ରଘୁଆ
ରଘୁଆ
ଦୈତାରି ବାବୁ ବ୍ୟାଙ୍କ ଚାକିରିଆ,ଜମି ବାଡ଼ି ଅନେକ । ବାପ ଦାଦା ଅମଳରୁ ରଘୁଆ ଘର ମୂଲିଆ । ଦିନରେ ବିଲକୁ ଯାଏ ସଞ୍ଜ ହେଲେ ଗିଲାସେ ନାଲିଆ ଚା ସାଙ୍ଗକୁ ଗୁହାଳ କାମ।ମଜୁରି ପଇସା ତିନି ଥର ମାଗିଲା ପରେ ଯାହା ମିଳେ ତାକୁ ଧରି ପାଖ ଦୋକାନୀ ପିଣ୍ଡାରେ ବସେ ତେଲ ସଉଦା ପାଇଁ । ତିରିଶି ବର୍ଷ ଏକା କାହାଣୀ ।
ହଳଲଙ୍ଗଳ ସାକ୍ଷୀ,ମଜୁରୀ ଛାଡି କେବେ କେମିତି ଗୋଟେ ଲୁଙ୍ଗି-ଖଣ୍ଡେ ଯୋଡ଼େ ଗାମୁଛା-କମ ଲମ୍ବର ସୁତା ଶାଢ଼ୀକୁ ବାଦ ଦେଲେ ରଘୁଆ ନାଁ କେବେ କିଛି ଖାଉନ୍ଦ ଠୁ ଆଶା କରିଛି , ନା ଦୈତାରି ବାବୁ ଏହା ବାହାରେ କେବେ କିଛି ଦେଇଛନ୍ତି।୨୪ ବର୍ଷର ରଘୁଆ ଆଜି ୫୪,ଦେହ ଟାଣୁନି ଆଉ ଆଗଭଳି । ହେଲେ ଘର ଚଳିବ କେମିତି !
କେବେ ତ କାହିଁ ସମାଜର ଦୈତାରି ବାବୁ ମାନେ ରଘୁଆ ମରିଗଲେ ତା ସଂସାର କେମିତି ଚଳିବ ଭାବିଲେନି।କେବେ ତ କାହିଁ କେଉଁ ଖାଉନ୍ଦ ତା ମୁଲିଆର ଝିଅ ବାହାଘର ପାଇଁ ସୁନା ହାର ତିଆରି କରିବାର ଖବର ଆସିଲାନି,କେବେ ତ କାହିଁ ମୁଲିଆ ପୁଅର ବଡ଼ ଚାକିରିର ସ୍ବପ୍ନ ଦାଦି ଗୁସାପ ସାଜିଥିବା ସେ ଜମି ମାଲିକ ବୁଝିଲେନି ।
ରଘୁଆ ମାନେ ଯୁଗେ ଯୁଗେ ରଘୁଆ ଆଉ ଦୈତାରୀ ବାବୁ ମାନେ ଯୁଗେ ଯୁଗେ ଦୈତାରୀ ବାବୁ ହୋଇ ରହିଥିବେ ... ଶ୍ରେଣୀହୀନ ସମାଜ ଖାଲି ବହିର ପାଠ ... ! ଆମ ମାନଙ୍କ ଘର ଟାଇଲ ଲାଗିଲା ବେଳେ ରଘୁଆ ଘରେ ତା ସ୍ତ୍ରୀ-ଝିଅ କି ବୋହୂ ପାଇଁ ଶୌଚାଳୟଟେ କରିଦେବା କଥା ବି ଆମେ କେବେ ଭାବି ନାହାନ୍ତି । ତେବେ କଉ ନୈତିକ ଅଧିକାରରେ ଆମେ କୁହନ୍ତି ସବୁ ଅଳସୁଆ ହୋଇ ଗଲେଣି,କାମ କରିବାକୁ ରାଜି ନାହାନ୍ତି !!