STORYMIRROR

Bishnupriya Panda

Children Stories

2  

Bishnupriya Panda

Children Stories

ଡାକ ମୁନସୀ

ଡାକ ମୁନସୀ

1 min
35


ଫକୀର ମୋହନ ସେନାପତି ଙ୍କର ଡାକ ମୁନସୀ ଏକ ସ୍ୱତନ୍ତ୍ର ଗଳ୍ପ। ଏଇ ମାଟିର ମଣିଷଙ୍କର ଏକ ଅନବଦ୍ୟ ସୃଷ୍ଟି। ଇଂରେଜ ଶାସନ ଦ୍ୱାରା କିପରି ପାରିବାରିକ ସମ୍ପର୍କ ନଷ୍ଟ ଓ ନିଜର ମୂଲ୍ୟବୋଧ ହରାଇ ବସିବା ଓ ସଚ୍ଚା ସେବକ ର କର୍ମମୟ ଜୀବନ ଉପରେ ଆଧାରିତ। ପୋଷ୍ଟ ପିଅନ ହରି ସିଂ ନଖାଇ ନପିଇ ବହୁ କଷ୍ଟ ସ୍ୱୀକାର କରି ପୁଅ ଗୋପାଳ କୁ ପୋଷ୍ଟ ମାଷ୍ଟରକରିବାର ପ୍ରବଳ ଉଦ୍ୟମ, ଉଦ୍ୟମ ରେ ସଫଳ ହୋଇ ମଧ୍ୟ୍ୟ ଜୀବନ ସଂଗ୍ରାମ ରେ ଅସଫଳ, ଇଂରାଜୀ ଶିକ୍ଷା କରି ମାତୃହୀନ ପୁଅ ଗୋପାଳ କିପରି ସଂସ୍କାର କୁ ଭୁଲିଯାଇ ବାପା ର ଅପମାନ କରିପାରିଲା, ଯେ ତାକୁ ପିଲାଦିନୁ ବହୁତ ସଂସ୍କାର ରେ ଗଢିଥିଲା, ତାପାଇଁ ଅନବରତ ଚିନ୍ତା କରୁଥିଲା। ଲେଖକ ତ ଏବେ ନାହାନ୍ତି। ଯଦି ଫେରି ଆସି ଦେଖନ୍ତି ତାଙ୍କ ଲେଖାର ଯଥାର୍ଥତା କେତେ, ଗୋଟିଏ ଡାକ ମୁନସୀ ଗଳ୍ପ ଲେଖି ଥିଲେ। ବର୍ତମାନ ସେହି ଚରିତ୍ର ର ମଣିଷ କୋଟି କୋଟି ପରିମାଣର ଏ ସୃଷ୍ଟିକୁ ଆସିଯାଇଛନ୍ତି। ଆମର ସଂସ୍କାର କୁ ଭୁଲି ପାଶ୍ଚତ୍ୟ ସଂସ୍କାରରେ କିପରି ସଂସ୍କାରିତ ହୋଇଛନ୍ତି, ସାରା ଭାରତ କିପରି ଗୋପାଳ ଚରିତ୍ର ରେ ଚିତ୍ରିତ ହୋଇ ପୃଥିବୀ କୁ ଧ୍ବଂସ ଆଡକୁ ଟାଣି ନେଉଛନ୍ତି। ସମାଧାନ ର ରାସ୍ତା ନାହିଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍