DR SAMIR RANJAN BEHERA

Drama Tragedy Thriller

4.0  

DR SAMIR RANJAN BEHERA

Drama Tragedy Thriller

ରାତ୍ରି ଆସିବା ପରେ

ରାତ୍ରି ଆସିବା ପରେ

4 mins
209


    

କାହିଁକି କେଜାଣିରାତ୍ରିକୁ ଏତେ ଡରେ ଅର୍ପିତା lରାତ୍ରି ଆସିଗଲେ ସେ ମୁହଁ ଲୁଚେଇ ଦିଏ ତା ମାର ବୁକୁରେ l ସତେ ଅଟ୍ଟହାସ କରେ ତାକୁ ତାଚ୍ଛଲ୍ୟ କରେ ତାର ହୃଦୟ କୋଣକୁ l

ଅର୍ପିତ ଖୁସୀ ମିଜାଜର ଝିଅଟେ ସରଳ ବିଶ୍ୱାସୀ, ଛନ୍ଦ କପଟ କଣ ଜାଣେନି l ପାଠରେ ବି କେହି ତା ସହ ଟକ୍କର ଦେଇ ପାରନ୍ତିନି l ଛୋଟ ବେଳେ ଇଛା ଥିଲା ଡାକ୍ତର ହେବ l ବାପା ତାର ସ୍କୁଲ ମାଷ୍ଟର l ସଂସ୍କାର ଆଦର୍ଶରେ ଗଢି ଉଠିଥିବା ଅର୍ପିତା ତାର ପିଲା ଦିନର ସ୍ବପ୍ନକୁ ସାର୍ଥକ କରି ସେ ଆଜି MBBSରେ ନାମ ଲେଖେଇଲା ଏସସିବି ମେଡିକାଲ କଲେଜ କଟକ..

ପ୍ରଥମ ବର୍ଷରୁ ହିଁ ସେ ତାର ପ୍ରତିଭା ଦେଖେଇ ଦେଇଥିଲ । Internal Assesment, ସେମିଷ୍ଟାର ସବୁଥିରେ ଟପ୍ପର ହେଉ ଥାଏ l ଆନୁଆଲ ଫଙ୍କସନରେ ବି ସେ ତାର କଳାକୁ ପ୍ରମାଣ କରିଦେଇଥିଲା l ଅର୍ପିତାର ସମସ୍ତ ଗୁଣକୁ ଅନ୍ଧ ଭାବରେ ଭଲ ପାଉଥିଲା ଅଭିଜିତ l ସେ ତାଙ୍କ ବ୍ୟାଚରେ ସେକେଣ୍ଡ ହୁଏ ଅର୍ପିତାର ପାଖ ରୁଲ ନୁମ୍ବର l ଭଲ ପିଲାଟା, ଅର୍ପିତାକୁ ମନେ ମନେ ବହୁତ ଭଲ ପାଏ କିନ୍ତୁ କେବେ ସେ କହିପାରେନି l

କାରଣ ଅଭିଜିତ ଜାଣିଛି ଅର୍ପିତା ସେମିତି ମେଂଟାଲିଟିର ନୁହଁ ସେ ତାକୁ ଜଷ୍ଟ ଫ୍ରେଣ୍ଡ ଭଳି ଦେଖେ ଏଣୁ କାଳେ ସେ ମନେ କରିଦେବ ତେଣୁ ତାକୁ କେବେ ପ୍ରପୋଜ କରିବାକୁ ସାହସ କରିନି l ଏମିତି ସମୟ ଗଡି ଚାଲିଥିଲା l

ନିର୍ମଳ ଆକାଶରେ କଳା ବାଦଲ ଘୋଟି ଆସିବା ପରି ଦୁଃଖ ମାଡି ଆସିଥିଲା ଅର୍ପିତା ଜୀବନରେ l

3rd year ର କଥା, ପୁରା ବ୍ୟାଚ ଖଣ୍ଡାଧାର ପିକନିକ ପାଇଁ ବାହାରିଲେ l ଅର୍ପିତା ଅଭିଜିତ ବି ସାଥିରେ ଥିଲେ l ମଉଜ ମଜଲିଶ ଭିତରେ ଗୋଲି ଖଟି ଚାଲିଥାଏ l ବସରେ କିଛି ସାଙ୍ଗ ଅର୍ପିତା ଅଭିଜିତ ନାମ ନେଇ ଯୋଡୁଥାନ୍ତି । ଅଭିଜିତ ମନେ ମନେ ଖୁସି ହେଉଥାଏ କିନ୍ତୁ ଅର୍ପିତା ଏସବୁ ଭୃକ୍ଷେପ କରୁନଥିଲା l ଅଭିଜିତ ସାଙ୍ଗମାନଙ୍କ ସହ ପ୍ଲାନ କରିଥିଲା ଯେ ଏଇ ପିକନିକ ଭିତରେ ଯେମିତି ହେଉ ଅର୍ପିତାକୁ ମନ କଥା ଜଣେଇବ ଆଉ ପ୍ରପୋଜ କରିବ l

ବସ ଏହା ଭିତରେ ଖଣ୍ଡାଧାର ପହଂଚି ଯାଇଥାଏ । ଶୀତ ସକାଳୁ ଦେହ ଥରିଯାଉଥାଏ ହେଲେ ବି ପିଲାମାନେ ପୁରା ଜୋସରେ ଥାନ୍ତି l ଅଭିଜିତର କିନ୍ତୁ କିଛି ମନ ଲାଗୁ ନଥାଏ ତା ମୁଣ୍ଡରେ ଖାଲି ଗୋଟେ ଜିନିଷ ଖେଳୁଥାଏ କେମିତି ଅର୍ପିତାକୁ ତା ମନର ସବୁ କଥା କହିବ l 

ଏହା ଭିତରେ ପିଲା ମାନେ ଟିଫିନ ଖାଇ ବୁଲି ଯିବାକୁ ରେଡି ହେଇଗଲେଣି ଅଭିଜିତ ତର ତରରେ କଣ ଟିକେ ଖାଇ ବାହାରିଗଲା ବୁଲିବା ପାଇଁ l

"ଅର୍ପିତା ଟିଫିନ ଖାଇଲ ନା "

"ହଁ, କଣ ହେଲାକି ତମେ ଖାଇନ କି "

"ନାଇଁ ଏମିତି ପଚାରିଦେଲି "

"ଆଛା "

"ଅର୍ପିତା ଗୋଟେ କଥା କହିବି ମାଇଣ୍ଡ କରିବନି ନl"

"କହୁନ "

"ମୁଁ ତୁମକୁ ବହୁତ ଭଲ ପାଏ । ତମକୁ ଜୀବନ ସାଥି କରିବାକୁ ଚାହେଁ 1st yearରୁ କହିବି କହିବି କହି କହି ପାରି ନଥିଲି... "

"ଆଉ ଆଜି କହିଦେଲ ନା କେମିତି ଭାବି ପାରିଲ ଅଭିଜିତ ମୁଁ ସେମିତି ନଜରରେ କେବେ ବି ତୁମକୁ ଦେଖିନି ମୁଁ ଜଷ୍ଟ ଫ୍ରେଣ୍ଡ ଭଳି ଦେଖେ । ତମର ଏମିତି ମେଂଟାଲିଟି, ଛି.... ମୋ ଆଗକୁ ଆଉ ଆସିବନି I hate you " l

ଏତିକି କହି ଅର୍ପିତା ସେଠୁ ଚାଲିଗଲା l

ଅଭିଜିତ ସ୍ଥାଣୁ ଭଳି ଠିଆ ହେଇଥାଏ ପାଦ ତଳୁ ତାର ଯେମିତି ମାଟି ଖସିଯାଉଥାଏ ଆକାଶ ଯେମିତି ଛିଣ୍ଡି ପଡିଥାଏ l

ହଟାତ ତିନି ଚାରି ଜଣ ସାଙ୍ଗ ଙ୍କ ନଜରରେ ଅଭିଜିତ ପଡିଲା l

" ଆବେ ସାଙ୍ଗ ଏଠି କଣ ଏକା ଏକା ଠିଆ ହେଇଛୁ ଅର୍ପିତା ସେଠି ଫୋଟୋ ଉଠଉଛି ସାଇଟରେ... ଚାଲ ସାଙ୍ଗ enjoy କରିବା l

ଅଭିଜିତର କୌଣସି କଥା ତା କାନରେ ବାଜୁ ନଥାଏ l କାନରେ ଅର୍ପିତାର ତିରସ୍କାର ପ୍ରତିଧ୍ୱନି ହେଉଥାଏ l

କାହାକୁ ବି କହି ପାରୁ ନଥାଏ ଅର୍ପିତାର ମନା କରିଦେବା ଟା l କଣ ପାଇଁ ସେ ମୋତେ ତିରସ୍କାର କଲା? କେଉଁ ଗୁଣରେ ମୁଁ କମ ଥିଲି? କ୍ଷତବିକ୍ଷତ ହୃଦୟରେ ନିଜକୁ ପଚାରି ଚାଲିଥାଏ l

ଏହି ସମୟରେ ହରିଶ ଚିଲେଇ ଉଠିଲା

"ଆବେ ଅଭିଜିତ ଆ, ଗ୍ରୁପ ଫୋଟୋ ଉଠେଇବା ତ ଜାନେମନ ଅର୍ପିତା ବି ଅଛି l "

ଏତିକି କହି ଟାଣି ନେଇଗଲା ସାଇଟକୁ l

ଇଛା କିଛି ନଥିଲେ ବି ସାଙ୍ଗମାନଙ୍କ ସହ ଫୋଟୋ ଉଠଉ ଥାଏ ଅଭିଜିତ l

ହଠାତ କିଛି ସାଙ୍ଗ ଅର୍ପିତାକୁ ଡାକି ଆଣି ଅଭିଜିତ ପାଖରେ ଛିଡା କରେଇଦେଇ ଫୋଟୋ ସ୍ନାପ ନେଉଥିବା ସମୟରେ ଅତ୍ୟଧିକ ଭାବପ୍ରବଣତା ହେଉ କି ଅନ୍ୟମନସ୍କ ହେଉ ଅଭିଜିତର ଗୋଡ ଖସିଗଲା ଆଉ ନିମିଷକେ ମଧ୍ୟରେ ଅଦୃଶ୍ୟ ହେଇଗଲା ସେ l

ସାଙ୍ଗ ମାନେ ଅଭିଜିତ.... କହି ଚିତ୍କାର କରି ଉଠିଲେ ଅର୍ପିତା ବି ପାଗଳ ପ୍ରାୟ ହେଇ ଉଠିଲା.. ସବୁ ଧ୍ୱନି ପ୍ରତିଧ୍ୱନି ହେଇ ଫେରି ଆସିଲା l ଅଭିଜିତର କୌଣସି ପତା କି ସତା ମିଳିଲାନି l

ଦମକଳ ପୋଲିସ ସମସ୍ତେ ଖୋଜିବାକୁ ଚେଷ୍ଟା କଲେ ସିନା କିନ୍ତୁ କିଛି ଲାଭ ହେଲାନି l କାଳର କରାଳ ଗର୍ଭରେ ଅର୍ପିତା ଉପରେ ଅଭିମାନ କରି ହଜିଗଲା ସେ l ସତେ ଯେମିତି ଅମା ଅନ୍ଧକାର ଘୋଟି ଗଲା ପୁରା ବ୍ୟାଚରେ l ସେଦିନ ସବୁ ଫେରିଆସିଲେ ହଷ୍ଟେଲକୁ l ଅର୍ପିତା ପାଷାଣୀ ହେଇଯାଇଥାଏ l କାହାକୁ କିଛି ବି କହି ପାରୁନଥିଲା ସେ l ନିଜକୁ ଧିକାର କରୁଥାଏ

। ଧିକାର କରୁଥାଏ ତା ଅହଂକାରକୁ, ଧିକାର କରୁଥାଏ ତା ଜ୍ଞାନକୁ, ଆଉ ଧିକାର କରୁଥାଏ ତା ସଂସ୍କାରକୁ..

ଅର୍ପିତାକୁ ଆଉ ତା ପର ଦିନ ଠୁ କିଛି ଭଲ ଲାଗୁନଥାଏ l ନିଜର ଗର୍ବ ଅହଂକାର ସତେ ତାକୁ ପଦାଘାତ କରୁଥାଏ l

ରାତ୍ରି ହେଲେ ତା ହୃଦୟ କମ୍ପି ଉଠେ ସତେ ଦୂରୁ ଭାସି ଆସେ ଅଭିଜିତର କ୍ରନ୍ଦନ ସ୍ୱର l ଆଖି ଖୋଲିଲେ ସେ ଝରକା ପାଖରେ ଦେଖିବାକୁ ପାଏ ଛିହ୍ନ ବିଛିହ୍ନ ମୁହଁଟି, ଏହା ଅଭିଜିତର ନୁହଁ ତ,

ଭୟରେ କମ୍ପନ ହେଇ ତକିଆରେ ମୁହଁ ଜାକି ଦେଇ ଭୋ ଭୋ କାନ୍ଦି ଉଠେ ଅର୍ପିତା....।

ଆଉ ସତେ ଯେମିତି ସେଇ ଆତ୍ମାଟି ତାର ଲୁହ ପୋଛି ଦେଇ ତାର ମୁଣ୍ଡ ଆଉଁସି ଦିଏ...।

ଆଉ କହିଯାଏ " ଅର୍ପିତା ବ୍ୟସ୍ତ ହେନି ମୁଁ ତୋ ପାଖେ ପାଖେ ଅଛି.... ତୋ ଶୁଭ ମନସୀ... ତୋ ଆପଦ ବିପଦର ସାଥି ହେଇ l

ଆଉ ସକାଳୁ ଉଠି ଦେଖିବାକୁ ପାଏ ଅଭିଜିତ ଅର୍ପିତାର ଶେଷ ଫୋଟୋଟି ଯାହା ଉପରେ ନିଗାଡ଼ି ଦେଇଥିଲା ରାତ୍ରିର ସେଇ ଅଶ୍ରୁ ଅଭିଜିତର ସ୍ମୃତିରେ ।



Rate this content
Log in

Similar oriya story from Drama