Rasmi Rekha Tripathy

Inspirational Abstract Others

3.5  

Rasmi Rekha Tripathy

Inspirational Abstract Others

ସାବିତ୍ରୀ

ସାବିତ୍ରୀ

1 min
14.5K



ତୁମେ ଯଦି ମରିବା ପାଇଁ ପଣ କରି ବସିଛ, ତେବେ ମୋର ସାବିତ୍ରୀ ହେବା ପାଇଁ ଟିକିଏ ବି ଆଗ୍ରହ ନାହିଁ !

ଏହା ଥିଲା ମୋ ପୁଅ ପ୍ରତି ମୋ ବୋହୁର ବାଣୀ l କଣ ପାଇଁ ଦୋଷ ଦେବି ବୋହୁକୁ ? ମୁଁ ଜାଣିଛି ମୋ ପୁଅ ଅବାଟରେ ଚାଲି ଯାଇଛି l କୁସଙ୍ଗରେ ପଡି ଯାଇଛି l ଆଉ ମୁଁ ଏତିକି ଜାଣିଛି ଜଣେ ଯଦି ନିଜେ ଇଛା ନ କରିବ, ତେବେ ସେ କେବେ ବି ଠିକ୍ ରାସ୍ତାକୁ ଆସି ପାରିବ ନାହିଁ l ତଥାପି ବି ମୁଁ ଆଶା କରୁଥିଲି ମୋ ବୋହୁ ତାକୁ ଠିକ୍ ରାସ୍ତାକୁ ନେଇ ଆସୁ l

ସିଏ ଆଧୁନିକ ସଭ୍ୟତାରେ ବଢିଛି l ଆଉ ଆମ ଭଳି ଘର କୋଣରେ ହାତେ ଲମ୍ବର ଓଢଣା ଟାଣି ସ୍ୱାମୀର ହଁ ରେ ହଁ , ନା ରେ ନା ତାଳ ଦେବ ଯୁଗ କଣ ଅଛି?

ସାବିତ୍ରୀ ଅମାବାସ୍ୟା ଦିନ ମୁଁ ଗଲି ମନ୍ଦିର, ବୋହୁ ଗଲା ଅଫିସ୍ l ପୁଅ ଅସୁସ୍ଥତା ଯୋଗୁଁ ଛୁଟି ନେଇ ଘରେ ଥିଲା l ଘରକୁ ଫେରି ଦେଖେ ତ ଘରେ ତାଲା l ପୁଅର ଅସୁସ୍ଥତା ବଢି ଯିବାରୁ ବୋହୁ ଅଫିସରୁ ଆସି ତାକୁ ଡାକ୍ତରଙ୍କ ପାଖକୁ ନେଇ ଯାଇଛି l ଡାକ୍ତର ପୁଣି ଥରେ ଚେତାବନୀ ଦେଲେ, ମଦ ପିଇବା ନ ଛାଡିଲେ, ଜୀବନ ପ୍ରତି ବିପଦ ଅଛି l ତେଣୁ ଡାକ୍ତରଖାନାରୁ ଫେରିବା ପରେ ମୋ ବୋହୁ ମୋ ପୁଅ ପ୍ରତି ଏ ଭଳି ବାକ୍ୟ ବାଣ ପ୍ରୟୋଗ କରିଛି l

ସତ କଥା ମୋ ପୁଅ ଯଦି ସତ୍ୟବାନ ହେଲା ନାହିଁ, ମୁଁ କାହିଁକି ଆଶା କରିବି ଯେ, ମୋ ବୋହୁ ସାବିତ୍ରୀ ହେଉ ?


Rate this content
Log in

Similar oriya story from Inspirational