Trushna Das

Tragedy

3.5  

Trushna Das

Tragedy

ରାଣୀ (ଭାଗ-1)

ରାଣୀ (ଭାଗ-1)

5 mins
110


ଦିନବନ୍ଧୁ ଜଣେ ବଡ ବ୍ୟବସାୟୀ ହେଲେ ମଧ୍ୟ ଜଣେ ଉଦାର ଓ ଦୟାବାନ ବ୍ୟକ୍ତି। ତାଙ୍କର ଓ ତାଙ୍କ ପତ୍ନୀ ସୁମିତ୍ରାଙ୍କ ବାହାଘର ଦଶ ବର୍ଷ ପରେ ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା। ତାଙ୍କର ନାମ ବିବେକ ରଖିଲେ। ନାମ ସିନା ବିବେକ ହେଲା..... କିନ୍ତୁ ଲୋକଟି ପୁରା ବିବେକହୀନ। ଛୋଟ ବେଳୁ ତାଙ୍କର ଜିଦ ବହୁତ। ଠିକ ହେଉ ବା ଖରାପ ହେଉ ଜିଦ ତାଙ୍କ ପୁରଣ ହେବା ଦରକାର। ସୁମିତ୍ରା ପୁଅ ସ୍ନେହରେ ପାଗଳୀ.... ପୁଅର ଜିଦ୍ ପୁରଣ କରିବା ପାଇଁ ସ୍ୱାମୀ ଦିନବନ୍ଧୁଙ୍କ ସହ କଳି ଝଗଡ଼ା ଲାଗିବା ପାଇଁ ମଧ୍ୟ ପଛାନ୍ତି ନାହିଁ। ସୁମିତ୍ରା ଓ ବିବେକ ପ୍ରଥମରୁ ହିଁ ଧନ ଲୋଭୀ।ବିବେକ ପଢିବା ପାଇଁ ସହରକୁ ପଳାଇଲେ। 


ଦିନବନ୍ଧୁଙ୍କ ଘରେ ମାଳତୀ ବୋଲି ଜଣେ ଚାକରାଣୀ କାମ କରୁଥିଲେ। ମାଳତୀଙ୍କ ପରିବାର କହିଲେ ତାଙ୍କର ମଦୁଆ ସ୍ୱାମୀ ବିଜୁ ଓ ଗୋଟିଏ ସୁନ୍ଦରୀ ଓ ଗୁଣବତୀ ଝିଅ ରାଣୀ।ମାଳତୀଙ୍କ ସ୍ୱାମୀ ବିଜୁ କାମ ଧନ୍ଦା କିଛି କରନ୍ତି ନାହିଁ..... ସବୁବେଳେ ମାଳତୀକୁ ଟଙ୍କା ମାଗି ମଦ ପିଇ ରାସ୍ତାରେ ଗୋଡିବା ଅଭ୍ୟାସ ତାଙ୍କର। ଟଙ୍କା ନ ଦେଲେ ମାଳତୀ ଓ ରାଣୀଙ୍କୁ ପିଟାମରା କରିବାକୁ ମଧ୍ୟ ସେ ପଛାନ୍ତି ନାହିଁ। 


ଏ ବିଷୟରେ ଦିନବନ୍ଧୁ ଜାଣିଥିଲେ। ତେଣୁ ସେ ରାଣୀର ପାଠ ପଢା ଦାୟିତ୍ୱ ନିଜ ସ୍ତ୍ରୀଙ୍କୁ ନ ଜଣାଇ ନେଇଥିଲେ।କାରଣ ସେ ଜାଣିଥିଲେ ଯେ ସୁମିତ୍ରା ଯେତିକି ଲୋଭୀ..... ସେ ଏ କଥାରେ ରାଜି ହେବେ ନାହିଁ। 


ରାଣୀ ବହୁତ ଧିର ଓ ନମ୍ର ସ୍ୱଭାବର ଝିଅ। ହେଲେ ବହୁତ ସ୍ବାଭିମାନୀ। ଦେଖିବା ପାଇଁ ବହୁତ ସୁନ୍ଦର। ହସି ଦେଲେ ଯେମିତି ମୁକ୍ତା ଝରୁଛି। ତାଙ୍କ ରୂପ ଅହଃ କଣ କହିବି.....ବର୍ଣ୍ଣ ତାଙ୍କର ହଳଦିଆ ....ପୁରା ଏକ ଚାଉଳରେ ଗଢା..... ଫିଲ୍ମର ହିରୋଇନ୍ ମାନେ ବି ତାଙ୍କ ପାଖରେ ହାର ମାନି ଯିବେ। 


ରାଣୀ ଡିଗ୍ରୀ ପାଠ ପଢା ସାରି ଘରେ ଅଛି। ରାଣୀ ବାହାଘର ପାଇଁ ମାଳତୀ ପୁଅ ଖୋଜୁଛନ୍ତି। ହଠାତ୍ ବିଜୁ ଆସି ରାଣୀଙ୍କୁ କିଛି ଟଙ୍କା ପାଇଁ ବିକି ଦେବା ପାଇଁ ସହରକୁ ନେଇ ଯିବାକୁ ବାହାରିବାରୁ ମାଳତୀ ତାଙ୍କର ପ୍ରତିବାଦ କରିଛନ୍ତି। ସେଥିରେ ବିଜୁ ରାଗି ଯାଇ ମାଳତୀକୁ ବହୁତ ପିଟାମରା କରିଛନ୍ତି। ରାଣୀ ଅଟକାଇବାରୁ ରାଣୀଙ୍କୁ ଗୋଟିଏ କୋଠରୀରେ ବନ୍ଦ କରିଦେଲେ ବିଜୁ। ଗାଁ ଲୋକ ମାଳତୀ ପାଟି ଶୁଣି ଧାଇଁ ଆସିବାରୁ ବିଜୁ ଲୁଚି ଦୌଡ଼ି ପଳାଇଲେ। ମାଳତୀଙ୍କୁ ଗୁରୁତର ଅବସ୍ଥାରେ ରାଣୀ ଓ ଗାଁ ଲୋକମାନେ ଡାକ୍ତରଖାନା ନେଲେ। ଦିନବନ୍ଧୁ ଏ ଖବର ପାଇ ଡାକ୍ତରଖାନାରେ ପହଞ୍ଚିଲେ। ମାଳତୀ ଦିନବନ୍ଧୁଙ୍କ ହାତରେ ରାଣୀର ହାତ ଦେଇ କହିଲେ ବାବୁ ମୋ ଝିଅ ଆପଣଙ୍କୁ ଲାଗିଲା..... ତାକୁ ଭଲ ପୁଅ ଦେଖି ବିବାହ କହି ସବୁଦିନ ପାଇଁ ଆଖି ବନ୍ଦ କଲେ ମାଳତୀ।


ଦିନବନ୍ଧୁ ବିଚାରି ରାଣୀଙ୍କୁ ନିଜ ଘରକୁ ନେଇ ଗଲେ। ହେଲେ ଏ କଥା ସୁମିତ୍ରା ସହି ପାରୁ ନ ଥିଲେ। ସେ ରାଣୀଙ୍କୁ ପୁରା ଚାକରାଣୀ କରି ରଖିଲେ। ସବୁବେଳେ ରାଣୀ ଉପରେ ରାଗି ଗରଗର ହେଲେ।ଦିନବନ୍ଧୁ ରାଣୀଙ୍କୁ ଘରର ଝିଅ ପରି ରଖିବା ପାଇଁ ଆଣିଥିଲେ ହେଲେ ସେ ଯେ ଘରେ ଚାକରାଣୀ ହୋଇ ରହିଛନ୍ତି ଏ କଥା ତାଙ୍କୁ ଅଜଣା ଥିଲା।। 


କିଛି ମାସ ପରେ ବିବେକ ସହରରୁ ବହୁତ ବର୍ଷ ପରେ ଗାଁକୁ ଫେରିଲେ। ମାଳତୀ ସେତେବେଳକୁ ଗାଁ ବଜାରରୁ ପରିବାର କଣି ଘରକୁ ଆସୁଥାଆନ୍ତି। ବିବେକ ଓ ରାଣୀ ପରସ୍ପରକୁ କୁ ଆଗରୁ କେବେ ଦେଖି ନ ଥିଲେ। ବିବେକ ଗାଁରେ ଏତେ ସୁନ୍ଦର ଝିଅକୁ ଦେଖି ଲାଲୁଆ ହୋଇ ଗଲେ। ସିଧା ଯାଇ ରାଣୀ ଓଠରେ ରାସ୍ତା ମଝିରେ ଚୁମ୍ବନ ଦେବାକୁ ଚେଷ୍ଟା କରିବାରୁ ରାଣୀ ଜୋରରେ ବିବେକଙ୍କ ମୁହଁରେ ଚାପୁଡା ମାରିଲେ। ଏହା ଦେଖି ବିବେକଙ୍କ ସାଥିରେ ଥିବା ସାଙ୍ଗମାନେ ତାଙ୍କ ଉପରେ ହସିପରିହାସ କଲେ। ବିବେକଙ୍କୁ ବହୁତ ଅପମାନ ଲାଗିଲା। ସେ ମନେ ମନେ ସ୍ଥିର କଲେ ସେ ଝିଅ (ରାଣୀ) ଠାରୁ ପ୍ରତିଶୋଧ ନେବେ ବୋଲି। 


ତାପରେ ବିବେକ ଓ ତାଙ୍କ ସାଙ୍ଗମାନେ ଘରକୁ ଗଲେ।ଘରେ ପହଞ୍ଚି ମାଆ ଠାରୁ କଥା ହେଉ ହେଉ ବିବେକ ରାଣୀଙ୍କୁ ଦେଖି ମାଆଙ୍କୁ ପଚାରିଲେ ଇଏ କିଏ.... ଏବଂ ରାଣୀ ବିଷୟରେ ସବୁ ଜାଣିଲେ। 


ତାପରେ ବିବେକ ସାଙ୍ଗମାନଙ୍କ ସହ ସର୍ତ୍ତ ରଖିଲେ ଯେ ସେ ରାଣୀଠାରୁ ତାଙ୍କ ଅପମାନର ପ୍ରତିଶୋଧ ନେବେ ବୋଲି। 


କାଳେ ରାଣୀ ବଜାରର ଘଟଣା ବପାଙ୍କୁ କହିଦେବେ ଭାବି ବିବେକ ରାଣୀଙ୍କୁ ଅଟକାଇବାକୁ ଯାଇ ମିଛରେ ଅଭିନୟ କରି ରାଣୀଙ୍କୁ କ୍ଷମା ମାଗିଲେ ଏବଂ କହିଲେ ତାଙ୍କ ସାଙ୍ଗମାନଙ୍କ ସହ ତାଙ୍କର ସର୍ତ୍ତ ଥିଲା ଯେ ପ୍ରଥମେ ଯେ ଝିଅକୁ ଦେଖିବୁ ତାକୁ ଚୁମ୍ବନ ଦେବୁ..... ସେଥିପାଇଁ ସେ ସେମିତି କଲେ..... ନ ହେଲେ ସେ ସ୍ତ୍ରୀ ଲୋକଙ୍କ ବହୁତ ସମ୍ମାନ ଦିଅନ୍ତି। 


ରାଣୀ ଜଣେ ନିରୀହ ଝିଅ.... ସେ ଭାବିଲେ ସତ କଥା ବାବୁ ଏତେ ଭଲ.... ତାଙ୍କ ପୁଅ କେବେ ଖରାପ ହେବେ ନାହିଁ।


ତାପରେ ରାଣୀ କହିଲେ ଛାଡ଼ନ୍ତୁ ବିବେକ ବାବୁ ସେ କଥା....ମୁଁ କାହାକୁ ବି ଏ କଥା କହିବି ବି ନାହିଁ।ବିବେକ ତାଙ୍କୁ କହିଲେ ମୋତେ ମୋ ସାଙ୍ଗମାନେ ବବି ଡାକନ୍ତି..... ତୁମେ ବି ମୋତେ ବବି ଡାକିଲେ ମୋତେ ଭଲ ଲାଗିବ।। 


ତାପରେ ବିବେକ ନିଜ ଯୋଜନା ଅନୁଯାୟୀ କାର୍ଯ୍ୟ ଆରମ୍ଭ କଲେ। ରାଣୀଙ୍କ ସହ ମିତ୍ରତା ବଢାଇବାରେ ଲାଗିଲେ। ରାଣୀ ବି ବିବେକଙ୍କ ସହ ମିଶି ଖୁସି ହେବାକୁ ଲାଗିଲେ।ରାଣୀ ମନେ ମନେ ବିବେକଙ୍କୁ ଭଲ ପାଇବାରେ ଲାଗିଲେ। ଦିନବନ୍ଧୁ ବିବେକ ଓ ରାଣୀଙ୍କ ବନ୍ଧୁତ୍ୱକୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ମନେ ମନେ ସ୍ଥିର କଲେ। ସେ ଭାବିଲେ ପୁଅ ମୋର ସହରକୁ ଯାଇ ପରିବର୍ତ୍ତନ ହୋଇ ଯାଇଛି.... ରାଣୀ ସହ ରହିଲେ ସେ ପୁରା ଭଲ ହୋଇ ଯିବ। 


କିଛି ଦିନ ପରେ ହୋଲି ଆସିଲା। ବିବେକ ନିଜ ଯୋଜନାର ଅନ୍ତିମ ପର୍ଯ୍ୟାୟରେ। ସେ ରାଣୀଙ୍କୁ ରଙ୍ଗ ଖେଳ ସମୟରେ ସରବତରେ ନିଦ ଔଷଧ ମିଶାଇ ପିଆଇ ଦେଲେ। ନିଜେ ମଧ୍ୟ ବହୁତ ଭାଙ୍ଗ ପିଇ ଥିଲେ। 


ସମସ୍ତେ ରଙ୍ଗ ଖେଳରେ ବ୍ୟସ୍ତ ଥିବା ସମୟରେ ରାଣୀଙ୍କୁ ଘରର ଗେଷ୍ଟ ରୁମକୁ ନେଇ ଗଲେ..... ଯେଉଁଠାରେ ସେ କ୍ୟାମେରା ଲୁଚାଇ ଲଗାଇ ରଖିଥିଲେ।ରାଣୀ ବିବେକଙ୍କ କୋଠରୀରେ ପହଞ୍ଚିବା ପରେ ଅଚେତ ହୋଇ ପଡିଗଲେ। ସେହି ସମୟରେ ବିବେକ ରାଣୀଙ୍କ କପଡ଼ା ଖୋଲି ଅଶୀଳ ଫୋଟୋ ଉଠାଇଲେ।ତାପରେ ଯାହା ହେଲା ତାହା ତାଙ୍କର ଯୋଜନାରେ ମଧ୍ୟ ନ ଥିଲା। ନିଜକୁ ସମ୍ଭାଳି ନ ପାରି ରାଣୀଙ୍କ ଚେତା ଶୂନ୍ୟ ଅବସ୍ଥାରେ ତାଙ୍କ ସହ ସମ୍ପର୍କ ରଖି ନିଶାରେ ନିଜେ ରାଣୀ ଉପରେ ଶୋଇ ଗଲେ। 


ରଙ୍ଗ ଖେଳ ସରିଲା। ବିବେକଙ୍କ ସାଙ୍ଗମାନେ ବିବେକ ଓ ରାଣୀଙ୍କୁ ଖୋଜୁ ଥାଆନ୍ତି। ଠିକ ସେହି ସମୟରେ ଦିନବନ୍ଧୁ ଲୁଚି ଲୁଚି ସେମାନଙ୍କ ଠାରୁ ବିବେକର ଯୋଜନା ଜାଣିଲେ। 


ଦିନବନ୍ଧୁ ନିଜ ପୁଅର ଲଜ୍ଜାଜନକ କାମ ପାଇଁ ନିଜକୁ ଧିକ୍କାର କଲେ।ତାପରେ ସେ ରାଣୀ ଓ ବିବେକଙ୍କୁ ଖୋଜିବାକୁ ଲାଗିଲେ। 


ରାଣୀଙ୍କ ଚେତା ଫେରିଲା। ନିଜକୁ ଏମିତି ଅବସ୍ଥାରେ ପାଇ ସେ କିଛି ବୁଝିପାରିଲେ ନାହିଁ.... କଣ ହେଲା ତାଙ୍କ ସହ.... ପୁଣି ବବି (ବିବେକ) ତାଙ୍କ ଉପରେ ଏମିତି ଶୋଇଛନ୍ତି..... ଦୁହିଁଙ୍କ ଅବସ୍ଥା ଦେଖି ଲଜ୍ଜାରେ ସେ ନିଜକୁ ଧିକ୍କାର କଲେ.... ଯାହା ନ ହେବା କଥା..... ଦୁହିଁଙ୍କ ମଧ୍ୟରେ ସବୁ କିଛି ହୋଇଗଲା.....? ବିବେକଙ୍କୁ ନିଜ ଉପରୁ ଏଡାଇ ସେ କୋଠରୀରେ ଭିତରେ ଥିବା ବାଥରୁମକୁ ଯାଇ ସାୱାର ଖୋଲି ପାଣି ତଳେ ଛିଡା ହୋଇ କାନ୍ଦିବାକୁ ଲାଗିଲେ। 


କିଛି ସମୟ ପରେ ବିବେକ ଉଠିଲେ।ତାପରେ ତାଙ୍କର ମନେ ପଡିଲଲା ନିଶାରେ ହୋଇ ଥିବା ଭୁଲ।ତଥାପି ସେ ସେଠାରୁ ବାହାରି ପଳାଉଥାଆନ୍ତି।


ସେହି ସମୟରେ ଦିନବନ୍ଧୁ ଆସି ବିବେକଙ୍କୁ ଗୋଟିଏ ଦଲିଲ ଦେଲେ ଯେଉଁଠିରେ ଲେଖା ହୋଇଥିଲା ଯେ ବିବେକ ରାଣୀଙ୍କୁ ବିବାହ କରି ସେ ଦୁହିଁଙ୍କ ସନ୍ତାନ ହେଲା ପରେ ଦିନବନ୍ଧୁଙ୍କ ସମସ୍ତ ସମ୍ପତ୍ତିକୁ ସେ ତିନି ଭାଗ କରିବେ... ଗୋଟିଏ ଭାଗ ନିଜର ଓ ସ୍ତ୍ରୀ ସୁମିତ୍ରାଙ୍କ, ଆଉ ଗୋଟିଏ ଭାଗ ବିବେକଙ୍କର ଓ ଆଉ ଗୋଟିଏ ଭାଗ ରାଣୀଙ୍କର। ଏହା ପଢି ବିବେକ ପଚାରିଲେ ବାପା ଏ ସବୁ? 


ଦିନବନ୍ଧୁ ବିବେଙ୍କୁ ଶକ୍ତ ଚାପୁଡ଼ା ମାରି କହିଲେ ଏ ସବୁ ତୋର କୁକର୍ମର ପ୍ରାୟଶ୍ଚିତ। ବିଚାରି ଝିଅଟିର ଜୀବନକୁ ବର୍ବାଦ କରି ଦେଲୁ ନା.... ମୁଁ ତୋର ସାଙ୍ଗମାନଙ୍କ ଠାରୁ ସବୁ ଶୁଣି ସାରିଛି। ବିବେକଙ୍କ ହାତରୁ ସେ କ୍ୟାମେରା ନେଇ ଭାଙ୍ଗି ଫିଙ୍ଗି ଦେଲେ ଏବଂ କହିଲେ ରାଣୀ ଯେମିତି ତୋ ଯୋଜନା ବିଷୟରେ ନ ଜାଣୁ। ତୋ ଭୁଲ ଲୁଚାଇବା ପାଇଁ ଯାଆ ତାକୁ ଭଲରେ ବିବାହ କରିବୁ ବୋଲି କହିବୁ ଯାଆ। 


ନିଜ ଭୁଲକୁ ଲୁଚାଇବାକୁ ଯାଇ ସେ ରାଣୀଙ୍କୁ ବାଥରୁମ ବାହାରୁ ଗୋଟିଏ ଟାଓଏଲ ଦେଇ ଡାକିଲେ..... ରାଣୀ କାନ୍ଦ ନାହିଁ.... ଦୟା କରି ବାହାରକୁ ଆସ। 


ରାଣୀ ଟାଓଏଲଟାକୁ ନେଇ ପିନ୍ଧି ବାହାରକୁ ଆସିଲେ। ତାଙ୍କୁ ଏମିତି ଅବସ୍ଥାରେ ଦେଖି ବିବେକ ମନରେ ଆହୁରି ଆକର୍ଷଣ ବଢୁ ଥାଏ। ତଥାପି ନିଜକୁ ସମ୍ଭାଳି ମିଛରେ କହିଲେ ରାଣୀ ଆମ ଭିତରେ ଯାହା ହେଲା..... ତାହା ହେବା କଥା ନୁହେଁ। ଆମେ ଦୁହେଁ ବୋଧେ ଭୁଲରେ ଭାଙ୍ଗ ପିଇ ଥିଲୁ। ପୁଣି ବୋଧହୁଏ ଦୁହେଁ ଦୁହିଁଙ୍କୁ ଭଲ ପାଉଛୁ.... ମୁଁ ତ ତୁମକୁ ବହୁତ ଭଲ ପାଏ.... ଜାଣେନା ତୁମ କଥା.... ବୋଧହୁଏ ଆମ ଭଲ ପାଇବା ଓ ନିଶାରେ ଏ ଭୁଲ ହୋଇ ଗଲା। ମୋତେ କ୍ଷମା କରି ଦିଅ।


ରାଣୀଙ୍କ ଆଖିରୁ ଲୁହ ବହି ଯାଇଥାଏ.... ।


ବିବେକ ପଚାରିଲେ ରାଣୀ ତୁମେ ମୋତେ ଭଲ ପାଅ ନା....। 


ରାଣୀ ଲୁହ ଭରା କଣ୍ଠରେ ମୁଣ୍ଡ ହଲାଇ କହିଲେ ହଁ ବବି। 


ବିବେକ ରାଣୀଙ୍କୁ ଖଟ ଉପରେ ବସାଇ ନିଜେ ତଳେ ଆଣ୍ଠେଇ ପଡି ରାଣୀଙ୍କ ହାତ ଧରି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ ଏବଂ ରାଣୀଙ୍କ ହାତରେ ଚୁମ୍ବନ ଦେଲେ। ରାଣୀ ହଁ କହିବାରୁ ବିବେକ ରାଣୀଙ୍କୁ କୁଣ୍ଢାଇ ଧରିଲେ। 


ବିବେକ ନିଜ ଭୁଲକୁ ଲଚାଇବା ପାଇଁ ଓ ବାପାଙ୍କ ସମ୍ପତ୍ତି ପାଇବା ଆଶାରେ ଘର ଲୋକଙ୍କୁ ଓ ସାଙ୍ଗମାନଙ୍କୁ କହିଲେ ସେ ରାଣୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ବିବାହ ମଧ୍ୟ କରିବାକୁ ଚାହାଁନ୍ତି। 


ଏ କଥା ଶୁଣି ସୁମିତ୍ରା ରାଜି ହୋଇ ନ ଥିଲେ କାରଣ ସେ ଚାହୁଁଥିଲେ ଜଣେ ଧନୀ ଘରର ଝିଅକୁ ବୋହୂ କରି ଆଣିବାକୁ। ତଥାପି ପୁଅର ଜିଦ୍ ଆଗରେ ସେ ବି ଏ ବାହାଘରରେ ରାଜି ହୋଇ ଗଲେ ଏବଂ ତିନି ଦିନ ପରେ ରାଣୀ ଓ ବିବେକଙ୍କ ବିବାହ ସ୍ଥିର ହେଲା।


Rate this content
Log in

Similar oriya story from Tragedy