STORYMIRROR

Bishnupriya Panda

Children Stories

3  

Bishnupriya Panda

Children Stories

ଉପର ବରଡ଼ା ହସୁଛି

ଉପର ବରଡ଼ା ହସୁଛି

2 mins
188


ଏ ସୃଷ୍ଟିରେ ସ୍ରଷ୍ଟାଙ୍କର ବୈଚିତ୍ରତା ଏତେ ଯେ ତାକୁ କଳ୍ପନା କରିବାର ଶକ୍ତି ଆମ ପାଖରେ ନାହିଁ l ଷଡ଼ ରିପୁ ସାଥିରେ ପଚିଶ ପ୍ରକୃତି ଲଗାଇ ଏ ସୃଷ୍ଟିକୁ ସେ ତିଆରି କରିଛନ୍ତି l ମାୟା ଜାଲରେ ସମସ୍ତଙ୍କୁ ବାନ୍ଧି ଦେଇଛନ୍ତି l ଚଉରାଅଶୀ ଯୋନି ଭ୍ରମି ଭ୍ରମି ଯେଉଁ ଜୀବ ଆଜି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି ତା'ର ନିଜ ବିଷୟରେ କୌଣସି ଜ୍ଞାନ ନାହିଁ l

ନିଜର ମୃତ୍ୟୁକୁ ସାମ୍ନାରେ ଦେଖି ମଧ୍ୟ୍ୟ ସେ ଅତ୍ୟନ୍ତ ଖୁସିରେ ଧନ ସଂଗ୍ରହରେ ବ୍ୟସ୍ତ ରହୁଛି l ଅହଂକାରରେ ବଶ ହୋଇ ନିଜକୁ ସର୍ବେସର୍ବା ପ୍ରତିପାଦନ କରିବାରେ ସର୍ବଦା ମଗ୍ନ ରହୁଛି l ମୋ ପିଲାଦିନର ଘଟଣାଟିଏ l ସେତେବେଳେ ଧାନ ରଖିବା ପାଇଁ କୋଠି କି ଅଖା ନଥାଏ l ମାଟି ଖୋଳି ବଡ଼ ଗାତ କରାଯାଇ ତା' ମଧ୍ୟରେ ନଡ଼ା ଦେଇ ଧାନ ରଖି ତା' ଉପରେ ନଡ଼ା ଦେଇ ମାଟି ଘୋଡ଼ିଆ ହୁଏ l ପାଣି ଗଡ଼ିଯିବା ପାଇଁ ସେ ଜାଗା ଉଚ୍ଚା ରୁହେ l ଦିନେ ସଂଧ୍ୟା ସମୟରେ ମସିଣା ପକାଇ ଆକାଶକୁ ଚାହିଁ ଜହ୍ନ, ତାରା, ସପ୍ତର୍ଷିମଣ୍ଡଳ ଦେଖୁ ଦେଖୁ ବୋଉ ଆସି ମୋ ପାଖରେ ଶୋଇ ପଡ଼ିଲା l ଧାନ ଖଣି ଜାଗାଟି ଉଚ୍ଚା ଥାଏ ତ ତେଣୁ ତକିଆ ଆବଶ୍ୟକ ହୁଏ ନାହିଁ l ଏହି ସମୟରେ ନଡ଼ିଆ ଗଛରୁ ବାହୁଙ୍ଗା ଟିଏ ପଡ଼ିଗଲା l ବୋଉ କହିଲା ତଳ ବରଡ଼ା ଖସିଲା, ଉପର ବରଡ଼ା ହସିଲା, ମଝି ବରଡ଼ା ଥାଇ କହୁଛି, ତୋ ଦିନକାଳ ଯାଉଛି ଲୋ ମା ମୋ ଦିନ କାଳ ଆସିଲା। ସେତେବେଳେ ମୁଁ ତା'ର ଅର୍ଥ କିଛି ବୁଝି ପାରି ନଥିଲି l ବୋଉକୁ ପଚାରିଲି କ'ଣ କହିଲୁ ମୋର ମନେ ରହିଲାନି ଶୁଣିବାକୁ ତ ବହୁତ ଭଲ ଲାଗୁଛି ସେ ଆଉ ଥରେ କହିଲା l ମୁଁ ତା'ର ଅର୍ଥ ପଚାରିଲି l ସେ କହିଲା ତୁ ବୁଝି ପାରିବୁନି l ବଡ଼ ହେଲେ ବୁଝିବୁ l ସେ ମୋତେ ମୃତ୍ୟୁର ସୂଚନା ଦେବାକୁ ଚାହୁଁ ନଥିଲା l ସେତେବେଳେ ତା' ଦେହ ବହୁତ ଖରାପ ଥିଲା l ସେ ଗୀତ ଟି ମୋର କିନ୍ତୁ ମନେ ରହିଯାଇଥିଲା l ମୁଁ ତାକୁ ଘୋଷି ପାଣି କରି ଦେଇଥିଲି l ମୋ ବୋଉର ଦେହ ମଧ୍ୟ ଭଲ ହୋଇଗଲା l ମୁଁ ମଧ୍ୟ ଆସ୍ତେ ଆସ୍ତେ ବଡ଼ ହୋଇଗଲି ଏବଂ ତାର ଅର୍ଥ ମଧ୍ୟ୍ୟ ବୁଝିଗଲି l ମୋ ବୋଉ ଦୁଇ ହଜାର କୋଡ଼ିଏରେ ଇହ ଧାମ ତ୍ୟାଗ କଲା l ଏହାପରେ ମୋ ପାଳି l ଏଇ ତ ସଂସାର l ମୃତ୍ୟୁର ଖଣ୍ଡା ଆମ ମୁଣ୍ଡ ଉପରେ ଅହରହ ଝୁଲୁଥିଲେ ମଧ୍ୟ ଆମେ ଅପକର୍ମ କରିବାକୁ ପଛାଉନାହିଁ l ଅନ୍ୟକୁ ସାହାଯ୍ୟ ଅଲଗା କଥା l ଯେଉଁ ମାନେ ମୃତ୍ୟୁର ରହସ୍ୟକୁ ଭେଦ କରିପାରିଛନ୍ତି ସେହିମାନେ ହିଁ ମହାପୁରୁଷ ବା ଅତି ମାନବରେ ଗଣା ହୁଅନ୍ତି lବୋଧହୁଏ ପୂର୍ବ ଜନ୍ମର ସଂସ୍କାର l ଏତେ ବଡ଼ ପୃଥିବୀ ସହ ଅନ୍ୟାନ୍ୟ ଗ୍ରହ ଉପଗ୍ରହ ମାଧ୍ୟାକର୍ଷଣ ମହାକର୍ଷଣ ଶକ୍ତି ଦ୍ୱାରା ଶୂନ୍ୟରେ ଝୁଲିବା କିଛି ଛୋଟିଆ ବୈଚିତ୍ର ନୁହେଁ l ଆମେ ସବୁ ଜାଣି ମଧ୍ୟ ମାୟାର କରାଳ ଚକ୍ରରେ ପଡ଼ି ସବୁ ଭୁଲିଯାଉ l ତଳ ବରଡ଼ା ଆମକୁ ଇସାରା ଦେଲେ ବି ଆମେ ଝଡ଼ିବାକୁ ପସନ୍ଦ କରୁନାହିଁ l ସବୁବେଳେ ଉପର ବରଡ଼ାକୁ ଚାହିଁଥାଉ l କଳି ଯୁଗର ପ୍ରଭାବ ମଧ୍ୟ ପଡୁଛି l ଆମେ ଯଦି ସବୁକୁ ଏଡ଼ାଇ ଦେଇପାରିବା, ସମସ୍ତ ଦାୟିତ୍ୱ ଈଶ୍ୱରଙ୍କୁ ଦେଇ ପାରିବା ତେବେ ଏ ସମସ୍ୟାର ସମାଧାନ ହୋଇ ପାରିବ l ଆମର ଲକ୍ଷ ପୂରଣ ହେବ l ଆମେ ମୁକ୍ତି ପଥର ଯାତ୍ରୀ ହୋଇ ପାରିବା l



Rate this content
Log in