବାହାସାହା ହେଲେ ରହିବୁ କେଉଁଠି?ଏମିତି ଗରିବ ଲୋକ ପାଖକୁ ବଡ଼ କୋଠା ଘର ଚାଲିକି ଆସିଲେ କେଉଁ ବାବା ମା ହାତ ଛଡ଼ା କରନ୍ତେ କି?


ଏଣୁ ପୁଅ ପିଲାଟିଏ ହେଲେ ବି ମୋତେ ପଚରା ଯାଇ ନଥିଲା ମୁଁ ଏ ପ୍ରସ୍ତାବରେ କେତେ ରାଜି।କେଵଳ ମୋ ପଢା ନ ସରିବା ଯାଏ ବାହା ହୋଇ ପାରିବି ନାହିଁ ବାହାନା ଦେଖାଇବାରୁ ବିଶ୍ଵରୂପ ଅଙ୍କଲ୍ କହିଲେ "ମୁଁ ତୋତେ ପଢ଼ାଇବି ସୁବୁ,ଯେତେ ଚାହିଁବୁ।"


ବାସ୍! ମିତ୍ର ଘରର ସବୁଠାରୁ ସୁନ୍ଦର ପାଠୁଆ ଶୁଆଟା ଗୋୟେଙ୍କା ସୁନା ପଞ୍ଜୁରୀ ଭିତରକୁ ଆଜୀବନ ବନ୍ଦୀ ହୋଇ ଗଲା।


ବଡ଼ ଲୋକ ଝିଅ,ବଡ଼ କୋଠା,ବଡ଼ ଗାଡି ସହ ବଡ଼ ରୁପା ଜଞ୍ଜିର ବାହାରକୁ ଗଲେ ଓ ବଡ଼ ସୁନା ପଞ୍ଜୁରୀ ଘରେ ରହିଲେ ମୋତେ ମିଳିଲା।


ସୀମା ବହୁତି ଖୁସି ହେଲା ଏଡ଼େ ସୁନ୍ଦର,ଟ୍ୟାଲେଣ୍ଟେଡ଼,

ନିଶାପାଣି ଖାଉ ନଥିବା ସରଳ,ପିଲା ଦିନୁ ଜାଣିଥିବା ସୁବୁ କୁ ସେ ତା ଜୀବନ ସାଥୀ ରୂପେ ପାଇଲା ବୋଲି।ସୁବୁକୁ ସୀମା କାଟି 'ସୁ 'କରିଦେଲା।


ମିଷ୍ଟର୍ ଗୋୟେଙ୍କା ବ୍ୟବସାୟ ପାଇଁ ଜଣେ ଟ୍ୟାଲେଣ୍ଟେଡ଼ ଉଦୀୟ ମାନ ଯୁବକ ପାଇଲେ।ମୋ ବାବା ବିଖ୍ୟାତ ବ୍ୟବସାୟୀଙ୍କ ସମୁଦି ହିସାବରେ ଖୁବ୍ ସମ୍ମାନ ପାଇଲେ।ଆଉ ମୋ ବିବାହିତ ଦୁଇ ଭାଇଙ୍କୁ ଛୋଟ ଏକ ହୋଟେଲ ଯୌତୁକ ସ୍ୱରୂପ ଝିଅ ଯେମିତି ଶାଶୁ ଘରକୁ ଆସିଲେ ଆଣେ ଠିକ୍ ସେମିତି ମୋତେ ଜ୍ୱାଇଁ କରି ଆଣି ଗୋୟେଙ୍କା ଅଙ୍କଲ୍ ଦାନ ସ୍ୱରୂପ ଦେଲେ।ସମସ୍ତେ ମହା ଖୁସ୍।ଭାଇ ମାନେ ଠିକ୍ ରେ ତାଙ୍କ ସ୍ତ୍ରୀ ପିଲାଙ୍କୁ ପାଳି ପାରିଲେ ମୋ ଜୀବନର ଖୁସି ସ୍ୱାଧୀନତା ବଦଳରେ।


ମୁଁ କିନ୍ତୁ ସବୁଦିନ ପାଇଁ ହଜାଇ ଦେଲି ମୋ ଈଶ୍ୱର ଦତ୍ତ ସାଙ୍ଗିଆ ମିତ୍ର।


ସେବେଠୁ ମୋ ଜୀବନରେ ଆସି ଆସି ଯାଇଛି ସଞ୍ଜ ସ୍ୱାଧୀନତାର ସୂର୍ଯ୍ୟାସ୍ତ ହୋଇ।


ସୀମା ଡାକୁଥିଲେ ଡେରି ହୋଇ ଯାଉଛି ସୁ।ପ୍ରତି କାମରେ ତୁମର ମଠ।ମୋ ବନ୍ଧୁ ମାନେ ଅପେକ୍ଷା କରି ବୋର୍ ହେବେଣି।


ତିନି ବର୍ଷର ପୁଅ କାନ୍ଦୁଥିଲା, " ମୁଁ ଯିବି ମି, ମୁଁ ଯିବି ମି, କହି ଆୟା କୋଳରେ।


ପୁଆକୁ ଟିକେ ଗେଲ କରି ଦେଇ ମୋ ହାତ ଧରି ଟାଣି ନେଉଥିଲେ ପାର୍ଟିକୁ ମୋତେ ସୀମା।


ଶୁଆ ଟା ଏପାଖ ସେ ପାଖ ହେଉଥିଲା ପଞ୍ଜୁରୀ ଭିତରେ;ଅସ୍ଥିର ଭାବେ ଡେଣା ଫଡ୍ ଫଡ୍କରି?


ମୁଁ ଗାଡ଼ିରେ ବସି ନିଜକୁ ମନେ ଭିତରେ ପ୍ରସ୍ତୁତ କରୁଥିଲି ଗୋୟେଙ୍କା ଜ୍ବାଇଁ ହିସାବରେ ଅଭିନୟ କରିବାକୁ। ସୂର୍ଯ୍ୟ ଅସ୍ତ ହେଉଥିଲେ ପଶ୍ଚିମ ଆକାଶରେ।ଅପ୍ରକାଶିତ ଘର ଜ୍ବାଇଁଆଁ ଦୁଃଖ ମୋତେ ଦଂଶୁଥିଲେ ଅହରହ।


ମୋ ଜୀବନ "ସ୍ୱାଧୀନତାର ସୂର୍ଯ୍ୟ ବୁଡି ଯାଇଥିଲେ ଆଜକୁ ପାଞ୍ଚ ବର୍ଷ ତଳୁ ଯେବେଠାରୁ ଘର ଜ୍ବାଇଁଆଁ ହୋଇଛି ଗୋୟେଙ୍କା ଅଙ୍କଲ୍ ଙ୍କର।



Rate this content
Log in

Similar oriya story from Tragedy