STORYMIRROR

Bishnupriya Panda

Inspirational

4  

Bishnupriya Panda

Inspirational

ବିଶିଷ୍ଟ ଦାର୍ଶନିକ କଣାଦ

ବିଶିଷ୍ଟ ଦାର୍ଶନିକ କଣାଦ

2 mins
241

ମହର୍ଷି କଣାଦ ପରମାଣୁ ସିଦ୍ଧାନ୍ତର ଜନକ କହିଲେ ଅତ୍ୟୁକ୍ତି ହେବନାହିଁ l ଦୁଇ ହଜାର ଛଅ ସହ ବର୍ଷ ତଳେ ଦେଵଦେବ ମହାଦେବଙ୍କୁ କଠୋର ତପସ୍ୟା ଦ୍ୱାରା ସନ୍ତୁଷ୍ଟ କରି ସେ ଆଧ୍ୟାତ୍ମିକ ଶକ୍ତି ଲାଭ କରିଥିଲେ l ତାଙ୍କର ଜନ୍ମନାମ କଶ୍ୟପ ଥିଲା l ସେ ଗୁଜୁରାଟ ର ଦ୍ୱାରକା ପାଖରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ବାପାଙ୍କ ନାମ ଥିଲା ଉଲକା । ପିଲା ଦିନୁ ତାଙ୍କର ନୂଆନୂଆ ଜିନିଷ ଜାଣିବାରେ ପ୍ରବଳ ଆଗ୍ରହ ଥିଲା l ଦେବତା ପୂଜା କରିବା ପାଇଁ ସେ ବହୁତ ଭଲ ପାଉଥିଲେ l ସେ ପ୍ରୟାଗ, ଦ୍ୱାରକା, ପୁରୀ, କାଶୀ, ବଦ୍ରୀନାଥ ଆଦି ତୀର୍ଥ ଯାତ୍ରା ମଧ୍ୟ୍ୟ କରିଥିଲେ l ସେ ଗଙ୍ଗା ମାତା ଙ୍କର ଜଣେ ସଚ୍ଚା ଭକ୍ତ ଥିଲେ l ଗଙ୍ଗାଙ୍କୁ ନିଜ ମାଆ ବୋଲି ମାନୁଥିଲେ l ମାଆ ଙ୍କ କୃପାରୁ ସେ ଦିବ୍ୟଶକ୍ତି ପ୍ରାପ୍ତ କରିଥିଲେ l ପିଲାଦିନୁ ଗ୍ରହ ନକ୍ଷେତ୍ର ଙ୍କ ଗତିବିଧି ଲକ୍ଷ କରିବାକୁ ପସନ୍ଦ କରୁଥିଲେ l ତାଙ୍କର ଅନ୍ତରିକ୍ଷ୍ୟ ଓ ବିଜ୍ଞାନ ଉପରେ ଜାଣିବାକୁ ପ୍ରବଳ ଆଗ୍ରହ ଥିଲା l

ସେ ଗଙ୍ଗାନଦୀ କୂଳରେ ଥିବା ଗରିବ ଭକ୍ତ ମାନଙ୍କର ଖାଦ୍ୟ ନିମିତ୍ତ ଚାଉଳ ଧନୀ ଲୋକ ମାନଂକଠାରୁ ଯୋଗାଡ଼ କରୁଥିଲେ l ସମୟ କ୍ରମେ ତାଙ୍କର ନୂଆନୂଆ ଜିନିଷ ଆବିଷ୍କାର କରିବା ପାଇଁ ପ୍ରବଳ ଆଗ୍ରହ ଜନ୍ମ ନେଲା l ତେଣୁ ଲୋକେ ତାଙ୍କୁ ଆଚାର୍ଯ୍ୟ କଣlଦ ବୋଲି କହିଲେ l ଚାରି ବେଦ ରୁ ଅଥର୍ବ ବେଦଟି ବିଜ୍ଞାନ ର ବେଦ ଅଟେ l ଋଷି କଣlଦ ଏହି ଜ୍ଞାନକୁ ପ୍ରାପ୍ତ ହୋଇଥିଲେ l ତାଙ୍କର ବିଜ୍ଞାନ ଜ୍ଞାନ ଆହରଣ କରି ପରମାଣୁ ଉର୍ଜା ବିଷୟରେ ଜାଣିବାର ବହୁତ ଆଗ୍ରହ ଥିଲା କିପରି ଛୋଟ ଛୋଟ ପରମାଣୁ ଦ୍ୱାରା ବସ୍ତୁ ଗଠନ ହେଉଛି ତା ଉପରେ ତାଙ୍କର ଗବେଷଣା ଥିଲା l ସେ ପିଲାଙ୍କ ପଢିବା ନିମିତ୍ତ, ବିଶେଷିକା ବିଦ୍ୟାଳୟ ଦର୍ଶନ, ସ୍ଥାପନା କରିଥିଲେ l ବୈସେଷିକ ଦର୍ଶନ ନାମକ ଏକ ପୁସ୍ତକ ମଧ୍ୟ୍ୟ ଲେଖି ଥିଲେ l ସେ ସମୟର ଋଷି ମାନେ ତାଙ୍କୁ ଶ୍ରେଷ୍ଠ ଋଷି ବୋଲି ମାନୁଥିଲେ ସେ କହୁଥିଲେ ବିଜ୍ଞାନ କୁ ବୁଝିବାକୁ ହେଲେ ପ୍ରଥମେ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକ ହୁଏ l ଏବଂ ଆବିଷ୍କାର ହେଲେ ଦୁନିଆଁ ର ସବୁକିଛି ହାସଲ ହୋଇ ପାରେ lପ୍ରତ୍ୟେକ କାମରେ ଏକାଗ୍ରତା ନଥିଲେ ସଫଳ ହୋଇ ପାରିବ ନାହିଁ l ଆଉମଧ୍ୟ ପ୍ରତ୍ୟେକ ନିୟମ କୁ ମାନି କାମ କରିବା ଉଚିତ l ବିଜ୍ଞାନ ଓ ନୂତନ ଜିନିଷ ଆବିଷ୍କାରର ନିଶା ତାଙ୍କୁ ପାଗଳ କରିଥିଲା l ସେ ଜଣେ ମହାନ ସନ୍ଥ ଓ ବିଦ୍ୱାନ ଥିଲେ l ସବୁ ପ୍ରକାର କଳାର ବିଶେଷଜ୍ଞ ମଧ୍ୟ୍ୟ ଥିଲେ l ଏବେ ମଧ୍ୟ୍ୟ ବିଜ୍ଞାନ ତାଙ୍କ ପୁସ୍ତକର ସହାୟତା ନେଇ ଆଗକୁ ଚାଲିଛି l ପୃଥିବୀ ପାଇଁ ତାଙ୍କର ବିଜ୍ଞାନ ଓ ସମସ୍ତ କଳାର ଅବଦାନ ବିଶେଷ ରୂପେ ମହନୀୟ l ସେ ତାଙ୍କର ବୈସେଷିକ ସୂତ୍ର ପୁସ୍ତକରେ ପ୍ରମାଣ କରିଛନ୍ତି ଯେ ପ୍ରତ୍ୟେକ ପଦାର୍ଥ ର ମୂଳ କଣିକା ହେଲା ଅଣୁ l ସୃଷ୍ଟି ସର୍ଜନାର କାରଣ ମାନଙ୍କ ମଧ୍ୟ୍ୟରୁ ପରିବର୍ତ୍ତନ ଓ ଅପରିବର୍ତ୍ତନଶିଳ ମୌଳିକ ପଦାର୍ଥରୁ କ୍ରମେ ପଦାର୍ଥ, ଉଦ୍ଭିଦ ଓ ପ୍ରାଣୀ ସୃଷ୍ଟିର ସମ୍ଭାବନା l ତାଙ୍କ ନାମାନୁସାରେ ଭୁସ୍ବର୍ଗ କାଶ୍ମୀର ନାମିତ ହେବା ଅନୁମେୟ।


Rate this content
Log in

Similar oriya story from Inspirational