ମୋର ସ୍ୱପ୍ନ
ମୋର ସ୍ୱପ୍ନ
ଜନନୀ ଜନ୍ମ ଭୁମିଶ୍ଚ ସ୍ୱର୍ଗlଦପୀ ଗରୀୟସୀ l ଆମର ମା ଓ ମାତୃଭୁମି ଆମକୁ ଯେପରି ବଡ଼ ଲାଗେ ମାତୃଭାଷା ମଧ୍ୟ୍ୟ ସେହିପରି ଆମର ପ୍ରିୟ ଅଟେ l ମାଆ ପାଖରୁ ଯିବାପାଇଁ ଆମକୁ ଯେପରି କଷ୍ଟ ହୁଏ ସେହିପରି ମାତୃଭୁମି ଓ ମାତୃଭାଷା ଠାରୁ ଦୁରେଇ ରହି ଆମ ପିଲାମାନେ ବହୁତ କଷ୍ଟ ଅନୁଭବ କରନ୍ତି l ଯୌଥ ପରିବାରରେ ଚଳିଥିବା ପିଲାମାନେ ଏବେ ପରିବାରର ସୁଖ ସ୍ଵlଛନ୍ଦ୍ୟ ରୁ ଦୁରେଇ ରହୁଛନ୍ତି l କୁନିକୁନି କଳିକା ଗୁଡିକ ଜେଜେ ଜେଜେମା ଅଜା ଆଈ ପିଉସା ପିଉଷି ମଉସା ମାଉସୀ ସମସ୍ତଙ୍କ ସ୍ନେହରୁ ବଞ୍ଚିତ ହେଉଛନ୍ତି l ଆମ ସରକାର ମଧ୍ୟ ଏଥି ପ୍ରତି ଦୃଷ୍ଟି ନିକ୍ଷେପ କରୁନାହାନ୍ତି l ନାତି ନାତୁଣୀଙ୍କୁ ନିଜ ସଂସ୍କାରରେ ଗଢି ତୋଳିବାର ପ୍ରୟାସ ସ୍ୱପ୍ନରେ ରହି ଯାଉଛି l ସରକାରଙ୍କର ନିୟମ ଯିଏ ଯେଉଁଠି ପାଠ ପଢିଲେ ସେ ସ୍ଥାନର ଭାଷା ଶିକ୍ଷା କରିବେ l ଏଇଟି ଅବଶ୍ୟ ପିଲାପାଇଁ ଭଲ କିନ୍ତୁ ମାତୃଭାଷା ପାଇଁ କଦାପି ଭଲ ନୁହେଁ l ଯଦି ପିଲାମାନଙ୍କ ପାଇଁ ଆମ ରାଜ୍ୟରେ କର୍ମ ସଂସ୍ଥାନ କରାଯାଇ ପାରନ୍ତା ତେବେ ଏ ଅସୁବିଧା ବୋଧହୁଏ ଦୁରେଇ ଯାଇ ପାରନ୍ତା l ମୋର ଉଦେଶ୍ୟ କିପରି ଆମ ପିଲାମାନେ ଏତେ ସୁନ୍ଦର ଓଡ଼ିଆ ଭାଷlକୁ ମୋର ହତlଦର କରିବେନାହିଁ l ଷଷ୍ଠ ଶ୍ରେଣୀରେ ଥିବା ଭାଷlକୁ ମୋର ଉନ୍ନତି କରିବା ମୋର ସ୍ୱପ୍ନ l ସେ ସ୍ୱପ୍ନକୁ ସାକାର କରିବାପାଇଁ ଆମେ ସର୍ବଦା ଚେଷ୍ଟା କରିବା l ଇଂରେଜ ମାନେ ଯେପରି କଳେ ବଳେ କୌଶଳେ ସେମାନଙ୍କ ଭାଷକୁ ସମସ୍ତଙ୍କ ଉପରେ ଲଦି ଦେଇ ଯାଇଛନ୍ତି ସେ ଭାଷା କବଳରୁ କେହି ଵର୍ତ୍ତି ପାରୁ ନାହାନ୍ତି, କି ସୁନ୍ଦର ବାପାବୋଉ ଡାକରୁ ପିଲା ବଞ୍ଚିତ ହୋଇ ଡାଡି ମମି ର ବ୍ୟବହାର କରୁଛନ୍ତି, ସତରେ କଣ ବୋଉର ସ୍ନେହ ମମି ଠାରୁ ପାଉଛନ୍ତି? ସମୟେ ସମୟେ ଏଇଟା ମୋର ସନ୍ଦେହର କାରଣ ହୋଇ ରହି ଯାଇଛି l ମାଆର ପଣତ ବୁଡିଗଲାଣି l ପିଲା କାନ୍ଦିଲେ ଲୁହ ପୋଛିବା ପାଇଁ ହାତ ପୋଛିବା ପାଇଁ ଧୂଳି ଝାଡ଼ିବା ପାଇଁ ରୁମାଲୁ ଗାମୁଛା ଇତ୍ୟାଦି ଆବଶ୍ୟକ ହେଉଛି l ବୋଉ ଏକ ସମ୍ପୂର୍ଣ ଶବ୍ଦ l ଯାହା ଖୋଜିଲେ ତା ପାଖରେ ମିଳେ l କିନ୍ତୁ ମମି ପାଖରେ ସେ ସବୁ ମିଳିବା କଷ୍ଟ ବୋଲି ମୋର ଧାରଣା l ମୋର ସ୍ୱପ୍ନ କୁ ସାକାର କରିବାପାଇଁ ମୋ ପରିବାର ସମସ୍ତେ ଆଗେଇ ଆସିବାପାଇଁ ମୋର ଅନୁରୋଧ l ସମସ୍ତେ ମିଳିମିଶି ଚେଷ୍ଟା କରିବା l ଭାଷକୁ ବଞ୍ଚାଇ ରଖିବା l
