STORYMIRROR

Dr Jharana Satapathy

Inspirational Others

3.5  

Dr Jharana Satapathy

Inspirational Others

ରକ୍ଷା କବଚ

ରକ୍ଷା କବଚ

2 mins
27



ଏ ମମି ଦେଖୁନ ନତାସାକୁ ଦେଖ ସିଏ କଣ ମତେ ରାକ୍ଷୀ ବାନ୍ଧିବ ଓଲଟା ସେ ନିଜ ହାତରେ ରାଖୀ ବାନ୍ଧିବା ପାଇଁ ଅଝଟ କରୁଛି। ମୋ ପାଇଁ ପରା ରାକ୍ଷୀ ଆସିଛି। ଝିଅଟିଏ ହୋଇ ସିଏ ପୁଣି ରାକ୍ଷୀ ବାନ୍ଧିବ।ହାଃ ହିଃ.....ମୁଁ ପରା ତାର ବଡ ଭାଇ।ମତେ ସେ ରାକ୍ଷୀ ବାନ୍ଧିବା କଥା ଆଜିପରି ରାକ୍ଷୀ ପୂର୍ଣ୍ଣିମା ଦିନରେ। 


ଦେଖା ତୋ ହାତ ଦେଖା ତୋ କୁନି ଭଉଣୀ ତୋ ହାତରେ ରାକ୍ଷୀ ବାନ୍ଧିଦେଲା ଏଥର ଠିକ୍ ଅଛି।ତୋ ଭଉଣୀକୁ ତୁ ସବୁ ପ୍ରକାର ସୁରକ୍ଷା ପ୍ରଦାନ କରିବୁ।


ସିଏ ବି ଗୋଟେ ରାକ୍ଷୀ ବାନ୍ଧିବ କି ମମି।ହେ ହେ ମୋ କୁନି ଭଉଣୀ ତା ହାତରେ ରାକ୍ଷୀ ବାନ୍ଧିଵ!


ହଁ ସେଠୁ କଣ ହେଲା ! ଏହା ସାମାନ୍ୟ ଡୋର ନୁହେଁ ବିଶ୍ବାସ ସହ ପ୍ରେମର ରକ୍ଷକ ଡୋରି। 


ଖାଲି ଭଉଣୀ ହିଁ ଭାଇକୁ ରାକ୍ଷୀ ବାନ୍ଧିବ ତା ନୁହେଁ ଏ ଡୋରଟିଏ ବନ୍ଧୁ ହାତରେ ବନ୍ଧୁତ୍ବର ପ୍ରତୀକ ଦିଏ।କୁନି ଛୁଆଟିର କୁଦୃଷ୍ଟିର ସୁରକ୍ଷା କବଚ ଅଟେ।ବର ଅଶ୍ବତ୍ଥ ଗଛରେ ଆସ୍ଥାର ପ୍ରତୀକ ରୂପେ ଏହାକୁ ବନ୍ଧାଯାଇପାରେ।ଯେ କୌଣସି ବୃକ୍ଷକୁ ତୁ ବନ୍ଧୁ ବୋଲି ଭାବି ଏ ଡୋର ବାନ୍ଧି ପାରିବୁ।ଇଏ କୌଣସି ସାଧାରଣ ଡୋର ନୁହେଁ ମନେରଖିଥା କୁରୁସଭା ତଳେ ଦ୍ରୋପଦୀଙ୍କୁ ବସ୍ତ୍ର ଦେଇ କୃଷ୍ଣ ଲଜ୍ଜା ନିବାରଣ କରିଥିଲେ ସେତେବେଳେ ଦୌପଦୀ ନିଜ କାନିରୁ ଚିରି ଖଣ୍ଡିଏ କୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ। ପୌରାଣିକ କଥା ଅନୁଯାୟୀ ଦେବ ଅସୁର ଭିତରେ ସଂଗ୍ରାମ ଚାଲିଥିଲା, ଇନ୍ଦ୍ରଙ୍କ ସିଂହାସନ ଦୋହଲିବାକୁ ଲାଗିଲା।ତେଣୁ ଇନ୍ଦ୍ରାଣୀ ଇନ୍ଦ୍ରଙ୍କୁ ରାକ୍ଷୀର ପବିତ୍ର ସୂତ୍ର ବାନ୍ଧି ଥିଲେ।ଏଥିଯୋଗୁଁ ଇନ୍ଦ୍ରଙ୍କର ବିଜୟ ବି ହୋଇଥିଲା।


ବ୍ରହ୍ମାକୁମାରୀ ଭଉଣୀମାନେ ରକ୍ଷାବନ୍ଧନ ପର୍ବକୁ ବିଶ୍ବ ବନ୍ଧୁତ୍ବ ଦିବସ ରୂପେ ପାଳନ କରନ୍ତି।ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସବୁ ସବୁ ମନୁଷ୍ୟ ଏକ ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ପରସ୍ପର ଭାଇଭାଇ।ଏଣୁ ବ୍ରହ୍ମାକୁମାରୀ ଭଉଣୀମାନେ ସମସ୍ତଙ୍କୁ ନିଜ ଆତ୍ମିକ ଭାଇ ମାନି ରାକ୍ଷୀ ବାନ୍ଧିଥାନ୍ତି।


ସତରେ ମମି ତୁମେ ସତ କଥା କହିଲ ଏହା ସାମାନ୍ୟ ଡୋର ନୁହଁ ହେଲେ ମମି ଗୋଟିଏ କଥା କୁନି ଭଉଣୀ ମୋର ଦୀର୍ଘାୟୁ କାମନା କରି ମୋ ହାତରେ ରାକ୍ଷୀ ବାନ୍ଧି ପାରିବ ତାହାହେଲେ ମୁଁ କଣ ତା ହାତରେ ରାକ୍ଷୀ ବାନ୍ଧି ପାରିବିନି। ଆଜି ତା ବଡ ଭାଇ ଅମାପ ସ୍ନେହ ଭଲପାଇବା ଅଜାଡି ତାର ସୁରକ୍ଷା ପ୍ରଦାନ ନିମନ୍ତେ କୁନି ଭଉଣୀର କୁନି କୁନି ହାତରେ ଏ ଡୋରଟି ବାନ୍ଧି ଦେଉଛି।


Rate this content
Log in

Similar oriya story from Inspirational