STORYMIRROR

Sanjya Tripathy

Romance

3  

Sanjya Tripathy

Romance

ରିଆ ଓ ନିଆଁର

ରିଆ ଓ ନିଆଁର

5 mins
240


ମୋର କଲେଜ ପଢ଼ା ବେଳର କଥା । ଆମେ କବିତା ପ୍ରେମୀ ବଂଧୁ କେଇଜଣ ମିଶି କଲେଜ ପ୍ରତିଷ୍ଠା ଦିବସରେ ସମ୍ମିଳନୀ କକ୍ଷରେ ଏକ କବିତା ପାଠୋତ୍ସବଆନ୍ଦୋଳନ କରୁ । ଆମର ଦିଗଦର୍ଶକ ସାର କେଇ ଜଣ ଏଥିରେ ଆମକୁ

ପ୍ରଭୂତ ସାହାଯ୍ୟ କଲେ- ଯଦ୍ବାରା ଛାତ୍ରଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା,ମାନ୍ୟଗଣ୍ୟ ଅତିଥିବୃନ୍ଦ ଓ କବିତା ପ୍ରେମୀ ଜନତା"କ ଭିତରେ ଖଚାଖଚ୍ ଭର୍ତିଏମିଳନୀ କକ୍ଷରେ ଶୋଚକ ଘନ ଘନ କରତାଳି ମାଡରେ ସଭାଟି ସଫଳ

ହେଲା ।ସେଇ ସଭାରେ ମୁଁ ଗୋଟିଏ ପ୍ରେମ କବିତା ପଢ଼ିଥିଲି । ତା ପରଦିନକଲେଜରେ ମାତୃଭାଷା ଓଡ଼ିଆ (ବାଧ୍ୟତା ମୂଳକ) କ୍ଳାସ ପରେ କ୍ଲାସ ରୁମରୁ

ବାହାରକୁ ବାହାରିଲା ବେଳେ ଜଣେ ଝିଅ (ମୋର ସହପାଠିନୀ) ପଛପଟୁମୋତେ ଡାକିଲା- ଟିକେ ଶୁଣିବେ କି ? ପଛକୁ ଅନାଇ ଦେଖିଲି- ବୟସର

ବାସଦତା ଅନିଦ୍ୟା ରୂପସୀ ଝିଅଟି ମୋତେ ଅପଲକ ନୟନରେ ଚାହିଁରହିଛି । ମୁଁ କହିଲି- କୁତୁ । ସଂକ୍ରମ ଓ ଲଜା ମିଶ୍ରିତ ଭାବରେ ମୁହଁ ତଳକୁ

କରି ଝିଅଟି କହିଲା- ଆପକ କବିତାଟି ଭାରି ଭଲ ଲାଗିଲା । କପି ଖଣ୍ଡେ ଦେଇ ପାରିବେ କି ? ମୁଁ ଉତର ଦେଲି- ଦେବି ତ ନିଶ୍ଚୟ । ତେବେ ଆପଣଙ୍କ ନାମଟା ଜାଣି ପାରେ କି ? ସଲୁଳତାର ସହିତ ଉତର ମିଳିଲା । ମଉସୁମୀ ।ମୁଁ ଚୁପଚାପ୍ କବିତା ଜାଗଳଟି ତା ହାତକୁ ବଢ଼ାଇ ଦେଲି । ଝିଅଟି ତରବର ଭାବେ ଗାଲିସ କମନ୍ ରୁମକୁ ପଳାଇଲା । ଏ ଘଟଣାକୁ ସେମିତି ବିଶେଷ

ଗୁରୁତ୍ବ ଦେଲି ନାହିଁ । କିଂତୁ ତା ପରେ ବାଧ୍ୟତାମୂଳକ ଓଡ଼ିଆ ଓ ଇଂରାଜୀ

କ୍ଲାସରେ ମୋତେ ଦେଖିଲେ ଝିଅଟି ଫିକ୍ସିନା ହସି ଦିଏ । ଏହି କ୍ରମରେ କିଛିଦିନ ଅତିବାହିତ ହୋଇଗଲା ।ମୁଁ କଲେଜରେ ଇଂରାଜୀ ଅନର୍ସର ଛାତ୍ର ଥିଲି । ସେ ବର୍ଷ ଷାଣ୍ମାସିକ ପରୀକ୍ଷାରେ

ବାଧ୍ୟତାମୂଳକ ଇଂରାଜୀରେ ମୁଁ ସର୍ବୋଚ୍ଚ ୭୦ ମାର୍କ ରଖିଲି । ଆମ ଅନର୍ସହ୍ରାସ ଗୁଡିକ ଇଂରାଜୀ ବିଭାଗର ସଂଲଗ୍ନ ଏକ ଶ୍ରେଣୀ ଗୃହରେ ହୁଏ । ଦିନେଅନର୍ସ କ୍ଲାସ ସରିବା ପରେ ବାହାରିବା ସମୟରେ ମୁଁ ଦେଖିଲି ସେ ଝିଅଟି ଦଳେ ଛାତ୍ରୀଙ୍କ ସହ ଆସି ଆମ ବିଭାଗର ଟିଚର୍ସ କମନ ରୁମ୍ ଭିତରକୁଗଲା । ମୋର କୌତୁହଳ ବଢ଼ିବାରୁ ମୁଁ ହଷ୍ଟେଲକୁ ନ ଆସି ଆମ ଶ୍ରେଣୀ କମ୍ପ ସାମନାରେ ବହିଟିଏ ପଢ଼ିବାର ଅଭିନୟ କଲି । ଦଶ ପନ୍ଦର ମିନିଟ୍ ଅତିକ୍ରାନ୍ତ ହେବା ପରେ ସେ ଛାତ୍ରୀମାନେ ବାହାରିଲେ । ମଉସୁମୀ ମୋତେ ଦେଖି ଅଟକି ଗଲା ଓ ପହାରିଲା- ଆପଣ ଇଂରାଜୀରେ ୭୦ ମାର୍କ ରଖିଲେ କେମିତି ? ନାୟକ ସାର୍ ଆମକୁ ମାର୍କ ଲିଷ୍ଟ ଦେଖାଉଥିଲେ ସେଇଥିରୁ ଜାଣିଲି ।

ମୁଁ କହିଲି- ପ୍ରାଥମିକ ଶ୍ରେଣୀରୁ ଇଂରାଜୀ ମୋର ପ୍ରିୟ ବିଷୟ । ମୁଁ ମାଟ୍ରିକ୍ପରୀକ୍ଷାରେ ବି ଆମ ବ୍ୟାଚରେ ଇଂରାଜୀରେ ସର୍ବୋଚ୍ଚ ନମ୍ବର ରଖିଥିଲି । ତାପରେ ଯୁକ୍ତ ଦୁଇ ପରୀକ୍ଷାରେ ବି ଆମ କଲେଜରେ ଇଂରାଜୀରେ ମୋର

ସର୍ବାଧୂକ ମାର୍କ ରହିଥିଲା । ସେଇଥି ପାଇଁ ବିଜ୍ଞାପନର ଛାତ୍ର ହୋଇଥିଲେ ବି

ମୁଁ ଯୁକ୍ତ ତିନି ରେ ଇଂରାଜୀ ସମ୍ମାନରେ ନାମ ଲେଖାଇ ପଡୁଛି । ତେଣୁ ଏହା ତ ସ୍ବାଭାବିକ ।

ମଉସୁମୀ- କହିଲା- ମୁଁ ପିଲା ଦିନୁ ଇଂରାଜୀରେ ଦୁର୍ବଳ । ଯୁକ୍ତ ଦୁଇ କଳା ପରେ ଏବେ ରାଜନୀତି ବିଜ୍ଞାନ ସମ୍ମାନ ନେଇ ପଢୁଛି । ମୁଁ କହିଲି-

ଇଂରାଜୀରେ କିଛି ସଂଦେହ ଅଲେ ଏମିତି ଲିଜର ଟାଇମରେ ଆପଣ ଏଠାକୁ ଆସି ମୋତେ ପଚାରି ପାରିବେ । ପୁଣି ଅଳପ ହସି ଦେଇ ମଉସୁମୀ

ତରବର ଭାବେ ସେଠାରୁ ପଳାଇଲା ।

ମୁଁ ଇଂରାଳୀ ସାହିତ୍ୟର ଛାତ୍ର ଥିଲେ ବି ଓଡ଼ିଆରେ ମୋର ବେଶ ଦଖଲ ରହିଥୁଲା । ସେଇଥିପାଇଁ ଷଷ୍ଠ ଶ୍ରେଣୀ ସମୟରୁ ମୁଁ ଓଡ଼ିଆରେ ଗପ, କବିତା

ଲେଖି ବସିଲି । ଆମ ସ୍କୁଲର ଉଭୟ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଏ ଦିଗରେ ମୋତେ ବେଶ୍ ପ୍ରେରଣା ଦେଇଥିଲେ । ଷଷ୍ଠ ଶ୍ରେଣୀ ସମୟରେ ଲିଖୁତ

ମୋର ଗୋଟିଏ ଗପ ସେତେବେଳର ଶିଶୁ ଲେଖା ପତ୍ରିପାରେ ପ୍ରକାଶିତ ହୋଇଥିଲା । ଆମ ଓଡ଼ିଆ ସାର ଶ୍ରେଣୀରେ ରଚନା ଟାଙ୍କି ଦେଲା ବେଳେ

କହୃତି- ବାବୁ ମାନେ । ଛାତ୍ରସାଥୀ ପ୍ରବଂଧମାଳାରୁ ନ ଉତାରି ନିଜ ମନରୁ ଯାହା ଜାଣିବ, ସେତିକି ଲେଖି ଆଣିବ । କ୍ଲାସର ଅନ୍ୟ ଛାତ୍ରଛାତ୍ରୀ ତାଂକ

କଥା ମାନନ୍ତୁ ବା ନ ମାନନ୍ତୁ, ମୁଁ ସଦାବେଳେ ମାନୁଥିଲି । ମୋ ସ୍ଵଲିଖିତ ପ୍ରବଂଧଟି ସାରଙ୍କୁ ଦେଖାଇଲେ ସେଥିରେ ସେ ଆବଶ୍ୟକୀୟ ସଂଶୋଧନ କରି ମୋ ଲେଖା ତାରିଫ କରନ୍ତି ଓ ସବୁବେଳେ ମୌଳିକ ପ୍ରବଂଧ୍ୟ ଲେଖିବା ପାଇଁ ମୋତେ ପ୍ରୋତ୍ସାହିତ କରିଥାନ୍ତି ।ଏବେ ଅନ୍ୟ ଏକ ପ୍ରସଂଗକୁ ଫେରିବା । ମୁଁ କଲେଜ ହଷ୍ଟେଲରେ ରହି ୩ କଳା ପଢ଼ିବା ସମୟରୁ ହଷ୍ଟେଲର ବାର୍ଷିକ ଉତ୍ସବ ଅଥବା ଛାତ୍ରସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ହେଉଥିବା ଓଡ଼ିଆ,

ଇଂରାଜୀରେ ଇତ୍ୟାଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସବୁଥିରେ ପ୍ରଥମସ୍ଥାନ ଅଧୁକାର କରି ପୁରସ୍କୃତ ହେଉଥିଲି । ତା ସାଂଗକୁ ବାଣିଜ୍ୟ ବିଭାଗଦ୍ୱାରା ଆୟୋଜିତ କ୍ଲିକ୍ କସମସରେ ବି କଂପିଆନ ହେଉଥିଲି । ଏହି ସବୁକୃତିତ୍ବର ଖବର ଶୁଣି ସେତେବେଳେ ଆକାଶବାଣୀ କେନ୍ଦ୍ରର ଯୁବବାଣୀ ପ୍ରସାରଣ ନିଷ୍ପାଦକ ମୋ ପାଖକୁ ଆସି ପଚାରିଲେ- ଆପଣ ରେଡିଓ ପ୍ରୋଗ୍ରାମ କରି କି ? ମୁଁ ସମତି ଦେବାରୁ ପ୍ରଥମ ଗୋଟିଏ କ୍ଲିକ୍ ତାପରେ

କବିତା ଆବୃତି, ପ୍ରବଂଧ ପଠନ ଏମିତି କାର୍ଯ୍ୟକ୍ରମ ଗୁଡିକ କରି ବସିଲି ।ଦିନେ ଯୁବବାଣୀର ସେ ଫତା ବାବୁ ମୋତେ କହିଲେ ଯୁବବାଣୀରେ

ପ୍ରସାରିତ ହେବାକୁଥିବା ଯୌତୁକ ପ୍ରଥା ପରେ ଗୋଟିଏ ଦଳଗତ ଆଲୋଚନା କରି ପାରିବେ କି ? କିଂତୁ ଆପଣଙ୍କ ସାଂଗରେ ଆଉ ଜଣେ

ଛାତ୍ର ଓ ଛାତ୍ରୀ ଦରଜାର୍ ଆପଣ ସଂଯୋଜନା କରିବେ ସେମାନେ ତାଙ୍କର ମତାମତ ବିଭବ୍ୟ ଉପସ୍ମାପନ କରିବେ ।ଏ ପ୍ରସ୍ତାବରେ ମୁ ପରମ ଆଗ୍ରହରେ ହିଁ ସିନା ମାରିଦେଲି, କିନ୍ତୁ ସାଥୀ

ଚୟନ କରିବି କେମିତି ? ପୁଅ ପିଲା ଜଣେ ତ ମୋ ରୁମ ମେଟ ମିଳିଯିବ କିନ୍ତୁ ଝିଅ ? ହଠାତ୍ ମନେ ପଡିଲା ମଉସୁମୀ କଥା ।

ସେଦିନ ରାତିରେ ବସି ପ୍ରୋଗ୍ରାମର ସ୍କ୍ରିପ୍ଟ ପ୍ରସ୍ତୁତ କରିଦେଲି । ତାପରଦିନ ମୋ ସାଂଗ ଆଲୋକ ମଉସୁମୀକୁ ପଚାରିବାରୁ ସେମାନେବି ଏ ପ୍ରସ୍ତାବରେ ହଁ ମାରିଲେ ନିୟମ ଅନୁଯାୟୀ ଆମ ତିନି ଜଣଙ୍କରଠିକଣା ଓ ସ୍କୁଟି ଫତା ବାବୁଙ୍କୁ ଦେଇଦେଲି ।ଆକାଶବାଣୀରୁ କଂଟ୍ରାକ୍ଟ ଆସିବା ପରେ ଆମେ ଫାକା ସମୟରେମଉସୁମୀ ଘରକୁ ଯାଉ ଓ ସେଠାରେ ସମୟ ନିର୍ଘଟ ରଖି ଅଭ୍ୟାସ

କରୁ । ଦୁଇ ଚାରି ଥର ଅଭ୍ୟାସ କଲା ପରେ ଆମେ ସାମାନ୍ୟ ହୋଇଗଲୁ ।ରେକର୍ଡି ଦିନ ୧୧ ଟାରେ ମୌସୁମୀ ତା ସାଂଗ ଜଣକ ସହ ରିକ୍ସାରେ

ଏବଂ ମୁଁ ଆଲୋକ ଗୋଟିଏ ସାଇକେଲରେ ଆକାଶବାଣୀ କେନ୍ଦ୍ରକୁ ଗଲୁ । ରେକର୍ଡ ପରେ ପ୍ରତ୍ୟେକ ୫୦ ଫିକାର ଟେକ୍ ଗୋଟିଏ

ଲେଖାଏ ଧରି ଫେରିଲୁ ।ତା ପରେ ଏଇ କାର୍ଯ୍ୟକ୍ରମ ଭିନ୍ନ ପ୍ରସଂଗ ଉପରେ ପ୍ରସ୍ତୁତ ହେଲା ଓ

ଆଦୃତ ହେଲା । ୩ କଳା ଶେଷ ବର୍ଷରେ ମୁଁ ରେଡିଓ ଛାଡି ଟି.ଭି ମୁହଁ ହେଲି । ଅର୍ଥାତ୍ ସେ ସମୟରେ ଦୂରଦର୍ଶନରେ ଦେଉଥିବା ଜଣା

ଅଜଣା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ । ଏପରି ପ୍ରୋଗ୍ରାମ ଗୋଟିଏ ରେକର୍ଡ ପାଇଁ ମୌସୁମୀ ସହିତ ମୁଁ ସୁଳସୀପୁର, କଟକ ସ୍ଥିତ ଦୂରଦର୍ଶନ କେନ୍ଦ୍ରକୁ ଯାଇଥିଲି । ସେଠାରେ ବି ଆମ ଗୁପ୍ତ ପିୟାନ

ହେଲା । କାହଣୀର ଆରଂଭରୁ ଏ ଯାବତ୍ ଏପରି ଘଟଣା ଗୁଡିକର ଅବତାରଣାରୁ ଗୋଟିଏ କଥା ସୃଷ୍ଟ- ପ୍ରଥମ ଦେଖାରେ ହିଁ ଆମେ

ଉଭୟେ ଉଭୟଂକର ପ୍ରେମରେ ପଡ଼ିଯାଇଥିଲେ । କିନ୍ତୁ ମୋତେ ଜଣେ ସାର୍ ଥରେ କହିଥିଲେ- ବାବୁ ତୁ ପ୍ରେମ କବିତା ଲେଖୁଛୁ- କଣ

ସତରେ କାହା ପ୍ରେମରେ ପଡିଗଲୁଣି କି ? ସେ ଭୁଲ ଜମାରୁ କରିବୁ ନାହିଁ । ଆଉ ସହପାଠିନୀ ସହ ପ୍ରେମର ଫଳା ଫଳ ତ ଅତୀବ

ଭୟକର । କାରଣ ଝିଅ ମାନେ ଆମ ଅପେକ୍ଷା ଆଗ ବାହା ହୋଇ ପରଘରୀ ହୋଇଯିବେ । ତୁ ଶିକ୍ଷା ସମାପ୍ତ କରି ଭଲ ଚାକିରୀଟିଏ

ପାଇବା ପର୍ଯ୍ୟନ୍ତ ସେମାନେ ବା ସେମାନଙ୍କର ପରିବାର ଆଦୌ ଅପେକ୍ଷା କରିବେ ନାହିଁ ।

ସାଲ୍ୟକର କଥା ଶହେ ପ୍ରତିଶତ ସତ୍ୟ ହେଲା । ୩ କଳାତୃତୀୟ ବର୍ଷରେ ମୌସୁମୀର ବାହାଘର ଠିକ୍ ହୋଇଗଲା ।ତା ଭାଇ ଆମ ହଷ୍ଟେଲ ରୁମକୁ ଆସି ମୋ ଟେବୁଲ ଉପରେଗୋଟିଏ ନିମନ୍ତ୍ରଣ ପତ୍ର ରଖି ପଳାଇଲା । ଯେହେତୁ ମୁଁସେତେବେଳେ ରୁମରେ ନଥିଲି । ଆଲୋକ, ମୋର ସାଙ୍ଗ-ଏ ବିଷୟରେ କିଛିଟ ସୁରାକୁ ପାଇଥିଲା । ମୁଁ ତ ବିରହ

ବେଦନାରେ ବିଦଗଧ ହୋଇ ଛଟପଟ ହୋଇ ଖଟରେ ପଡି ରହିଥିଲି ମୌସୁମୀର ବାହାଘର ରାତି । ମେସକୁ ଖାଇବାକୁନ ଯିବାରୁ ଆଲୋକ ମୋ ପାଇଁ ଗୋଟେ ପ୍ଲେଟ ରାତ୍ରିଭୋଜନ

ଧରି ଆସିଲା ଓ କହିଲା- ଏଥିରେ ମନଦୁଃଖ କରି ଅଖିଆଅପିଆ ଶୋଇଲେ ମୌସୁମୀ କଣ ତୋ ପାଖକୁ ଫେରି ଆସିବ । ଚୁପଚାପ୍ ଖା ଓ ଆସୁଥିବା ଶେଷ ପରୀକ୍ଷା ପାଇଁ

ପଢ଼ାପଢ଼ି କରି ପ୍ରସ୍ତୁତି କର ।ଦିନେ ଦି ଦିନ ପରେ ମୁଁ ବି ସଂବିତ୍ ଫେରି ପାଇଲି ଓ ଏଘଟଣାରେ ସୃଷ୍ଣଚ୍ଛେଦ ପକାଇ ଜୀବନରେ ଆଗକୁ ବଢ଼ିବା ପାଇଁ ସୁର ମନସୁ କଲି । ୟା ପରେ ମହାନଦୀରେ ଅନେକ ପାଣି ବହିଗଲାଣି କଲେଜ ଶିକ୍ଷା ସମାପ୍ତି ପରେ କମ୍ପିଟିଟିଭ ପରୀକ୍ଷା ଦେଇ ମୁଁ ସରକାରୀ

ଚାକିରୀଟିଏ ପାଇଛି ଓ କାଳଚକ୍ରରେ ମୋ ମାଙ୍କ ପସଂଦର ଝିଅକୁ ବାହା ହୋଇ ଘରସଂସାର ଗଢ଼ି ସାରିଲିଣି । ଏକମାତ୍ର ଝିଅ ଉଚ୍ଚଶିକ୍ଷା ପାଇଁ ବିଦେଶରେ । ତଥାପି ରାତ୍ରିର ନିର୍ଜନ ପ୍ରହରରେ- ଏକାଂତ ମୁହୂର୍ତ୍ତରେ ଆଖି

ବଂଦ କଲେ ସପନ ରାଇଜରେ ଭାସି ଆସେ କଲେଜ୍ ଜୀବନର ଅପାଶୋରା ସୃତି, ଅନୁଭୂତି ଗୁଡିକ । ବିତିର ସରହଦ୍ ତନ୍ତୁ ଗୋଟାଇ ଆଣେ ସ୍ୟାନ୍ୟତକ ମଣି । ଠିକ୍ ସେତିକ ବେଳେ ମୃତ

ସୂର୍ଯ୍ୟଟିଏ ଇଂଜି ମାରୁ ଥାଏ ଦୂର ଦିଗବଳୟର ଅଗ୍ନିବଳୟ ମଧ୍ୟରେ ।



Rate this content
Log in

Similar oriya story from Romance