ରଥ

ରଥ

1 min
562


ସକାଳୁ ଉଠି ବଳିଆ ରଥ ଗଢୁଛି । ଚାରଟି ତାଳଗେଟମା ଚକ । ବାଉଁଶକଣି ସଂଯୋଗ କରି ଅର,ଘରପରି ଉପରକୁ ତିନି ଠାକୁରଙ୍କ ଆସ୍ଥାନ । ସବ। ଉପରକୁ ଉଡୁଛି ବାନା । ନାଲିନେଲି ରଙ୍ଗୀନ କାଗଜକୁ ଗୁଆଳିଅଠାରେ ଯୋଡି ସୁନ୍ଦରରଥଟିଏ ବନେଇଛି । ତାର ସମସ୍ତ କାରିଗରୀ କୌଶଳ ଖଟେଇ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ଛୋଟ ତିନି ଠାକୁର ମାଟିରେ ପୂର୍ବରୁ ଗଢ଼ିଛି । ରଂଗ ଖଡ଼ିକୁ ପାଣିରେ ବତୁରେଇ ଚିତ୍ରିତ କରିଛି । ସାଙ୍ଗମାନେ ପହଂଚିଗଲେଣି । ରଥ ଟଣାହେବ । ଠାକୁରଙ୍କୁ ଆଣି ବସେଇଦେଲେ ରଥରେ । ସଜେଇଦେଲେ ତର।ଟ ଓ କନିର ଫୁଲରେ । ଦଉଡି ବାନ୍ଧି ଦେଲେ ବାଣିରେ । ଘଂଟା, ଘଣ୍ଟ ବଜେଇ ହରିବୋଲ ଦେଇ ରଥ ଟାଣିଲେ । ରଥ ଗଡୁଥିଲା ମଝି ଦାଣ୍ଡରେ । 

ଛୁଆଟିର ରଥକୁ ଦେଖୁଥିଲେ ଲୋକ । ହାତ ଯୋଡୁଥିଲେ ଭକ୍ତିରେ । ଓଡିଶା କହିଲେ ଜଗନ୍ନାଥ, ରଥରେ ବସି ଠାକୁର ଦିନକ ପାଇଁ ଲୋକଙ୍କ ପାଇଁ ବାହାରକୁ ବାହାରିବେ । ପ୍ରଗତିର ରଥ ଟାଣିବେ ଜନତା । 

ବଳିଆର ରଥ । ବାହ୍ୟ ଚକ୍ଷୁରେ ସାଧାରଣ ଛୁଆଟିର କ୍ଷୁଦ୍ର ରଥ । ଅନ୍ତର ଭିତରେ ଜାତିର ମହାନ ପରମ୍ପରା । ଦେହ ରଥରେ ରଥୀ ପରମାତ୍ମା । ଜୀବନରେ ପ୍ରଗତି ଆଗେଇ ନିଏ । 

ବଳିଆ , ଛୋଟ ଭିତରେ ବିରାଟର ସନ୍ଧ।ନ । ହରିବୋଲ ହୁଳହୁଲିରେ କମ୍ପୁଛି । କାଳିଆର ରଥ ଗଡୁଛି । 



Rate this content
Log in

Similar oriya story from Inspirational