STORYMIRROR

Dr Jharana Satapathy

Abstract Inspirational

3  

Dr Jharana Satapathy

Abstract Inspirational

ସ୍ଵାର୍ଥୀ ମଣିଷ

ସ୍ଵାର୍ଥୀ ମଣିଷ

2 mins
11.7K

ସକାଳୁ ଉଠୁଉଠୁ ବାହାରୁ ଶୁଭୁଥିଲା ପ୍ରବଳ ପାଟିତୁଣ୍ଡ। କେଉଁ ଵିଷୟକୁ ନେଇ ପାଟିତୁଣ୍ଡ ଏହା ଜାଣିବା ପାଇଁ ଵାଲକୋନିରେ ଛିଡା ହୋଇ ନଜର ପକାଇଲି। କାରଣ ଏହା ଯେ ୪୮ ଘଣ୍ଟାର ସଟ୍ ଡାଉନ ନିର୍ଦେଶର କଟାକଣା ସର୍ତ୍ତେ ସେହି ନିର୍ଦ୍ଦେଶକୁ ଅବମାନନା କରି କାମବାଲିବାଇ ଜଣେ ଆସିଛି ଜଣକ ଫ୍ଲାଟରେ କାମ କରିବାକୁ। ଲୋକମାନେ କେମିତି ନିଜେ ସ୍ବାର୍ଥୀ ହେଉଛନ୍ତି କେଜାଣି ।କରୋନା ଭୂତାଣୁ ବ୍ୟାପି ପରିସ୍ଥିତି ଏତେ ସାଙ୍ଗାତିକ ହେଲାଣି ବହୁ ଲୋକଙ୍କର ଜୀବନ ଚାଲିଗଲାଣି ତଥାପି ସଚେତନ ହେଉ ନାହାନ୍ତି  । ଲକ୍ଡାଉନରେ କିଛି ଲୋକ ବାହାନା କରି ବାହାରେ ବୁଲିଲେ ବୋଲି ଓଡିଶା ସରକାର ବାଧ୍ୟ ହୋଇ ଯେଉଁ ଯେଉଁ ଅଞ୍ଚଳରେ କରୋନା ପଜିଟିଭ୍ ଦେଖାଗଲା ସେହି ସହର ଗୁଡିକ ଯଥା ଭୁବନେଶ୍ବର,କଟକ,ଭଦ୍ରକ ତାସହ ତାକୁ ଲାଗି ରହିଥିବା ଗାଁ ଗୁଡିକୁ ସଟ୍ ଡାଉନର ନିର୍ଦ୍ଦେଶ ଦେଲେ। ଏହା ଏକ କର୍ଫ୍ୟୁ ସଦୃଶ। ଏହି କର୍ଫ୍ୟୁବେଳେ ନିୟମ ନ ମାନି ବାହାରେ ବୁଲିଲେ ତାକୁ ଚଉଦ ଦିନ ପର୍ଯ୍ୟନ୍ତ ବାଧ୍ୟତାମୂଳକ କ୍ବାରାନଣ୍ଟାଇନରେ ରଖାଯିବ ଏବଂ କେବଳ ସେତିକି ନୁହଁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ ।ଏହାର ନିର୍ଦ୍ଧେଶ ମାନି ଘରେ ରହିବା ନିହାତି ଦରକାର।ତଥାପି କିଛି ଲୋକଙ୍କର ବୁଦ୍ଧି ଉଦୟ ହେଉନାହିଁ। ଓଡିଶା ସରକାରଙ୍କର ନିର୍ଦ୍ଦେଷକୁ ନ ମାନି ଘରମାଲିକର କଥାଶୁଣି ଆସିଛି କାମଵାଲିବାଇ କାମ କରିବାକୁ। ହେ ଭଗବାନ ଏପରି ଲୋକ ଅଛନ୍ତି !ଏ ଭଳି ପରିସ୍ଥିତିରେ ନିଜ ଘର କାମ କରିବାକୁ କୁଣ୍ଠାବୋଧ କାହିଁକି ଲାଗୁଛି । ଏତେ ଆଳସ୍ୟତା କାହିଁକି ନିଜ ଘର କାମ କରିବାକୁ ।ସତରେ ସେମାନଙ୍କର କ'ଣ ବିବେକ ନାହିଁ ? ଏପଟେ କରୋନା ମହାମାରୀରେ ସାରା ପୃଥିବୀରେ ହଜାର ହଜାର ଲୋକଙ୍କର ଜୀବନ ଚାଲିଗଲାଣି।ଭୁବନେଶ୍ବରରେ ରହି ଜାଣିଶୁଣି ମଧ୍ୟ।ଗୋଟିଏ ଦିନରେ କେତେ ପଜିଟିଭ ବାହାରୁଛି।ଘନ ଘନ ନ୍ୟୁଜ ଏ ବିଷୟରେ। ସୂର୍ଯ୍ୟନଗର ଏବଂ ବୋମିଖାଲ ଅଞ୍ଚଳକୁ ସିଲ୍ କରା ଯାଇଛି ଏଥିପାଇଁ । ଲୋକମାନେ ନିଜେ ସଚେତନ ହେବା ଦରକାର।ତଥାପି ଲୋକମାନଙ୍କର ବୁଦ୍ଧି ଉଦୟ ହେଉନି ଏ ଭଳି ପରିସ୍ଥିତିରେ ବାଇକୁ ଡକାଇ କାମକରୁଛନ୍ତି।ମଣିଷ ନିଜେ ଏତେ ସ୍ବାର୍ଥୀ କାହିଁକି ହୋଇଯାଉଛି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract