Akshayakumar Dash

Abstract

3  

Akshayakumar Dash

Abstract

ରଜବତୀ ଭୂମି

ରଜବତୀ ଭୂମି

2 mins
238


କରୋନା ଭୂତାଣୁ କେବଳ ମଣିଷଙ୍କୁ । ମାଟି, ଗଛ,ପତ୍ର, ଫୁଲ,ଫଳ,ପଶୁ, ପକ୍ଷୀ, ଏମାନଙ୍କୁ ସଂକ୍ରମଣ ହୁଏନାହିଁ ।ଧାଡ଼ିଆ ସାଆନ୍ତେ ଶୁଣି କହିପକେଇଲେ ।ଏହି ମଣିଷ ଯେଉଁ ଡାଇରେ ବସିଛି ସେଇଡ଼ାଇ ହାଣୁଛି ।ଗୋପୀ ସାର କହିଲେ, ଯେଉପତ୍ର ରେ ଭୋଜନ କରୁଛି, ସେଇ ପତ୍ରରେ ମଳ ତ୍ୟାଗ କରୁଛି ।ଆରେ ଭାଇ ,ଆମ ପିଲାବେଳୁ ଦେଖି ଆସୁଥେଲୁ ସଂସ୍କାର, ବିଚାର, ଭକ୍ତି ମଣିଷର ସ୍ଵଭାଵ ବଦଳେଇ ଦିଏ । ଆମ ସଂକୃତିରେ ବା ଆମ ପରମ୍ପରାରେ ଯାହାସବୁ ଅଛି ତାକୁ ଅନ୍ଧ ବିଶ୍ୱାସ କହି କାଟିଦେଲେଣି ।ଭୂଲି ଗଲେଣି ଆମ ପର୍ବ ପର୍ବାଣୀ।ଆମ ପରମ୍ପରାରେ ପର୍ବ ପର୍ବାଣୀରେ ପ୍ରସ୍ତୁତ ଖାଦ୍ୟ କୁ ନଖାଇ ପାଶ୍ଚ।ତ ଖାଦ୍ୟ କୁ ଖାଇବାକୁ ଆଗ୍ରହ ବଢୁଛି । ଧଡ଼ିଆ ସାଆନ୍ତେ କହିଲେ, ହେଇ ଏହି ରଜ ,ଆମେ କୃଷକ ଲୋକ।ମାଟି ମାଆ ସହିତ ଆମର କ।ମ ।ମାକୁ କୋଟିକୋଟି ପ୍ରଣାମ ।ଅ।ମ ହାତକୁ ଦୁନିଆଁ ଚାହିଁଛି।ମୁଠେ ମାଟିରେ ଠିଆ କରେଇ ଦେବୁ ଗଛ । ଫଳ ଫୁଲ ଫୁଟେଇବୁ । ସବୁ ମା ର ଦୟା ।ମାଟି ମାକୁ ସବୁଜ ଭରା କରିଦେବୁ । ଗାଡିଗାଡି ଫସଲ, ଅମଳ କରିଦେବୁ । ଏହି ମାକୁ ହାଣି, ଖୋଳି, ତାଡି ତାର କଲିଜା ତାଡି ଖାଇଗଲେଣି ମାଫିଆ ଟାଉଟର ସରକାର ।ଯେତେ ମାଆ କୁ କଷ୍ଟ ଦେଲେବି ମା କିଛି କହୁନି । କିନ୍ତୁ ଏତେ ଲୁହାପଥର, କୋଇଲା, ବାଲି ସବୁ ବିକ୍ରୀ ହେଉଛି ।କୁଆଡେ ଯାଉଛି ,ଯେମିତିକି ସେମିତି ଆମ ଓଡ଼ିଶା ।ଆଗରୁ ଭଲରେ ଥିଲୁ ।ଏବେ ଖାଲି ଅଭାବ । ଆଜି ରଜ।ମା ଧରିତ୍ରୀ ରଜବତୀ । ତାକୁ ତିନିଦିନ ଆମେ ଛୁଉଁ ନାହୁଁ । ମା କୁ ଅପମାନ ହେଲେ ଆମକୁ ବାଧିବ ।ମାର ଇଜତ ଆମର ଇଜ୍ଜତ । ଏହିତିନି ଦିନ ମାକୁ ନିଆଁ, ପାଣି,ଓ ଖୋଲା ଖୋଲି ଠାରୁ ଅଲଗା ରଖିଛୁ । ସେଥିଲାଗି ମା କରିଦେଇ ଯାଇଛି ପୋଡପିଠା। ଥୋଇ ଦେଇ ବସିଛି ଫଳ ମୂଳ ।ଆମ୍ବ, କଦଳୀ, ନଡ଼ିଆ, ପଣସ, ଆଉରି କେତେ ଫଳ । ମାକୁ କାଟିବ ବୋଲି ଦୋଳିରେ ବସିବାର ଅଛି । ଖୁସି କରିବାକୁ ଗୋଡି ଉଡେଇବା, ଓ ନାଟ ତାମସା ବ୍ୟବସ୍ଥା ହୋଇଛି । ଘରେ ଘରେ ପିଠା ପଣା ଛଣା ସବୁର ବ୍ୟବସ୍ଥା ହୋଇଛି ।ମା ଓ ଭୂମି ଦୁହେଁ ସମାନ । ମା ଯେମିତି ବସୁଧା ମା ବି ସେହି ଏକା । ମାର ଶାନ୍ତଂ ସରଳ ଜୀବନ ପରି ଆମ ପ୍ରକୃତି ମାତା ।ଗୋପୀ ସାର କହିଲେ ସବୁ ବିଚାର କରିବାକୁ ଆମକୁ ପଡିବ ।ନଚେତ ଦୃଦଶା ପାଖ ଛାଡ଼ିବ ନାହିଁ । ସନ୍ଧ୍ୟା ହେବାରୁ ଗାଁ ମୁଣ୍ଡ ଠାକୁରାଣୀ ଘରେ ଆଳତୀ ଘଣ୍ଟ ବାଜିଲା ।ସମସ୍ତେ କଛା ମାରି ପ୍ରଣତି ଜଣାଇଲେ ।ଏକସ୍ୱରରେ କହିଲେ, ମାଲୋ ମା କରନା କୁ ନେଇଜା। ଆମକୁ ସୁଖ ଦେଇଜା ।


Rate this content
Log in

Similar oriya story from Abstract