ରଘୁ ଦିବାକର
ରଘୁ ଦିବାକର
ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ନୟାଗଡ଼ର ରଣପୁରରେ ଜନ୍ମ ଗ୍ରହଣ କରି ସ୍ୱାଧୀନତା ସଂଗ୍ରାମ ରେ ଝାସ ଦେଇ ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ଥିବା ଦୁଇଟି ଅମର ଆତ୍ମା ଥିଲେ ବୀର ରଘୁ ଦିବାକର l ଶତ୍ରୁକୁ ଦୃଢ଼ତା ର ସହ ଦମନ କରିବା ଥିଲା ତାଙ୍କର ନୀତି l ନିଆଁ କୁ ଡ଼ିଆ ମାରି ନିଜକୁ ବଳିଦାନ ଦେବା ପଛକେ କିନ୍ତୁ ସ୍ୱାଭିମାନ କୁ ବଳି ନଦେବା ଥିଲା ତାଙ୍କର ଲଖ୍ୟ l ସେତେବେଳ ଛବିଶି ଟି ଗଡ଼ ଜାତ ଅଞ୍ଚଳ ଥିଲା l ଗଡଜାତ ଅଞ୍ଚଳକୁ ଅନ୍ଧାରି ମୁଲକ ବୋଲି କୁହାଯାଉଥିଲା l ନୀଳଗିରି, ତାଳଚେର, ଡେଙ୍କାନାଳ, ରଣପୁର ଏହି ଚାରୋଟି ଅଞ୍ଚଳ ରେ ପ୍ରଜାମେଳି ଚାଲିଥାଏ l ରଣପୁର ର ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ, ରଘୁନାଥ ମହାନ୍ତି ଓ ଦିବାକର ପରିଡା l ଗଡଜାତ ଅଞ୍ଚଳ ର ଲୋକମାନେ ଅଶିକ୍ଷିତ ଥିବାରୁ ଇଂରେଜ ମାନେ ସେମାନ ଙ୍କୁ ସାହାଯ୍ୟ ଓ ସମର୍ଥନ କରୁଥିଲେ l ପ୍ରଜାମେଳି ଭାଙ୍ଗିବା ପାଇଁ ଆସିଥିଲେ ମେଜର ବ
େଜାଲ ଗେଟେ l
ଊଣାଇସ ଅଣଚାଳିଶି ମସିହା ଜାନୁଆରୀ ପାଞ୍ଚ ତାରିଖ ଏବଂ ପୌଷ ପୁର୍ଣିମା ଦିନ ପ୍ରଜାମାନେ ଉତ୍ୟକ୍ତ ହୋଇ ଚାଳରୁ ବାଉଁଶ ବତା କାଢି ବେଜେଲ ଗେଟ କୁ ବାଡେଇ ମାରି ଦେଇ ଥିଲେ l ବ୍ରିଟିଶ ଶାସନ ଥର ହର ହେଲା l ତେଣୁ ବ୍ରିଟିଶ ସରକାର ତେଇସି ଜଣଙ୍କୁ ଗିରଫ କରିଥିଲେ l ହରେକୃଷ୍ଣ ମହତାବ ମଧ୍ୟ୍ୟ ଏଥିରେ ଯୋଡ଼ା ହୋଇ ଥିଲେ l
ତାଙ୍କୁ ମହାତ୍ମା ଗାନ୍ଧୀ ଙ୍କ ସହାୟତା ରେ ବାହାରକୁ ଅଣାଯାଇଥିଲା l କେଉଁ ଅସ୍ତ୍ର ରେ ବେଯେଲଗେଟ ଙ୍କୁ ମରାଗଲା ବୋଲି ଜାଣିବାକୁ ଚାହିବାରୁ ରଣପୁର ରୁ ପାଞ୍ଚ ସହ ଠେଙ୍ଗା କଟା ହୋଇ ଇଂଲଣ୍ଡ ପଠାଯାଇ ଥିଲା l ଏବେ ମଧ୍ୟ୍ୟ ସେ ଠେଙ୍ଗା ସେମାନଙ୍କ ମିଉଜିଅମ ରେ ଅଛି l
ବିଚାରରେ ରଘୁଦିବାକାରଙ୍କୁ ଫାଶୀ ଆଦେଶ ହୋଇ ଥିଲା l ହସି ହସି ଫାଶୀ ଖୁଣ୍ଟରେ ଝୁଲି ଇତିହାସ ରେ ସ୍ଥାନ ପାଇଛନ୍ତି ଦୁଇଟି ଆତ୍ମାl ଅମର ଏବଂ ନମସ୍ୟ ମଧ୍ୟ୍ୟ l