Akshayakumar Dash

Inspirational

3  

Akshayakumar Dash

Inspirational

ରଥଯାତ୍ରା

ରଥଯାତ୍ରା

2 mins
66


ଦୀନବନ୍ଧୁ କହିଲେ, ଏବର୍ଷ ରଥଯାତ୍ରା ପାଳନ ହେବନି । ସୁପ୍ରିମକୋର୍ଟର ନିର୍ଦେଶ । ଗୁରୁ କହିଲେ ,ଶୁଣିଲୁ ସାଙ୍ଗ ଦେଖିବୁ ଏବର୍ଷ ଭଲକରି ରଥଯାତ୍ରା ହେବ । କେମିତି ?ଆଜି ସନ୍ଧ୍ୟା ଖବର ଦେଖିଛୁ, କଣ ଖବର, ସେଇ ସୁପ୍ରିମ କୋଟ ବିଚାରକୁ ପରିବର୍ତନ କରିଛନ୍ତି, କାଣହେଲା ,ହଁ ସୁପ୍ରିମି କୋଟ ବିଚାରକୁ ପରିବର୍ତନ କରି କହିଲେ, ରଥଯାତ୍ରା କେବଳ ସେବାୟତ ଓ ପ୍ରଶାସନ କଂ ତତ୍ୟବଧାନ ରେ ପାଳନ କରିବାକୁ ହେବ, ଭକ୍ତ ମାନଙ୍କ ସମାବେଶକୁ ରୋକ ଲଗାଯିବ । ଭଲକଥା ଦୀନବନ୍ଧୁ କହିଲେ , । ଆରେ ସେଇ କଳିଆର ଲୀଳା । ହଁ ନୁହେଁତ ଆଉ କଣ । ଦେଖ ରଥଯାତ୍ରା କେବଳ ଓଡ଼ିଆ ଲୋକଙ୍କର କେବଳ ନୁହେଁ, ସାରା ପୃଥିବୀ ପ୍ରସିଦ୍ଧ । ତେବେ କାଳିଆ ର ଇଚ୍ଛା ରଥଯାତ୍ରା ହେବ । ବହୁତ ଭଲ ଲାଗିଲା । ଦୀନବନ୍ଧୁ ହାତ ଯୋଡି ଦଣ୍ଡବତ ହୋଇ କହିଲେ । କଳିଆରେ ତୋର ରଥଯାତ୍ରା ତ ହେଉ ପୃଥୀବିରୁ ଏ ମହାମାରୀ ଦୁରହେଉ । ହଁ ଆଉଗୋଟିଏ ଖବର, ଗୁରୁ କହିଲେ, କରନା ର ଔଷଧ ମଧ୍ୟ ବାହାରିଲାଣି । ତୁ ସତ କହୁଛୁ ହଁ ଆମ ଦେଶରେ କରନାର ଔଷଧ ବଜାରକୁ ଆସିଲାଣି । ଦେଖ , ବହୁତ ଭଲ ଲାଗିଲା । ଦୀନବନ୍ଧୁ କହିଲେ । ଦୁଇସାଙ୍ଗ ଯେମିତି ନୂଆ ଜୀବନ ଆରମ୍ଭ ହେବାର ଅନୁଭୂତି ଅନୁଭବ କଲେ । ଗୁରୁ କହିଲା ଜାଣିଲୁ ସାଙ୍ଗ ଜଗତନାଥ ସବୁ ର ସମାଧାନ କରିବେ । ଦୀନବନ୍ଧୁ କହିଲା ଯଦି ରଥଯାତ୍ରା ହୋଇନଥାନ୍ତା ତେବେ ବାରବର୍ଷ ଧରି ରଥଯାତ୍ରା ହୋଇପାରି ନଥାନ୍ତର ବିଧାନ ଅଛି । ପୁଣି ଓଡ଼ିଶାର ଭକ୍ତ ମାନଙ୍କ ଆବେଗ ରେ ବାଧା ସୃଷ୍ଟି ହୋଇ ସଙ୍କଟ ମୟ ପରିସ୍ଥିତି ସୃଷ୍ଟି ହେବ । ଭକ୍ତ ଓ ଭଗବାନ ମୁଦ୍ରାର ଦୁଇ ପାର୍ଶ୍ଵ । ପରଷ୍ପର ଜଡିତ । ଆମ ଓଡ଼ିଶା ସରକାର ମଧ୍ୟ ନିରବ ରହୁଥିଲେ । କେବଳ ସାମାଜିକ ଦୂରତ୍ୱ କାଳେ କରୋଣା ବ୍ୟାପି ଗୋଷ୍ଟି ସଂକ୍ରମଣ ର ରୂପ ନେବ । ଠିକ କଥା ଯେ, କିନ୍ତୁ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା ହେବାପାଇଁ ସପକ୍ଷରେ ମତବ୍ୟକ୍ତ କରିଛନ୍ତି । ହେବା ନହେବା ଦ୍ଵନ୍ଦ ଭିତରେ କାଳିଆର ବିଚାର ର ହିଁ ଶ୍ରେଷ୍ଟ । ସବୁ କୂଟଚକ୍ରର ଅନ୍ତ ଘଟିଲା ।


Rate this content
Log in

Similar oriya story from Inspirational