kamal kumar dash

Drama Romance Thriller

3  

kamal kumar dash

Drama Romance Thriller

ଋତୁନ

ଋତୁନ

2 mins
167


      ବାଙ୍ଗାଲୋରରୁ ଟ୍ରେନ ଛାଡୁଥିଲା । କରୋନା ଲକ ଡାଉନ ଘୋଷଣା ସରିଥିଲା ,ଲୋକ ମାନେ ଘରକୁ ଫେରିବାକୁ ବାହାରୁ ଥିଲେ । 

ଟ୍ରେନ ଛାଡିବାର ପରେ ଦେଖିଲି ଆଜି ସିଟରେ ଝିଅଟିଏ ବସିଛି ବଡ଼ ଦୁଃଖରେ । ସେ ଘରକୁ କଥା ହେଉଥିଲା ଓ କାନ୍ଦୁଥିଲା । କିଛି ସମୟ କଥା ହେଲା ପରେ ସେ ଲୁହ ପୋଛି । ସେ ଝରକାରେ ବାହାରକୁ ଦେଖିଲା । ମୁଁ ପଚାରିଲି କଣ ଭୁବନେଶ୍ୱର ଯିବେ ? ସେ ହଁ କହିଲା । ତା ପରେ ପଚାରିଲି କଣ କମ୍ପାନୀ ଘରୁ କାମ କରିବାକୁ ପରିମିସନ ଦେଲାନି କି ? ସେ କହିଲା ଦେଲା ଯେ ମାତ୍ର ୩ ମାସ ପାଇଁ । ହୁଏତ ତା ପରେ କମ୍ପାନୀ ଛାଡି ବାକୁ କହିପାରେ । ମୁଁ କହିଲି ଅଲଗା କମ୍ପାନୀରେ ଜଏନ କରିଯିବ । ସେ କହିଲା ତା'ର ସେତେ ଏକ୍ସପିରିଏନସ ନାହିଁ ଓ ଭୁବନେଶ୍ୱରରୁ ଭଲ କମ୍ପାନୀରେ ପରୀକ୍ଷା ଦେଇ ହେବ କି ନାହିଁ ଜଣାନାହିଁ । ମୁଁ କହିଲି ନହେଲେ ଫୁଣି ବାଙ୍ଗାଲୋର ଆସିଲା ପରେ ପରୀକ୍ଷା ଦେବ । ସେ ଟିକେ ଚୁପ ରହି କହିଲା , କମ୍ପାନୀ ବାହାର କରିଦେଲେ ଘରେ ମୋର ବାହାଘର କରିଦେବେ । ମୁଁ ବୁଝୁ ଥିଲି ତାର ଷ୍ଟୋରୀ । ତାକୁ କହିଲି ତୁମେ ଘର ଲୋକଙ୍କୁ ବୁଝାଇବ । ସେ କହିଲା , ବାପା ଜମା ବୁଝିବେନି । ଆପଣ ତାଙ୍କୁ ବୁଝାଇ ପାରିବେ ? ମୁଁ କହିଲି ଚେଷ୍ଟା କରିବି । ଭୁବନେଶ୍ୱରରେ ଓହ୍ଲାଇବା ଆଗରୁ ଋତୁନ ତାଙ୍କ ଘର ଅଡ୍ରେସ ଓ ଫୋନ ନଂ  ଦେଲା ଓ ମୋ ଫୋନ ନଂ ନେଲା । ସେ କହିଲା ୧୪ ଦିନ କୱାରେଣ୍ଟିନ ପରେ ଆସିବେ । ୧୪ ଦିନ ପରେ ଋତୁନର ଫୋନ ରିଂ ଆସିଲା ଓ ତାଙ୍କ ଘରକୁ ଡାକିଲା ସେ । 

          ବାଟ ଖୋଜି ଖୋଜି ତାଙ୍କ ଘରେ ପହଂଚିଲି ମୁଁ ଘଣ୍ଟାଏ ପରେ । ଋତୁନ ତା ବାପା ଓ ମାଙ୍କୁ ସାଙ୍ଗରେ ପରିଚୟ କରାଇ ଦେଲା । କରୋନା ପାଇଁ ସମସ୍ତେ ଟିକେ ଡରି ଡରି ରହୁଥିଲେ । ଋତୁନ ମା କହିଲେ , ଆମେ ଋତୁନ ପାଇଁ ପୁଅ ଦେଖିଛୁ ଓ ତା ବାହାଘର କରିବାକୁ ଭାବୁଚୁ ହେଲେ ସେ ଚାହୁଁନି । ମୁଁ କହିଲି ଋତୁନ ଟିକେ ବଡ଼ କମ୍ପାନୀ ଜଏନ କଲାପରେ ବାହାହେଲେ ଭଲହେବ ବୋଲି ସେ ଭାବୁଛି । ହେଲେ ତା ମା କହିଲେ ଏବେ ବଡ଼ କମ୍ପାନୀ ମିଳିବ କୁଆଡୁ । ମୁଁ କହିଲି ଦେଖୁଚି କିଛି ବାହାରିଲେ ମୁଁ ତାକୁ କହିବି । ଋତୁନ କମ୍ପାନୀ ତାକୁ ଛାଡି ବାକୁ କହିଲା । ଋତୁନ ତା କମ୍ପାନୀ ଛାଡିବାପରେ ବହୁତ ଦୁଃଖୀ ହୋଇଗଲା । ଦିନେ ମତେ ଗୋଟେ କମ୍ପାନୀରୁ ମେଲ ଆସିଲା ମୁଁ ତାକୁ ଋତୁନକୁ ଫରୱାଡ କଲି । ଋତୁନ ସେ କମ୍ପାନୀରେ ପରୀକ୍ଷା ଦେଲା ଓ ଭଲ ପ୍ୟାକେଜରେ ଜଏନ କଲା ।  

           ସେ ନୂଆ କମ୍ପାନୀରେ ଜଏନ କରିବା ପରେ ଦିନେ ତା ମା ଙ୍କୁ ସାଙ୍ଗରେ ମିଠା ନେଇ ଆମ ଘରକୁ ଆସିଲା । ଆମ ଘରେ ସେ ସମସ୍ତଙ୍କୁ ସାଙ୍ଗରେ ଖୁବ ମିଶି ଗଲା ଓ ବହୁତ ଗପିଲା ଯେମିତି ସେ ସମସ୍ତଙ୍କୁ ବହୁତ ଦିନରୁ ଜାଣିଚି । ସାନ ଭଉଣୀ ହସି ହସି କହିଲା ଏଇ କରୋନା ଭିତରେ ଭାଉଜଙ୍କୁ ଆମ ଘରକୁ ଆଣିଲେ ବହୁତ କମ ଖର୍ଚ୍ଚରେ କାମ ହୋଇଯିବ । ସମସ୍ତେ ହସିଲେ ଓ କିଛିଦିନ ପରେ ତାହା ହିଁ ହେଲା । 



Rate this content
Log in

Similar oriya story from Drama