STORYMIRROR

Samar Ballav Bhoi

Abstract Action Inspirational

3  

Samar Ballav Bhoi

Abstract Action Inspirational

ରଙ୍ଗୀନ ହୃଦୟ (ହାର୍ଟ)

ରଙ୍ଗୀନ ହୃଦୟ (ହାର୍ଟ)

2 mins
329


ରଘୁନାଥ ଜନ୍ମରୁ ଚାଲାକ୍, ବହୁତ ସୁନ୍ଦର ବ୍ୟକ୍ତିତ୍ଵ। କାହାକୁ କେବେ ହେଲେ ହଇରାଣ କରିବା, କାହା ପାଖରେ ବସି ଅନ୍ୟର ବିରୋଧରେ କହିବା, କାହାର ବ୍ୟକ୍ତିଗତ କଥା ରେ ମୁଣ୍ଡ ପୁରାଇଵା, କାହାକୁ ଆଡ ନଜର ରେ ଦେଖିବା, କାହା ପାଇଁ ଖଳନାୟକ ସାଜିବା , ଏସବୁ ଯେମିତି ରଘୁନାଥ ବାବୁଙ୍କ ଜୀବନ ଶୈଳୀରେ ଜମା ଦେଖିବାକୁ ମିଳେ ନାହିଁ। ସୁନ୍ଦର ଚରିତ୍ରରେ ଗଢା ମଣିଷ ଟିଏ। କିଛି ଲୋକ ଅଛନ୍ତି , ସବୁ ବେଳେ ତାଙ୍କ ବିରୁଦ୍ଧରେ ଓଲଟା କହନ୍ତି, ରଘୁନାଥ ଥରେ ବାଟରେ ଯାଉଥିବା ସମୟରେ କିଛି ସମୟ ପାଇଁ ଚା ଦୋକାନୀଙ୍କ ପାଖକୁ ଚା ପିଇବାକୁ ଚାଲି ଆସିଲେ। ସହରର ସବୁଠାରୁ ଦମଦାର ଚା ଦୋକାନ, ନାମୀଦାମୀ ଲୋକମାନେ ଯିବା ବାଟରେ ସୁର ଦୋକାନୀଙ୍କ ଚା ଟିକେ ନ ପିଇଲେ ଦିନଟା କେମିତି କେମିତି ଲାଗେ। ଚିହ୍ନା ଅଚିହ୍ନା ସମସ୍ତେ ସେହି ଜାଗାରେ ଅଟକି ଯିବେ ଚା କପେ ପିଇକରି ଯିବେ। ରଘୁନାଥ ବାବୁଙ୍କ ସହ ସୁର ଚା ଦୋକାନୀ ଅନେକ ଦିନରୁ ଚିହ୍ନା। ସୁର ଭାଇ ଆଜି ବହୁତ ଭିଡ଼, ଭିଡ଼ ଭିତରେ ଚା ପିଇବାର ମଜା ଅଲଗା। ସୁର ଭାଇ କପେ ଚା ଦିଅ। ଶୁଣ ରଘୁ ଭାଇ ତମ ସହ ବହୁତ କଥା ଅଛି, ପିଇ ସାରି ଟିକିଏ ଅପେକ୍ଷା କରିବ। ହଁ ନିଶ୍ଚିତ ଅପେକ୍ଷା କରିବି, ତମେ ଫାଙ୍କା ହେବ ତ? ହଁ ମୁଁ ଫାଙ୍କା ହେବି। ତମ ସହ ଜରୁରୀ କଥାବାର୍ତ୍ତା ଅଛି। ଚା ପିଆ ସରିଲା, ସେତେବେଳକୁ ଦଶ ପନ୍ଦର ମିନିଟ୍ ଚାଲିଗଲାଣି। ଦୋକାନ ରେ ଭିଡ କମି ଆସୁଥାଏ। ସୁର ଭାଇ ଡାକିଲେ, ରଘୁ ଭାଇ ଆସନ୍ତୁ।ଭାଇ ତମ ନାଁ ରେ ଗତକାଲି ଅନେକ ସମାଲୋଚନା ଚାଲିଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ତମ କୁ ପ୍ରାୟ ଚିହ୍ନିଛନ୍ତି, ଅନେକ କଟୁକଥା କହୁଥାନ୍ତି, ମୁଁ ଜାଣି ଶୁଣି କହିଲି, ଆରେ ଭାଇ ଆପଣ ମାନେ ସେ ଲୋକ ବିଷୟରେ କିଛି ଜାଣିଛ ନା ଖାଲି ଏଣୁତେଣୁ କହିଦେଲେ ହେଇଯିବ। ମୁଁ ରଘୁନାଥ ଭାଇଙ୍କୁ ଅନେକ ଦିନ ହେବ ଭଲଭାବରେ ଜାଣିଛି। କେଡେ ଅମାୟିକ , ସରଳ , ପରୋପକାରୀ, ଦୟାଳୁ , ଏହା ବ୍ୟତୀତ କେତେ ଖୁସି ମିଞ୍ଜାସର ଲୋକ, ତାଙ୍କ ହୃଦୟ ସମ୍ପୁର୍ଣ୍ଣ ଖୋଲା, ଭାରି ରଙ୍ଗୀଲା ହାର୍ଟ ତାଙ୍କର। ସେ କେବେ ଏମିତି କାମ କରି ନଥିବେ। ସୁର ଭାଇ, ସେମାନେ ବୁଝି ପାରୁନାହାନ୍ତି, ସବୁ ସେହି ଉପରବାଲା ଜାଣିଛି। ମୁଁ କ'ଣ , ମୁଁ କେମିତି। ଖାଲି କହିଲେ ହବନି। ବାସ୍ତବ ଜୀବନ ଆଉ ଗପସପ ଓ ଖଟି କରୁଥିବା ଲୋକମାନଙ୍କ ଭିତରେ ଅନେକ ଫରକ୍ ଥାଏ। କହିବା ସହଜ, ହେଲେ କରିବା କଷ୍ଟ। ସୁର ଭାଇ କହିଲେ, ମୁଁ ଜାଣିଛି ରଘୁ ଭାଇ ଜଣେ ରଙ୍ଗୀନ ହାର୍ଟ ଥିବା ମଣିଷ ଟିଏ। କୋଟିଏରେ ଗୋଟିଏ ରଘୁଭାଇ। ହଉ ଭାଇ ଟିକିଏ ଜଗିକି ଚାଲିବ। ତୁମେ କୁଆଡେ ଯାଉଥିଲ ବୋଧେ। ମୋତେ କିଛି ଖରାପ ଭାବିବନି। ରହିଲି ନମସ୍କାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract