Rasmi Rekha Tripathy

Tragedy Abstract

3  

Rasmi Rekha Tripathy

Tragedy Abstract

ସ୍ୱୀକାରୋକ୍ତି

ସ୍ୱୀକାରୋକ୍ତି

1 min
6.9K


       ଆମର ସମ୍ପର୍କ କଣ କେବଳ ଗୁରୁ - ଶିଷ୍ୟାର ସମ୍ପର୍କ ଥିଲା ? ମୁଁ ଆଜି ଯେଉଁ ଜାଗାରେ ଠିଆ ହୋଇଛି, ଆଜି ଯେଉଁ ପାଦ ତଳେ ମାଟି ଟିକେ ପାଇଛି, ତାର ପ୍ରଥମ ଶ୍ରେୟ ଯିବ ମୋ ନନା ବୋଉଙ୍କୁ ଓ ତା’ ପରେ ଆପଣଙ୍କୁ l କିନ୍ତୁ ମୁଁ ଅପରାଧୀ ହୋଇଗଲି l ନନାଙ୍କୁ ବାଦ୍ ଦେଇ ବଞ୍ଚି ପାରିବିନି, ଆପଣଙ୍କୁ ଛାଡିପାରିବିନି l ଆପଣଙ୍କୁ କଥା ଦେଇଥିଲି, ଯାଇ ଦେଖା କରିବି ଘରେ ଆପଣଙ୍କର l ନନା ରାଜି ହେଲେନି l କଣ କରିଥାନ୍ତି ? ଜୀବନ ବେଳେ ବେଳେ ଏମିତି ଏକ ମୋଡରେ ଆଣି ଠିଆ କରେଇଦିଏ, କଣ କରିବା ଉଚିତ ନ କରିବା ଉଚିତର ଉତ୍ତର ଖୋଜୁ ଖୋଜୁ ହାତ ମୁଠାରୁ ବାଲି ରେଣୁ ପରି ଖସି ଯାଇଥାଏ ସମୟ l

ମୁଁ ଆଜି ସେମିତି ଏକ ମୋଡରେ ଠିଆ ହୋଇଛି l ମିଛ କହିବା ପାଇଁ ଆପଣ ହିଁ ମନା କରିଛନ୍ତି l ଶେଷରେ କୌଣସି ମତେ ନନାଙ୍କୁ ମନେଇ ଆପଣଙ୍କୁ ଯାଇ ମନ୍ଦିରରେ ଦେଖା କଲି l କାରଣ ମୁଁ ଜାଣେ ଆପଣ ସେହି ସମୟରେ ମନ୍ଦିରକୁ ଆସନ୍ତି l କଥା ଦେଇ କଥା ନ ରଖିପାରିବାର ଅପରାଧ ବୋଧରେ ମୁଁ ଭାଙ୍ଗି ପଡୁଥିଲି l ଆଉ ଆପଣ କେତେ ସୁନ୍ଦର ଭାବେ ବୁଝେଇଦେଲେ ମୋତେ, ବାପା ମାଆଙ୍କର କଥା ମାନିବା ଆମର ପ୍ରଥମ କର୍ତ୍ତବ୍ୟ l ଛୁଆବେଳେ ବାଡି ଧରି ଶାସନ କରୁଥିଲେ, କାଟୁ ନ ଥିଲା ହାତକୁ l ଆଜି କିନ୍ତୁ ଆପଣଙ୍କର ହାତରେ ବାଡି ନ ଥିଲା, ସେହି କଥା ପଦକ କିନ୍ତୁ ଗଭୀର ରେଖାପାତ କରିଥିଲା ମନରେ ଆଉ ହୃଦୟରେ l 


Rate this content
Log in

Similar oriya story from Tragedy