STORYMIRROR

Bishnupriya Panda

Children

3  

Bishnupriya Panda

Children

ଦୟାର ଗନ୍ତାଘର

ଦୟାର ଗନ୍ତାଘର

2 mins
117


ଖରାଦିନ, ପ୍ରବଳ ଖରାରେ ତୃଷାର୍ତ୍ତ ହୋଇ ଠେକୁଆ ଟିଏ ନଦୀକୁ ପାଣି ପିଇବା ପାଇଁ ଆସିଥାଏ l ପାଣି ପିଇଲା ବେଳକୁ ପାଣିରେ ଗୋଟିଏ ଛାଇ ପଡ଼ିବାର ସେ ଦେଖିଲା l ଛାଇଟି ଜଙ୍ଗଲର ରାଜା ସିଂହ ର ଥିଲା l ଛାଇରୁ ସିଂହ ବୋଲି ଜାଣି ସେ ବହୁତ ଭୟଭିତ ହୋଇଗଲା l ମନ ଭିତରେ ଇଶ୍ୱରଙ୍କୁ ସ୍ମରଣ ପୂର୍ବକ ସବୁ ବଳ ଖର୍ଚ୍ଚ କରି ଧାଇଁ ବାକୁ ଲାଗିଲା l ସିଂହ ମଧ୍ୟ୍ୟ ତା ପଛେ ପଛେ ଧlଉଥାଏl ଠେକୁଆଟି ଯାଉଯାଉ ବାଟରେ ଗୋଟିଏ ଗର୍ତ୍ତ ଦେଖିଲା l ସିଂହ ମୁଖରୁ ରକ୍ଷା ପାଇବା ନିମିତ୍ତ ସେ ଗର୍ତ୍ତ ରେ ପଶିଗଲା l ସେଠାରେ ଦେଖିଲା ବିଲୁଆ ଟିଏ ଗର୍ତ୍ତ ମଧ୍ୟ୍ୟରେ ଅଛି l ବିଲୁଆ ଠେକୁଆ କୁ ଦେଖି ତା ପାଖକୁ ଖାଦ୍ୟ ଆସିଯାଇଛି ବୋଲି ବହୁତ ଖୁସି ହୋଇଗଲା l ଠେକୁଆଟି ଅତ୍ୟନ୍ତ ଭୟଭିତ ହୋଇ ଇଶ୍ୱର ଙ୍କୁ ଚିନ୍ତା କଲା l ଏହି ସମୟରେ ତା ମୁଣ୍ଡକୁ ଗୋଟିଏ ବୁଦ୍ଧି ଦେଖାଗଲା l ସେ କହିଲା, ବିଲୁଆନନା ବିଲୁଆନନା ମୁଁ ଗୋଟିଏ ମୁଖ୍ୟ କାମରେ ତୁମ ପାଖକୁ ଆସିଛି l ବିଲୁଆ କହିଲା କି କାମ? ଠେକୁଆ କହିଲା ଜଙ୍ଗଲର ସମସ୍ତ ଜନ୍ତୁ ଏକତ୍ରିତ ହୋଇ ସେମାନଙ୍କ ଭିତରୁ କିଏ ରାଜା ହେବ ବୋଲି ଗୋଟିଏ ସଭା କରିଥିଲେ l ସେ ସଭାରେ ସମସ୍ତେ ବିଚାର କଲେଯେ ବିଲୁଆ ନନା ବହୁତ ଚତୁର l ତେଣୁ ତାଙ୍କୁ ରାଜା କଲେ ଆମେମାନେ ଜଙ୍ଗଲରେ ବହୁତ ଖୁସିରେ ରହିବା l ତେଣୁ ସମସ୍ତ ଜନ୍ତୁ ବିଚାର ପୂର୍ବକ ମୋତେ ତୁମ ପାଖକୁ ପଠାଇ ଛନ୍ତି l ତୁମେ ଶୀଘ୍ର ମୋସଙ୍ଗରେ ଚାଲ l ଏ କଥା ଶୁଣି ବିଲୁଆଟି ବହୁତ ଖୁସି ହୋଇଗଲା l କହିଲା ହଉ ଚାଲ ଯିବା l ଠେକୁଆ କହିଲା ତୁମେ ଭାବି ରାଜା, ମୁଁ କଣ ଆଗରେ ଯିବି l ତୁମେ ଆଗରେଚାଲ l ବିଲୁଆ ବହୁତ ଖୁସି ହୋଇ କହିଲା, ମୁଁ ରାଜା ହେଲେ ତୋତେ ନିଶ୍ଚୟ ମନ୍ତ୍ରୀ କରିଦେବି l ଏହା କହି ବିଲୁଆ ଆଗ ଗାତରୁ ବାହାରିଲା l ଦ୍ୱାର ଦେଶ ରେ ସିଂହ ଜଗି ବସି ଥିଲା l ବିଲୁଆକୁ ଖାଇ ଦେଇ ଜଙ୍ଗଲକୁ ପଳାଇ ଗଲା l ଇଶ୍ୱର ଙ୍କ ଆଶ୍ରୟ ନେବାରୁ ଠେକୁଆ ମୁଣ୍ଡକୁ ଏତେ ବୁଦ୍ଧି ଦେଖାଗଲା l ତେଣୁ ବିପଦ ସମୟରେ ଇଶ୍ୱର ଙ୍କୁ ଗୁହାରି ଜଣାଇଲେ ସେ ତୁମକୁ ନିଶ୍ଚୟ ସାହାଯ୍ୟ କରିବେ l ଦାୟର ଗନ୍ତାଘର ସେ l ତାଙ୍କ ଦୟlର ପଟାନ୍ତର ନାହିଁ l ଜୟ ଶ୍ରୀକୃଷ୍ଣ


Rate this content
Log in

Similar oriya story from Children