ସାତ ଚକୁଳି ଚଉଦ ଚେଁ
ସାତ ଚକୁଳି ଚଉଦ ଚେଁ
ସାତ ସାଙ୍ଗଙ୍କର ସାତକାହାଣୀ ମୁଣି ସେଦିନ ସନ୍ଧ୍ୟାରେ ଖୋଲି ଦେଇ କହୁଥିଲେ ଜଣେ ଜଣେ. ମାଧବବାବୁ କହୁଥିଲେକି ଆମେ ସମସ୍ତେ ଡାକ୍ତର ସତ ହେଲେ ଲୋକେ କହୁଥିବା ଡାକ୍ତର ହିଁ ଭଗବାନ ବୋଲି କଥାଟା କେତେ ଦୂର ସତ ମୁଁ ନଜାଣିଥିଲେ ବି ଅନୁଭୂତି କିଛି କହିବି. ମଣିଷ ନିଜ ଜଣା ଅଜଣରେ କେତେ ପାପ କେତେ ପୁଣ୍ୟ କରିଥାଏ ସେ ନିଜେ ଜାଣିନଥାଏ ହେଲେ ଜାଣିଥାଆନ୍ତି ଉପରବାଲା. ଅବସର ପରେ ପରେ ସ୍ତ୍ରୀଙ୍କୁ ହରାଇ ସର୍ବସ୍ବାନ୍ତ ହେଲା ପରେ ସାଙ୍ଘାତିକ ବ୍ରେନ ଷ୍ଟ୍ରୋକ ଆସିଥିଲା ମତେ. ଏକମାତ୍ର କନ୍ୟା ପାଖରେ ଫଟା ପାହୁଲାଟିଏ ନଥିବା ବେଳେ ସେ ଧର୍ଯ୍ୟ ଓ ସାହାସ ରଖି ମୋ ଅପରେସନ ପାଇଁ ଲିଖିତ ଦସ୍ତଖତ ଦେଇଦେଲା ପରେ ମୋ ଅପରେସନ ସଫଳ ହେଇଗଲା ସତ ହେଲେ ଅପରେସନ ବିଲ କେମିତି ଦେବ ବୋଲି ଝିଅ ବିଚଳିତ ଥିବା ବେଳେ ଡାକ୍ତର ସେସବୁ ନିଜେ ପୈଠ କରି ବିଲ ସହ ଆନୁସଙ୍ଗିକ ଔଷଧପତ୍ର ଯୋଗାଇ ଦେଇ ଆଶ୍ଚର୍ଯ୍ୟରେ ଅଭିଭୂତ କଲାବେଳେ କହିଥିଲେ ମୁଁ ସେହି ଅନାଥ ବାଳକ ରାଜୁ ଯିଏ ଦିନେ ଆପଣଙ୍କ ଘରେ ପେପର ଦେଇ ଅଧା ଦିନ ଭୋକିଲା ପେଟ ରହୁଥିଲା. ସେଦିନ ଆପଣଙ୍କ ଘରେ ମୁଣ୍ଡବୁଲେଇ ପଡିଯିବା ପରେ ଆପଣ ଓ ଆପଣଙ୍କ ପରିବାର ଓ ଝିଅ ମତେ କ୍ଷୀର ରୁଟି ଖାଇବାକୁ ଦେଉଥିଲେ ସେହି ଗୋଟେ ଦିନ ନୁହେଁ ବରଂ ସେ ସହରରେ ଆପଣମାନେ ରହୁଥିବା ପର୍ଯ୍ୟନ୍ତ. ଭାଗ୍ୟର ଅନୁକୂଳ ପରିସ୍ଥିତିରେ ଡାକ୍ତର ହେଲି କିନ୍ତୁ ମୋ ଭଗବାନଙ୍କୁ ଖୋଜି ପାଉନଥିଲି. ଆଜି ସେ ସୁଯୋଗ ପାଇଛି ଯେତେବେଳେ ଆଉ ହରେଇବାକୁ ଚାଁହୁନି. ସେହିଦିନଠୁ ମୁଁ ଝିଅ ସହ ପୁଅ ପାଇଯାଇଛି କହି ଦୀର୍ଘନିଶ୍ୱାସ ନେଲେ ମାଧବବାବୁ.
ଲଳିତବାବୁ କହିଲେ ଆରେ ଭାଇ ମୋ କାହାଣୀ କଣ କହିବି? ଅବସର ପରେ ସବୁଦିନ ଆମେ ସସ୍ତ୍ରିକ ସମୁଦ୍ର ବେଳାଭୂମିରେ ବସୁ. ସେଦିନ ହଠାତ ମୁଣ୍ଡ ବୁଲେଇ ମୋ ସ୍ତ୍ରୀ ପଡିଗଲେ ତ ଯେଉଁ ଯୁବ ଡାକ୍ତରଙ୍କ ସହାୟତା ସହଯୋଗରେ ତାଙ୍କର ପୁନଃଜନ୍ମ ହେଲା ସେ ଗୋଟେ ବି କଣା ପଇସା ନେଇନଥିଲେ ବରଂ କହିଥିଲେ ଏଇ ସମୁଦ୍ର କୂଳରେ ମୋ ମାଆ ବୁଡ଼ିଯାଉଥିବା ସମୟରେ ଆପଣ ତାଙ୍କୁ ଖାଲି ପାଣିରୁ ଛାଣି ଆଣିନଥିଲେ ବରଂ ନୂଆ ଜୀବନ ଦେଇଥିଲେ ସେକଥା ମୁଁ ଭୁଲିବି କେମିତି?ଆଜି ମୋ ମାଆ ନାହାଁନ୍ତି ତ ନୂଆ ମାଆଙ୍କୁ ମୁଁ ଫେରିପାଇଛି ।
ଏଥର ଡାକ୍ତର ସୁଧାକର ବାବୁ କହୁଥିଲେ ସେଦିନ ରୋଗୀମାନଙ୍କ ଭିଡ଼ ଭିତରେ ଷ୍ଟ୍ରେଚରରେ ପଡି ଆସିଥିବା ରୋଗୀ ବିମଳେନ୍ଦୁ ବାବୁଙ୍କ ପତ୍ନୀ ମୁଣ୍ଡ କଚାଡି କାନ୍ଦୁଥାଆନ୍ତି. ଏଠି ଏତେ ଭିଡ଼ ଭିତରେ ତାଙ୍କ ସ୍ୱାମୀଙ୍କର ଗୋଟିଏ ଜିଦ ସେ ଏହି ହସ୍ପିଟାଲରେ ଡାକ୍ତର ପଟ୍ଟନାଏକଙ୍କ ପାଖରେ ଚିକିତ୍ସା କରାଇବେ. ସମସ୍ତେ ଜାଣିଥିଲେ ଡାକ୍ତର ପଟ୍ଟନାଏକ ମୃତ କିନ୍ତୁ ବିମଳେନ୍ଦୁଙ୍କ ବିଶ୍ୱାସ ବାହାରେ ତାହା. ଡିଉଟିରୁ ଉଠିଆସି ଡାକ୍ତର ସୁଧାକର ନିଜକୁ ଡାକ୍ତର ପଟ୍ଟନାଏକଙ୍କ ପରିଚୟରେ ବୃଦ୍ଧଙ୍କ ଅସ୍ତ୍ରୋପଚାର କରିବା ପରେ ଆଜି ତାଙ୍କୁ ବାପାଙ୍କ ସାଙ୍ଗକୁ ମାଆ ମଧ୍ୟ ମିଳିଯାଇଛନ୍ତି ଆଉ ତାଙ୍କ ପିଲାଙ୍କୁ ଜେଜେ ଓ ଜେଜେମା ବୋଲି କହି ଭଗବାନଙ୍କ କୃପା ଓ କରୁଣାରୁ ଏସବୁ ସମ୍ଭବ ବୋଲି କହୁଥିଲେ.
ପାଳି ପଡିଲା ପରି ନିଶିଥବାବୁ କହୁଥିଲେ ସ୍ତ୍ରୀ ଚାଲିଗଲା. ପୁଅ ପାଖରେ ବୋହୁର ବ୍ୟବହାରରେ ବିଚଳିତ ହୋଇ ଓଡିଶା ଫେରିଆସିବା ପରେ ବାଟରେ ମୋର ଆକ୍ସିଡେଣ୍ଟ ହୋଇଥିଲା. କେହି ସହୃଦୟ ମତେ ହସ୍ପିଟାଲରେ ପହଞ୍ଚାଇ ଥିଲେ ଓ ମୋର ଆଖି ଅପରେସନ କରାଇବା ପରେ ନିଜ ଘରକୁ ନେଇଯିବା ପରେ ତାଙ୍କ ପରିଚୟ ପାଇବାକୁ ବ୍ୟାକୁଳ ହୋଇପଡୁଥିଲା ବେଳେ ସେ କହିଥିଲେ ଆପଣଙ୍କ ଛାତ୍ର ମୁଁ. ତୁମର ତ ମୁଁ କିଛି ଉପକାର କରିନି ମୁଁ? ତୁମେ ମତେ ଋଣୀ କାହିଁକି କଲ ବାବା? ତ ଉତ୍ତର ଥିଲା ମୁଁ ଆପଣଙ୍କର ସେହି ଡାକ୍ତରୀ ଛାତ୍ର ଯିଏ ଦିନେ ସମାନ୍ୟ ଟେଥିସକୋପଟିକୁ ଚୋରେଇ ନେଇଥିଲେ ମଧ୍ୟ ସେକଥା ଜାଣିଥିଲେ ମଧ୍ୟ ମତେ ଧରା ପକେଇବା ଦୂର କଥା ବରଂ ସେହି ଦରିଦ୍ର ଛାତ୍ରର ଡାକ୍ତରୀ ପଢ଼ିବାର ସମସ୍ତ ଖର୍ଚ୍ଚ ବହନ କରିଥିବାରୁ ସେ ଆଜି ସେହି ମୂଳଧନ ସହିତ ସୁଧ ମିଶାଇ ଶୁଝିବାକୁ କିଞ୍ଚିତ ସାହାଯ୍ୟ କରିବାକୁ ପ୍ରୟାସ କରିଛି ମାତ୍ର କହୁଥିବା ବେଳେ ପୁତ୍ର ପ୍ରାପ୍ତି ହୋଇଥିଲା ନିଶିଥଙ୍କୁ.
ଡାକ୍ତର ସୂର୍ଯ୍ୟକାନ୍ତ କହୁଥିଲେ ଟ୍ରେନ ଆକ୍ସିଡେଣ୍ଟ ବେଳେ କିଏ ଥିଲା ମୋ ପାଖରେ? କିନ୍ତୁ ମୋ ଶରୀର ଦଳିଚକଟି ହୋଇଯିବା ପୂର୍ବରୁ ଯେଉଁ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲା ସେ ମୃତକମାନଙ୍କ ଶରୀରରୁ କାହାର ଆଖି,କାହାର କିଡ଼ନୀ, କାହାଠୁ ଲିଭର ଇତ୍ୟାଦି ପ୍ରତିରୋପଣ କରି ମତେ ପୁନ୍ନଜନ୍ମ ଦେଲାବେଳେ କିଏ ତୁମେ ଦେବଦୂତ ମତେ ଏତେ ଅର୍ଥ , ଶ୍ରମ, ଶକ୍ତି ଖଟାଇ ବଞ୍ଚାଇଲ ଡାକ୍ତର? ମତେ ଚିହ୍ନି ପାରୁନାହାଁନ୍ତି ଆଜ୍ଞା ମୁଁ ସେଇ ଯାହାର ପୁତ୍ରକୁ ଚକ୍ଷୁ ପ୍ରତିରୋପଣ କରି ଆପଣ ତାକୁ ଦୁନିଆଁ ଦେଖାଇଥିଲା ବେଳେ ସେହି ସର୍ଜ୍ଜରୀ ବିଦ୍ୟା ଆପଣଙ୍କଠୁ ଶିଖି ମୁଁ ଆଜି ନିଜେ କେତେ କାହାର ଦୁନିଆଁ ବସେଇବାକୁ ଚେଷ୍ଟା କରୁଥିଲା ବେଳେ ଆପଣଙ୍କ ଏ ଦୁର୍ଦ୍ଦଶା ବେଳେ କିଞ୍ଚିତ ମାତ୍ର ସାହାଯ୍ୟ କରି ମୋ ସର୍ଜ୍ଜରୀ ଜ୍ଞାନ କୌଶଳ ବଢ଼େଇ ପାରିଛି ମାତ୍ର ତ ଭଲହେଲାପରେ ବିସ୍ମୟରେ ବୁଡ଼ିଯାଇଥିଲେ ସୂର୍ଯ୍ୟକାନ୍ତ.
ଡାକ୍ତର ଭରତ କହୁଥିଲେ ସେଦିନ ପେଟ କାଢ଼ି ବୁଲୁଥିବା ପାଗେଳୀଟିକୁ ସାହାରା ହୋଇ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ତାକୁ ପ୍ରସବ ପର୍ଯ୍ୟନ୍ତ ସେଵା ଯୋଗାଇ ତା ପୁତ୍ରକୁ ମୋ ପୁତ୍ରବଧୂ ହାତକୁ ଟେକି ଦେଇ ତାକୁ ସନ୍ତାନ ପ୍ରାପ୍ତିର ସୁଯୋଗ ଆଣିଦେବା ବେଳେ ପାଗେଳୀ ମୋ ନିଜ ଘରେ ଝିଅ ହୋଇଯାଇଥିଲା. ଆଜି ତାର ମସ୍ତିଷ୍କ ବିକୃତି ଦୂର ହେବା ପରେ ସେ ଆମ ବୁଢା ବୁଢ଼ୀ ଦୁହିଁଙ୍କର ସାହାରା ବନିଯାଇଛି. ପାଗେଳୀ ଥିବାରୁ ସେ ସିନା ଜାଣିନାହିଁ ତାର ମାତୃତ୍ୱ ଲାଭ ଓ ସନ୍ତାନ କିଏ ବୋଲି କିନ୍ତୁ ନାତି ଯଶୋଦା ଓ ଦେବେକୀ ପରି ଦୁଇ ମାଆ ପାଇ ଆଜି ଡାକ୍ତର ହେବାରେ ସକ୍ଷମ ହେଇ ପାଗେଳୀ ମାଆକୁ ଭଲ କରିବାରେ ମତେ ସାହାୟକ ହୋଇଛି.ଖାଲି ସେତିକି ନୁହେଁ ପରିବାରକୁ ଏକତ୍ର ରଖିବାରେ ଆମ ନାତି ଆଜି ଏକ ଉଦାହରଣ ପାଲଟିଛି. ବାପା ମାଆଙ୍କୁ ନେଇ ଆମେରିକାରେ ରହୁଥିଲେ ମଧ୍ୟ ଗାଁକୁ ଆସିବାକୁ ଭୁଲିନି କେବେ. ସାତ ସାଙ୍ଗ ତାଙ୍କ ଅନୁଭୂତି ସବୁ ବାଣ୍ଟିଲା ବେଳେ ମନ୍ତ୍ରମୁଗ୍ଧ ହୋଇ ଜଗନ୍ନାଥ କାଳିଆ ଠାକୁରଙ୍କ କରୁଣା ଓ ଆଶୀର୍ବାଦରେ ଏସବୁ ସମ୍ଭବ ନଚେତ ଡାକ୍ତର କେବେ ବି ଭଗବାନ ନୁହେଁ ବରଂ ଏକ ସାଧାରଣ ମଣିଷ ବୋଲି କହି ନିଜର ବଡ଼ପଣ ପ୍ରକାଶ କରିଥିଲେ . ଭଗବାନ ହିଁ ସବୁ କରି କରାଉ ଥାଆନ୍ତି କହି ଆଖି ପୋଛି ତାସ ଖେଳ ଚାଲୁକଲେ ଡାକ୍ତର ସାତସାଙ୍ଗ ।.