STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ରେଡିଓର ଉଦ୍ଭାବକ ମର୍କୋନି

ରେଡିଓର ଉଦ୍ଭାବକ ମର୍କୋନି

2 mins
0

  ରେଡିଓର ଉଦ୍ଭାବକ ମର୍କୋନି 

    ===============

ଆଜି ବିଶ୍ୱ ରେଡିଓ ଦିବସ ଅବସରରେ ଆସନ୍ତୁ ଜାଣିବା ରେଡିଓର ଜନକ ଇଟାଲୀୟ ବିଜ୍ଞାନୀ ମାର୍କୋନିଙ୍କ ବିଷୟରେ l ତାଙ୍କର ପୂରା ନାମ ହେଲା ଗୁଇଆଲ୍ମୋ ଜିଓଭାନି ମାରିଆ ମାର୍କୋନି l ସେ ପେସାରେ ଥିଲେ ଜଣେ ବିଦ୍ୟୁତ ଯନ୍ତ୍ରୀ l ସେ ମାର୍କୋନି ଲ, ରେଡିଓ ଟେଲିଗ୍ରାଫ୍‌, ଲମ୍ବା ଦୂରତାର ରେଡିଓ ଟ୍ରାନ୍‌ସମିସନ୍‌, ଆଦିର ଉଦ୍ଭାବନ ପାଇଁ ବିଶ୍ୱ ବିଖ୍ୟାତ l ୧୮୬୦ ମସିହାରେ ରେଡିଓ ତରଙ୍ଗର ଉପସ୍ଥିତି ଓ ଏହାର ପ୍ରସାରଣ ବା ଟ୍ରାନ୍‌ସମିସନ୍‌ର ପ୍ରଥମେ ସୂଚନା ଦେଇଥିଲେ ଜେମ୍‌ସ କ୍ଲାର୍କ‌୍‌ ମାକ୍‌ସ୍ବେଲ୍‌ l ୧୯୦୧ ରେ ମାର୍କୋନି ବିଶ୍ବରେ ସର୍ବ ପ୍ରଥମେ ରେଡିଓ ତରଙ୍ଗର ପ୍ରେରଣ କରି ଟ୍ରାନ୍‌ସଆଟ୍‌ଲାଣ୍ଟିକ ଟ୍ରାନ୍‌ସମିସନ୍‌ରେ ତାଙ୍କ ସଫଳତା ହାସଲ କରିଥିଲେ l ୧୯୦୩ରେ ତାଙ୍କ ମାଧ୍ୟମରେ ମାର୍କିନ୍‌ ରାଷ୍ଟ୍ରପତି ଜି.ରୁଜ୍‌ଭେଲ୍‌ଟ, ଇଂଲଣ୍ଡ୍‌ର ରାଜା ସପ୍ତମ ଏଡ଼ୱାର୍ଡ‌୍‌ଙ୍କ ପାଖକୁ ଏକ ରେଡିଓ ବାର୍ତ୍ତା ପଠାଇଥିଲେ l ମାର୍କୋନିଙ୍କ ପୂର୍ବରୁ ନିକୋଲା ଟେସ୍‌ଲା, ଅଲିଭର‌୍‌ ଲଜ୍‌ ଓ ହେନ୍‌ରିଚ୍‌ ହର୍ଜ‌୍‌ ପ୍ରମୁଖ ରେଡିଓ ତରଙ୍ଗ ପ୍ରେରଣରେ ସଫଳ ହୋଇଥିବା ଦାବି ହୁଏ l କିନ୍ତୁ ମାର୍କୋନିଙ୍କୁ ଏହାର ଶ୍ରେୟ ଦିଆଯାଏ l ଏଥି ପାଇଁ ୧୯୦୯ ରେ ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ତାଙ୍କୁ ମିଳିଥିଲା l ରେଡିଓକୁ ବିକଶିତ ତଥା ପ୍ରସାରିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମାର୍କୋନି, ଜର୍ମାନିର ହେନ୍‌ରିଚ୍‌ ହର୍ଜ‌୍, ରସିଆର ଆଲେକ୍ଜାଣ୍ଡର୍‌ ପୋପୋଭ୍, ଫ୍ରାନ୍‌ସର ଏଡ୍‌ୱାର୍ଡ‌୍ ବ୍ଲାନ୍‌ଲେ, ଆମେରିକାର ନିକୋଲାଇ ଟେସ୍‌ଲା, ବ୍ରିଟେନ୍‌ର ଅଲିଭର୍ ଲଜ୍, ସ୍ପେନ୍‌ର ସର୍ଭେରା ବାଭିଏରା ଓ ଆମ ଭାରତର ଚନ୍ଦ୍ର ବସୂ l ୧୮୯୭ ମସିହାରେ ମାର୍କୋନି ପ୍ରଥମେ ବ୍ରିଟେନ ରେ ଦି ଓୟାର‌୍‌ଲେସ୍‌ ଟେଲିଗ୍ରାଫ୍‌ ଆଣ୍ତ୍‌ ସିଗ୍‌ନାଲ୍‌ କମ୍ପାନୀ (ପରେ ମାର୍କୋନି କ˚ପାନି) ଖୋଲି ବ୍ୟବସାୟ ଆରମ୍ଭ କରି ଥିଲେ l ବଲୋଗ୍‌ନା ବିଶ୍ବବିଦ୍ୟାଳୟରୁ ସେ ଉଚ୍ଚ ଶିକ୍ଷା ସମାପ୍ତ କରି ତାଙ୍କ ଗବେଷକ ଜୀବନ ଆରମ୍ଭ କରି ଥିଲେ l ତାଙ୍କର ସମସ୍ତ ଗବେଷଣା ମୁଖ୍ୟତଃ ଇଟାଲିରେ ହୋଇଥିଲା l କିନ୍ତୁ ନିଜ ଗବେଷଣାର ସୁଫଳ ସେ ଇଂଲଣ୍ତ୍‌ରେହିଁ ପାଇଥିଲେ l ‘ଟାଇଟାନିକ୍‌’ ଜାହାଜ ଓ ଭାଟିକାନ୍‌ ସିଟିରେ ରେଡିଓ ସ˚ଯୋଗ, ତାଙ୍କ କ˚ପାନି କରିଥିଲା l ‘ଟାଇଟାନିକ୍‌’ ଜାହାଜ ବୁଡ଼ିରୁ ଯେଉଁ ଅଳ୍ପ କିଛି ଉଦ୍ଧାର ପାଇ ଯାଇଥିଲେ, ତାହା ସମ୍ଭବ ହୋଇଥିଲା, ସେଥିରେ ଖଞ୍ଜାଥିବା ରେଡିଓ ସଂଯୋଗ ଯୋଗୁଁ l ମାର୍କୋନିଙ୍କ କଂପାନି ପକ୍ଷରୁ ନିଯୁକ୍ତ ବ୍ରାଇଡ୍‌ ନାମକ ରେଡିଓ ଅପରେଟର୍‌ ଏହି ‘ଟାଇଟାନିକ୍‌’ ଜାହାଜରେ କାମ କରୁଥିଲେ l ତାଙ୍କ ଦ୍ବାରା ପ୍ରେରିତ ରେଡିଓ ବାର୍ତ୍ତା ପାଇ କିଛି ଦୂରରେ ଥିବା କାର୍ପାଥିଆ ନାମକ ସାହାଯ୍ୟକାରୀ ଜାହାଜ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା l ସେ ପ୍ରଥମେ ବିଏଟ୍ରିସ୍‌ ଓ’ବ୍ରିୟେନ୍‌ଙ୍କୁ ବିବାହ କରି ଥିଲେ l ତାହା ପରେ ଦ୍ୱିତୀୟ ବିବାହ କରିଥିଲେ ମାରିଆ କ୍ରିଷ୍ଟିନାଙ୍କୁ l ଦ୍ବିତୀୟ ପତ୍ନୀଙ୍କ ଠାରୁ ସେ ସତେଇଶ ବର୍ଷ ବଡ଼ ଥିଲେ l ଦ୍ବିତୀୟ ପତ୍ନୀ ଏବଂ କନ୍ୟାଙ୍କୁ ସେ ସମସ୍ତ ସପତ୍ତିର ଉତ୍ତରାଧିକାରୀ କରିଥିଲେ l ସେ ଇଟାଲିର ଫାସିବାଦି ଗୋଷ୍ଠୀର ବଡ଼ ସମର୍ଥକ ଥିଲେ l ତାଙ୍କର ଜନ୍ମ ହୋଇଥିଲା ୨୫ ଏପ୍ରିଲ୍‌ ୧୮୭୪ ଇଟାଲିର ବୋଲଗନା ଠାରେ l ମୃତ୍ୟୁର ତିନି ବର୍ଷ ପୂର୍ବରୁ ମାର୍କୋନି 9 ଥର ହୃଦ୍‌ ଘାତର ଶିକାର ହୋଇଥିଲେ l ଜୁଲାଇ କୋଡିଏ ତାରିଖ ୧୯୩୭ରେ ଦଶମ ହୃଦ୍‌ଘାତରେ ତାଙ୍କ ପରଲୋକ ହୋଇଥିଲା l ଚନ୍ଦ୍ରପୃଷ୍ଟର ଏକ ଗର୍ତ୍ତ ତାଙ୍କ ନାମ ଅନୁଯାୟୀ, ୧୩୩୨ ମାର୍କୋନିଆ ବୋଲି ନାମିତ କରା ଯାଇଛି l ଆଜି ବିଶ୍ୱ ରେଡ଼ିଓ ଦିବସରେ ମହାନ ବିଜ୍ଞାନୀ ମାର୍କୋନିଙ୍କୁ ଶତ ଶତ ନମନ l

        🙏🙏🙏

          ଅର୍ଜୁନୀ

        ---------------

ଅର୍ଜୁନୀ ଚରଣ ବେହେରା

 ମୋ - 7693091971


Rate this content
Log in

Similar oriya story from Inspirational