STORYMIRROR

Manju Rath

Inspirational

3  

Manju Rath

Inspirational

ସାହାଯ୍ୟ

ସାହାଯ୍ୟ

1 min
280

ଫେରିଚାହିଁଲି ମୁଁ ପଛକୁ କିଏ ତ ଜଣେ ଛିଡା ହୋଇଛନ୍ତି ସେହି ବରଗଛମୂଳେ।

ଆଗକୁ ଯାଉଥିବା ମୋ ପାଦ ଦୁଇଟି ଅଟକିଗଲା

ତାଙ୍କ ନିକଟେ 

ବ୍ୟକ୍ତି ଜଣକ ଥିଲେ ତୃଷାର୍ତ୍ତ ପାଣି ଟିକିଏ ପାଇଁ

ଡହକବିକଳ ହେଉଥିଲା ତାଙ୍କ ଜୀବନ

 ଡହଡହ ଖରାରେ ନିଛାଟିଆ ରାସ୍ତାଟି ଲମ୍ବିଯାଇଛି ବହୁ ଦୂରକୁ କେହି ଜଣେ ବି ଦେଖାଯାଉନଥାନ୍ତି

ମୁଁ ଚାଲିଲି ତାଙ୍କ ନିକଟକୁ ।

  ମୋ ବୋତଲରେ ଥିବା ପାଣି ତାଙ୍କ ଶୋଷ ମେଣ୍ଟାଇବା ପାଇଁ ଯଥେଷ୍ଟ ନଥିଲା ତଥାପି ମୁଁ 

ସାହାଯ୍ୟର ହାତ ବଢାଇଲି ସେହି ପାଣି ଟିକକ

ତାଙ୍କ ପାଇଁ ଅମୃତ ସମାନ ଥିଲା

କୃତାର୍ଥ ଚାହାଣୀରେ ସେ ମୋ ଆଡକୁ ଅନାଇ

ଅନେକ ଆଶୀର୍ବାଦ ଦେଇ ଚାଲିଗଲେ

ମୁଁ ତାଙ୍କ ଯିବାପଥକୁ ଏକ ଲୟରେ ଚାହିଁ ରହିଥିଲି

ସେହି ବ୍ୟକ୍ତିଜଣଙ୍କ ଅଦୃଶ୍ୟ ହେବା ପର୍ଯ୍ୟନ୍ତ

ମୁଁ ମୋ ଆତ୍ମସୋନ୍ତଷରେ ଗଦ୍ ଗଦ୍ ହୋଇ

ଭଗବାନଙ୍କୁ ପ୍ରଣାମ ଜଣାଇଲି ଏବଂ କହିଲି

ହେ ପ୍ରଭୁ!ଆପଣଙ୍କ ଦୟାରୁ ଏମିତି ସବୁବେଳେ

ସାହାଯ୍ୟର ହାତ ବଢୁଥାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational