Raja Sekhar CH V

Inspirational

2  

Raja Sekhar CH V

Inspirational

ସୌହାର୍ଦ୍ଦ୍ୟ ସାହାଯ୍ୟ

ସୌହାର୍ଦ୍ଦ୍ୟ ସାହାଯ୍ୟ

2 mins
5.5K


ରଚନା : ଶ୍ରୀ ରାଜଶେଖର ସି 'ଚିମା'

ଅନେକ ବର୍ଷର କଥା । ଭୁବନେଶ୍ୱର ସହରର ଗୋଟିଏ ମହାବିଦ୍ୟାଳୟରେ ଚନ୍ଦ୍ରଶେଖର ବୋଲି ଏକ କିଶୋର ବିଜ୍ଞାନର ସ୍ନାତକ ପ୍ରାପ୍ତି ହେତୁ ପାଠ ପଢୁଥାଏ । ସେଇଠି ସରୋଜ ବୋଲି ଆଉ ଜଣେ ପିଲା ବି ପାଠ ପଢୁଥାଏ । ଉଭୟ ଭଲ ସାଙ୍ଗ ହେଲେ । ସମୟ ଯାଉ ଯାଉ ସରୋଜ ବୈଷୟିକ ବିଦ୍ୟାର ସ୍ନାତକ ଲାଗି ଦକ୍ଷିଣ ଭାରତକୁ ଗମନ କରିଲା । ଗଲା ବେଳେ ଶେଖରର ପରିଚୟ ସରୋଜର ମାତା-ପିତାଙ୍କ ସହ ହେଲା । ସରୋଜର ମାତା-ପିତା ଶେଖର ସହିତ ବହୁତ ସ୍ନେହ ସହ କଥା ହେଲେ । ଶେଖର ନିଜକୁ ଏକାକୀ ଭାବୁଥାଏ । ସରୋଜର ମାତାଙ୍କ ନାମ ଶ୍ରୀମତୀ ନଳିନୀ ପଣ୍ଡା ଆଉ ପିତାଙ୍କ ନାମ ଶ୍ରୀଯୁକ୍ତ ବାସୁଦେବ ପଣ୍ଡା । ବିଦାୟ ନେଲା ବେଳେ ସରୋଜ , ଶେଖରକୁ ଭଲ ଭାବେ ପାଠ ପଢିବାକୁ କହିଲା । କାରଣ ପାଠ ହିଁ ଜୀବନକୁ ଆଗେଇ ନେଇ ଯିବ । ଆଉ ସରୋଜଙ୍କ ବୋଉ ଶେଖରକୁ ଏକାଗ୍ରଚିତ୍ତ ରହିବାକୁ ଜଣେଇଲେ । ବେଳେ ବେଳେ ଶେଖର, ସରୋଜଙ୍କ ଘରକୁ ଯାଉ ଥାଏ । ସମୟ ସମୟକୁ ଶ୍ରୀମତୀ ନଳିନୀ ମାଉସୀ ଶେଖରକୁ ଭଲ ଭଲ କଥାର ବୋଧନ କରୁଥାଆନ୍ତି । ଧୈର୍ଯ୍ୟ ଜଣେଇ କହୁଥାନ୍ତି ଯେ ଭଗବାନ ଯଦି ଜନ୍ମ ଦେଇଛନ୍ତି, ତାହାଲେ ନିଶ୍ଚୟ ଖାଇବାର ବ୍ୟବସ୍ଥା କରିଥାନ୍ତି । କିନ୍ତୁ ନିଜ ପ୍ରୟାସ କର୍ତ୍ତବ୍ୟ ସୁଚାରୁ ରଖିବାକୁ ହେବ । ଏପଟେ ସରୋଜ ଶେଖରକୁ ବେଳେ ବେଳେ ଚିଠି ପତ୍ର ପଠଉଥାଏ । କିଛି ମାସ ପରେ ଆସିଲା ଶ୍ରୀପଞ୍ଚମୀ ପର୍ବଦିନ । ମାଉସୀ ବହୁତ ବଢିଆ ଭୋଗ ରାନ୍ଧିଥିଲେ । ସବୁଠାରୁ ବଢିଆ ଥିଲା ଚାଉଳ ପାୟସ ଯାହା ବର୍ଷ ବର୍ଷ ପରେ ବି ମନେ ରହିଲା । କିଛି ନୀତି ଶିକ୍ଷାର ବୋଧନ କରୁଥାଆନ୍ତି ମାଉସୀ ।ଆଉ କହିଲେ ଯେ ସଫଳତା ପାଇବା ପାଇଁ ନିରନ୍ତର ପରିଶ୍ରମ ଦରକାର ।

ସ୍ନାତକ ପରୀକ୍ଷାର ସମୟ ଆସିଲା । ଶେଖର ଭଲ ଅଙ୍କ ରଖି ଉତ୍ତୀର୍ଣ୍ଣ ହେଲା । ତା ପରେ ଆଗର ଜୀବନର ଗତି ପାଇଁ କିଛି ମାର୍ଗ ଦର୍ଶନ ମଉସା ଆଉ ମାଉସୀ ଜଣେଇଲେ । ଏହା ଛଡା ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ବେଶର କଥା ବି ଜଣେଇଲେ । ସଫଳତା ହେବ ହେବ ବୋଲି ଭାବି ପ୍ରୟାସ କରିଲେ ନିଶ୍ଚୟ ହେବ ବୋଲି ଵୋଧନ କରୁଥିଲେ ମାଉସୀ | 


ପୁଣି ସରୋଜର ଦୁଇ ବଡ ଭାଇ ପ୍ରମୋଦ ଭାଇ ଆଉ ମନୋଜ ଭାଇଙ୍କ ସ୍ନେହ ବର୍ଣ୍ଣନାତୀତ । ପ୍ରମୋଦ ଭାଇ (ବୁଲୁ ଭାଇ) ନିଜ ସୀମିତ ସମୟ ରେ ଶେଖର କୁ ଜୀବିକା ବିଷୟ ରେ ସମୟୋଚିତ ପରାମର୍ଶ ଓ ଅଭିପ୍ରାୟ ଜଣାଉଥାଆନ୍ତି | ମନୋଜ ଭାଇ (ଝୁଲୁ ଭାଇ) ଙ୍କ ସହ ଶେଖର ବହୁ ଅଧିକ ସମୟ ଦେଖାସାକ୍ଷାତ କରିଛି | ଝୁଲୁ ଭାଇ ଦରକାର ସମୟ ରେ ଆର୍ଥିକ ସାହାଯ୍ୟ ବି କରିଥିଲେ ଯାହା ନିର୍ଦ୍ଦିଷ୍ଟ ସମୟ ରେ ଶେଖର ଫେରସ୍ତ କରିଥିଲା | ବଡ଼ କଥା ଏହା ଥିଲା ଯେ ପରିସ୍ଥିତି ଅନୁସର ଶେଖର ର ପିତାଙ୍କ ଚିକିତ୍ସା ଖର୍ଚ୍ଚ ରେ ବିନା ଦ୍ଵିତୀୟ ଚିନ୍ତା ଦେଇ ଦୁଇ ଲକ୍ଷ ଟଙ୍କା ଝୁଲୁ ଭାଇ ଦେଇ ଥିଲେ | କାରଣ ସେହି ସମୟ ରେ ପଇସା ପତ୍ର ପାଇଁ ଦୌଡ଼ିବାର ସମୟ ନ ଥିଲା ଶେଖର ପାଖେର | ଏହି କଥା ସବୁ ବେଳେ ଯେ ମନେ ରହିବ |


ଆହୁରି ଏମିତି ବହୁତ କିଛି ଭଲ କଥା ଅଛି ମଉସା ମାଉସୀଙ୍କ ବିଷୟରେ ଯାହା ବର୍ଣ୍ଣନାତୀତ । ଚନ୍ଦ୍ରଶେଖରକୁ ଆଭାସ ହେଲା ଯେ ନିଜ ମାତା-ପିତାଙ୍କ ସ୍ନେହ ମମତା ସହ ତାକୁ ସରୋଜଙ୍କ ମାତା-ପିତାଙ୍କ ସ୍ନେହ ମମତା ଓ ସୌହାର୍ଦ୍ଦ୍ୟ ସାହାଯ୍ୟର ପ୍ରାପ୍ତି ହୋଇଥିଲା । ଶେଖର ର ମାନସିକ ଯନ୍ତ୍ରଣା ରେ ମାଉସୀ ଶତ ପ୍ରତିଶତ ଭାଗ ନେଇ ସାରିଥିଲେ | ମାଉସୀ ଏବଂ ମଉସାଙ୍କ ଠାରୁ ମିଳିଥିବା ସୁନେଲି ସମୟ ଓ ମୂଲ୍ୟବାନ ମେଧା ଶକ୍ତି ହେଉଛି ଶେଖର ପାଇଁ ଉତ୍କୃଷ୍ଟ ଉପହାର | ଜୀବନରେ ବେଳେ ବେଳେ ଏମିତି ସମୟ ଆସେ ଯେ, କୌଣସି ବ୍ୟକ୍ତିକୁ ମାନସିକ ଧୈର୍ଯ୍ୟର ସାହାଯ୍ୟ ଦରକାର ପଡ଼େ । ଆଉ ତାହା କେବେ କାହାଠୁ ମିଳିବ, କହି ହେବନି । ଆଉ ଯଦି ବି ମିଳେ, ତାହା ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ବଡ଼ପଣ ଏବଂ ଶ୍ରୀଜୀଉଙ୍କ ଆଶୀର୍ବାଦ ।

ଶେଖର ସର୍ବଦା ମଉସା ମାଉସୀଙ୍କ ଏହି ସୌହାର୍ଦ୍ଦ୍ୟ ସାହାଯ୍ୟକୁ ମନେ ରଖିଲା ।

ନୀତି ଶିକ୍ଷା : ନିଜ ଗୁରୁଜନ ଏବଂ ବୟସରେ ବଡ଼ଙ୍କ କଥା ନିଶ୍ଚୟ ମାନିବେ ।ଆଉ ତାଙ୍କଠାରୁ ସ୍ନେହ ସାହାଯ୍ୟ ପାଇବା ପରେ କେବେ ତାଙ୍କୁ ଭୁଲିବେ ନାହିଁ ।କାରଣ ତାଙ୍କ ମାର୍ଗଦର୍ଶନରୁ ଜୀବନରେ ଜଣେ ଉନ୍ନତି ପ୍ରାପ୍ତି କରେ ।


Rate this content
Log in

Similar oriya story from Inspirational