kamal kumar dash

Drama Action Inspirational

4  

kamal kumar dash

Drama Action Inspirational

ରାକ୍ଷୀ

ରାକ୍ଷୀ

2 mins
169


 

       ଘର ମାଲିକାଣୀ ସରିତା ମାଡାମ ଘରେ ରହୁଥିବl ନିତା ଙ୍କୁ ଡାକି କହିଲେ ,ଆମେ ଘର ଭlଙ୍ଗି କିଛି କାମ କରିବୁ ,ତେଣୁ ଆପଣମାନେ ଆର ମାସରେ ଘର ଛାଡି ଦିୟନ୍ତୁ |ନିତା ଙ୍କ ଆଖିରେ ଲୁହ ଆସି ଗଲା ,ସେକହିଲେ ପୁଅ ପରୀକ୍ଷା ଟ| ସରିଯାଉ ତା ପରେ ଛାଡିଲେ ହେବନି ଆଉ ମାତ୍ର ୩ମାସ ଅଛି | ସେ କିନ୍ତୁ କିଛି ଶୁଣିଲେନି ଘର ଭିତରେ ପଶି କବାଟ ବନ୍ଦ କରିଦେଲେ | ତା ପରେ ନିତା ମାଡାମ ନ୍କ ଘରେ ଦୁଃଖର ଲହରୀ ଖେଳିଗଲା | ନିତା ମାଡାମ ତାଙ୍କ ପତି ରାମ ବାବୁ ଙ୍କୁ ଡାକି ସବୁ କହିଲେ ଓ କହିଲେ ତୁମ ରାକ୍ଷୀ ଭଉଣୀ ସରିତା ,ଗୋଟେ ମାସ ଭିତରେ ଘର ଖାଲି କରିବାକୁ କହୁଛନ୍ତି | ଏତିକି କହୁକହୁ କାନ୍ଦି ପକାଇଲେ ସେ | ରାମ ବାବୁ କହିଲେ ,ଏତେଚିନ୍ତା କରିବାର ନାହିଁ ମୁଁ ଥରେ କହିଦେଖିବି, ନହେଲେ ପାଖରେ କେଉଁଠି ଘର ଦେଖି ସିଫ୍ଟ କରିଦେବା | 

      ରାମ ବାବୁ ଥରେ ଫୋନ କଲେ କିନ୍ତୁ ସରିତା ମାଡାମ ଫୋନ ଉଠାଇଲେନି | ରାକ୍ଷୀରେ ଗଲା ବର୍ଷ ପରି ସରିତା ମାଡାମ ରାମ ବାବୁଙ୍କୁ ରାଖିବାନ୍ଧିବାକୁ ଆସିଲେନି | ତାଙ୍କ ଘର ର ପଛ ଲାଇନ୍ ରେ ଗୋଟେ ଖାଲି ଘର ଥିଲା | ଟିକେ ଅଧିକ ଟଙ୍କ।

ଦେଇ ସେ ଘରକୁ ରାମ ବାବୁ ଭଡାରେ ନେଲେ ଓ ସରିତା ମାଡାମ ଙ୍କ ଘର ଠିକ ମାସେ ଭିତରେ ଛାଡିଦେଲେ | 

       କିଛି ଦିନ ପରେ ସରିତା ମାଡାମ ଫୋନ କଲେ ରାମ ବାବୁଙ୍କୁ ଭାଈ ମୋ ବାପା ବାଥ ରୁମ୍ ରେ ପଡିଗଲେ ଘରେ କେହି ନାହାନ୍ତି ପ୍ଲିଜ ଟିକେ ଜଲ୍ଦି ଆସନ୍ତୁ | ଇଚ୍ଛା ନଥିଲେବି ରାମ ବାବୁ ତାଙ୍କ ଘରକୁ ଗଲେ ଓ ତାଙ୍କ ବାପାଙ୍କୁ ଟେକି କାର୍ ରେ ବସାଇଲେ | ହେଲେ କିଛି ସମୟ ପରେ ଖବର ଆସିଲା କି ସରିତା ମାଡାମ ନ୍କ ବାପା ସବୁଦିନ ପାଇଁ ଚାଲିଗଲେ | ସେମାନେ ସମସ୍ତେ ଦଶାହ କାମ ପାଇଁ ତାଙ୍କ ଗାଁକୁ ଚାଲିଗଲେ | ଫେରିଲା ପରେ ତାଙ୍କ ଭାଇର ଆକ୍ସିଡେଣ୍ଟ ହୋଇଗଲା ଓ ହାତ ଭାଙ୍ଗିଗଲା |ସରିତା ମାଡାମ ଙ୍କର ମାନସିକ ସ୍ତିତି ଖରାପ ହୋଇଗଲା | 

        ଦିନେ ସନ୍ଧ୍ୟାରେ ସ୍ୱର ରଖି ଓ ମିଠା ନେଇ ଆସିଲେ ଓ ରାମ ବାବୁଙ୍କୁ ଗୋଡ଼ ଧରି ଭୁଲ ମାଗିଲେ ଓ କହିଲେ ଭାଈ ମୁଁ ଆପଣ ଙ୍କୁ ଏ ବର୍ଷ ରାକ୍ଷୀ ବାନ୍ଧିନି ତେଣୁ ଏମିତି ହେଉଛି | ପ୍ଲିଜ ଆପଣ ରାଖି ବାନ୍ଧନ୍ତୁ ଓ ଆମଘରେ ରହିବେ ଚାଲନ୍ତୁ | ରାମବାବୁ ରାକ୍ଷୀ ବାନ୍ଧିଲେ ଓ ତାଙ୍କ ଘରକୁ ଫେରିବାକୁ ମନ| କରିଦେଲେ ଓ କହିଲେ ମୁଁ ନିଜ ଘର ବୁକ କରିଦେଇଛି ଆଉକିଛି ଦିନ ପରେ ସେଠି କୁ ଚାଲିଯିବି | ସେଠି ଘର ପ୍ରତିଷ୍ଠା କଲେ ତୁମକୁ ଡାକିବି |


Rate this content
Log in

Similar oriya story from Drama