Rasmi Rekha Tripathy

Inspirational Abstract Others

4.8  

Rasmi Rekha Tripathy

Inspirational Abstract Others

ରଣଚଣ୍ଡୀ

ରଣଚଣ୍ଡୀ

1 min
7.5K



       ମୋ ସାନ ଝିଅ ଗୋଟେ ଚଣ୍ଡୀ l

ତା ପାଇଁ ମୋର ପ୍ରବଳ ଚିନ୍ତା l କାହାକୁ କିଛି କହିବନି l କିନ୍ତୁ ତାକୁ କିଏ କିଛି କହିଲେ ଦି ପଦ ଜାଗାରେ ପାଞ୍ଚ ପଦ ନ ଶୁଣେଇ ରହିବନି l ଆମେ ଦାନୁଆଁ ବ୍ରାହ୍ଣଣ l ମୋ ସ୍ୱାମୀ ଏସବୁ ଅବଶ୍ୟ କିଛି ମାନନ୍ତି ନାହିଁ l କିନ୍ତୁ ମୋର ଜିଦ୍ ଯୋଗୁଁ ଝିଅମାନଙ୍କୁ ଦାନୁଆଁ ଘରେ ହିଁ ବାହା ଦେଇଥିଲେ l ପୁଅ ପାଇଁ ଝିଅ ଆଣିଲୁ ଅନ୍ୟ ବ୍ରାହ୍ମଣ ଘରୁ l ପୁଅର ରିସେପ୍ସନ୍ ଦିନ ସାନ ଝିଅ ବୁଲିବୁଲି ସମସ୍ତଙ୍କ କଥା ବୁଝୁଥାଏ l

       : ମିଶ୍ର ବାବୁ ତ ଦାନୁଆଁ ବ୍ରାହ୍ମଣ, ଦାନୁଆଁ ବ୍ରାହ୍ମଣ ହେଉଥିଲେ l ଏବେ କେମିତି ଅନ୍ୟ ଘରୁ ଝିଅ ଆଣିଲେ ?

         ବୁଲି ଚାହିଁଲି ମୁଁ l ଦାସ ଘର ମାଆ ବଡ ପାଟିରେ କହୁଥିଲେ l ଏବେ କେମିତି ଅନ୍ୟ ଘରୁ ଝିଅ ଆଣିଲେ ?

         କିନ୍ତୁ ଚୁପ୍ ରହି ନ ଥିଲା ମୋର ତଥାକଥିତ ରଣଚଣ୍ଡୀଟି l କେଉଁଠି ଥିଲା l ସାଙ୍ଗେ ସାଙ୍ଗେ ଆସି କହିଲା, ମାଉସୀ! ଏତିକି ଜାଣିନାହାନ୍ତି ? ଶାସ୍ତ୍ର କହିଛି ଅଧିକା ଘରେ ଝିଅ ଦେବ, କମ୍ ଘରୁ ଝିଅ ଆଣିବ l

ଦାସ ଘର ମାଆଙ୍କୁ ଚୁପ୍ କରେଇଦେବା ପାଇଁ ଏତିକ ଯଥେଷ୍ଟ ଥିଲା l ଆଜି ମୋର ରଣଚଣ୍ଡୀ ପ୍ରତି ମୋର ଗର୍ବ ଆସୁଥିଲା l


Rate this content
Log in

Similar oriya story from Inspirational