Satyabati Swain

Tragedy

3  

Satyabati Swain

Tragedy

ରକ୍ତ ଓ ଲୁହର ଦୀପାବଳି

ରକ୍ତ ଓ ଲୁହର ଦୀପାବଳି

5 mins
275



କାଲି ଅମାବାସ୍ୟା। କିଟି ମିଟି ଅନ୍ଧାର ଚାରି ଆଡ଼େ। ସତେକି କାଳିଆ ତମ୍ବୁ ତଳେ ସାଲୁ ବାଲୁ ହେଉଛନ୍ତି ଲୋକେ,ପଶୁ ପକ୍ଷୀ, ସ୍ଥାବର ଅସ୍ଥାବର,ଜଳ ସ୍ଥଳ ଆକାଶ ।ସବୁ ଦିନେ ବିଜୁଳି ଆଲୁଅରେ ଚଳି ଏ ଅନ୍ଧାର ଭାରି ଅସହଣି ଲାଗୁଛି।ଛକରେ କାଁ ଭାଁ ଆଲୁଅ ଟିକେ ଦିଶୁଛି।ଗାଁ ଦାଣ୍ଡ ଖାଁ ଖାଁ ଲାଗୁଛି।କେହି କେହି ଟର୍ଚ୍ଚ ,ବା ଫୋନ୍ ଲାଇଟିରେ ଯିବା ଆସିବା କରୁଛନ୍ତି।

ବିଜୁଳି ଆଲୁଅ ଆସିବା ଦିନରୁ ଗାଁ ରାତି ବି ଦିନ ପରି ଲାଗୁଥିଲା।ବିଜୁଳି ଖୁଣ୍ଟରେ ବତୀ ଜଳୁଥିଲା।ସଭିଙ୍କ ଦାଣ୍ଡରେ ବଲ୍ ଜଳି ଦିନର ଭ୍ରମ ସୃଷ୍ଟି କରୁଥିଲା।ଅନ୍ଧାର ମୁହଁ ଛପା ଦେଇ ଥିଲା ଆମ ଗାଆଁରୁ କେତେ ଦିନ ହେବ।

     ବୋଉ ଭାରି ବ୍ୟସ୍ତ ହେଉଥିଲା।ତିନି ଦିନ ହେବ ବିଦ୍ୟୁତ କଟିଛି।ଲୋକେ କହୁଛନ୍ତି ଆଠ କି ପନ୍ଦର ଦିନ ଯାଏ ଲାଇନ୍ ଆସିବନି କୁଆଡେ।ସବ ଷ୍ଟେସନ୍ ପୋଡି ଯାଇଛି।ବାପା ଟଲି ନେଇ ଯାଇ ଥିଲେ ଏଯାଏ ଫେରି ନାହାନ୍ତି।ଲିଜ଼ା ଦେଈ ଟିଉସନ୍ ଯାଇଛି,ଏତେ ଅନ୍ଧାର ହେଲାଣି ଫେରିନି।ବୋଉ ମନା କରୁଥିଲା ଲାଇନ୍ ନାହିଁ ଦେଈକୁ ଟିଉସନ ଯିବାକୁ।ଦେଈ ମୋର ଦଶମ ଶ୍ରେଣୀରେ ପଢେ।ତାଙ୍କର ପ୍ରିଟେଷ୍ଟ ପରୀକ୍ଷା ଚାଲୁଛି।ଏଣୁ ବୋଉ ମନା ନ ମାନି ଟିଉସନ୍ ଯାଇଛି।

   ଲିଜା ଦେଈର ମନରେ ଗଦାଏ ସ୍ବପ୍ନ।ଦଶମ ପରେ କଲେଜରେ ପଢିବ।ତା ପାଇଁ ସରକାର ଦେଇଥିବା ସାଇକେଲ ଟିକୁ ନିଇତି ପାଟ କନାରେ ପୋଛୁଛି;କଲେଜ ପଡିଲା ବେଳେ ନେଇକି ଯିବ ବୋଲି।ମୁଁ କେବେ ଯଦି ତା ସାଇକେଲ ଲୁଚାଇ ଚଲେଇବାକୁ ନେଇ ଯାଇଥିବି;ସେଦିନ ସାରା ଉପାସ ରହିବ।କହିବ"ମୋ ସାଇକେଲ ପୁରୁଣା,ଅସନା ହୋଇଯିବ।କଲେଜ ଏମିତି ସାଇକେଲରେ ଯାଆନ୍ତି ନା କଣ"?

    ବୋଉ ହସି ହସି କୁହେ ତୁ ଆଗ ଦଶମ ପାସ୍ କର,ପଛେ କଲେଜ କଥା ଚିନ୍ତା କରିବୁ।

 ଲିଜା ଦେଇ କୁହେ"ତୁ କଣ ଭାବୁଛୁ ମୁଁ ତୋ ପୁଅ ଲିକୁ ପରି ଗଧ! ଦେଖିବୁ ଫାଷ୍ଟ କ୍ଲାସରେ ପାସ୍ କରିବି।

  ଉଁ... ଖତେଇ ହୋଇ ମୁଁ ତା ବେଣୀ ଟାଣି ଦିଏ।କୁହେ "ଭାରି ତ ଗୋଟାଏ ଦେଖେଇ ହେଉଛି;କଣ ଟିକେ ଭଲ ପଢୁଛି ବୋଲି"।ମୁଁ ଗଧ ହେଲି ତୋର କଣ ଗଲା।ଉଁ....ଜିଭ ଦେଖେଇ ଦଉଡେ।ଲିଜା ଦେଇ ମୋ ପଛେ ପଛେ ଗୋଡ଼ାଏ।ମୁଁ ବୋଉ ଚାରି ପଟେ ଘିରି ଘିରି ବୁଲେ।

   ବୋଉ କୁହେ ଓହୋ ଦିଇଟା ଛୁଆରେ ଘର ପଡୁଛି ଉଠୁଛି।ଗୋଡେଇ ଗୋଡେଇ ଲିଜା ଦେଇ ମୋତେ ଧରି ପକାଏ,ମୋ ଗାଲ ଆସ୍ତେ କି ଚିପି ଦିଏ।ମୁଁ ତାକୁ କୁଣ୍ଢାଇ ପକାଏ।ହସି ହସି ଗଡି ଯାଉ ଆମେ।

  ମୋ ଲିଜ଼ା ଦେଇଟି ଭାରି ଭଲ।ଯେମିତି ସୁନ୍ଦର ସେମିତି ଗୁଣର।

  ରାତି ବଢ଼ୁଥିଲା ।ବୋଉର ଡର ବି। ଆଜିକାଲି ବେଳ କାଳ ଯାହା--।ଝିଅଟିଏ ବାହାରକୁ ଗଲେ ଘରେ ନ ପହଞ୍ଚିବା ଯାଏ ବାପା ବୋଇ ଭାରି ବ୍ୟସ୍ତ ହୁଅନ୍ତି।ସା ସେଇଠି ଲାଖି ଥାଏ।ବହୁତି ଡରି ଡରି ଜୀଉଁଛନ୍ତି ଝିଅ ଜନ୍ମ କଲା ବାପାବୋଉ। ପଲ ପଲଚିଲ ବୁଲୁଛନ୍ତି।ଆଖି ପିଛୁଳାକେ କଣ ନାଇଁ କଣ କରିଦେବେ।ଆଗେ ଜଙ୍ଗଲରେ ରହୁଥିଲେ ଶିକାରୀ ଭୟଙ୍କର ପଶୁ।ଏବେ ନିଜ ଘରଠୁ ଆରମ୍ଭ କରି ବାହାର ଚାରି ଆଡ଼େ ପୁଳା ପୁଳା ଶିକାରୀ ବୋଲି ଆଉ ମିଲି ଖୁଡି କଥା ହେବା ମୁଁ ଶୁଣିଛି।ହେଲେ ମୁଁ କିଛି ବୁଝି ପାରେ ନାହିଁ।।ଜଙ୍ଗଲ ଘର ବାହାର କାହିଁକି ହେଉଛି।ତାଙ୍କ ଭୟରୁ ଏତିକି ବୁଝେ ଝିଅ ମାନେ ବାପାବୋଉଙ୍କ ପାଇଁ ବେଶୀ ଚିନ୍ତାର କାରଣ।

    ଲିଜ଼ା ଦେଇ ଏଯାଏ ଆସିଲାନି। ବୋଉ ଡାକ ଛାଡିଲା ହେ ଲିକୁ!ଲଣ୍ଠନଟା ଆଣିଲୁ।ଲିଜ଼ା ଅନ୍ଧାରରେ ଆସୁଥିବ।ତାକୁ ଆଣିବାକୁ ଯିବା।ବାପାଙ୍କର ବି ଏଯାଏ ଦେଖା ନାହିଁ।

  ଆମ ଘର ଠାରୁ ତିନି କିଲୋ ମିଟର ଦୂରରେ ଜଣେ ସହରରୁ ଆସି କୋଚିଂ ସେଣ୍ଟର ଟିଏ କରିଛନ୍ତି।ଆଖ ପାଖ ଗାଁର ସବୁ ପିଲା ସେଠି ଟିଉସନ୍ ହୁଅନ୍ତି।ପାଞ୍ଚ ଜଣ ସାର୍ ବି ବିଭିନ୍ନ ବିଷୟ ପଢେଇ ବାକୁ ଅଛନ୍ତି।

  ମୋତେ ଅନ୍ଧାରକୁ ଭାରି ଡର।।ବୋଉ କାନି ଧରି ଚାଲୁଥାଏ।ବାଟରେ ଦେଇ ସାଙ୍ଗ ଘର ପଡିଲା।ବୋଉ ଡାକିଲା"ନନ୍ଦିନି ମା!ଆସ ନନ୍ଦିନୀକୁ ଆଣିବାକୁ ଯିବା। ଏତେ ରାତି ହେଲାଣି,ଅନ୍ଧାରଟା ପିଲାଏ ଆସିବେ କେମିତି?

      ନନ୍ଦିନି ଅପା କବାଟ ଖୋଲି କହିଲେ "ଆମେ ତ କେତେ ବେଳୁ ଆସିଲୁଣି।।ଲିଜା କଣ ଘରେ ପହଂଚିନି??

  କେ--ତେ--ବେ--ଳୁ? ବୋଉ କଣ୍ଠରେ ଆତୁରତା ଓ ଭୟ ମିଶି ଅଦ୍ଭୁତ ଶବ୍ଦ ସୃଷ୍ଟି କରୁଥିଲା।

    ହଁ।ଲାଇନ୍ ନାହିଁ ବୋଲି ସାର୍ ଆମକୁ ନ ପଢେଇ ଘରକୁ ଆସିବାକୁ କହିଲେ।ଦିନ ଥାଉ ଥାଉ ଆମେ ତ ଆସିଲୁଣି।

  ଆଉ ଲିଜା!ସେ କଣ ତୁମ ସଙ୍ଗେ ଆସିନି।

ତାକୁ ପଢିବାକୁ ଲଣ୍ଠନ ଲାଇଟି ଟିଏ କିଣି ଦେବା ପାଇଁ ବିଶୁ ଭାଇ ବଜାରକୁ ନେଇ ଯାଇଥିଲେ।କହିଲେ ତୁମେ ଯାଅ।ଲାଇଟି କିଣି ସାରିଲା ପରେ ମୁଁ ତାକୁ ତାଙ୍କ ଘରେ ଛାଡ଼ି ଦେଇ ଆସିବି।

 ବିଶୁ......!ବୋଉ କାଠ ହୋଇଗଲା।ବିଶୁ ସେଇ ମହାନ୍ତି ଘର ପୁଅ !

  ବୋଉ ଟାଉ ଟାଉ ପାହୁଣ୍ଡ ପକାଇ ମାହାନ୍ତି ପଡାକୁ ଚାଲିଲା।ଚାଲୁଥିଲା କି ଦଉଡୁ ଥିଲା ମୁଁ ଜାଣି ପାରୁ ନ ଥିଲି।ମୁଁ କିନ୍ତୁ ପୁରା ଦୌଡୁଥିଲି ବୋଉ ପଛେ ପଛେ।

  ମହାନ୍ତି ଘରେ ବିଶୁ ନଥିଲା କି ଦେଇ।ବୋଉ ମୁଣ୍ଡ କିଛି କାମ କଲାଣି।କେଉଁଠି ତା ଝିଅ? ପଢିବା ଭୁତ ଟି ତାକୁ ଏମିତି ପାଗଳ କରିଥିଲା ଯେ କିଛି ନ ଭାବି ବିଶୁ ସାଙ୍ଗରେ ଯାଉ ଥିଲା କାହିଁକି? ଲାଇଟି ଆଣିଲେ ପରୀକ୍ଷା ପାଇଁ ପଢିବ ବୋଲି ମୋଠାରୁ ପଇସା ନେଇ ଥିଲା। କହୁଥିଲା ଟିଉସନ ସାର୍ କିଣି ଦେବେ।ଟିଉସନ୍ ସାରଙ୍କ କାମ ଥିଲା କି କଣ। ଛୁଆଟି ତାର ଭାରି ସରଳ। ଛନ୍ଦ କପଟ ବୁଝି ପାରେନି। କାହିଁକି ସେ ବିଶୁଟା ସାଙ୍ଗେ ଯାଉ ଥିଲା।ପିଲାଟା ସେତେ ଭଲ ନୁହେଁ। ବଡ ଲୋକର ପୁଅ ବୋଲି ଇନ୍ଦ୍ର ଚନ୍ଦ୍ର ମାନେନି।କୁଆଡେ ଗଲା?ଯଦି ଗଲା ଏ ପର୍ଯ୍ୟନ୍ତ ନ ଫେରିଲା କାହିଁକି?

        ବୋଉ କାନ୍ଦି କାନ୍ଦି ଘରକୁ ଫେରିଲା।ବାପା ସେତବେଳକୁ ଘରକୁ ଫେରି ଆସିଥାନ୍ତି।ବୋଉ ଠୁ ଦେଈ କଥା ଶୁଣି ଧାଇଁଲେ ଟିଉସନ୍ ଜାଗାକୁ,

ବଜାରକୁ।କେଉଁଠି ଦେଇକୁ ପାଇଲେ ନାହିଁ।

  ଏଣୁ ତେଣୁ ଖରାପ ଭାଵ ଭାବି ଭାବି ରାତି ପାହିଲା।ଚାରି ଆଡ଼େ ହାଲ୍ଲା ପଡିଗଲା ପରିଆ ଝିଅ ବିଶୁ ସାଙ୍ଗେ ରେ କୁଆଡେ ପଳେଇଛି।ଛି !ମଉନି ମୁହିଁଟା ଶେଷରେ ବାପା ମାଙ୍କ ନାକ କାଟିଲା?ଏମିତି ଝିଅ ଥିବା ଯାହା ମରିବା ଢେର ଭଲ।ପାଠ ପଢ଼ୁଥିଲା,ବଡ଼ ଅଫିସର ହୋଇଥାନ୍ତା....ଏମିତି ଛୁଆ ଅଫିସର ହୁଅନ୍ତି? ଛି.. ଛିଛି..ଛି। ସାଇ ଭାଇ,ବାପ ନାଁ ପକେଇଲା।

   ବାପା ମୁଣ୍ଡରେ ହାତ ଦେଇ ବସିଥିଲେ।ମୋ ଝିଅ ଏମିତି କରି ପାରିବ ନାହିଁ ବୋଉ ଏଇଆ କହି ବଡ଼ ପାଟିରେ କାନ୍ଦୁଥିଲା।ଲୋକେ ଟାହୁଲି ଟାପାର କରି ଅନେକ କଥା କହୁଥିଲେ।

  ଝିଅ କାହା ସଙ୍ଗେ ଚମ୍ପଟ ମାଇଲାଣି ବୋଉର କଥା ଦେଖ......କି ଛୋପରି ହେଉଛି!!!ଲୋକଙ୍କ ତାନ। କେହି କେହି କହୁଥିଲେ ଏଫ ଆର ଦେବାକୁ ଥାନାରେ।ବାପାଙ୍କୁ ବୁଦ୍ଧି ବାଟ କିଛି ଦିଶୁ ନଥିଲା।କେବଳ ମାଟି ବୁଦା ପରି ବସିଥିଲେ।ଦିନ ଦଶଟା ହେଲାଣି ।ମୋ ପେଟ ଭୋକରେ କଅଁ କଅଁ ହେଉଥିଲା।ବହେ ଗଲି ଦେଲି ପେଟକୁ।"ତୁ ଦେଖି ପାରୁନୁ ପେଟ! ଘରେ କେମିତି କାନ୍ଦ ବୋବାଳି ପଡିଛି।ତୁ ଟା ଭାରି ଇଏ।ତତେ ସବୁ ବେଳେ ଖାଲି ଭୋକ କରୁଛି।ଦୁଃଖ ସୁଖରେ ତୋର କଣ ଯାଏ।ତୋର ତ ଖାଦ୍ୟ ଦରକାର !ମାଡୁଆ ଟା।ମୋ ଦେଈ ବା ହଜିଛି।ବିକଳରେ ପାଣି ଗିଲାସେ ପିଇ ଦେଲି ଅଘଷା ପାଟିରେ।

   ଏତିକି ବେଳେ ସୁକିନା ଦାଦା ଦଉଡ଼ି ଦଉଡି ଆସି କହିଲେ"ପରିଆ ଭାଇ ପରିଆ ଭାଇ ଦେଖିବ ଆସ"।ବାପାଙ୍କ ହାତ ଟାଣି ନେଇ ଦୌଡ଼ିଲେ।ବଜାର ଯିବା ରାସ୍ତା ତଳେ ବଡ଼ ପୋଲ ଟିଏ।କୁକୁର ପଞ୍ଝାଏ ଭୋ ଭୋ ହେଉଥିଲେ ତା ତଳେ।ସୁକିନା ଦାଦା ବାପାଙ୍କୁ ସେ ପୋଲ ତଳକୁ ନେଇ ଗଲେ।ଗାଁ ଯାକ ଲୋକ ରୁଣ୍ଡ ହୋଇ ଗଲେଣି ସେତେ ବେଳକୁ।

 ପୋଲ ତଳେ ଯାହା ଦେଖିଲୁ ଦେହ ଥରି ଉଠିଲା।ମୋ ଲିଜା ଦେଇ ପଡିଛି ଚିତ୍ ହୋଇ।ଜାମାପଟା ଚିରାଚିରି।ଦେହ ହାତ ଖଣ୍ଡିଆ ଖାଵରା।ସମସ୍ତେ କହିଲେ ବୋଧେ ମରି ଯାଇଛି।କେହି ଦୁର୍ବୁତ୍ତ ରେଫ୍ ଓ ମର୍ଡର କରିଛି।ବାପା ମୋ ଝିଆ କହି କଚାଡି ପଡିଲେ ତଳେ।ବୋଉ ମାଡି ବସିଲା ଦେଇକୁ ଯାଇ।ମୋ ଝିଅ ,ମୋ ସୁନା,ମୋ ଧନ,ମୋ ରାଣୀ କଣ୍ଢେଇ କହି କାନ୍ଦୁଥିଲା।

  ନାକରେ ହାତ ଦେଇ ଦେଖିଲା ପବନ ଚାଲୁଛି।ହେ.. ହେ ମୋ ଝିଅ ବଞ୍ଚିଛି।ଆରେ କିଏ କେଉଁଠି ଅଛ!!ନିଅ ଟିକେ ଡାକ୍ତର ଖାନା।

   ଲୋକେ କୁହା କୁହିଁ ହେଉଥିଲେ ସେଇଥି ପାଇଁ କୁକୁର ନଖାଇ ଭୁକୁ ଥିଲେ।ପଶୁ ହେଲେ କଣ ହେଲା;....ଜୀଅନ୍ତା ମଣିଷ ଜମା ଖାଇବେ ନାହିଁ।ହେଲେ ମଣିଷ ଗୁଡା ପଶୁଠାରୁ ହିଁନ... ଜୀଅନ୍ତା ମଣିଷକୁ ମଣିଷ ଖାଉଛି!

   ମୋ ମୁଣ୍ଡରେ ଏସବୁ କିଛି ପଶୁ ନଥିଲା ।ମୁଁ ଏତିକି ବୁଝିଥିଲି ମୋ ଦେଇକି ବୋଧେ ବିଶୁ ମାରିକି ଫୋପାଡ଼ିଛି। କିନ୍ତୁ କାହିଁକି ମୋ ଦେଇ ତାର କଣ କରି ଥିଲା କି?

    ଆମ୍ବୁଲାନ୍ସ,ପୋଲିସ୍ ଆସି ମୋ ଦେଇକି ଡାକ୍ତର ଖାନା ନେଇ ଗଲେ।ଦେଇ ମୋର କ'ଣ କୋମାରେ ବୋଲି ସମସ୍ତେ କହୁଥିଲେ।

    ଆମର କୋମା ଦୀପାବଳି ପାଳନ ହେଉଥିଲା ମୋ ଦେଇ ରକ୍ତ ଓ ମୋ ବାପା ବୋଉଙ୍କ ରକ୍ତରେ।


Rate this content
Log in