Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Debabrata Barik Debunu

Inspirational Drama

2.5  

Debabrata Barik Debunu

Inspirational Drama

ସାଙ୍ଗ ହେବତ ଏମିତି

ସାଙ୍ଗ ହେବତ ଏମିତି

3 mins
627



୧୦ ବର୍ଷ ତଳର କଥା ସେତେବେଳେ ୮ ବର୍ଷ ର ଗୋଟେ ଗରିବ ପିଲାଟିଏ । ରାସ୍ତାରୁ କିଛି ପ୍ଲାଷ୍ଟିକ ଗୋଟେଇ ତା ମାଲିକକୁ ଦିଏ ଆଉ ମାଲିକ ଯାହା ପଇସା ଦିଏ ତା ପେଟ ପୋଷେ ।ହେଲେ ସେଦିନ ସେ ପିଲାଟି କିଛି ପ୍ଲାଷ୍ଟିକ ପାଇଲା ନାହିଁ ଆଉ ମାଲିକ ତାକୁ କିଛି ପଇସା ବି ଦେଲାନି ।ଛୋଟ ପିଲାଟା ଭୋକରେ ଆଉଟୁ ପାଉଟୁ ହେଉଥାଏ.. ! ସେ ଗୋଟେ ଜଳଖିଆ ଦୋକାନକୁ ଯାଇ କହିଲା ବାବୁ ସକାଳୁ ପହରୁ କିଛି ଖାଇନି ମତେ କିଛି ଖାଇବାକୁ ଦିଅ । ଦୋକାନୀ ସେ ପିଲାକୁ ଦେଖି କହିଲା ଯା ଏଠୁ କିଛି ମିଳିବନି ତତେ ଏଠି ।ହେଲେ ସେ ଛୋଟ ପିଲାଟି ଖାଇବା ଆଶାରେ ସେଠି ବସି ରହିଲା ।


ଦୋକାନୀର ରାଗ ଆହୁରି ବଢିଗଲା ସେ ଛୋଟ ପିଲାଟି ଉପରେ ଅଧିକ ରାଗି ଯାଇ ତା ଉପରେ ଗରମ ପାଣି ଢାଳି ଦେଲା । ସେ ଛୋଟପିଲାଟିଏ କେତେ ବା ସହିବ । ଦେହ ସାରା ଫୁଟୁକା ହେଇଗଲା ଆଉ ସେ ସହି ନପାରି କାନ୍ଦିପକଉଥାଏ । ତାକୁ ବହୁତ କଷ୍ଟ ବି ହେଉଥାଏ । ସେଇ ଜଳଖିଆ ଦୋକାନରେ ଆଉ ଏକ ଗରିବ ପିଲାଟେ କାମ କରୁଥିଲା । ସେ ଗରିବ ହେବାର କଷ୍ଟ ଜାଣିଛି ଆଉ ଅନୁଭବ କରିଛି ମଧ୍ୟ ସେ ପିଲାଟିର ନା ରାଜା ।


ରାଜା ସେ ଛୋଟ ପିଲା ମାନେ (ଶଙ୍କର) ପାଖକୁ ଯାଇ ତାକୁ ଖାଇବା ପାଇଁ କିଛି ଦେଲା ତାକୁ କହିଲା ତୁ ଆଜି ଠୁ ମୋ ସାଙ୍ଗ, ରାଜା ଆଉ ଶଙ୍କର ଦୁହେଁ ବହୁତ ଭଲ ସାଙ୍ଗ ହେଇଗଲେ । କିଛି ଦିନ ପରେ ସେ ଜଳଖିଆ ଦୋକାନ ଠୁ କିଛି ଦୂରରେ ଏକ ଟଙ୍କା ବ୍ୟାଗକୁ ଗୋଟେ ବଡ ଧନୀ ଲୋକଟେ ଛାଡି ଚାଲି ଯାଇଥିଲା ଆଉ ସେ ବ୍ୟାଗକୁ ଶଙ୍କର ଦଖି ଖୋଲିଲା ଆଉ ଦେଖିଲା ବ୍ୟାଗରେ ବହୁତ ଟଙ୍କା ଥିଲା,ସେ ଭାବିଲା ରାଜା ପାଖକୁ ନେଇକି ଯିବ । ଶଙ୍କର ସେ ବ୍ୟାଗକୁ ରାଜା ଥିବା ଦୋକାନ ପାଖକୁ ନେଇ ଗଲାବେଳକୁ ଦେଖିଲା ସେ ଧନୀ ଲୋକ ଜଣକ ସେଠି ଚା ପିଉଥିଲା ।


ସେ ଲୋକଟି ଯେତେବେଳେ ବାହାରିଲା ଦୋକାନରୁ ,ସେତେବେଳେ ଶଙ୍କର ସେ ବ୍ୟାଗକୁ ରାଜାକୁ ଦେଇ କହିଲା ସେ ଲୋକକୁ ଏ ବ୍ୟାଗ ଦେଇକି କହ କି ତୁ ରାସ୍ତାରୁ ପାଇଲୁ ସେ ଲୋକଟି ତା ବ୍ୟାଗକୁ ପାଇ ବହୁତ ଖୁସି ହେଲା । ଆଉ ରାଜାର ସେ ସଚ୍ଚୋଟ ଆଉ ଅନାଥ ପିଲା ଜାଣି ସେ ଧନୀ ଲୋକଟି ରାଜାକୁ ସାଥିରେ ନେଇଗଲା । ରାଜା ସ୍କୁଲ ଗଲା ନୂଆ ନୂଆ ସାଙ୍ଗ ସହ ମିଶିଲା ହେଲେ ତାକୁ ଶଙ୍କର ଭଳି ସାଙ୍ଗ କେହି ମିଳିଲେନାହିଁ ।


କିଛିଦିନ ପରେ ରାଜା ଶଙ୍କରକୁ ଖୋଜିଲା ହେଲେ କୋଉଠି ପାଇଲାନାହିଁ । ରାଜା ପ୍ରତିଦିନ ଆସେ ସେହି ଜଳଖିଆ ଦୋକାନକୁ ଆଉ ଶଙ୍କରକୁ ଖୋଜେ ହେଲେ ଶଙ୍କର ତାକୁ ଦେଖା ଦିଏନି । ଶଙ୍କର ଚାହେଁ ସେ ପାଠ ପଢି ଭଲ ମଣିଷ ହେଇଯାଉ । ହେଲେ ତା ହୃଦୟ ତା ସହ କଥା ହେବ ପାଇଁ ଆଉଟୁ ପାଉଟୁ ହୁଏ ହେଲେ କରିବ ବା କଣ । କିଛି ବର୍ଷ ପରେ ରାଜା ଗୋଟେ ପୋଲିସ ଅଫିସର ହେଇଗଲା । ଆଉ ଶଙ୍କରର ଭାଗ୍ୟ କିଛି ପରିବର୍ତନ ହେଲା ନାହିଁ ତାକୁ ସମାଜ ଗରିବରୁ ଚୋର ବନେଇଦେଲା । ଶଙ୍କର ଚୋରି କରୁ କରୁ ପୋଲିସ ହାତରେ ଧରା ପଡିଗଲା । ରାଜା ଜାଣିନଥିଲା ସେ ଶଙ୍କର ବୋଲି । ରାଜା ଶଙ୍କରକୁ ତା ଲାଠିରେ ବହୁତ ପିଟିଲା ହେଲେ ସେ ସବୁ ସହାଇଗଲା । ରାଜାକୁ କିଛି ଅଜବ ଲାଗିଲା କଣ ଏ ପିଲାକୁ କଷ୍ଟ ହେଉନି । ରାଜା ଯେତେବେଳେ ଶଙ୍କର ସାର୍ଟ ଖୋଲି ତାକୁ ପିଟିଲା ଆଉ ପିଟିଲା ବେଳେ ଗରମ ପାଣିର ଫୋଟକା ଦାଗ ଶଙ୍କର ପିଠିରେ ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲା ।


ରାଜା -(ଆଖିରୁ ଲୁହ ଝରି ଆସିଲା) ତାକୁ ଛାତିରେ ଲଗେଇ ଆରେ ସାଙ୍ଗ କୋଉଠି ଥିଲୁରେ ମୁଁ ତତେ କେତେ ଖୋଜିଛି ହେଲେ କଉଠି ପାଇଲି ନାହିଁ ।


ଶଙ୍କର- (ଆଖି ରେ ଲୁହ ଭରି )ସାର ମୁଁ ଶଙ୍କର ନୁହଁ ।


ରାଜା - ତୋ ଆଖିର ଲୁହ କଣ ପାଇଁ ଆସୁଛି ? ଗୋରୁ ଗାଈ ଭଳି ପିଟିଲି ତୋ ଆଖିରେ ଲୁହ ନଥିଲା ।ମୁଁ ଜୀବନରେ ସବୁ ପାଇଛି ହେଲେ ତୋ ଭଲି ସାଙ୍ଗ ଖୋଜି ପାଇନିରେ ।


ଶଙ୍କର- ସାର ମୁଁ ଗୋଟେ ଚୋର ଆଉ ଆପଣଙ୍କ ସାଙ୍ଗ ଶଙ୍କର ନୁହଁ । 


ରାଜା - ତୁ ଯଦି ଆଜି ଚୋର ହେଇଛୁ କେବଳ ମୋ ପାଇଁ କହ ସାଙ୍ଗ ତୁ ବି ତ ସେ ଟଙ୍କା ବ୍ୟାଗ ସେ ଧନୀ ଲୋକକୁ ଦେଇପାରିଥାନ୍ତୁ ନା ଆଜି ତୁ ବି ପୋଲିସ ହେଇଥାନ୍ତୁ ଆଉ ମୁଁ ଚୋର । ଆଜି ବି ତୁ ମୋ ସମ୍ମାନ ଇଜ୍ଜତକୁ ତୁ ତଳେ ପକେଇଦେବାକୁ ଚାହୁଁନୁ ।

ହେଲେ ଦରକାର ନାହିଁ ମୋର ଏ ପୋଲିସ ଚାକିରୀ ମୁଁ ମୋ ସାଙ୍ଗକୁ କେବେ ବି ଏ ହାତରେ ମାରିପାରିବି ନାହିଁ.. ଚାଲ ସାଙ୍ଗ ଆମେ ଯୋଉଠି ଆମର ବନ୍ଧୁତ୍ୱ ହେଇଥିଲା ସେ ଦୀନର ସ୍ମୃତିକୁ ମନେ ପକାଇ ସେଇଠୁ ପୁଣି ଜୀବନ ଆରମ୍ଭ କରିବା । ରାଜା ଆଉ ଶଙ୍କର ସେଠି ଗୋଟେ ହୋଟେଲ ଖୋଲିଲେ ଆଉ ତାଙ୍କର ବନ୍ଧୁତ୍ୱ ଅତୁଟ ହେଇ ରହିଗଲା ସବୁ ଦିନ ପାଇଁ... ।

          


Rate this content
Log in

More oriya story from Debabrata Barik Debunu

Similar oriya story from Inspirational